Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଲାଏନ୍ସ ଜିଓ କିଛି ମାଗଣା ସୁବିଧା ସତରେ ଦେଉଥିଲା ନା ଗରାଖଙ୍କୁ ଲୁଟ କରିବାର ଏହା ଏକ ଷଡଯନ୍ତ୍ର?
ବିଶେଷ ଖବର

ରିଲାଏନ୍ସ ଜିଓ କିଛି ମାଗଣା ସୁବିଧା ସତରେ ଦେଉଥିଲା ନା ଗରାଖଙ୍କୁ ଲୁଟ କରିବାର ଏହା ଏକ ଷଡଯନ୍ତ୍ର?

October 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହଠାତ ଦଶହରା ଦିନ ଦେଶର ପ୍ରମୁଖ ଟେଲି ଯୋଗାଯୋଗ କମ୍ପାନୀ ରିଲାଏନ୍ସ ଜିଓ ଘୋଷଣା କଳା ଯେ, ଏଣିକି ଜିଓ ରୁ ଅନ୍ୟ ନେଟୱାର୍କକୁ ଫୋନ କଲେ ମିନିଟ ପିଛା ଗ୍ରାହକଙ୍କୁ ୬ ପଇସା ଦେବାକୁ ପଡିବ। ଏହି ଖବରକୁ ନେଇ କିଛି ରୋଚକ ରିପୋର୍ଟ ଓ ମନ୍ତବ୍ୟ ଦେଖିବାକୁ ମିଳିଛି। କିଛି ଟେଲିଭିଜନ ଚାନେଲ ଙ୍କ ହେଡ ଲାଇନ ହେଉଛି “ମାଗଣା ଯୁଗ ଶେଷ”। ତା ମାନେ ହେଉଛି ଜିଓ କମ୍ପାନୀ ହେଉଛି ଦାତା, ଯିଏ ଭାରତର ଗ୍ରାହକଙ୍କୁ ମାଗଣାରେ ଟେଲିଫୋନ ସେବା ଯୋଗାଇ ଆସୁଥିଲା। ଏହାଠୁ ବଳି ଅସତ୍ୟ ଓ ନିର୍ଲଜ ତଥ୍ୟ ଆଉ କିଛି ନଥାଇ ପାରେ।ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ଜିଓ କମ୍ପାନୀର ଲାଭ ୪୬% ବଢିଛି ଓ ମାତ୍ର ତିନି ମାସରେ ଏହି ଲାଭର ପରିମାଣ ୮୯୧ କୋଟି ଟଙ୍କା ବୋଲି କମ୍ପାନୀର ତଥ୍ୟ କହୁଛି। ଏ ଲାଭ କଣ ଆକାଶରୁ  ପଡୁଥିଲା? ଗ୍ରାହକଙ୍କ ପକେଟରୁ ଏ ଲାଭ ଆସିଛି ନା ଆଉ କିଏ ରିଲାଏନ୍ସ କୁ ଏ ଲାଭ ଉପରୁ ଦେଉଛି?

କୌଣସି କମ୍ପାନୀ ମାଗଣାରେ ବ୍ୟବସାୟ କରେ ନାହିଁ। ଯେ କୌଣସି ଜିଓ ଗ୍ରାହକ ଜାଣେ, ତାକୁ ମାଗଣାରେ କୌଣସି ଲାଭ ମିଳୁନଥିଲା। ଜିଓ ର ଯୋଜନା ଅନୁସାରେ ଆପଣ ୮୪ ଦିନ ପାଇଁ ୩୯୯ ଟଙ୍କା ଦେଲେ ଆପଣଙ୍କୁ ଦୈନିକ ୧.୪ ଜିବି ଡାଟା, ୧୦୦ ଏସଏମଏସ ଓ ବିନା ଟାରିଫରେ କଥା ହେବାର ସୁଯୋଗ ମିଳୁଥିଲା। ଏଇଠି ହିଁ ରହିଛି ଲାଭର ଅସଲ ସୂତ୍ର। ମୁଁ ଡାଟା ବ୍ୟବହାର କରେ ବା ନ କରେ, ମୁଁ କମ୍ପାନୀକୁ ଆଗୁଆ ପଇସା ଦେଇ ସାରିଛି। ୩୯୯ ଟଙ୍କାର ଭାଉଚରରେ ମୁଁ ମାସକୁ ୪୨ ଜିବି ଡାଟା ବ୍ୟବହାର କରି ପାରିବି। ହେଲେ ଟେଲିଫୋନ ନିୟାମକ କମ୍ପାନୀ ଟ୍ରାଇର ତଥ୍ୟ ଅନୁଯାୟୀ ଜିଓ ଗ୍ରାହକମାନେ ମାସକୁ ସର୍ବାଧିକ ୧୧.୪ ଜିବି ଡାଟା ବ୍ୟବହାର କରିଥାନ୍ତି। ୩୩୧.୩ ନିୟୁତ ଗ୍ରାହକ ୪୨ ଜିବି ଡାଟାର ପଇସା ଦେଇ ମାତ୍ର ୧୧.୪ ଜିବି ଡାଟା ବ୍ୟବହାର କରିପାରନ୍ତି। ଏଥିରୁ ବଳକା ଡାଟା ଆଧାରରେ କମ୍ପାନୀର ଲାଭ ଆକଳନ କରିହେବ।

ବାକି ରହିଲା କଲ ମାଗଣା କଥା। ଆପାତତଃ ସବୁ ଟେଲିଫୋନ କମ୍ପାନୀ ଏହି ଟାରିଫର ଯୋଜନା ରଖିଛନ୍ତି। ଧରନ୍ତୁ- ଏୟାରଟେଲରେ ୮୪ ଦିନିଆ ପ୍ୟାକେଜରେ ସେଇ ସମାନ ସୁବିଧା ରହିଛି। ୩୯୯ ଟଙ୍କାରେ ଦୈନିକ ୧ ଜିବି ଡାଟା, ବିନା ଟାରିଫରେ କଥା ଓ ଶହେ ଏସଏମଏସ। ତେବେ ଏୟାରଟେଲକୁ ଏ ପ୍ରକାର ମାଗଣା ଦେଉଛି ବୋଲି କେହି କହିଛି କି? ଏପରିକି ରାଷ୍ଟ୍ରାୟତ୍ତ ବିଏସଏନଏଲ ର ପ୍ୟାକେଜ ମଧ୍ୟ ସେଇ ସମାନ। ଅନେକ ସମୟରେ ବିଏସଏନଏଲ ର ୩ଜି ଡାଟା ଜିଓ ର ୪-ଜି ଡାଟା ଠାରୁ ଅଧିକ ଶକ୍ତିଶାଳୀ। ତା ସତ୍ତ୍ୱେ ଜିଓ ପ୍ରତି ଗଣମାଧ୍ୟମ ଓ ତଥାକଥିତ ଭକ୍ତ ସମାଜର ଏତେ ଅଧିକ ପ୍ରୀତି କାହିଁକି?

ଅନ୍ୟ ନେଟୱାର୍କକୁ କଥା ହେବା ପାଇଁ ପଇସା ଲାଗୁ କରିବା, କେବଳ ଅନୈତିକ ନୁହେଁ, ଏହା ବେଆଇନ ମଧ୍ୟ। ଯେଉଁମାନେ ବାର୍ଷିକ ପ୍ୟାକେଜ କିଣିଛନ୍ତି, ସେମାନଙ୍କୁ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଖିଲାପ କରିବା ବେଆଇନ ନୁହେଁ କି? ଲୋକଙ୍କୁ ଭୁଆଁ ବୁଲେଇ କୋଟି କୋଟି ଟଙ୍କାର ଲାଭ ଉଠାଉଥିବା ଓ ଅନୈତିକ ଉପାୟରେ ଟେଲିଫୋନ ବଜାରରେ ଏକାଧିପତ୍ୟ ଜାହିର କରି ଅଧିକ ଶୋଷଣର ଷଡଯନ୍ତ୍ର ରଚନା କରୁଥିବା ଏ ପ୍ରକାର କମ୍ପାନୀ ରାଜର ଚାଟୁକାରିତା କରିବାକୁ ଆମ ଗଣମାଧ୍ୟମକୁ ଲାଜ ବି ଲାଗୁ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.