Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫୁଟପାଥରେ ବର୍ଷା ଓ ଶୀତର ଜୀବନ, ଆଗାମୀ ଦିନର ସୈନିକଙ୍କ ଲାଗି ଏ ଅମାନବୀୟ ବ୍ୟବହାର କାହିଁକି?
ବିଶେଷ ଖବର

ଫୁଟପାଥରେ ବର୍ଷା ଓ ଶୀତର ଜୀବନ, ଆଗାମୀ ଦିନର ସୈନିକଙ୍କ ଲାଗି ଏ ଅମାନବୀୟ ବ୍ୟବହାର କାହିଁକି?

October 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତ ରବିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ରହିଥିବା ଭାରତୀୟ ସେନାବାହିନୀର ୧୨୦ ବାଟାଲିୟନ ସାମ୍ନାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅନେକାଂଶରେ ଆମର ବିବେକକୁ ଲହୁ ଲୁହାଣ କରିବାକୁ ବାଧ୍ୟ। ପ୍ରବଳ ବର୍ଷାରେ ହଜାର ହଜାର ଯୁବକ ରାଜଧାନୀର ରାଜରାସ୍ତାରେ ଠିଆ ହୋଇ ରହିଥିଲେ। ଓଡିଶାର ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ପ୍ରାୟ ପାଞ୍ଚ ହଜାର ପିଲା ସୈନିକ ପରୀକ୍ଷା ଦେବାକୁ ୧୨୦ ବାଟାଲିୟନ ଓ ଏହାର ଆଖ ପାଖରେ ଭିଡ କରିଥିଲେ। ଏମାନଙ୍କ ରହିବା ଲାଗି ବା ପାଣି ଟୋପେ ପିଇବା ଲାଗି କୌଣସି ବ୍ୟବସ୍ଥା ନଥିଲା। ଦେଶର ସେନା ବାହିନୀରେ ଭର୍ତ୍ତି ହେବାକୁ ପରୀକ୍ଷା ଦେବାକୁ ଆମ ଦେଶର ସବୁଠୁ ଦୁର୍ବଳ ବର୍ଗର ପିଲାମାନେ ଆସିଥାନ୍ତି। ସେମାନଙ୍କୁ ସାମାନ୍ୟ ମଣିଷ ଭଳି ବ୍ୟବହାର ପ୍ରଦର୍ଶନ କରିବା ପ୍ରଶାସନର ଦାୟିତ୍ଵ ନୁହେଁ କି? ଏ ସମ୍ପର୍କରେ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, ଏ ପରୀକ୍ଷା ସମ୍ପର୍କରେ ୧୨୦ ବାଟାଲିୟନ କର୍ତ୍ତୃପକ୍ଷ ରାଜ୍ୟ ପୋଲିସକୁ କିଛି ଜଣାଇ ନଥିଲେ।

ଏଠି କହି ରଖିବା ଉଚିତ ହେବ ଯେ, ଖାଲି ଗତ ରବିବାର ନୁହେଁ, ଯେତେବେଳେ ବି ୧୨୦ ବାଟାଲିୟନର ପରୀକ୍ଷା ହୋଇଛି, ସେତେବେଳେ ଏମିତି ସମାନ ଅବସ୍ଥା ଦେଖିବାକୁ ମିଳିଛି। ପିଲା ଗତ ଡିସେମ୍ବର ମାସର ମଧ୍ୟ ଶୀତ କାକରରେ ଫୁଟପାଥରେ ଶୋଇ ପଡିଥିଲେ। ଆମ ସହର ଗୁଡିକ ମାତ୍ରାଧିକ ବିଳାସୀ ଓ ଥିଲାବାଲାଙ୍କର ଜାଗା ପାଲଟି ଯାଉଛି। ପଇସା ନଥିବା ଲୋକ ପାଇଁ ଆମ ସହର ଗୁଡିକରେ କୌଣସି ଜାଗା ନାହିଁ। ବଡ ବଡ ହୋଟେଲ ବା ଲଜରେ ରହିବା ଲାଗି ବେକାର ପିଲାଏ ପଇସା ଯୋଗାଡ କରିବା ସମ୍ଭବ ନୁହେଁ। ଅଳ୍ପ ଦାମରେ ରାତ୍ରି ରହଣି ଲାଗି ଭୁବନେଶ୍ବରେ ଭଳି ସହରରେ କୌଣସି ବ୍ୟବସ୍ଥା ନାଇଁ। ଭୁବନେଶ୍ୱର ମହାନଗର ନିଗମ ତରଫରୁ ଯେଉଁ ସବୁ ରାତ୍ରି କାଳୀନ ଆଶ୍ରୟ ଗୃହ ନିର୍ମାଣ କରାଯାଇଛି, ସେସବୁ କେଉଁଠି ଓ କିପରି କାର୍ୟ କରୁଛି, ସେ କଥା କାହାକୁ ଜଣା ନାହିଁ।

ଯାତ୍ରୀ ଓ ପଥଚାରୀଙ୍କ ଲାଗି ସୁଲଭ ତଥା ସହଜ ରାତ୍ରି ଯାପନର ବ୍ୟବସ୍ଥା କରିବା ମାନବ ଅଧିକାର ଅନ୍ତର୍ଗତ ଏକ ବିଷୟ ହୋଇଥିଲେ ମଧ୍ୟ କୌଣସି ପୌର ନିଗମ ଏଥି ଲାଗି  ବ୍ୟବସ୍ଥା କରୁନାହାନ୍ତି। ଆଗରୁ ବିଭିନ୍ନ ସହରରେ ଧର୍ମଶାଳା ଓ ପାନ୍ଥଶାଳାର ଯେଉଁ ବ୍ୟବସ୍ଥା ଥିଲା ତାହା ଆସ୍ତେ ଆସ୍ତେ ବିଲୋପ ହୋଇ ଗଲାଣି। ଗରିବ ଲୋକଟିଏ ସହରକୁ ଆସିଲେ ସେ ରହିବ କେଉଁଠି? ଖାଇବ କଣ? ଓଡିଶା ସରକାରଙ୍କ “ଆହାର” ଯୋଜନାକୁ ନେଇ ଆମର ମଧ୍ୟବିତ୍ତମାନେ ଯେତେ ନାକ ଟେକିଲେ ମଧ୍ୟ ସହରକୁ ବିଭିନ୍ନ କାମରେ ଆସୁଥିବା ଗରିବଙ୍କ ଲାଗି ଏହା ବରଦାନ ସଦୃଶ।

ଯେଉଁ ପିଲାମାନେ ସେନାବାହିନୀରେ ଭର୍ତ୍ତି ହେବା ଲାଗି ଆବେଦନ କରିଥିବେ ଓ ଯେତେ ସଂଖ୍ୟକ ଆବେଦନକାରୀଙ୍କୁ ପରୀକ୍ଷା ଲାଗି ଡକା ହୋଇଥିବ, ସେମାନଙ୍କର ତାଲିକା ୧୨୦ ବାଟାଲିୟନ କର୍ତ୍ତୃପକ୍ଷଙ୍କ ପାଖରେ ନିଶ୍ଚୟ ରହିଥିବ। ପରୀକ୍ଷାର୍ଥୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାଲାଗି ପୋଲିସ, ପୌର ପ୍ରଶାସନ ଓ ସେନାବାହିନୀର ସ୍ଥାନୀୟ ଅଧିକାରୀଙ୍କ ଭିତରେ ଆଲୋଚନା ହାଇ ପାରିଥାନ୍ତା। ଅନ୍ତତଃ ସ୍କୁଲ ବା ଅନ୍ୟ କିଛି ସରକାରୀ ଅନୁଷ୍ଠାନରେ ଏ ପିଲାମାନେ ଗୋଟିଏ ରାତି ରହିବାରେ କିଛି ଅସୁବିଧା ନଥିଲା। ଏମିତି ନୁହଁ ଯେ ରାଜଧାନୀରେ ଭିତ୍ତିଭୂମି ନାହିଁ। ହଜାର ହଜାର ପିଲା ଶୀତ ବର୍ଷାରେ ଫୁଟପାଥରେ ଶୋଇ ରହିବାର ଦୃଶ୍ୟ, ଆମକୁ ଲଜ୍ଜିତ କରୁନାହିଁ କେମିତି?

ଗତ ରବିବାର ରାଜ ଭବନରୁ ଜୟଦେବ ବିହାର, ୧୨୦ ବାଟାଲିୟନରୁ ରେଳ ଷ୍ଟେସନ ତଥା ଏଜି ଛକରୁ ହାଉସିଂ ବୋର୍ଡ ପର୍ୟନ୍ତ କେଉଠି ଫୁଟପାଥରେ ପାଦ ଥୋଇବାକୁ ଜାଗା ନଥିଲା। ଭବିଷ୍ୟତରେ ସୈନିକ ହେବାର ଆଶା ବାନ୍ଧି ଯେଉଁ ପିଲାମାନେ ରାଜଧାନୀକୁ ଆସିଥିଲେ, ସେମାନଙ୍କ ପ୍ରତି ଆମର ଏ ପ୍ରକାର ବ୍ୟବହାର ବୋଧହୁଏ, ଆମ ଦେଶପ୍ରେମର ଏକ ଉଦାହରଣ ମାତ୍ର!!

Share. Facebook Twitter LinkedIn Email WhatsApp Copy Link

Related Posts

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.