Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମେନ୍ଦ୍ର ପ୍ରଧାନଙ୍କ ବଢିଆ ରାଜନୈତିକ ଫର୍ମୁଲା, ସାଢେ ଚାରି ବର୍ଷ ସଲା ସୁତୁରା ଓ ନିର୍ବାଚନ ପୂର୍ବରୁ ଛଅ ମାସ ବାଦୀ ପାଲା!!
ବିଶେଷ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କ ବଢିଆ ରାଜନୈତିକ ଫର୍ମୁଲା, ସାଢେ ଚାରି ବର୍ଷ ସଲା ସୁତୁରା ଓ ନିର୍ବାଚନ ପୂର୍ବରୁ ଛଅ ମାସ ବାଦୀ ପାଲା!!

October 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
NEW DELHI, OCT 1 (UNI):- Union Ministers Dharmendra Pradhan and Gajendra Singh Shekhawat addressing a press confernce at BJP Headquarters, in New Delhi on Tuesday. UNI PHOTO-DK9U

କେଦାର ମିଶ୍ର

କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଝଗଡା ଲାଗିବା କଣ ଦରକାର, ଆମେ ତ ଲୋକଙ୍କ ବିକାଶ ଲାଗି ଉଭୟେ କାମ କରୁଛୁ ନା- ଏ ଆପ୍ତ ବାକ୍ୟ ଆଉ କାହାର ନୁହେଁ, ଆମର କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନନଙ୍କର। ଏକ ଗଣମାଧ୍ୟମ ସଂସ୍ଥାର ବାର୍ଷିକ ଉତ୍ସବରେ ଯୋଗ ଦେବା ବେଳେ ଦୀର୍ଘ ଘଣ୍ଟାଏ କାଳ କଥା ଗୋଲ ଗୋଲ ବୁଲେଇଲା ପରେ, ଧର୍ମେନ୍ଦ୍ର ବାବୁ ଶେଷ ଦୁଇ ମିନିଟରେ ମରମ କଥାଟି କହିଲେ। ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ କଥାଟି ନିହାତି ବଡ କଥା। ଏକଥା ୨୦୧୯ ପୂର୍ବରୁ ନଥିଲା। ୨୦୧୪ ରୁ ୨୦୧୯ ପାଞ୍ଚ ବର୍ଷ ଧରି ଧର୍ମେନ୍ଦ୍ର ବାବୁଙ୍କର ଏ ଦିବ୍ୟ ଜ୍ଞାନ ଉଦୟ ହୋଇନଥିଲା। ସେଇ ସମୟରେ ଧର୍ମେନ୍ଦ୍ର ବାବୁ ମୁହଁ ଖୋଲିଲା ମାତ୍ରେ ନବୀନ ପଟ୍ଟନାୟକଙ୍କ ”ସ୍ଥାଣୁ ଓ ଅପାରଗ” ସରକାରକୁ ବିତାଡିତ କରିବାର ସଂକଳ୍ପ କଥା କହୁଥିଲେ। ଆଜି ହଠାତ ଏ ସମନ୍ଵୟ ଓ ସଲା ସୁତୁରା ତତ୍ତ୍ଵ ଆସିଲା କୁଆଡୁ?

ଆଜିକାଲି ଟେଲିଭିଜନ ଚାନେଲ ଗୁଡିକରେ ପ୍ରଶ୍ନ ଉତ୍ତର ଗୁଡିକ ବଡ ଅଦ୍ଭୁତ। ଆପଣ କଣ ଖାଆନ୍ତି, ଆପଣଙ୍କ ଡାକ ନାମ କଣ, ପିଲା ଛୁଆଙ୍କୁ ସମୟ ଦେଉଛନ୍ତି ନା ନାହିଁ, ଆପଣ ବ୍ୟାୟାମ କରୁଛନ୍ତି କି ନାଇଁ ଇତ୍ୟାଦି ନିତାନ୍ତ ଘରୋଇ ପ୍ରଶ୍ନ ଉତ୍ତର ପରେ ଯେଉଁ ଗୋଟେ ଦୁଇଟି ରାଜନୈତିକ ପ୍ରଶ୍ନର ଉତ୍ତର ମିଳେ, ସେଥିରେ ଷୋହଳ ଅଣା ରୁ ପନ୍ଦର ଅଣା ଡାହା ମିଛ। ଧର୍ମେନ୍ଦ୍ର ବାବୁଙ୍କ ଏହି ସାକ୍ଷାତ୍କାରଟି ତାର ବ୍ୟତିକ୍ରମ ନଥିଲା। ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭିତରେ ଏ ଯେଉଁ ମଧୁର ସମ୍ପର୍କ ସ୍ଥାପନ ହୋଇଛି, ଏହାର ମୂଳ ଲକ୍ଷ୍ୟ ହେଉଛି ଭବିଷ୍ୟତରେ ବିଜୁ ଜନତା ଦଳର ଅଧିଗ୍ରହଣ। ବିଜେପି ଯେଉଁଠି ରାଜନୈତିକ ସଂଘର୍ଷରେ ଜିତି ପାରୁନାହିଁ ସେଠି ଅନ୍ୟ ଦଳକୁ କିଣିବା ବା ଭାଙ୍ଗିବାର ଫର୍ମୁଲା ଗ୍ରହଣ କରି ଚାଲିଛି।ତେବେ ଏ ପ୍ରକାର ଚର୍ଚ୍ଚା କରିବାର ଅବକାଶ ବା ସାହସ ଟିଭି ଆଙ୍କରଙ୍କର ନଥାଏ।

ଧର୍ମେନ୍ଦ୍ର ଯେଉଁ ସାଢେ ଚାରି ବର୍ଷ ସଲାସୁତୁରା କଥା କହିଛନ୍ତି, ଏହା ସେଇ କିଣିବା ଓ ଭାଙ୍ଗିବା ଉଦ୍ଦେଶ୍ୟରେ। ଏଇ କିଛିଦିନ ହେଲା, ବିଜେଡି ନେତାମାନଙ୍କ ଅନୁଷ୍ଠାନ ଗୁଡିକରେ ବିଜେପି ନେତାମାନଙ୍କ ଉପସ୍ଥିତି ଢେର ବଢି ଯାଇଛି। ଉପରକୁ ଏହା ବିଜେଡି-ବିଜେପି ମଧୁର ପ୍ରୀତି ମନେ ହେଉଥିଲେ ମଧ୍ୟ ମଉକା ଦେଖି ବିଜେଡ଼ିକୁ ଆତ୍ମସାତ କରିବାର ସୁଯୋଗ ବିଜେପି ଖୋଜୁଛି। କିଛିଦିନ ତଳେ ଜଣେ ବିଜେପି କର୍ମୀ କହୁଥିଲେ- ଆମେ ତ ନିର୍ବାଚନ ନ ଜିତି ସରକାର ଗଢିବୁ, ଅଯଥାରେ ନବୀନଙ୍କ ବିରୋଧରେ ଗପିବୁ କାହିଁକି!

ବିଜେପି କର୍ମୀ ଓ ନେତା ମହଲରେ ଏମିତି ଏକ ବାର୍ତ୍ତା ନିର୍ବାଚନ ପରଠୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାରିତ କରା ହୋଇଛି। ନବୀନ ବାବୁଙ୍କ ସରକାର ପରୋକ୍ଷରେ ବିଜେପି ପରିଚାଳିତ ସରକାର ବୋଲି ବିଜେପି କର୍ମୀମାନଙ୍କୁ ବିଶ୍ଵାସ ଦିଆ ଯାଉଛି। କୌଣସି ବି ମୁହୂର୍ତ୍ତରେ ବିଜେପିର ଚତୁର ଚାଣକ୍ୟ ଅମିତ ଶାହା ବିଜୁ ଜନତା ଦଳକୁ କିଣି ନେବେ ବା ଡରେଇକି ବିଜେପିରେ ସାମିଲ କରି ନେଇପାରିବେ ବୋଲି ଗଭୀର ଆତ୍ମ ବିଶ୍ଵାସ କର୍ମୀମାନଙ୍କୁ ଦିଆ ଯାଇଛି। ଧର୍ମେନ୍ଦ୍ର ବାବୁଙ୍କ ଶିବିରରୁ ଏମିତି ଏକ ବାର୍ତ୍ତାକୁ ଅଧିକରୁ ଅଧିକ ପ୍ରସାରିତ କରାଯାଉଛି।

ବିଜେଡି ଶିବିର ଯେ ଏକଥା ଜାଣନ୍ତି ନାହିଁ, ତା ନୁହେଁ। ବିଜେଡି ତରଫରୁ ବିଜେପିକୁ ସବୁ କଥାରେ ସବୁଜ ପତାକା ଦେଖାଇଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ଉପର ସ୍ତରରେ ବିଜେପି ନେତାଙ୍କ ସହ ବିଜେଡ଼ିର ବୁଝାମଣା ରହିଥିବା ଭଳି ମନେ ହେଉଥିବା ବେଳେ ରାଜ୍ୟରେ କେଉଁ ବିଜେଡି ନେତାମାନେ ବିଜେପିର ଅଧିକ ଘନିଷ୍ଠ ହେଉଛନ୍ତି, ତାର ଭିତିରି ଖବର ବରାବର ସଂଗ୍ରହ କରାଯାଉଛି। ଯେଉଁ ବିଜେଡି ନେତାମାନେ ସକାଳେ ବିଜେପି ପ୍ରେମ ଓ ସନ୍ଧ୍ୟାରେ ବିଜେପି ବିରୋଧୀ ଗପ ଗପୁଛନ୍ତି, ସେମାନଙ୍କ ଗତିବିଧି ଉପରେ ବିଜେଡି ଉପର ମହଲାର ତୀକ୍ଷ୍ନ ନଜର ଅବଶ୍ୟ ରହିଛି।

ସାଢେ ଚାରି ବର୍ଷ ସଲାସୁତୁରା କଥା କହି ଧର୍ମେନ୍ଦ୍ର ଗୋଟେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ଅନ୍ତତଃ ଆଗାମୀ କିଛି ଦିନ ବିଜେପି ନିଜକୁ ନୀରବ ରଖିବାକୁ ବାଧ୍ୟ ହେବ। କାଶ୍ମୀର ପ୍ରସଙ୍ଗରେ ଆଜି ମଧ୍ୟ କେନ୍ଦ୍ର ସରକାର ଅଡୁଆ ସ୍ଥିତିରେ ଅଛନ୍ତି। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ସଂଯୁକ୍ତ ଜନତାଦଳ ସହିତ ବିଜେପିର ମତଭେଦ ହେଉଥିବାରୁ ବିଜେଡି କୁ ଏକ ବିକଳ୍ପ ସହଯୋଗୀ ଭାବରେ ବିଜେପି ହାତରେ ରଖିବାକୁ ଚାହୁଁଛି। ଏହି ପୃଷ୍ଠଭୂମିରେ ଗୋଟିଏ ପକ୍ଷରେ ବିଜେଡ଼ିକୁ ଭାଙ୍ଗିବାର ଉଦ୍ୟମ ଅବ୍ୟାହତ ରହିବ ଓ ଅପର ପକ୍ଷରେ ବିଜେଡି –ବିଜେପିର ସହଯୋଗୀ ଭୂମିକା କଥା ମଧ୍ୟ ଲୋକଙ୍କୁ ଦେଖା ହେଉଥିବ।

ଗତକାଲି ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣ ଓ ସାକ୍ଷାତ୍କାର ରେ ଆଉ ଗୋଟେ ବଡ କଥା ମଧ୍ୟ ରହିଛି। ଦଳର ରଣନୀତି କଥା କହିଲା ବେଳେ ଆଗାମୀ ୧୫ ଦିନରେ ବିଜେପୁର ଉପ ନିର୍ବାଚନ ଅଛି ଓ ସେ ସମ୍ପର୍କରେ ଧର୍ମେନ୍ଦ୍ର ଶବ୍ଦଟିଏ ମଧ୍ୟ କହି ନଥିଲେ। ଏହାର ଅର୍ଥ କଣ ଏୟା ନୁହଁ ଯେ ବିଜେପୁର ଆସନ ବିଜେଡ଼ିର ହୋଇସାରିଛି ବୋଲି ବିଜେପି ସ୍ଵୀକାର କରୁଛି!

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.