Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମଙ୍କ ରାଜନୀତି ସରି ଯାଇଛି, ଏବେ ତାଙ୍କର ଶାନ୍ତିରେ ଅବସର ନେବାର ସମୟ 
ବିଶେଷ ଖବର

ଦାମଙ୍କ ରାଜନୀତି ସରି ଯାଇଛି, ଏବେ ତାଙ୍କର ଶାନ୍ତିରେ ଅବସର ନେବାର ସମୟ 

October 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦାମଙ୍କ ରାଜନୀତି ସରି ଯାଇଛି, ଏବେ ତାଙ୍କର ଶାନ୍ତିରେ ଅବସର ନେବାର ସମୟ 

କେଦାର ମିଶ୍ର 

 ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି ଯେ, ଏହାର କୌଣସି ପ୍ରଭାବ ବିଜେପି ଉପରେ ପଡିବ ନାହିଁ। ସେକଥା ଅକ୍ଷରେ ଅକ୍ଷରେ ସତ। ଦାମ ବାବୁ କେବେହେଲେ ବିଜେପି ପାଇଁ କିଛି ଗୋଟେ ବଡ ସମ୍ପତ୍ତି ନଥିଲେ। ସେ ବିଜେପିର ଓଡିଶା ଶାଖା ପାଇଁ କ୍ରମଶଃ ଅନାବଶ୍ୟକ ହୋଇ ପଡୁଥିଲେ। ବିଜେପି ବିଲକୁଲ ଦାମୋଦର ରାଉତ ଦଳରେ ରୁହନ୍ତୁ ବୋଲି ଚାହୁଁ ନଥିଲା। ଗତ ନିର୍ବାଚନରେ ଦାମଙ୍କ ଶୋଚନୀୟ ପରାଜୟ ତାଙ୍କୁ ରାଜନୀତିରେ ଅସହାୟ କରି ଦେଇଛି। ନିର୍ବାଚନ ପୂର୍ବରୁ ତାଙ୍କର କଥାକୁହା ବ୍ୟକ୍ତିତ୍ବ ଓ ନବୀନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ବିଜେପି ତାଙ୍କୁ ବ୍ୟବହାର କରିବାକୁ ଚାହିଁଥିଲା। ନିର୍ବାଚନ ସରିଗଲା ପରେ, ଦାମଙ୍କ ଉପଯୋଗିତା ମଧ୍ୟ ସରିଗଲା। ଥରେ ଉପଯୋଗ ହୋଇ ସାରିଲା ପରେ ବିଜେପି ଅନ୍ୟ ଦଳର ନେତାଙ୍କୁ ନିଜ ଭିତରେ ଜାଗା ଦିଏ ନାହିଁ, ଏହାର ଯଥେଷ୍ଟ ପୂର୍ବ ପ୍ରମାଣ ରହିଛି।

ବିଜେପିର ଯେଉଁ ଆଦର୍ଶଗତ କଟ୍ଟରବାଦ ଓ ସଂଘ ଅନୁରକ୍ତି ରହିଛି, ସେଥିରେ ଦାମ ବାବୁ ଖାପ ଖାଇବାର କୌଣସି ସମ୍ଭାବନା ନଥିଲା। ସେ ବିଜେପିରେ ଅଣଦେଖା ଓ କୋଣଠେସା ହୋଇ ପଡି ରହିବେ ବୋଲି ସ୍ପଷ୍ଟ ଜଣା ପଡୁଥିଲା। ସେହି ଦୃଷ୍ଟିରୁ ଯେତେବେଳେ ଅରୁଣ ସିଂ କହୁଛନ୍ତି ଯେ ଦାମୋଦର ରାଉତ ବିଜେପି ଛାଡିବାରେ କିଛି ଫରକ ପଡିବାର ନାହିଁ, ସେତେବେଳେ ଏ କଥା ମଧ୍ୟ ଉଠିବ ଯେ ଦାମ ବାବୁ ବିଜେପିରେ ମିଶିବା ପରେ କିଛି ଲାଭ ହୋଇଥିଲା କି? ନବୀନ ମନ୍ତ୍ରୀ ମଣ୍ଡଳରୁ ବିଦା ହେବା ପରେ ଦାମ ବାବୁ ଗୋଟେ ଭଲ ଲୋକ ସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ। ନିର୍ବାଚନୀ ବାତାବରଣରେ ତାଙ୍କ କଥାର ଓଜନ ରହିଥିଲା। ହୁଏତ ଏକ ସ୍ଵାଧୀନଚେତା ସ୍ଵର ଭାବରେ ଲୋକେ ଦାମଙ୍କୁ କିଛିଟା ଶୁଣିବାକୁ ଆଗ୍ରହ ଦେଖାଉଥିଲେ। ଦାମ ରାଜ୍ୟ ସାରା ବୁଲି ବୁଲି ନବୀନଙ୍କ ବିରୋଧରେ ପ୍ରଚାର କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ, ସେଥିରୁ ବିଜେପି ନିଜର ଫାଇଦା ଉଠାଇବାକୁ ଚାହୁଁଥିଲା। ଦାମଙ୍କୁ ୨୦୧୯ ନିର୍ବାଚନ ପାଇଁ ପ୍ରଚାର କମିଟି ଅଧ୍ୟକ୍ଷ କରିବା ପଛରେ ସେହି କାରଣ ରହିଥିଲା। ବସ୍ତୁତଃ ଦାମ ଓ ବିଜେପି ର ସମ୍ପର୍କ ଏକ ପ୍ରକାର କାର୍ୟଘେନା ପ୍ରୀତି ହିଁ ଥିଲା।

ଦାମ ରାଉତ ଓ ବିଜେପି, ଉଭୟ ଶିବିର ଜାଣିଥିଲେ ଯେ ସେମାନେ କେହି କାହାର ବିଶ୍ଵସ୍ତ ନୁହନ୍ତି। ଆବଶ୍ୟକତା ଅନୁଯାୟୀ ସେମାନେ କିଛି ମାସ ଏକାଠି ରହିବାକୁ ବାଧ୍ୟ ହୋଇଥିଲେ। ଦାମଙ୍କ ପାଇଁ ନିଜ ରାଜନୀତି ଅପେକ୍ଷା ନିଜ ପରିବାରର ଥଇଥାନ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା। ବିଜେଡ଼ିରୁ ବହିଷ୍କୃତ ହେବା ପରେ ମଧ୍ୟ ସେ ନିଜ ପୁଅ ବିଜେଡି ଟିକଟ ପାଉ ବୋଲି ଚେଷ୍ଟା କରିଥିଲେ। ପାରାଦୀପ ଆସନରେ ଦାମଙ୍କ ସୁପୁତ୍ର ସଂବିତ ରାଉତରାୟ ଜିତିବା ପଛରେ ତାଙ୍କର ପ୍ରଚ୍ଛନ୍ନ ସମର୍ଥନ ଓ ସହାୟତା ରହିଥିଲା। ଏ ସମ୍ପର୍କରେ ନିଜେପି ରାଜ୍ୟ ଶାଖା ଭଲ ଭାବରେ ଅବଗତ ରହିଥିଲା।

କେବଳ ମିଡିଆରେ ହଟ ଚମଟ ଦେଖାଇବାକୁ ଦାମଙ୍କ ସମେତ କିଛି ବିଜେଡି ନେତାଙ୍କୁ ବିଜେପି ଟୋପି ପିନ୍ଧା ଯାଇଥିଲା। ଏଇ ଉଡ଼ା ଚଢେଇ ଜାତୀୟ ନେତା ବିଜେପିର ଅଭିବୃଦ୍ଧିରେ ସହାୟକ ହୋଇ ପାରିବେ ନାହିଁ ବୋଲି ବିଜେପି ଜାଣିଥିଲେ ମଧ୍ୟ ନିର୍ବାଚନ ସମୟରେ ଲୋକଙ୍କ ମନରେ ଏକ ସକାରାତ୍ମକ ଧାରଣା ତିଆରି କରିବାକୁ ଏହି ନେତାମାନଙ୍କୁ ବିଜେପି ଭିତରେ ପୂରା ଯାଇଥିଲା। ନିର୍ବାଚନ ପରବର୍ତ୍ତୀ ନୂଆ ସମୀକରଣରେ ନବୀନ ବିରୋଧୀ ନେତାମାନଙ୍କର କୌଣସି ଭୂମିକା ବିଜେପିରେ ରହିବ ନାଇଁ ବୋଲି କେନ୍ଦ୍ର ନେତୃତ୍ଵ ପରାମର୍ଶ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ସହିତ ବିଜେପିର ସହଯୋଗୀ ସମ୍ପର୍କ ନିର୍ବାଚନ ସରିବାର ପ୍ରଥମ ସପ୍ତାହରୁ ଚୂଡାନ୍ତ ହୋଇ ସାରିଥିଲା।

ତେବେ ଦାମୋଦର ରାଉତ ବାସ୍ତବରେ ନବୀନ ବିରୋଧୀ ଥିଲେ କି? ଉପରେ ଉପରେ ଏ ନବୀନଙ୍କ ବିରୋଧରେ କହୁଥିଲେ ମଧ୍ୟ ବିଭିନ୍ନ ସୂତ୍ରରୁ ତାଙ୍କ ପୁଅଙ୍କୁ ବିଜେଡି ଟିକଟ ମିଳୁ ବୋଲି ସେ ନିଜର ସବୁ ସମ୍ପର୍କ କୁ ଉପଯୋଗ କରିଥିଲେ। ଏବେ ବିଜେପି ଛାଡିଲା ପରେ ସେ ନବୀନଙ୍କର ସବୁଠୁ ବଡ ସ୍ତାବକ ପାଲଟି ଯାଇଛନ୍ତି ଓ ଆଗାମୀ ଦିନରେ ସେ ବିଜେଡିରେ ପୁଣି ନିଜର ପୁରୁଣା ଅବତାରକୁ ଯେ ଫେରି ନ ଯିବେ, ଏ କଥା ଆଦୌ କହି ହେବନାହିଁ।

ତେବେ ବୟସ, ଅଭିଜ୍ଞତା ଓ ପ୍ରତିଷ୍ଠା ଦୃଷ୍ଟିରୁ ଦାମ ବାବୁ ସକ୍ରିୟ ରାଜନୀତିରୁ ଅବସର ନେଇଯିବା ଉଚିତ ହେବ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.