Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆମୋଡରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା : ଅପରାହ୍ନ ୫ଟା ସୁଦ୍ଧା ଆସିବ ଅନ୍ତିମ ଶୁଣାଣି
ବିଶେଷ ଖବର

ନୂଆମୋଡରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା : ଅପରାହ୍ନ ୫ଟା ସୁଦ୍ଧା ଆସିବ ଅନ୍ତିମ ଶୁଣାଣି

October 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଏହି ବିବାଦୀୟ ଜମି ମାମଲାର ଅନ୍ତିମ ଶୁଣାଣି ଆଜି କରିବା ପାଇଁ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଲଗାତାର ୩୯ଦିନର ଶୁଣାଣି ପରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଏହି ମାମଲାର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୂଚନା ଦେଇଛନ୍ତି। ଏହି ମାମଲାର ବିଚାର ପାଇଁ କୋର୍ଟଙ୍କର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇ ସାରିଛି ତେଣୁ ଅଧିକ ସମୟ ନଷ୍ଟ କରାଯିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବାର ଥିବାରୁ ଏହା ପୂର୍ବରୁ ଏହି ମାମଲାର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ମଙ୍ଗଳବାର ହିନ୍ଦୁଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କେ ପରସାରନ୍‌ ନିଜର ଯୁକ୍ତି ରଖିଥିଲେ। ରାମ ଜନ୍ମଭୂମି ହାସଲ ପାଇଁ ହିନ୍ଦୁ ମାନେ ଆବେଦନ କରି ଆସୁଛନ୍ତି। ରାମଙ୍କ ଜନ୍ମସ୍ଥାନକୁ ପରିବର୍ତ୍ତନ କରିହେବ ନାହିଁ କାରଣ ଏହା ହିନ୍ଦୁ ମାନଙ୍କ ଭାବାବେଗ ସହିତ ଜଡିତ। କେବଳ ଅଯୋଧ୍ୟାରେ୫୦ରୁ ୬୦ ମସ୍‌ଜିଦ୍‌ ରହିଛି ଯେଉଁଠି ମୁସଲିମ୍‌ ମାନେ ପ୍ରାର୍ଥନା କରିପାରିବେ ମାତ୍ର ରାମ ଜନ୍ମଭୂମିର ଉତ୍ପତ୍ତିକୁ ବଦଳା ଯାଇ ପାରିବ ନାହିଁ।

ହିନ୍ଦୁ ପକ୍ଷରୁ ରାମଲଲା ବିରାଜମାନର ଓକିଲ ସିଏସ୍ ବୈଦନାଥନ କହିଛନ୍ତି କି, ୧୮୫୭ରୁ ୧୯୩୪ ଯାଏଁ ବିବାଦୀୟ ସ୍ଥାନରେ ନମାଜ ପଢୁଥିଲେ ବୋଲି କୌଣସି ପ୍ରମାଣ ନାହିଁ। କିନ୍ତୁ ସେଠାରେ ଲଗାତର ପୂଜା କରି ଆସୁଥିଲେ ଏହାର ପ୍ରମାଣ ରହିଛି। ଅନ୍ୟ ପକ୍ଷରେ ମୁସ୍‌ଲିମ୍‌ ପକ୍ଷର ମାମଲା ପରିଚାଳନା କରୁଥିବା ରାଜୀବ ଧଓ୍ବନ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ୧୯୮୯ ପର୍ଯ୍ୟନ୍ତ ଏହି ସ୍ଥାନରେ ମସ୍‌ଜିଦ୍‌ ରହିଥିଲା। ୧୯୮୯ରେ ପ୍ରଥମ ଥର ପାଇଁ ରାମ ଜନ୍ମଭୂମି ଏବଂ ରାମ ମନ୍ଦିର ନିର୍ମାଣର ଦାବି ଉଠିଲା। ୧୯୯୨ମସିହାରେ ବାବ୍ରୀ ମସ୍‌ଜିଦ୍‌କୁ ଧ୍ବଂସ କରାଯାଇ ଏହା ଉପରେ ରାମ ମନ୍ଦିର ନିର୍ମାଣ ଅଯୌକ୍ତିକ ବୋଲି ଧଓ୍ବନ୍‌ ଯୁକ୍ତି କରିଥିଲେ। ଆଜି ଏହି ମାମଲାର ଅନ୍ତିମ ଶୁଣାଣି ସମୟରେ ମୁସଲି୍‌ମ ପକ୍ଷକାର ରାଜୀବ ଧାଓ୍ବନ୍‌ ନକ୍ସାକୁ ଫାଡି ଦେଇଛନ୍ତି। ତେବେ ହିନ୍ଦୁ ମହାସଭାଙ୍କ ନୂଆ ଦସ୍ତାବିଜ୍‌ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ମୁସଲିମ୍‌ ପକ୍ଷକାର ରାଜୀବ ଧଓ୍ବନ୍‌। ତେବେ ଦୁଇ ପକ୍ଷକାରଙ୍କ ଏପରି ଯୁକ୍ତି ଉପରେ ନାରାଜ ହୋଇଛନ୍ତି ସିଆଇଜେ। ତେବେ ସୁନ୍ନି ଓ୍ବାର୍କ ବୋର୍ଡ ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରାଯିବ ବୋଲି ମୁସଲିମ୍‌ ପକ୍ଷକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାମଜନ୍ମ ଭୂମି ବାବରୀ ମସଜିଦ୍‌ ବିବାଦ ବହୁ ବର୍ଷ ଧରି ନିର୍ମୋହି ଆଖଡ଼ା ଏବଂ ମୁସଲମାନ୍‌ ପକ୍ଷଙ୍କ ମଧ୍ୟରେ ଜାରି ରହିଛି। ୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ ନେଇ ଅଦାଲତରେ ହିନ୍ଦୁ ପକ୍ଷ ୭ ଲକ୍ଷ ୫୦ ହଜାର ଏବଂ ମୁସଲମାନ୍‌ ପକ୍ଷଙ୍କ ଦ୍ୱାରା ୫ ଲକ୍ଷ ମୋଟ ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋ କପି ଦାଖଲ କରାଯାଇଛି। ୨୦୦୨ରେ ଆହ୍ଲାବାଦ୍‌ ହାଇକୋର୍ଟରେ ବିବାଦୀୟ ଜମିକୁ ନେଇ ବିଚାର ଆରମ୍ଭ ହୋଇଥିଲା। ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ ନିର୍ମୋହି ଆଖଡ଼ା, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ରାମଲଲାଙ୍କ ମଧ୍ୟରେ ୨.୭୭ ଏକର ବିବାଦୀୟ ଜମିକୁ ସମାନ ଭାବେ ବାଣ୍ଟି ଦେଇଥିଲେ। ୨୦୧୧ରେ ସୁପ୍ରିମ୍‌କୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ୨୦୧୬ରେ ସୁବ୍ରମଣ୍ୟମ ସ୍ବାମୀ ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ ପାଇଁ ଆବେଦନ କରିଥିଲେ। ୨୦୧୮ରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ୨୦୧୯ ଅଗଷ୍ଟ ୬ରୁ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା।

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାକୁ ନେଇ ରାଜନୈତିକ ବାକ୍‌ବିତଣ୍ଡା ମଧ୍ୟ କମ୍‌ ନାହିଁ। ଚଳିତ ଲୋକସଭା ନିର୍ବାଚନରେ ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଆୟୁଧ କରିଥିବାବେଳେ ଆରଏସ୍‌ଏସ୍‌ ଓ ଶିବସେନା ରାମ ମନ୍ଦିର ନିର୍ମାଣ ନେଇ ସବୁବେଳେ ନିଜର ପକ୍ଷ ଜାହିର କରି ଆସିଛନ୍ତି। ନିକଟରେ ବିଜେପିର ସୁବ୍ରମଣ୍ୟମ୍‌ ସ୍ବାମୀ  ବହୁତ ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଥିଲେ। ତେବେ ବର୍ଷ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦରେ ଅନ୍ତିମ ରାୟକୁ ନେଇ ସାରା ଭାରତବାସୀ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅଯୋଧ୍ୟା ଜମିବିବାଦ ମାମଲାର ଅନ୍ତିମ ସପ୍ତାହ ଶୁଣାଣୀ ସମୟରେ ମୁଖ୍ୟ ବିଚାରାପତି ଆଜିର ଦିନରେ ଏହି ବିବାଦୀୟ ମାମଲାର ଅନ୍ତିମ ଶୁଣାଣି କରିବାକୁ ନେଇ ବହୁ ଚର୍ଚ୍ଚା  ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.