Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ଛାଡି ବିଜେପି ଯାଇଥିବା ନେତାଙ୍କ ଅବସ୍ଥା ; ନା ଏ କୁଳର ନା ସେ କୁଳର
ବିଶେଷ ଖବର

ବିଜେଡି ଛାଡି ବିଜେପି ଯାଇଥିବା ନେତାଙ୍କ ଅବସ୍ଥା ; ନା ଏ କୁଳର ନା ସେ କୁଳର

October 12, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଛାଡି ବିଜେପି ଯାଇଥିବା ନେତାଙ୍କ ଅବସ୍ଥା ; ନା ଏ କୁଳର ନା ସେ କୁଳର

କେଦାର ମିଶ୍ର 

 ବିଜେପୁର ଉପ ନିର୍ବାଚନରେ ଓ ତା ପୂର୍ବରୁ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ ରୁ ବଞ୍ଚିତ ହୋଇଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ଦଳ ତାଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗ ଏକ ପ୍ରକାର ଅରଣ୍ୟ ରୋଦନ ପାଲଟିଛି। ତାଙ୍କ ବିଳାପ ନା ବିଜେପି ଶୁଣୁଛି, ନା ଆଉ କାହା ପାଖରେ ତାଙ୍କୁ ସାନ୍ତ୍ଵନା ଦେବାର ସମୟ ଅଛି। ୨୦୧୮ରେ ସେ ଯେତେବେଳେ ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଲେ ଦେଇଥିଲେ ସେତେବେଳେ ତୁରନ୍ତ ତାଙ୍କୁ ବିଜେପୁର ଉପ ନିର୍ବାଚନ ଲାଗି ଟିକେଟ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ପାଣିଗ୍ରାହୀଙ୍କୁ ସେମି ଫାଇନାଲ ନିର୍ବାଚନରେ ମୁଖ୍ୟ ଖେଳାଳି ଭାବେ ମଇଦାନକୁ ଛାଡିଥିଲେ। ବିଜେପୁରରେ ଅଶୋକ ହାରିଲା ପରେ, ବିଜେପିରେ ତାଙ୍କର ଆବଶ୍ୟକତା ସରିଗଲା। ତାପରେ ତାଙ୍କୁ ଆଉ ଗୁରୁତ୍ଵ ଦେବାର କୌଣସି କାରଣ ବିଜେପି ପାଖରେ ନଥିଲା। ତେବେ ବିଜେଡି ଛାଡି ବିଜେପି ରେ ମିଶିଥିବା ଅଶୋକଙ୍କ ପରି ସବୁ ନେତାଙ୍କ ଅବସ୍ଥା ସମାନ। ସମସ୍ତଙ୍କ ଦଶା ସମାନ। ସେ ବିଜୟ ମହାପାତ୍ର ହୁଅନ୍ତୁ ଅବା ଦାମୋଦର ରାଉତ, ଅର୍ଜୁନ ଚରଣ ସେଠି ହୁଅନ୍ତୁ ଅବା ଜୟରାମ ପାଙ୍ଗି, ବିଜେପିରେ କେବଳ ଷ୍ଟେପିନି ହୋଇ ରହିବା ଛଡା ଏମାନଙ୍କର ଅନ୍ୟ କିଛି ଭୂମିକା ନାହିଁ।

ଅନେକ ବର୍ଷ ଆଗରୁ ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପିରେ ମିଶିଥିଲେ। ଓଡିଶା ରାଜନୀତିରେ ଏହି ଦୁଇ ନେତାଙ୍କ ସ୍ଥିତି ଅତ୍ୟନ୍ତ ଶକ୍ତିଶାଳୀ। ନବେ ଦଶକରେ ବିଜୟ ବାବୁ ଓଡିଶାର ଦ୍ଵିତୀୟ କ୍ଷମତାଶାଳୀ ନେତା ଥିବା ବେଳେ ଦିଲୀପ ରାୟ ଜାତୀୟ ସ୍ତରରେ ସବୁଠୁ ପ୍ରଭାବଶାଳୀ ଓଡିଆ ମନ୍ତ୍ରୀ ଥିଲେ। ବିଜେପିରେ ମିଶିଲା ପରେ ଏ ଦୁଇ ନେତାଙ୍କ ଅବସ୍ଥା କଣ ହେଲା ଓ ହେଉଛି, ସେକଥା ସମସ୍ତେ ଜାଣନ୍ତି। ଗୋଟେ ସମୟରେ ଏହି ଦୁଇ ଟାଣୁଆ ନେତା ବିଜେପି ତାଙ୍କୁ ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି ଅତ୍ୟନ୍ତ କ୍ଷୋଭର ସହିତ କହିଥିଲେ। ତା ସତ୍ତ୍ୱେ ବିଜୟ ମହାପାତ୍ର ବିଜେପିରେ ପଡି ରହିଲେ ଓ ପାଟକୁରା ନିର୍ବାଚନ ଲଢି ହାରିଲେ। ବାରମ୍ବାର ହାରିବା ପରେ ବିଜୟଙ୍କ ପ୍ରତି ବିଜେପିର କୌଣସି ଆକର୍ଷଣ ଆଉ ରହିନାହିଁ।

ବିଜେପି କେବେହେଲେ ଅନ୍ୟ ଦଳରୁ ଆସୁଥିବା ନେତାମାନଙ୍କୁ ଦଳ ଭିତରେ ଗୁରୁତ୍ଵ ଦିଏ ନାହିଁ। ଆଜି ମଧ୍ୟ ବିଜେପି ଭିତରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରଚଣ୍ଡ ପ୍ରଭାବ ରହିଛି ଓ ଦଳ ଭିତରେ ସଂଘ ମାର୍ଫତରେ ଆସିଥିବା ନେତାମାନେ ସବୁବେଳେ କ୍ଷମତା କେନ୍ଦ୍ରରେ ରହି ଆସିଛନ୍ତି। ଅନ୍ୟ ଦଳରୁ ଯେତେ ବଡ ନେତା ଆସିଲେ ମଧ୍ୟ ବିଜେପିରେ ସେମାନେ କୋଣଠେସା ହେବାକୁ ବାଧ୍ୟ। ଏହାର ସବୁଠୁ ବଡ ଉଦାହରଣ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ଗୋଟେ ସମୟରେ ଓଡିଶାର ସବୁଠୁ ପ୍ରଭାବଶାଳୀ ଆଦିବାସୀ ନେତା ଥିବା ଗିରିଧର ଏବେ ବିଜେପି ଅଫିସରେ ଚୌକି ଖଣ୍ଡେ ପାଉନାହାନ୍ତି। କଂଗ୍ରେସରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓ ପିସିସି ସଭାପତି ଭଳି ଉଚ୍ଚ ପଦବୀ ପାଇଥିବା ଗିରିଧର ଗମାଙ୍ଗ ଏବେ ବିଜେପିରେ ନିଜର ପରିଚୟ ହଜାଇ ଦେଇଛନ୍ତି।

ସମାନ ଅବସ୍ଥା ହୋଇଛି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ଅର୍ଜୁନ ଚରଣ ସେଠିଙ୍କର। ଦାମ ବାବୁ ଏବେ “ବିଜେପି ମୋତେ ଅଣଦେଖା କରୁଛି” ବୋଲି ଯେତେ ବିଳାପ କଲେ ମଧ୍ୟ ତାଙ୍କୁ ସାନ୍ତ୍ଵନା ଦେବାକୁ ବିଜେପି ଅଫିସରୁ ଫୋନ କଲ ଟିଏ ମଧ୍ୟ ଆସୁନାହିଁ। ନିର୍ବାଚନ ସମୟରେ ନବୀନ ବିରୋଧୀ ବଡତୁଣ୍ଡ ଭାବରେ ତାଙ୍କୁ ବ୍ୟବହାର କରି ସାରିଲା ପରେ ଏବେ ବିଜେପିରେ ଦାମଙ୍କ ଆବଶ୍ୟକତା ଆଉ ନାହିଁ। ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବରେ ସାମିଲ ହେବାକୁ ଯେଉଁ ବିଜେଡି ନେତାମାନେ ରାମ ମନ୍ଦିର ପାଖ ଅଫିସ କୁ ଯାଇଥିଲେ, ଏବେ ସେମାନେ ସବୁ ଅଲୋଡା। ସେମାନଙ୍କ ବିଳାପ ଓ ପ୍ରଳାପ ଏବେ ଆଉ ଖବର ମଧ୍ୟ ନୁହେଁ।

ତେବେ ଏହାର ଠିକ ବିପରୀତ ସ୍ଥିତି ବିଜେପି ଛାଡି ବିଜେପିରେ ମିଶିଥିବା ନେତାଙ୍କର ହୋଇଛି। ଠିକ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ମିଶିଥିବା ତୁଷାରକାନ୍ତି ବେହେରା ଓ ରଘୁନନ୍ଦନ ଦାସ ମନ୍ତ୍ରୀ ହୋଇଥିବା ବେଳେ ସୁବାସ ଚୌହାନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି। ବିଜେଡି ଭିତରେ ଯେହେତୁ କୌଣସି ବୈଚାରିକ ଆଧାର ନାହିଁ, ତେଣୁ ଏଠି ଯିଏ ଯେଉଁ ଦଳରୁ ଆସିଲେ ମଧ୍ୟ ଅସ୍ପୃଶ୍ୟ ହେବାର ସମ୍ଭାବନା ନାହିଁ। ପ୍ରଶାନ୍ତ ନନ୍ଦ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ଭାଗିରଥି ସେଠି, ବିକ୍ରମ ପଣ୍ଡାଙ୍କ ଭଳି ଅନ୍ୟ ଦଳରୁ ଆସି ବହୁ ନେତା ଏବେ ବିଜେଡ଼ିର ସାଂସଦ ବା ବିଧାୟକ ଭାବରେ ରହିଛନ୍ତି। ହେଲେ ଏହି କଥା ବିଜେପିରେ ଘଟିବାର ସମ୍ଭାବନା ଆଦୌ ନାହିଁ।

ତେବେ ଏଥିରେ ଏକମାତ୍ର ବ୍ୟତିକ୍ରମ ହେଉଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କୁ ବିଜେପିର ଜାତୀୟ ରାଜନୀତିରେ କିଛିଟା ପ୍ରଭାବଶାଳୀ ଆସନ ମିଳିଛି। ତେବେ ଏହାର କାରଣ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ନୂଆ ରଣନୀତି। ସଂଘ ଏବେ ଅଧିକରୁ ଅଧିକ କର୍ପୋରେଟ ନେତାଙ୍କୁ ନିଜ ବଳୟରେ ରଖିବାର ଉଦ୍ୟମ କରୁଛି। ମୋହନ ଭାଗବତଙ୍କ ନେତୃତ୍ବରେ ସଂଘର ଏହା ଏକ ବଡ ନୈତିକ ପରିବର୍ତ୍ତନ ବୋଲି କୁହାଯାଇପାରେ। ପୂର୍ବରୁ କର୍ପୋରେଟ ସହିତ ସଂଘ ନିର୍ଦ୍ଦିଷ୍ଟ ଦୂରତାରେ ରହୁଥିଲା ଓ କର୍ପୋରେଟ ଜଗତ ମଧ୍ୟ ସଙ୍ଘକୁ ଅବିଶ୍ଵାସ କରୁଥିଲେ। ଏବେ ଏହା ପରିବର୍ତ୍ତିତ ହୋଇ ସଂଘ ଭିତରେ ଅଧିକ କର୍ପୋରେଟ ନେତାଙ୍କ ପ୍ରଭାବ ବଢିଛି। ବୈଜୟନ୍ତ ସେହି ଦୃଷ୍ଟିରୁ ଏବେ ସଂଘର ନିକଟବର୍ତ୍ତୀ ହୋଇଛନ୍ତି। ତେବେ ଆଜି ମଧ୍ୟ ବିଜେପି ସରକାର ବା ଦଳ ଭିତରେ ବୈଜୟନ୍ତଙ୍କ ଭୂମିକା ତୃତୀୟ କିମ୍ବା ଚତୁର୍ଥ ଧାଡିରେ ରହିଛି।

ବିନା ଖାକି ପ୍ୟାଣ୍ଟରେ ବିଜେପିକୁ ଆସି ରାଜନୈତିକ ସଫଳତା ପାଇବା ସମ୍ଭବ ନୁହେଁ, ଏକଥା ଦଳ ବଦଳକାରୀ ନେତାଏ ଭଲ ଭାବରେ ବୁଝିଯିବା ଉଚିତ। ନଚେତ ଅଶୋକ ପାଣିଗ୍ରାହୀ ବା ଦାମୋଦର ରାଉତଙ୍କ ପରି ଅରଣ୍ୟ ରୋଦନ କରିବା ହିଁ ସେମାନଙ୍କର ଭାଗ୍ୟଲିପି ବୋଲି କୁହାଯିବ!!

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.