Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆପଣ ବିଶ୍ଵାସ କରି ପାରିବେ ନାହିଁ…….. ବିଶ କରୋଡ, କୋଡିଏ କୋଟି ଟଙ୍କାର ବିକାଶ…………
ବିଶେଷ ଖବର

ଆପଣ ବିଶ୍ଵାସ କରି ପାରିବେ ନାହିଁ…….. ବିଶ କରୋଡ, କୋଡିଏ କୋଟି ଟଙ୍କାର ବିକାଶ…………

January 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଆରେ ଗୋଟେ କଥା ଅଛି- ନ ଦେଖିଲା ଲୋକ ଦେଖ, କଇଁଛ କାଢିଛି ବେକ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରେ ଆୟୋଜିତ ଏକ ସାଧାରଣ ସଭାରେ ଯାହା କହିଲେ, ସେଥିରେ ସେମିତି କିଛି ନୂଆ କଥା ନାହିଁ, ଯାହାକୁ ତର୍ଜମା ବା ସମୀକ୍ଷା କରା ଯାଇପାରିବ। ତେବେ ତିନି ସପ୍ତାହ ଭିତରେ କୋଡିଏ କୋଟି ଟଙ୍କାର ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଯେଉଁ ସ୍ଵରରେ ନିଜର ଢୋଲ ପିଟିଲେ, ତାକୁ ଦେଖି ନଦେଖିଲା ଲୋକ ଦେଖ କଥାଟି ଅଧିକ ମନେ ପଡୁଛି। ପ୍ରଧାନମନ୍ତ୍ରୀ କୋଡିଏ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପକୁ କଳ୍ପନାତୀତ ବୋଲି ଭାବୁଛନ୍ତି କାହିଁକି? ଓଡିଶାରେ ଏମିତି ଅନେକ ପ୍ରକଳ୍ପ ଚାଲିଛି ଯାହାର ମୂଲ୍ୟ 30 ହଜାର କୋଟି ରୁ 50 ହଜାର କୋଟି ପର୍ୟନ୍ତ ହୋଇପାରେ। କେନ୍ଦ୍ରୀୟ ବିଦ୍ୟାଳୟର କୋଠା, ପାସେଞ୍ଜର ଟ୍ରେନ, ମନ୍ଦିର ସଂରକ୍ଷଣ ଭଳି ଅତ୍ୟନ୍ତ ଗୌଣ ପ୍ରକଳ୍ପ ବିଷୟରେ ଏତେ ବଡ କରି କହିବାର ଅର୍ଥ ହେଉଛି, ପ୍ରଧାନମନ୍ତ୍ରୀଙ୍କ ପାଖରେ ଓଡ଼ିଶାକୁ ଦେବା ପାଇଁ ସେମିତି କିଛି ବଡକଥା ନାହିଁ।

ବଲାଙ୍ଗୀର ସଭାରେ ଖୁର୍ଦ୍ଧା ଓ ବାରିପଦା ସଭାର ପୁନରାବୃତ୍ତି ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ କେବଳ ନାମକୁ ମାତ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ କେବଳ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସର ସଲତନତ ବା ସାମ୍ରାଜ୍ୟ ବିରୋଧରେ ଏବେବି ମୋଦୀଙ୍କର ଆକ୍ରୋଶ ରହିଛି। ଯଦିଓ ଆଜି କଂଗ୍ରେସ ହାତରେ ସାମ୍ରାଜ୍ୟ ବା କ୍ଷମତା ଆଉ ନାହିଁ। ଦେଶର ୬ କୋଟି କଳା ବଜାରୀ ଓ ଦଲାଲଙ୍କୁ ଧରିବାରେ ମୋଦୀ ସଫଳତା ପାଇଛନ୍ତି ବୋଲି କହିଛନ୍ତି। ୟାର ଅର୍ଥ କଣ? ଏ ଦେଶର ୬ କୋଟି ଲୋକ କଳା ବଜାରୀ? ୬ କୋଟି ଦଲାଲଙ୍କର ଏକ ଦେଶ ବୋଲି ଭାରତକୁ କହିଲା ବେଳେ ସେମାନେ ସବୁ କିଏ ସେକଥା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ ହୋଇଥାନ୍ତା! ଓଡିଶାର ଲୋକ ସଂଖ୍ୟା ତୁଳନାରେ ଏ ଦେଶରେ ଦଲାଲଙ୍କ ସଂଖ୍ୟା ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଦଲାଲ ମାନେ ଏବେ ତାଙ୍କୁ ପଦବୀରୁ ହଟାଇବାକୁ ଏକଜୁଟ ହୋଇଛନ୍ତି ବୋଲି ଆମେ ମୋଦୀ ବିଳାପ ଶୁଣିବାକୁ ପାଇଲୁ।

ଏହି ବକ୍ତବ୍ୟରୁ ଆମେ କଣ ଏଇ ଅର୍ଥ କରିବା ଯେ ଯିଏ ମୋଦୀଙ୍କୁ ଭୋଟ ଦେଇନାହିଁ, ସେ ଦଲାଲ? ଗୋଟେ ଗଣତାନ୍ତ୍ରିକ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ନିଜ ଦେଶର ଛଅ କୋଟି ଲୋକଙ୍କୁ ଦଲାଲ ବୋଲି କହିବା ପଛରେ କିଛି ଠୋସ ପ୍ରମାଣ ରଖିଥିବା କଥା। ସେ ପ୍ରମାଣ ଦେବ କିଏ?

ତେବେ ଓଡିଶାରେ ଗତ ପନ୍ଦର ଦିନ ଭିତରେ ତିନୋଟି ସାଧାରଣ ସଭାରେ ମୋଦୀ ଦେଇଥିବା ଭାଷଣରୁ ଆମେ ଦେଶର ଭବିଷ୍ୟତ ରାଜନୀତି ବିଷୟରେ ଏକ ସ୍ପଷ୍ଟ ଚିତ୍ର ପାଇପାରିବା। ମୋଦୀଙ୍କ ଲାଗି ସିଧାସଳଖ କଂଗ୍ରେସ ହିଁ ପ୍ରତିପକ୍ଷ ଓ ଓଡିଶାରେ ବିଜେଡି ପରି ଆଞ୍ଚଳିକ ଦଳକୁ ସେ ନାରାଜ କରିବାକୁ ଚାହାନ୍ତି ନାହିଁ। ଏଇ ତିନୋଟି ଯାକ ସଭାରେ ପ୍ରଧାନମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନାମ ଉଚ୍ଚାରଣ ମଧ୍ୟ କରିନାହାନ୍ତି। ଓଡିଶାର ବିଜେପି ନେତାଏ ନବୀନଙ୍କ ବିରୋଧରେ ଯେତେ କଟୁ ଶବ୍ଦ ପ୍ରୟୋଗ କଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ନବୀନଙ୍କୁ ନିଜର ସବୁଠୁ ନିକଟରେ ରଖିବାକୁ ଚାହାନ୍ତି। ନିକଟରେ କେନ୍ଦ୍ର ଅର୍ଥ କମିଶନର ଅଧ୍ୟକ୍ଷ ନନ୍ଦକିଶୋର ସିଂ ଓଡିଶା ସରକାରଙ୍କୁ ପ୍ରଶଂସା ରେ ପୋତି ପକାଇବା ଓ ପ୍ରଧାନମନ୍ତ୍ରୀ ତିନୋଟି ଯାକ ଦଳୀୟ ସଭାରେ ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିବା, ଓଡିଶା ରେ ବିଜେପି ସ୍ଥିତି କୁ ଅଡୁଆ ରେ ପକାଇ ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026
Latest News

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026

ଆକାଶରୁ ମୃତ୍ୟୁର ବଜ୍ରାଘାତ: କୁଡିଆରେ ଆଶ୍ରୟ ନେଇ ଜୀବନ ହାରିଲେ ଦୁଇ ଜଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.