Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ଷୁଧାର୍ତ୍ତ ତାଲିକାରେ ଦକ୍ଷିଣ ଏସିଆରେ ସର୍ବନିମ୍ନ ସ୍ଥାନରେ ଭାରତ : ବିଶ୍ବ ମାନ୍ୟତାରେ ୧୦୨ ତମ ସ୍ଥାନରେ ଭାରତ
ବିଶେଷ ଖବର

କ୍ଷୁଧାର୍ତ୍ତ ତାଲିକାରେ ଦକ୍ଷିଣ ଏସିଆରେ ସର୍ବନିମ୍ନ ସ୍ଥାନରେ ଭାରତ : ବିଶ୍ବ ମାନ୍ୟତାରେ ୧୦୨ ତମ ସ୍ଥାନରେ ଭାରତ

October 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଶ୍ବ ଖାଦ୍ୟ ଦିବସରେ ପ୍ରକାଶ ପାଇଛି ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ । ଏହି ମାନକ ଅନୁଯାୟୀ ଭାରତ ଏହି ତାଲିକାରେ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଏପରିକି ଭାରତ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ସର୍ବନିମ୍ନ ସ୍ଥାନରେ ରହିଛି । ୧୧୭ଟି ରାଷ୍ଟ୍ରଙ୍କୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତ ୧୦୨ତମ ସ୍ଥାନରେ ରହିଛି । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ୯୪ ତମ ସ୍ଥାନରେ ରହିବା ସହିତ ଭାରତ ଠାରୁ ଆଗରେ ରହିଛି । ସେହିପରି ବ୍ରିକ୍‌ସ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ୫୯ତମ ସ୍ଥାନରେ ରହିଛି । ୨୦୧୫ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୯୩ ନମ୍ୱର ସ୍ଥାନରେ ରହିଥିଲା ।

୨୦୧୬ ରେ ଭାରତ ୯୭ତମ ସ୍ଥାନ, ୨୦୧୭ରେ ୧୦୦ତମ, ୨୦୧୮ରେ୧୦୩ତମ ଏବଂ ଚଳିତ ବର୍ଷ ୧୦୨ ନମ୍ୱର ସ୍ଥାନରେ ରହିଛି ଭାରତ । ସେହିପରି ଅପପୁଷ୍ଟି ଏବଂ ଶିଶୁ ମୃତ୍ୟୁକୁ ନେଇ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି । ଅପପୁଷ୍ଟି ଏବଂ ଶିଶୁ ମୃତ୍ୟୁରେ ଭାରତ ୪୯.୯ରୁ ମାତ୍ର ୩୫ ଅଙ୍କ ହାସଲ କରିଛି । ସେହିପରି ୨ ବର୍ଷରୁ କମ୍‌ ମାତ୍ର ୧୦ ପ୍ରତିଶତ ଶିଶୁଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳିଛି ।

ସୂଚନାଯୋଗ୍ୟ, ଭୋକରେ କେହି ରହିବେ ନାହିଁ ବୋଲି କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଛନ୍ତି । ହେଲେ ଏହାର ବାସ୍ତବ ସ୍ଥିତି କ’ଣ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଜଳବାୟୁ ପରିବର୍ତ୍ତନକୁ ନେଇ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ବିକାଶର ନାରା ଦେଇ କ୍ଷମତାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଏହି ରିପୋର୍ଟ କେନ୍ଦ୍ର ସରକାରର ବିକାଶ ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କଣ ଅଚ୍ଛେ ଦିନ୍‌ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରକାଶ କରିଛନ୍ତି । ସେହିପରି କପିଲ୍‌ ଶିବଲ୍‌ ଏହି ରିପୋର୍ଟକୁ ଦେଖି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ସରକାର ରାଜନୀତି ଅପେକ୍ଷା ଶିଶୁଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍‌ ।

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.