Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆର୍ଥିକ ମାନ୍ଦାବସ୍ଥା ସୁଧାରିବାରେ କର୍ପୋରେଟ ଟିକସ ହ୍ରାସ ସହାୟକ ହୋଇଛି କି?
ବିଶେଷ ଖବର

ଆର୍ଥିକ ମାନ୍ଦାବସ୍ଥା ସୁଧାରିବାରେ କର୍ପୋରେଟ ଟିକସ ହ୍ରାସ ସହାୟକ ହୋଇଛି କି?

October 4, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ 

ଗତ ସେପ୍ଟେମ୍ବର ୨୦ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା କମ୍ପାନୀମାନଙ୍କ ପାଇଁ ମୋଟ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ହ୍ରାସ ଘୋଷଣା ହେବା ପରେ ବମ୍ବେ ଷ୍ଟକ୍ ଏକସ୍ଚେଞ୍ଜର ସୁଚକାଙ୍କ ଗୋଟିଏ ଦିନରେ ୨୦୦୦ ଅଙ୍କ ଉପରକୁ ଉଠି ତାହାକୁ ସ୍ବାଗତ କରିଥିଲା । ଅବଶ୍ୟ ଷ୍ଟକ୍ ମାର୍କେଟରେ କେବେ ବି ଦେଶର ପ୍ରକୄତ ଆର୍ଥିକ ପରିସ୍ଥିତିର ସଠିକ ପ୍ରତିଫଳନ ହୁଏ ନାହିଁ । ଗତ ବର୍ଷ ଦେଶରେ ପୁଞ୍ଜିଲଗାଣ ଓ ନିଯୁକ୍ତି କ୍ରମାଗତ ଭାବେ କମି ଚାଲିଥିବା ସମୟରେ ଷ୍ଟକ୍ ମାର୍କେଟ ସୁଚକାଙ୍କ ତାହାର ପ୍ରତିକ୍ରିୟାରେ କେବେ ତଳକୁ ଖସିନାହିଁ । ଅବଶ୍ୟ ଏହି ଟିକସ ହ୍ରାସ ଯୋଗୁଁ ଷ୍ଟକ୍ ମାର୍କେଟର ଅସ୍ଥାୟୀ ପ୍ରତିକ୍ରୀୟା ପରେ ତାହା ପୁଣି ପୂର୍ବାବସ୍ଥାକୁ ଫେରି ସାରିଲାଣି ।

ଅଗଷ୍ଟ ମାସ ଶେଷରେ ଦେଶର ରିଜର୍ଭ ବ୍ୟାଙ୍କ ଯେତେବେଳେ କେନ୍ଦ୍ର ସରକାରଙ୍କୁ ୧,୭୬,୦୦୦ କୋଟି ଟଙ୍କା ଦେବେ ବୋଲି କହିଲେ ସେତେବେଳେ ଆଶା କରାଯାଉଥିଲା ଯେ ଏହି ଟଙ୍କାରେ ସରକାର ସଡକ, ରେଳ, ସ୍କୁଲ କଲେଜ ଓ ହସପିଟାଲ୍ ଆଦି ବଡ ବଡ ଭିତ୍ତିଭୂମିର ନିର୍ମାଣରେ ପ୍ରଚୁର ପୁଞ୍ଜି ଖଟାଇବେ । ତଦ୍ବାରା ଲୋକଙ୍କ ହାତକୁ ଟଙ୍କା ଯାଇ ସେମାନଙ୍କ ମଧ୍ୟରେ ବିଭିନ୍ନ ଜିନିଷ ଓ ସେବା ପ୍ରତି ଚାହିଦା ବଢାଇଥାନ୍ତା । ତା’ସହିତ ଭିତ୍ତିଭୁମି ନିର୍ମାଣ ପାଇଁ ଆବଶ୍ୟକ ସିମେଣ୍ଟ, ଲୁହା, ରଙ୍ଗ ଆଦି ଦ୍ରବ୍ୟର ଉତ୍ପାଦନ ପାଇଁ ଘରୋଇ କମ୍ପାନୀମାନେ ମଧ୍ୟ ବ୍ୟାପକ ପୁଞ୍ଜି ଲଗାଣ କରିଥାନ୍ତେ । ମାତ୍ର ସରକାର ତାହା କଲେ ନାହିଁ ।

ସରକାର କହୁଛନ୍ତି ଯେ ଟିକସ ହ୍ରାସ ପରେ ଲାଭରେ ବୄଦ୍ଧି ଯୋଗୁଁ ଘରୋଇ କମ୍ପାନୀମାନେ ଜିନିଷ ଓ ସେବାରେ ରିହାତି ଦେଇ ଗ୍ରାହକଙ୍କ ପାଇଁ ସେସବୁକୁ ଶସ୍ତା କରିବେ । ଏହା ଦ୍ବାରା ବିକ୍ରି ଓ ଚାହିଦା ବୄଦ୍ଧି ହେବ ଓ ଅର୍ଥନୀତିର ଚକ୍ର ପୁଣି ଜୋରରେ ଘୁରିବାକୁ ଆରମ୍ଭ କରିବ । ମାତ୍ର ଏପରି ହେବାର ସମ୍ଭାବନା କ୍ଷୀଣ । କାରଣ ଦୀର୍ଘଦିନ ଧରି ବିକ୍ରିହ୍ରାସ ସମସ୍ୟା ସହ ଯୁଝୁଥିବା କମ୍ପାନୀମାନେ ଗ୍ରାହକମାନଙ୍କୁ ଏବେ ସୁଦ୍ଧା ଦାମ୍ ରେ ଅନେକ ଛାଡ ଦେଇ ଦେଖି ସାରିଲେଣି । ତେଣୁ ଆଉ ଅଧିକ ଛାଡ ଦେଇ ଦାମ୍ କମେଇବା ହୁଏତ କେବଳ ଚଳିତ ପୂଜା ଉତ୍ସବ ପର୍ଯ୍ୟନ୍ତ ସୀମିତ ହୋଇପାରେ ।
ଟିକସରେ ହ୍ରାସ ଯୋଗୁଁ ଯେଉଁ ଲାଭ ବଢିବ ତାହା ବ୍ୟବସାୟଗତ ଲାଭ ନୁହେଁ । ଏହା କେବଳ ଟିକସ୍ ହ୍ରାସ ଜନିତ ଲାଭ । ଅନେକ କମ୍ପାନୀ ବର୍ଦ୍ଧିତ ଲାଭ ଯୋଗୁଁ ହୁଏତ ଅଂଶଧନଧାରୀଙ୍କୁ ଅଧିକ ଲାଭାଂଶ ବାଣ୍ଟି ପାରନ୍ତି । ଆଜି ପର୍ଯ୍ୟନ୍ତ କୌଣସି ବି ଦେଶରେ ଟିକସ୍ ହ୍ରାସ ଯୋଗୁଁ ପୁଞ୍ଜିଲଗାଣ ବଢିବାର ଉଦାହରଣ ଦେଖିବାକୁ ମିଳିନାହିଁ । ୨୦୧୭ ମସିହାରେ ଆମେରିକାରେ ଟିସିଜେଏ ଆକ୍ଟ ମାଧ୍ୟମରେ ବ୍ୟାପକ ଟିକସ ହ୍ରାସ ହୋଇଥିଲେ ହେଁ ଏହା ପୁଞ୍ଜିନିବେଶ କିମ୍ବା ରୋଜଗାର ବଢାଇବାରେ ବିଶେଷ ସହାୟକ ହୋଇ ନଥିଲା ।

ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶର ସବୁଠାରୁ ବଡ ୫୦୦ ଟି କମ୍ପାନୀମାନଙ୍କ ପାଖରେ ସମୁଦାୟ ୮ ଲକ୍ଷ କୋଟି ଟଙ୍କାର ନଗଦ ଜମା ରହିଛି । ଶଶିକାନ୍ତ ଦାସ ରିଜର୍ଭବ୍ୟାଙ୍କର ଗଭର୍ଣର ହେବା ପରେ ୪ ଥର ସୁଧ ହାର ବା ରେପୋ ରେଟ୍ କମିସାରିବା ପରେ ମଧ୍ୟ କମ୍ପାନୀମାନେ ୠଣ ନେବାକୁ ଆସୁ ନାହାନ୍ତି । ତେଣୁ ଏସବୁ ଘଟଣା ଏକମାତ୍ର ନିର୍ଭୁଲ ନିସ୍କର୍ଷ ହେଉଛି ଯେ ଦେଶରେ ପୁଞ୍ଜିଲଗାଣ ପାଇଁ ସମ୍ବଳର ଅଭାବ ନାହିଁ , ବରଂ ଚାହିଦାର ଅଭାବ ଅଛି ।

ଏଣେ ଏହି ଟିକସ ହ୍ରାସ ଯୋଗୁଁ ଖୋଦ ସରକାରଙ୍କର ଆର୍ଥିକ ପରିସ୍ଥିତି ଅଧିକ ଶୋଚନୀୟ ହେବାର ବିପଦ ସୄଷ୍ଟି ହୋଇଛି ।
ଏକ ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଟିକସ ହ୍ରାସ ସମ୍ବନ୍ଧୀୟ ଅନ୍ତିମ ନିଷ୍ପତ୍ତି ନେବା ପୁର୍ବରୁ ରାଜସ୍ବ ବିଭାଗ ତାଙ୍କୁ ଜଣାଇ ସାରିଥିଲା ଯେ ଚଳିତ ବର୍ଷ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ବଜେଟରେ ଥିବା ଧାର୍ଯ୍ୟ ଲକ୍ଷ୍ୟଠାରୁ ୧ ଲକ୍ଷ କୋଟି ଟଙ୍କା କମ ହେବ । ଏବେ ପୁଣି ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ହ୍ରାସ ଘୋଷଣା ଯୋଗୁଁ ଏ ବର୍ଷର ମୋଟ ଟିକସ ଆଦାୟ ୨.୪୫ ଲକ୍ଷ କୋଟି ଟଙ୍କା କମିଯିବ । ଫଳରେ ଦେଶର ଆର୍ଥିକ ନିଅଣ୍ଟ ଜିଡିପିର ୩.୪% ହେବ ବୋଲି ଯେଉଁ ଲକ୍ଷ୍ୟ ରଖା ଯାଇଥିଲା ତାହା ହୋଇ ନ ପାରି ପ୍ରାୟ ୪ %ରେ ପହଞ୍ଚି ଯାଇପାରେ । ବିଭିନ୍ନ ଆନ୍ତର୍ଜାତିକ ରେଟିଂ ସଂସ୍ଥା ଓ ବିଦେଶୀ ପୁଞ୍ଜିନିବେଶକାରୀମାନେ ଏହି ଆର୍ଥିକ ନିଅଣ୍ଟ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ରହିଥାନ୍ତି ଏବଂ ସେମାନେ ଏଥିଯୋଗୁଁ ପୁଞ୍ଜିନିବେଶ ପାଇଁ ଉତ୍ସାହିତ ହୋଇ ନ ପାରନ୍ତି ।

ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଥିବା ଅର୍ଥନୀତିଜ୍ଞମାନେ କୁହନ୍ତି ଯେ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ଅନେକ ଗୁଡିଏ କମ୍ପାନୀ ଚୀନ୍ ଛାଡି ବଙ୍ଗଳାଦେଶ ଓ ଭିଏତନାମ୍ ଭଳି କେତେକ ଦେଶରେ ପୁଞ୍ଜିନିବେଶ କରି ସାରିଛନ୍ତି । ତେବେ ବିଦେଶୀ ପୁଞ୍ଜିନିବେଶକାରୀ କେବଳ କମ୍ ଟିକସ ଦରରେ ଆକର୍ଷିତ ହୁଅନ୍ତି ନାହିଁ । ସେମାନେ ଦୀର୍ଘକାଳୀନ ଶିଳ୍ପ ପରିବେଶ ବିଷୟରେ ଚିନ୍ତା କରି ପୁଞ୍ଜିନିବେଶର ନିଷ୍ପତ୍ତି ନିଅନ୍ତି । ଟିକସ ଦର ହ୍ରାସ ହୁଏତ ବ୍ୟବସାୟ କରିବାର ଖର୍ଚ୍ଚ (cost of business) କମାଇପାରେ ମାତ୍ର ସେମାନେ ବ୍ୟବସାୟ କରିବାରେ ସହଜତା (easy of business) ଦ୍ବାରା ଅଧିକ ପ୍ରଭାବିତ ହୋଇଥାନ୍ତି । ଭାରତ ସରକାରଙ୍କଦ୍ବାରା ବିଭିନ୍ନ ସମୟରେ ନିଆଯାଉଥିବା ନିୟମ ଓ ନିଷ୍ପତ୍ତି ବାରମ୍ବାର ବଦଳିବା , ବିଭିନ୍ନ ଯାଞ୍ଚ ଏଜେନସି ଦ୍ବାରା ଚାଲୁଥିବା ଅହରହ ଚଢଉ, ଦେଶରେ ବିଗିଡି ଯାଇଥିବା ସାଂପ୍ରଦାୟିକ ପରିସ୍ଥିତି ଓ ସର୍ବୋପରି ଚାହିଦାର ଅଭାବ ହୁଏତ ଖୁବ୍ କମ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିପାରେ । ଏହାର ପ୍ରମାଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତରୁ ମଧ୍ୟ ମିଳି ସାରିଛି ।

କୁହାଯାଉଛି ଯେ ଏବେ କମ୍ପାନୀ ମାନଙ୍କଠାରୁ ସେସ୍ ଓ ସରଚାର୍ଜ ମିଶାଇ ଯେଉଁ ମୋଟ ୩୫% ଆୟକର ଆଦାୟ ହେଉଛି ତାହା ବହୁତ ଅଧିକ ହୋଇଥିବାରୁ ସେମାନେ ସାନି ପୁଞ୍ଜିଲଗାଣ ପାଇଁ ଟଙ୍କା ପାଉ ନାହାନ୍ତି । ପ୍ରକୄତରେ କିନ୍ତୁ ବିଭିନ୍ନ ପ୍ରକାର ଛାଡ ଯୋଗୁଁ ଆଗରୁ ବି ଅନେକଗୁଡିଏ କମ୍ପାନୀ ୩୫% ଠାରୁ ବହୁତ କମ ଟିକସ ଦେଉଥିଲେ । ଦେଖାଯାଇଛି ଯେ ବମ୍ବେ ଷ୍ଟକ୍ ଏକସ୍ଚେଞ୍ଜରେ ତାଲିକାଭୁକ୍ତ ସବୁଠାରୁ ବଡ ୧୦ ଟି କମ୍ପାନୀ ୩୫%ଠାରୁ ବହୁ କମ ହାରରେ ଟିକସ ଦେଉଥିଲେ । ପୁଣି ନୂଆ ଘୋଷଣା ଅନୁଯାୟୀ କମ୍ ଦରରେ ଟିକସ ଦେବାକୁ ହେଲେ ସେମାନଙ୍କୁ ସେସବୁ ଛାଡ ଆଉ ମିଳିବ ନାହିଁ । ତେଣୁ ଏହି ନୂଆ ଟିକସ ଦର କେତୋଟି କମ୍ପାନୀକୁ କେତେ ଫାଇଦା ପହଞ୍ଚାଇବ ଯାହା ଫଳରେ କି ସେମାନେ ଏବେ ପୁଞ୍ଜିନିବେଶ କରିବାକୁ ଆଗେଇ ଆସିବେ ତାହା ସମୟ କହିବ ।

ନୂଆ ଘୋଷଣା ଅନୁଯାୟୀ ଅକ୍ଟୋବର ୧ ତାରିଖ ପରେ ଯେଉଁସବୁ କମ୍ପାନୀ ଉତ୍ପାଦନ ଶିଳ୍ପ ସ୍ଥାପନ କରିବେ ସେମାନେ ଏଣିକି ମାତ୍ର ୧୫% ଟିକସ ଦେବେ । ଏପର୍ଯ୍ୟନ୍ତ ଯେଉଁ କମ୍ପାନୀଗୁଡିକ ଉତ୍ପାଦନ ଶିଳ୍ପରେ ଅଛନ୍ତି ସେମାନଙ୍କ ପାଇଁ ପ୍ରାୟ ୨୨% ଟିକସ ଧାର୍ଯ୍ୟ ହୋଇଛି । ଗୋଟିଏ ଶିଳ୍ପରେ ଥିବା ବିଭିନ୍ନ କମ୍ପାନୀମାନଙ୍କ ପାଇଁ ଦୁଇ ପ୍ରକାର ଟିକସଦର ପ୍ରତିଯୋଗିତାର ସମତୁଲ କ୍ଷେତ୍ରକୁ କ୍ଷତି ପହୁଞ୍ଚାଇବ ।

ଏସବୁ ସତ୍ତ୍ବେ ଯଦି ଟିକସ ଦରରେ ଏହି ହ୍ରାସ ପୁଞ୍ଜିଲଗାଣକୁ ଉତ୍ସାହିତ କରେ ତେବେ ଅର୍ଥନୀତି ଉପରେ ତାହାର ଅନୁକୂଳ ପ୍ରଭାବ ଦେଖିବା ପାଇଁ ଆଉ ୨/୩ ବର୍ଷ ଅପେକ୍ଷା କରିବାକୁ ପଡିବ । ବରଂ ବ୍ୟକ୍ତିଗତ ଆୟକରରେ ହ୍ରାସ କରାଯାଇଥିଲେ ତାହା ଅଗଣିତ ଟିକସଦାତାଙ୍କ ହାତରେ ଅତିରିକ୍ତ ନଗଦ ରାଶି ଦେଇଥାନ୍ତା ଯାହା ଚାହିଦାରେ ବୄଦ୍ଧି ଘଟାଇ ବର୍ତ୍ତମାନର ମାନ୍ଦାବସ୍ଥାରୁ ତୁରନ୍ତ ମୁକୁଳିବାକୁ ବାଟ ଖୋଲିଥାନ୍ତା ।

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.