Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅକ୍ଷୟ ମହାନ୍ତି; ବିବିଧତା ଓ ବହୁବର୍ଣ୍ଣର ସେ ଗାୟକ, କଳଙ୍କର ଟୀକା ପିନ୍ଧିଥିବା ସେ ନାୟକ
ବିଶେଷ ଖବର

ଅକ୍ଷୟ ମହାନ୍ତି; ବିବିଧତା ଓ ବହୁବର୍ଣ୍ଣର ସେ ଗାୟକ, କଳଙ୍କର ଟୀକା ପିନ୍ଧିଥିବା ସେ ନାୟକ

October 12, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ 

ମଲାଜହ୍ନ (ଚକୋରୀ ଝରାନା ଲୁହ ଜୋଛନା ରାତି) , କିଏ କାହାର, ସଂସାର (ବୋଉଲୋ ହେବିନାହିଁ ବାହା ହେବିନାହିଁ) , ଯାଯାବର (ଗାଡି ଚାଲେ ପଛେଇ), ନାଗଫାଶ (ନଦୀ ଫେରେ ସାଗରକୁ) , ତଅପୋଇ (ସାତ ଦରିଆ ପାରେ), ଝିଲିମିଲି (ବଧୁ ହସେ ମଧୁ ମଧୁ), ନିଝୁମ ରାତିର ସାଥୀ, କିଏ ଜିତେ କିଏ ହାରେ, ଶ୍ରୀଜଗନ୍ନାଥ (ନାଁ ତା’ର ଲଳିତା), ଅଶାନ୍ତ ଗ୍ରହ, ସ୍ବପ୍ନସାଗର (ଚିଠି ମୋର ଟିକି ଚଢେଇ), ଦଣ୍ଡା ବାଳୁଙ୍ଗା (ସହରରେ ଲାଗିଯିବ ନିଆଁ), ଜଗା ହାତରେ ପଘା(ରୁପା ଶଗଡିରେ), ଶଙ୍ଖା ସିନ୍ଦୁର, ମମତା ମାଗେ ମୁଲ, ନଳ ଦମୟନ୍ତି, ଚକା ଭଉଁରୀ (ସ୍ମତି ଏକ ରୁପା ଜହ୍ନ), ସବୁ ମାୟାରେ ବାୟା (ମୁଁ ଯେ ଦେଖିଲି ସେଦିନ), ଏଇ ଆମ ସଂସାର, ବଧୂ ନିରୁପମା, ତୁଣ୍ଡ ବାଇଦ (ଗଡି ଗଡି ଯାଏ ଶଗଡ), ଜୋର୍ ଯାର ମୁଲକ ତାର, ଥିଲି ଝିଅ ହେଲି ବୋହୁ, ସୁନା ଚଢେଇ, ଏମିତି ୭୫ଟି ଓଡିଆ ଚଳଚିତ୍ରରେ ସେ ଗୀତ ଗାଇଛନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି। ବୋଧହୁଏ ଏହି ସଂଖ୍ୟା ଦୄଷ୍ଟିରୁ ଓଡିଆରେ ତାଙ୍କ ପାଖ ଆଖ କେହି ନାହାନ୍ତି ।

ତା’ଛଡା ତାଙ୍କ ଫିଲିମ୍ ଗୀତଠାରୁ ତାଙ୍କ ଅଣଫିଲିମ ଗୀତ କମ୍ ଲୋକପ୍ରିୟ ନଥିଲା । ତାଙ୍କ ବିନା ଓଡିଶାରେ ଦଶହରା ପୁଜା ଛୁଟି ଆଉ ପୁଜା ଛୁଟି ଭଳି ଲାଗୁନି । ଏଚ୍.ଏମ୍.ଭି ସହ ୨୦ ବର୍ଷର ଚୁକ୍ତି ଥିଲା । ପ୍ରତି ବର୍ଷ ପୂଜା ପୂର୍ବରୁ ସେ କଲିକତା ଯାଇ ପୂଜା ରେକର୍ଡ ବନାଉଥିଲେ । ସେହି ଗୀତ ମଧ୍ୟରୁ ଗୋଟିଏ ଥିଲା ‘ଯା ରେ ଭାସି ଭାସି ଯା ‘। ସେତେବଳେ ଅଧିକାଂଶ ପ୍ରେମଗୀତ ପ୍ରକୄତି ସହିତ ଯୋଡି ହେଉଥିଲା, ସେ ସାହିର ଲୁଧିଆନଭିଙ୍କ ରଚନା ହେଉ କି ଓଡିଆରେ ଲେଖା ହେଉଥିବା ଗୀତ । ଦେଖନ୍ତୁ, ଏକ କାଳ ଜୟୀ ପ୍ରେମ ନିବେଦନ ଗୀତ ସହ ସେ କେମିତି ଓଡିଶାର ପ୍ରାଣ ମହାନଦୀକୁ ଯୋଡିଦେଲେ । ଅକ୍ଷୟ ମହାନ୍ତି ଓ ମାୟାଧର ମାନସିଂଙ୍କ (ମହାନଦୀରେ ଜ୍ୟୋତ୍ସ୍ନା ବିହାର) ବିନା ମହାନଦୀ, ମହାନଦୀ ନୂହେଁ । ଆଉ ଯିଏ ଯାହା କହୁ ମୁଁ ମାନିବି ନାହିଁ । ମୋ ମାନିବାରେ ଏ ଗୀତଠାରୁ ଅଧିକ ଲୋକପ୍ରିୟ ଗୀତ ଆଜି ପର୍ଯ୍ୟନ୍ତ ଓଡିଆରେ ହୋଇନାହିଁ । ଏ ପୂଜା ଗୀତ ମଧ୍ୟରେ ଆସିଛି ‘ଆଲୋ ମଣି’, ‘ବା ବାରେ କେପିଟାଲ’, ‘ସ୍ନେହର ବାସନ୍ତି’, ‘ନଣ୍ଡାମୁଣ୍ଡିଆ ଡାଇଭର’, ‘ଯେତେଥର ଘରକୁ ଗଲି ଦେଖା ହେଲା ନାହିଁ’, ‘ପ୍ରେମର ଫରମୁଲା’, ‘ରଜାଝିଅ ସଙ୍ଗେ’, ‘ମୋତେ ସାରିଲା ସାରିଲା ତୋ ନାକର ଗୁଣା’ …. ଏମିତି ଶହ ଶହ ଗୀତ ।

ସତୁରୀ ଦଶକରେ କେତେକ କହୁଥିଲେ ଖୋକାଭାଈଟା ଖାଲି ଅଭଦ୍ର ଗୀତ ଗାଉଛି । ଅସଲରେ ସେ ଅଭଦ୍ର ଗୀତ ଗାଉ ନଥିଲେ, ତାଙ୍କ ଗୀତରେ କଞ୍ଚା ଓଡିଆ ଶବ୍ଦ ରହୁଥିଲା । ଉଦାହରଣ , ତୋ ଦିଅର ଟିଣିଟିଣା ନାକର ଗୁଣା ଗୀତରେ ସେ ଟିଣିଟିଣା ନଗାଇ ବଦରାଗି ଗାଇ ପାରିଥାନ୍ତେ । ମାଗୁର ନିଶୁଆ କିଲିନର୍ …ଘୁଙ୍ଗୁରୁବାଳିଆ କଣ୍ଡକ୍ଟର ..

କିନ୍ତୁ ଗମ୍ଭୀର ଗୀତ । ଓ ହୋ ହୋ ହୋ.

ସ୍ମୄତି ତୁମେ
ଚକୋରୀ ଝରାନା ଲୁହ
ହେ ଫଗୁଣ  ତୁମେ ଗଲା ପରେ ପରେ

ପିଲାଙ୍କ ପାଇଁ –

ମଣ୍ଡା ପିଠା ଗୋଲ ଗୋଲ
ଚାଲ ଯିବା ଚଣ୍ଡିଖୋଲ ।

ଟୁଆଁ ଟୁଇଁ । ତମେ ମତେ ଦେବ ଭୋଟ ମୁଁ ତମକୁ ଦେବି ଭୋଟ ।

ଅଭିମାନ ଥିଲା ତାଙ୍କର ଭୂଷଣ। ବେଳେ ବେଳେ ଏକବାଗିଆ ଆଉ ଜିଦଖୋର। ତାଙ୍କ ସମସାମୟିକ ଅନେକଙ୍କୁ ସେ ପାସଙ୍ଗରେ ପକାଇ ନାହାନ୍ତି। ହେଲେ  କାଳିଚରଣ ପଟ୍ଟନାୟକ, ବାଳକୄଷ୍ଣ ଦାସ ଓ ନିମେଇ ହରିଚନ୍ଦନଙ୍କୁ ମାନୁଥିଲେ । କାର୍ତ୍ତିକ ପୁର୍ଣିମା ପୂରୀ ଭଜନ ସମାରୋହକୁ ସମସ୍ତେ ଆସନ୍ତି । ସେ ଆସନ୍ତି ନାହିଁ । ତାଙ୍କର ଅଲଗା ସନ୍ଧ୍ୟା । ଦେବ ଦୀପାବଳୀକୁ । ଧୋତି ଚନ୍ଦନର ସହ ଜଗନ୍ନାଥ ଦର୍ଶନ ସାରି ଗୋଟିକ ପରେ ଗୋଟିଏ ଭଜନ ଗାଆନ୍ତି । ସେଦିନ ଆମେ ଯେତେ ହୁଇସିଲ୍ ମାରି ମଣି ଗୀତ ଗାଇବାକୁ ତାଙ୍କୁ ଅନୁରୋଧ କଲୁ, ସେ ଶୁଣିଲେ ନାହିଁ । ନିଜ ସଂଗୀତ ନିର୍ଦ୍ଦେଶନାରେ ସେ କେବଳ ନିଜେ ଗାଉଥିଲେ । ପ୍ରଣବ ପଟ୍ଟନାୟକଙ୍କୁ ଯେଉଁ ଦୁଇ ତିନିଟା ଗୀତ ଦେଇଛନ୍ତି ସେସବୁ ବିଶୁଦ୍ଧ ମୁକ୍ତା ।

ନକର ନକର ମନ ତିଳେ ଭାବନା ।
ହାଏ ସେ ହରିଣୀ ଆକ୍ଷି ।

ସମ୍ବଲପୁରୀ :
ଯାଇ ଫୁଲରେ
ଢୁଲ ପାରେ ବଜା ଆରେ ବଜନିଆ

ଗାଥା :
କାଞ୍ଚି ଅଭିଯାନ
କୋଣାର୍କ ଗାଥା
ପେଟେଣ୍ଟ ମେଡିସିନ

ପ୍ରତିବର୍ଷ ଜନ୍ମାଷ୍ଟମୀକୁ ଆକାଶବାଣୀରୁ ଶ୍ରୀକୄଷ୍ଣ ଜନ୍ମ ଗିତିନାଟ୍ୟ ପ୍ରସାର ହେଉଥିଲା । ବୈଷ୍ଣବ ପାଣିଙ୍କ ରଚନାକୁ ଗୋପାଳ ଛୋଟରାୟ ନାଟ୍ୟରୁପାନ୍ତର କରିଥିଲେ । ଓଡିଶାର ସମସ୍ତ ଆଗଧାଡିର ଗାୟକ ଗାୟିକା ସେଥିରେ କଣ୍ଠଦାନ କରିଥିଲେ । ତା’ ଭିତରୁ ମୋର ସବୁଠାରୁ ପସନ୍ଦ ଥିଲା – ମଥୁରା କଟକ ହାଟ ହୋ । ଏହାକୁ ଖୋକା ଭାଈ ଗାଇଥିଲେ ।

ଆଉ ଭଜନ ?

ସାଲବେଗଙ୍କ ପ୍ରାୟ ସମସ୍ତ ରଚନାକୁ ସେ ଗାଇଥିଲେ ଖଞ୍ଜଣିର ସହ । ସେ ଗାଇଥିବା ‘ଏକା ତୋ ଭକତ ଜୀବନ’କୁ ପରେ ଯେତେବେଳେ ଭିକାରୀ ବଳ ଭକ୍ତ ସାଲବେଗ ଫିଲିମ୍ ପାଇଁ ଗାଇଲେ ସେତେବେଳେ ଅକ୍ଷୟ ମହାନ୍ତି ଏହାକୁ ସମାଲୋଚନା କରି କହିଥିଲେ “ଛି, ପଇସା ପାଇଁ ମୁଁ ସାଲବେଗଙ୍କ ରଚନାକୁ ବମ୍ବେୟା ଷ୍ଟାଇଲରେ ଗାଇବି ?”

ଅକ୍ଷୟ ଥିଲେ ଖାଣ୍ଟି ଓଡିଆ । କୌଣସି ବୟସ, ଜାତି, ଅଞ୍ଚଳ ଭିତରେ ତାଙ୍କର ସୄଷ୍ଟି ସୀମିତ ନଥିଲା । ତାଙ୍କ ଗୀତ ଗାଇବା ଅତି ସହଜ । ସମସ୍ତେ ଗୁଣୁଗୁଣୁ କରୁଥିଲେ । ସେ ଥିଲେ ନିଖିଳ ଓଡିଶା ସଂସ୍କୄତିର ରକ୍ଷକ । ଆଜିକାଲି କୁଆଡେ ଭାଷା ଆଇନ୍, ସାଇନ୍ ବୋର୍ଡ ଭିତରେ ଓଡିଆ ଭାଷା ଓ ସଂସ୍କୄତିକୁ ବଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି ।

ଆଜି ଖୋକାଭାଈଙ୍କ ଜନ୍ମଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ତମେ କେତେବେଳେ ବୁଢା ହୋଇଥିଲ ମୁଁ ଜାଣି ପାରି ନଥିଲି । ଖୋକାଭାଈ ତମେ ଫେରି ଆସ । ସଂସ୍କୄତିର ଏହି ଲିଲିପୁଟମାନେ ବହୁତ କଷ୍ଟ ଦେଲେଣି ।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.