Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାନ୍ଧି-ରାମଧୁନ ଓ ରାଷ୍ଟ୍ର ପରିକଳ୍ପନା
ବିଶେଷ ଖବର

ଗାନ୍ଧି-ରାମଧୁନ ଓ ରାଷ୍ଟ୍ର ପରିକଳ୍ପନା

October 11, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପଞ୍ଚାନନ କାନୁନଗୋ

ଅନେକ ବିଶେଷତ୍ୱରେ ପରିପୂର୍ଣ୍ଣ ଗାନ୍ଧିଜୀଙ୍କର ସରଳ ଜୀବନଚର୍ଯ୍ୟା, ସରଳ ବାକ୍ୟବିନ୍ୟାସ, ସରଳ ଓ ସୁମଧୁର ବାର୍ତ୍ତା ଭିତରେ ଗୋଟିଏ ସରଳ ପ୍ରାର୍ଥନା ଥିଲା । ଏହି ପ୍ରାର୍ଥନା ରାମଧୁନ ଆବାଳ ବୃଦ୍ଧବନିତା ନିର୍ବୋଧତାର ଉଚ୍ଚାରଣ ମାଧ୍ୟମରେ ‘ମଲା’ ‘ମଲା’ ରୁ ରାମର ପରିଚୟ ହୃଦଗତ କରିବେ । କାରଣ ଏଥିରେ ସୁବିସ୍ତୃତ ବାର୍ତ୍ତା ଅତି ସରଳ ଭାବେ ବର୍ଣ୍ଣନା ହୋଇଥିଲା । ରାମଧୁନ୍ ସଂବିଧାନ ଗୃହୀତ ଜାତୀୟ ସଂଗୀତ ନୁହେଁ । ତେବେ ଏହା ମାନବ ଜାତିର ସଂଗୀତ । ଯେଉଁଥିରେ ସଂକୀର୍ଣ୍ଣ ଧର୍ମାନ୍ଧତା ନଥିଲା, ହେଲେ ମାନବବାଦୀ ଆଧ୍ୟାତ୍ମିକ ଚେତନାର ଭରପୁର ବାର୍ତ୍ତା ଥିଲା । ଏଥିରେ ରାଷ୍ଟ୍ର-ରାଷ୍ଟ୍ରନାୟକ ଉଭୟର ରୂପ ଗୋଟିଏ ପ୍ରତୀକ ରାଜା ରାମ୍ ଠାରେ ହିଁ ଦୃଶ୍ୟମାନ ହେବାର ଅଭିପ୍ରାୟ ଓ ବାର୍ତ୍ତା ଥିଲା । ଶକ୍ତି ଓ ପୁରୁଷାକାରର ସମ୍ମିଶ୍ରଣର ରାଷ୍ଟ୍ରକର୍ତ୍ତାଭାବେ ‘ସୀତାରାମ’ଙ୍କୁ ଉପସ୍ଥାପିତ କରାଯାଇଥିଲା । ରାଜା-ରାଷ୍ଟ୍ର-ପ୍ରଜା-ନାଗରିକ ଉଭୟଙ୍କ ପାଇଁ ବାର୍ତ୍ତା ଭରି ରହିଥିଲା ।

ସମସ୍ତଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟାନ୍ୱିତ କରିଥାଏ ଯେ ଗାନ୍ଧିଙ୍କର ସର୍ବଶ୍ରେଷ୍ଠ ଧର୍ମଗ୍ରନ୍ଥ ଭଗବତ ଗୀତା ଥିଲା ଏବଂ ମହାତ୍ମାଗାନ୍ଧୀଙ୍କର ମାର୍ଗଦର୍ଶକ ଶାସ୍ତ୍ର ମଧ୍ୟ ଶ୍ରୀମଦ୍ ଭାଗବତଗୀତା ଥିଲା । ସେଥିରେ ଥିବା ‘ସ୍ଥିତପ୍ରଜ୍ଞ ପୁରୁଷ ଭାବେ’ ସେ ନିଜର ଜୀବନଚର୍ଯ୍ୟା ଓ ପରିଚୟ ସୃଷ୍ଟି କରିଥିଲେ ଏବଂ ଆତ୍ମଶୁଦ୍ଧି (self purification) ସାଧନାରେ ବ୍ରତୀ ଥିଲେ । ଗୀତାର କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଆଧାରରେ ନିଜକୁ ଓ ନିଜର ସହଯୋଗୀମାନଙ୍କୁ ପରିଚାଳିତ କରୁଥିବାର ଯଥେଷ୍ଟ ପ୍ରମାଣ ରଖି ଯାଇଛନ୍ତି । ତଥାପି ସେ କାହିଁକି କୃଷ୍ଣଙ୍କୁ ଆରାଧ୍ୟ ଦେବ ଭାବରେ ଗ୍ରହଣ ନକରି ରାଜାରାମଙ୍କୁ ଆଦର୍ଶଭାବେ ଗ୍ରହଣ କଲେ ଏବଂ ସରଳ ପ୍ରାର୍ଥନା ରାମଧୁନ୍ ମାଧ୍ୟମରେ ସାର୍ବଜନୀନ କଲେ ତାହା ଅନେକଙ୍କୁ ନିଶ୍ଚୟ ଆଶ୍ଚର୍ୟାନ୍ୱିତ କରିଥାଏ ।

ଗାନ୍ଧିଜୀଙ୍କର ସରଳ ଜୀବନଶୈଳୀ ପ୍ରତ୍ୟେକଟି ବାକ୍ୟ ଉଚ୍ଚାରଣ ସରଳ ଓ ବୋଧଗମ୍ୟ ଥିଲା । ସେଥିରେ ଅନେକ ଜଟିଳ ସମସ୍ୟା ସମାଧାନର ବାର୍ତ୍ତାଥିଲା । ତାଙ୍କର ଜୀବନ ହିଁ ତାଙ୍କର ବାର୍ତ୍ତାଥିଲା । ସତ୍ୟ ହିଁ ତାଙ୍କର ଭଗବାନ ଥିଲା । ଅନେକ ମନେକରନ୍ତି ଗାନ୍ଧିଜୀ କଂଗ୍ରେସ ଆନ୍ଦୋଳନକୁ ଆଗେଇ ନେବାବେଳେ ଅନେକ ହିନ୍ଦୁବାଦୀ ତାଙ୍କୁ ଘେରି ରହିଥିଲେ ଏବଂ ହିନ୍ଦୁମାନଙ୍କର ଆର୍ଯ୍ୟ-ଅନାର୍ଯ୍ୟ ସଂଘର୍ଷର ନାୟକ ରାମଚନ୍ଦ୍ର ଥିଲେ । ସେଥିପାଇଁ ହୁଏତ ଗାନ୍ଧିଜୀ ରାମଚନ୍ଦ୍ରଙ୍କ ପ୍ରତ୍ୟେହ ସ୍ମରଣ କରିବାର ପ୍ରାଥମିକତା ପ୍ରଦାନ କରିଥିଲେ । ତାଙ୍କୁ ଘେରୀ ରହିଥିବା ହିନ୍ଦୁବାଦୀମାନେ ସମାଜକୁ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାର ପ୍ରୟାସକୁ ସେ ଅନୁଭବ କରିଥିଲେ ଓ ସେଥିରେ ଉଦ୍ଭ୍ରାନ୍ତ ନହେବା ପାଇଁ ଏପରି ଏକ ପ୍ରାର୍ଥନାର ଆଶ୍ରୟ ନେଇଥିଲେ । ଏଥିରେ କିନ୍ତୁ ରାମଙ୍କ ସହିତ ବାରମ୍ବାର ‘ରାଜା’ ଶବ୍ଦ ଯୋଡ଼ି ହୋଇ ରହିଥିବାରୁ ଅନେକ ବିଶେଷତ୍ୱ ଅନ୍ୱେଷଣ କରିବାର ଅଛି । ପ୍ରଥମତଃ ରାମଧୁନ ଅତ୍ୟନ୍ତ ସରଳ ଭାଷା ଓ ଶବ୍ଦରେ ବୋଧଗମ୍ୟ ଆରାଧନାଟିଏ । ଅଳ୍ପବୟସର ପାଠକ ବା ପ୍ରାର୍ଥନାକାରୀଙ୍କ ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟର ସ୍ପର୍ଶ ଥିବା ସବୁ ବୟସର ମଣିଷପାଇଁ ଗ୍ରହଣୀୟ ଥିଲା । ଗାନ୍ଧିଜୀଙ୍କର ସଂଗ୍ରାମର ମୂଳଲକ୍ଷ୍ୟ ଥିଲା ରାଜ୍ୟ ପ୍ରାପ୍ତି । ଅର୍ଥାତ୍ ବିଦେଶୀ ଇଂରେଜ ସରକାରଙ୍କ ଠାରୁ ମୁକ୍ତକରି ଏକ ସ୍ୱାଧୀନ ରାଷ୍ଟ୍ରପାଇଁ ସେ ମୁକ୍ତି ସଂଗ୍ରାମ କରୁଥିଲେ । ଲୋକତନ୍ତ୍ର ବା ସ୍ୱରାଜ ତାଙ୍କର ଲକ୍ଷ୍ୟ ଥିଲା । ତେବେ ରାଜା ଭାବରେ କୃଷ୍ଣଙ୍କ ଅପେକ୍ଷା ‘ରାଜାରାମ’ଙ୍କ କାର୍ଯ୍ୟାବଳୀ ତାଙ୍କ କଳ୍ପନାକୁ ବା ବିଚାରକୁ ଅଧିକ ଆକୃଷ୍ଟ କରିଥିଲା । କୃଷ୍ଣ ରାଜ୍ୟ ପ୍ରାପ୍ତିର ଆଶାୟୀ ନଥିଲେ ବରଂ ଅହଂକାରୀ ମାନବ ହାତରୁ ରାଜ୍ୟ ମୁକାଳିବା ଲକ୍ଷ୍ୟ ଥିଲା । ସେ ନିଜେ ଶାସକଭାବେ ଖ୍ୟାତ ନଥିଲେ । ସତ୍ୟ ଓ ବିଚାରର ପ୍ରତୀକ ଥିଲେ ରାଜା ରାମ । ଭୋଗ ଅପେକ୍ଷା ତ୍ୟାଗ ହିଁ ଥିଲା ତାଙ୍କ ଜୀବନର ମୁଳ ଆଦର୍ଶ । ରାଜାର ବଚନବଦ୍ଧତା (ବର୍ତ୍ତମାନର ଇସ୍ତାହାର) ହିଁ ‘ସତ୍ୟ’ର ପ୍ରକାଶିତ ରୂପ ।

ରାଜା ରାମଚନ୍ଦ୍ରଙ୍କ ପାଖରେ ତାହାହିଁ ଥିଲା । ରାଜା ଉପରେ ପ୍ରଜାର ବିଶ୍ୱାସ ଏକ ବଳିଷ୍ଠ ରୂପ । ଜଣେ ସାଧାରଣ ପ୍ରଜା ଧୋବାର ‘ଅବିଶ୍ୱାସ’ ତାଙ୍କୁ ବିଚଳିତ କରିଥିଲା । ବିଶ୍ୱାସରେ ବନ୍ଧା ରାଷ୍ଟ୍ର ରାଷ୍ଟ୍ରପାଳକ ଓ ରାଷ୍ଟ୍ରର ପାଳିତ ବର୍ଗ । ରାମଚନ୍ଦ୍ର ରାଜା ଭାବରେ ଅତ୍ୟନ୍ତ ନିଷ୍ଠାର ସହ ଏହା ପାଳନ କରିଥିଲେ । ରାଷ୍ଟ୍ରନାୟକ କେବଳ ‘ତ୍ୟାଗ’ର ଆଭୁଷଣରେ ଶୋଭିତ ହେବା ଉଚିତ । ସେଥିପାଇଁ ରାଜାରାମଙ୍କର ତ୍ୟାଗପୁତ ଆଚରଣ ହିଁ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏଣୁ ଏପରି ଏକ ରାଷ୍ଟ୍ର ନାୟକ କୁ ସେ ରାମଧୁନ୍ ମାଧ୍ୟମରେ ଆହ୍ୱାନ କରିଛନ୍ତି । ରାଷ୍ଟ୍ରର ଏହିପରି ଏକ ରାଜା ବା ଶାସକର ପରିକଳ୍ପନା ଆଦ୍ୟରୁ ପ୍ରାନ୍ତଯାଏ ଅଛି, ଯେଉଁ ଶାସକ ଅବା ରାଷ୍ଟ୍ର ପତିତ ଜନଙ୍କର ଉନ୍ନତି କଳ୍ପେ, କାମ କରିବ (ପତିତ ପାବନ), ସମସ୍ତଙ୍କର ମଙ୍ଗଳ ସାଧନ ମଙ୍ଗଳ ଦାୟକ (ଜନମଙ୍ଗଳ ରାଷ୍ଟ୍ର) କରିବ, ସମଗ୍ର ରାଷ୍ଟ୍ରରେ ଶୁଭଶାନ୍ତି (ପୂର୍ଣ୍ଣ ସୁଖକର ଜୀବନ) ବିରାଜମାନ କରିବ, ସମସ୍ତଙ୍କୁ ବରାଭୟ ପ୍ରଦାନକାରୀ ହୋଇଥିବ, ସମସ୍ତ ପ୍ରଜା (ନାଗରିକ)ଙ୍କୁ ଭୟଶୂନ୍ୟ (ନିର୍ଭୟକର) କରିବ । ଗାନ୍ଧିଜୀ ଏପରି ଏକ ଶାସନ ବ୍ୟବସ୍ଥା ଚାହୁଁଥିଲେ ଯେଉଁଠି ପ୍ରଜାକୁଳ ବା ନାଗରିକମାନେ କାଶ୍ମିରୀଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ନିର୍ଭିକଭାବେ ମତବ୍ୟକ୍ତ କରୁଥିବେ, ବିଚରଣ କରୁଥିବେ, ଏପରିକି ଜଣେ ନାରୀ ମଧ୍ୟ ରାତ୍ରରେ ଯିବାକୁ ଭୟ କରୁ ନଥିବ । ସେ ଯେଉଁ ରାଜ୍ୟ ଚାହୁଁଥିଲେ ତା’ର ନାଗରିକମାନେ ସର୍ବକାଳୀନ ସୁଖକର ଜୀବନଯାପନ କରୁଥିବେ । ଅନ୍ୟ ଅର୍ଥରେ ଆଧୁନିକ ବିଶ୍ୱର ଅର୍ଥନୀତିଜ୍ଞ ମାନେ ପ୍ରସ୍ତୁତ କରିଥିବା ସୁଖକର ଜୀବନ (theory of happiness) ଆଧାରରେ ଶାସନ କରୁଥିବ ।

ଯେଉଁ ସମାଜରେ ‘ଯଦୁପତି’ ଆର୍ଯ୍ୟ ଭିନ୍ନ କୃଷ୍ଣବର୍ଣ୍ଣର ହେଲେ ମଧ୍ୟ ରାମର ମର୍ଯ୍ୟାଦା ସମାନ ଭାବରେ ଥିବ ଅର୍ଥାତ୍ ଉଚ୍ଚ ନୀଚ, ଗୋରା-କଳା, ସବର୍ଣ୍ଣ-ଅବର୍ଣ୍ଣ ଭେଦଭାବ ନଥିବ, ସବୁ ଧର୍ମର ବିଶ୍ୱାସ ସମ୍ମାନ ପାଉଥିବ (ଈଶ୍ୱର-ଆଲ୍ଲା ତେରୋ ନାମ) ଏବଂ ଏଥିପାଇଁ ବିଭେଦ ସୃଷ୍ଟିକାରୀଗଣ ସଦ୍ବୁଦ୍ଧି ସଂପନ୍ନ ହୋଇଥିବେ, ଏହିପରି ଏକ ଶାସକ-ବା ରାଜାକୁ ପ୍ରାର୍ଥନା ରାମଧୁନ୍ରେ କରାଯାଇଛି ।

ରାଜା ରାମଙ୍କୁ ନିର୍ଣ୍ଣୟ କରିବାର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ ରାମ ରାଜା ଭିନ୍ନ ସଂସ୍କୃତି, ଭିନ୍ନ ଭାଷାଭାଷୀ, ଭିନ୍ନ ସଂସ୍କୃତି ବା ଜାତୀୟତାକୁ ସମାନ ପ୍ରଦର୍ଶନ କରିଥିଲେ । ଅସୁର ଜାତିକୁ ତାଙ୍କ ନିଜ ରାଜା ବିଭୀଷଣ ହାତରେ ଛାଡ଼ିଥିଲେ, ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଶାସନ ବ୍ୟବସ୍ଥା ଛାଡ଼ିଥିଲେ ଏବଂ ନିଷାଦ ରାଜାକୁ ତାଙ୍କ ରାଜ୍ୟ ସ୍ୱତନ୍ତ୍ର ଭାବେ ଶାସନ କରିବାକୁ ସୁଯୋଗ ଦେଇଥିଲେ । ବିଭିନ୍ନତା ଭିତରେ ଏକତ୍ରୀତ ଭାରତକୁ ଆବିଷ୍କାର କରିଥିବା ଗାନ୍ଧିଜୀ ରାଜା-ରାମଙ୍କ ପରି ଜଣେ ଶାସକକୁ ଉତ୍ତମ ବୋଲି ଚୟନ କରିବା ସ୍ୱଭାବିକ ଥିଲା । ସୀତାରାମ (ସୀୟା-ରାମ) ଏକତ୍ରୀତ ଉଚ୍ଚାରଣ କରି ସମାଜରେ ପୁରୁଷ ଓ ସ୍ତ୍ରୀ ର ସମାନ ମର୍ଯ୍ୟଦା ଏହି ପ୍ରାର୍ଥନା (ରାମଧୁନ) ପ୍ରତିପାଦିତ କରିଥାଏ । ଗାନ୍ଧିଜୀଙ୍କର ଆରାଧ୍ୟ ରାଜାରାମ ଭିନ୍ନତାକୁ ନଷ୍ଟକରି ଏକ ରାଷ୍ଟ୍ର ଏକ ଶାସନ ବ୍ୟବସ୍ଥାର ବିଶ୍ୱାସୀ ଆଦୌ ନଥିଲେ ବା ନାଗରୀକ ମାନଙ୍କ ମଧ୍ୟରେ ଭୟ ଉଦ୍ରେକ କରିବା ଅଥବା କେବଳ ଶ୍ରେଷ୍ଠମାନଙ୍କର ମଙ୍ଗଳ କାମନାକାରୀ ଓ ଦଳିତ ଉପେକ୍ଷାକାରୀ ନଥିଲେ । ସେହି ରାମ, ମୁସଲମାନ, ଖ୍ରୀଷ୍ଟିଆନ, ହିନ୍ଦୁ, ଶିଖ୍ ବୁଦ୍ଧ ସବୁ ବିଚାରକୁ ସମ୍ମାନ ଦେଉଥିବା ଶାସକ ଥିଲେ । ମୁସଲମାନ ମାନଙ୍କ ଆରାଧ୍ୟସ୍ଥଳୀ ଭାଙ୍ଗି ନିଜପାଇଁ ସୁନ୍ଦର ଅତିକାୟ ମନ୍ଦିର ଇଚ୍ଛା କରୁ ନଥିଲେ ।

ରାମଧୁନ୍ ପଠନ କରି ହୃଦୟଙ୍ଗମ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହିଁ ଗାନ୍ଧି ବିଚାରବୋଧର ଉତ୍ତମ ଦାୟାଦ ।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.