Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଈ, ମଶା ଓ ଅସରପାଙ୍କୁ ନେଇ ଚାଲିଛି କୋଣାର୍କ ଯାତ୍ରୀ ନିବାସ, ଏଥିରେ ଓଡିଶାର ଛବି ଉଜ୍ଜଳ ହେବ କେମିତି?
ବିଶେଷ ଖବର

ଉଈ, ମଶା ଓ ଅସରପାଙ୍କୁ ନେଇ ଚାଲିଛି କୋଣାର୍କ ଯାତ୍ରୀ ନିବାସ, ଏଥିରେ ଓଡିଶାର ଛବି ଉଜ୍ଜଳ ହେବ କେମିତି?

January 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ଚାରି ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। ଚନ୍ଦ୍ରଭାଗା କବିତା ଉତ୍ସବ ନାଁରେ ଆମେ କୋଣାର୍କର କଳାକୃତି, ଓଡିଆ କବିତା ଓ ଜନଜୀବନକୁ ନେଇ ଏହି ଉତ୍ସବରେ ଆଲୋଚନା କରିଥାଉ। ଓଡିଶାର ସର୍ବ ବରିଷ୍ଠ ଲେଖକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହେଉଥିବା ଏହି ଉତ୍ସବର ସ୍ଵାଭାବିକ ସ୍ଥାନ ହେଉଛି କୋଣାର୍କ ଯାତ୍ରୀ ନିବାସ। କୋଣାର୍କ ମନ୍ଦିର ସାମ୍ନାରେ ରହିଥିବା ଓ ଓଡିଶା ସରକାରଙ୍କ ପର୍ୟଟନ ବିକାଶ ନିଗମ ସ୍ଵାରା ପରିଚାଳିତ ଏହି ଯାତ୍ରୀ ନିବାସ ଓ ପାନ୍ଥ ନିବାସ ଆମର ନିୟମିତ ଆକର୍ଷଣ ହୋଇ ରହିଆସିଛି।

ତେବେ ଏ ଯାତ୍ରୀ ନିବାସରେ କୋଣାର୍କ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ କିଛି ସୁଖଦ ଅନୁଭୂତି ଅଛି କି? ଆଜି ଯେତେବେଳେ ଆମେ ନୂଆ ଓଡିଶା ଏବଂ ବ୍ରାଣ୍ଡ ଓଡିଶାର କଥା କହୁଛୁ, ସେତେବେଳେ ଓଡିଶାର ସବୁଠୁ ବଡ ଐତିହ୍ୟ ସମ୍ପଦ କୋଣାର୍କକୁ ଆମେ କେମିତି ଦେଖୁଛୁ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। କୋଣାର୍କ ଯାତ୍ରୀ ନିବାସର ପରିସର ବେଶ ବ୍ୟାପକ। ଏହାର ବାହାର ପରିବେଶ ସୁନ୍ଦର। ହେଲେ ଏହାର କୋଠରି ଗୁଡିକ ଭୁତ କୋଠିଠୁ ବି ଭୟଙ୍କର। ତେବେ ଏ ସବୁ କୋଠରୀର ଦୈନିକ ଭଡା କିଛି କମ ନୁହେଁ। ୨୪ ଘଣ୍ଟାର ରହଣି ରେ  ସୁଟ ପାଇଁ ୩୭୦୦, ଡିଲକ୍ସ କୋଠରୀ ପାଇଁ ୨୩୦୦ ଓ ସାଧାରଣ କୋଠରୀ ଲାଗି ୧୨୦୦ ଟଙ୍କାର ଭଡା ଦେବାକୁ ପଡିଥାଏ। ଡିସେମ୍ବର ମାସରେ ଏ ଭଡା ଟିକେ ଅଧିକ। ଏ ଭଡା କୌଣସି ଦୁଇ/ତିନି ତାରକା ହୋଟେଲ ଠାରୁ କମ ନୁହେଁ। କିନ୍ତୁ ଏଇ କୋଠରୀ ସବୁ ଏତେ ଦୟନୀୟ କାହିଁକି?

ମୁଁ ରହୁଥିବା ୩୦୯ ନମ୍ବର କୋଠରୀ କୁ ପଶୁ ପଶୁ ମଶା ଓ ଅସରପାଙ୍କ ସ୍ଵାଗତ ମୋତେ ସତର୍କ ହେବାକୁ ବାଧ୍ୟ କରିଥିଲା। କୋଠରୀ ରେ ଥିବା ଏୟାର କାଣ୍ଡିସନର ଉପରେ ଦୁଇଟି ଛୋଟ ଛୋଟ ଉଈ ହୁଙ୍କା। କହିବା ବାହୁଲ୍ୟ ଯେ ଏସି କାମ କରୁନଥିଲା କି କରିବାର ସମ୍ଭାବନା ମଧ୍ୟ ନଥିଲା। ଯାହାହେଉ ଶୀତ ଦିନେ ସେ କିଛି ସମସ୍ୟା ନୁହେଁ। ଏସି ସହିତ କୋଠରୀର ପ୍ରତ୍ୟେକ କୋଣରେ ଅସଂଖ୍ୟ  ଉଈ ହୁଙ୍କା।    ଝରକାରେ ଲାଗିଥିବା ପରଦା ହଠାତ ଖସିଆସି ବାଜିଲା ମୋ ଗୋଡରେ। ସେ ପରଦା ଆଉ ଥରେ ଲାଗିବାର ସମ୍ଭାବନା ଦିଶୁନଥିଲା। ଗାଧୁଆ ଘର ଅବସ୍ଥା ନ କହିଲେ ଭଲ। ଅନେକ ବନ୍ଧୁଙ୍କର ଅଭିଯୋଗ ଥିଲା ତାଙ୍କ କୋଠରୀର ଗୀଜର କାମ କରୁନାହିଁ। ପାଣି ପାଇପ ସବୁ କଳଙ୍କି ଲଗା ଓ ଅନେକ ଅକାମୀ। କୋଠରୀରେ ପାଣି ଟୋପେ ପାଇବାକୁ ହେଲେ ଆପଣଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡିବ। ଅଦ୍ଭୁତ, ଅଣ ପେଶାଦାର ଓ ନିହାତି ରହିବା ଅନୁପଯୋଗୀ ଏମିତି ଏକ ଯାତ୍ରୀ ନିବାସର ଦାୟିତ୍ଵ ଓଡିଶା ସରକାର ଚଳାଉଛନ୍ତି, ଏକଥା ଜାଣିଲା ପରେ ମୁମ୍ବାଇ ରୁ ଆସିଥିବା ଆମର ଜଣେ ବିଶିଷ୍ଟ ଇଂରାଜୀ କବି ବନ୍ଧୁ ଅଶ୍ବିନୀ କୁମାର କହିଲେ- ନା, ବିଶ୍ଵକପ ହକି ଆୟୋଜନ କରୁଥିବା ଗୋଟେ ସରକାରଠୁ ଏ ପ୍ରକାର ପରିଚାଳନା ଆଶା କରାଯାଇ ପାରେନା।

ଯାତ୍ରୀ ନିବାସର ପରିଚାଳନାକୁ ନେଇ ସମସ୍ୟାର ତାଲିକା ବହୁତ ଲମ୍ବା। ଆଜିକାଲି କୌଣସି ୩୦୦ ଟଙ୍କିଆ ହୋଟେଲକୁ ଗଲେ ସେ ଆପଣଙ୍କୁ ମାଗଣା ରେ ୱାଇ ଫି ସୁବିଧା ଦେବା କିନ୍ତୁ ତିନି ହଜାର ଟଙ୍କିଆ କୋଠରୀ ରେ ଇଣ୍ଟର୍ନେଟ ସେବା ଉପଲବ୍ଧ ନାହିଁ। ଏତେ ଟଙ୍କା ଦେଇ ଯେଉଁ ପର୍ୟଟକ ଯାତ୍ରୀ ନିବାସରେ ରହିବ, ତାର ଅନୁଭବ ଏତେ ତିକ୍ତ ଓ ବିରକ୍ତିକର ଯେ, ସେ ହୁଏତ ପୁଣି ଥରେ କୋଣାର୍କ କଥା ଭାବିବାକୁ ଡରିବ।

ଆମେ ଏ ରାଜ୍ୟର ସବୁଠୁ ବଡ ପର୍ୟଟନ କ୍ଷେତ୍ରର ଯାତ୍ରୀ ନିବାସଟିକୁ ସାଧାରଣ ସୁବିଧା ଦେଇ ପରିଚାଳିତ କରିବାରେ ଯଦି ବିଫଳ, ତାହେଲେ, କେଉଁ ମୁହଁ ରେ ଆମେ ବିକଶିତ ଓଡିଶା, ବ୍ରାଣ୍ଡ ଓଡିଶା ବା ମେକ ଇନ ଓଡିଶାର କଥା କହିବା?

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.