Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ପ୍ରାକ ନିର୍ବାଚନୀ ସମୀକ୍ଷା ; ବିରୋଧୀଙ୍କ ଭଙ୍ଗା ଘର ଓ ବିଜେଡ଼ିର ଅଭେଦ୍ୟ ଦୁର୍ଗ
ବିଶେଷ ଖବର

ଓଡିଶା ପ୍ରାକ ନିର୍ବାଚନୀ ସମୀକ୍ଷା ; ବିରୋଧୀଙ୍କ ଭଙ୍ଗା ଘର ଓ ବିଜେଡ଼ିର ଅଭେଦ୍ୟ ଦୁର୍ଗ

January 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

– ଶୁଣା ଯାଉଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆସନ୍ତା ୩୧ ଜାନୁଆରୀ କେଜ୍ରିୱାଲଙ୍କ ଓଡିଶା ଗସ୍ତ ସମୟରେ ହୁଏତ କିଛି ଗୋଟେ ନୂଆ ଘଟିପାରେ!

– ଶୁଣା ଯାଉଛି, ନବ ଦାସ ଓ ଯୋଗେଶ ସିଂଙ୍କ ପରେ ଆହୁରି ଚାରି ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି।

– ଶୁଣା ଯାଉଛି, ପୁରୁଣା କଂଗ୍ରେସ ନେତାଏ ଦଳ ଛାଡିଲା ପରେ ତାଙ୍କ ସ୍ଥାନରେ ପୁରୁଣା ବିଜେଡି ନେତାଏ ଅକ୍ତିଆର କରିବେ। ଅର୍ଥାତ ଦଳ ଛେଉଣ୍ଡ ହୋଇ ବୁଲୁଥିବା ବିଜେଡ଼ିର ପୁରୁଣା ନେତାମାନେ କଂଗ୍ରେସ ଶିବିରରେ ଯୋଗଦେବେ।

ଏଇ ତିନୋଟି ଯାକ ଶୁଣାକଥା କୁ ଆମେ ଖବର ବୋଲି ଭାବି ପାରିବା କି? ଅନେକ ସମୟରେ ରାଜନୀତିରେ ଶୁଣାକଥା ଇ ପରବର୍ତ୍ତୀ ସମୟରେ ପକ୍କା ଖବର ପାଲଟିଥାଏ। ତେବେ ଉପରେ ଦିଆ ଯାଇଥିବା ଶୁଣାକଥା ଗୁଡିକ ଯେଉଁ ମହଲରୁ ଶୁଣା ଯାଇଛି, ସେଠି ଏ ସବୁ କଥାର ଆପାତତଃ ପ୍ରାମାଣିକତା ରହିଛି। ଶ୍ରୀକାନ୍ତ ଜେନା ଆମ ଆଦମୀ ପାର୍ଟିକୁ ଆସିବେ କି ନା, ସେକଥା ଯଦିଓ ଏବେ କୁହା ଯାଇପାରିବ ନାହିଁ, କିନ୍ତୁ ସେ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଥିବା ନିହାତି ସତ। ସେହିପରି କଂଗ୍ରେସରେ ଏବେ ବିଧାୟକଦଳ ଉଜୁଡିଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଅର୍ଦ୍ଧାଧିକ ବିଧାୟକ ଏବେ ଆଉ କଂଗ୍ରେସରେ ରହିବାକୁ ଚାହାନ୍ତି ନାହିଁ।

ତେଣୁ କଂଗ୍ରେସକୁ ଏ ବିଷମ ପରିସ୍ଥିତିରୁ ରକ୍ଷା କରିବା ଲାଗି ପ୍ରଦେଶ କଂଗ୍ରେସ ସଭାପତି ଏବେ ବିଜେଡ଼ିରୁ ବିତାଡିତ/ବହିଷ୍କୃତ ନେତାମାନଙ୍କୁ ଦଳ ଭିତରକୁ ଆଣିବା ଲାଗି ଅଣ୍ଟା ଭିଡିଛନ୍ତି। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଂଚାନନ କାନୁନଗୋ ଓ ବ୍ରଜ କିଶୋର ତ୍ରିପାଠୀଙ୍କୁ କଂଗ୍ରେସରେ ସାମିଲ ହେବାକୁ ପ୍ରବର୍ତ୍ତାଇବାରେ ନିରଞ୍ଜନ ଲାଗି ପଡିଛନ୍ତି। ତେବେ ନିର୍ବାଚନ ର ଅବ୍ୟବହିତ ପୂର୍ବରୁ ଏ ନେତା ମାନେ କଂଗ୍ରେସକୁ ଯଦି ଆସନ୍ତି, ତାହେଲେ କଂଗ୍ରେସର ଶକ୍ତି ବୃଦ୍ଧି ହେବ କି?

ବିଜେପିରୁ ମୋହ ଭଙ୍ଗ ହେବାପରେ ବୈଜୟନ୍ତ ଏବେ କଂଗ୍ରେସ ସହିତ ହାତ ମିଳାଇଥିବାର ସୂଚନା ମିଳିଛି। ବୈଜୟନ୍ତଙ୍କ ସମେତ ବାକି ସବୁ ନେତା ଜୀବନ ତମାମ କଂଗ୍ରେସ ବିରୋଧରେ କହିଛନ୍ତି ଓ କାମ କରିଛନ୍ତି। ଏବେ ସେମାନେ ଯଦି କଂଗ୍ରେସକୁ ଆସନ୍ତି ପୁରୁଣା କଂଗ୍ରେସ କର୍ମୀମାନେ ତାଙ୍କୁ କେମିତି ଗ୍ରହଣ କରିବେ, ସେ ଏକ ବିରାଟ ପ୍ରଶ୍ନବାଚୀ। ତେବେ  ବୈଜୟନ୍ତଙ୍କୁ ଆଣିବା ପଛରେ କଂଗ୍ରେସର ସବୁଠୁ ବଡ ଲୋଭ ହେଉଛି ଓ ଟିଭି । ବୈଜୟନ୍ତ ଯଦି ଆସନ୍ତି ତାହେଲେ ଏକ ବଡ ଗଣମାଧ୍ୟମର ସମର୍ଥନ ଆପେ ଆପେ କଂଗ୍ରେସକୁ ଚାଲି ଆସିବ ବୋଲି ହୁଏତ ଦଲ ଭାବୁଥାଇ ପାରେ। ହେଲେ ବିଚାରରେ ଓ ସଂଯୋଗରେ ବୈଜୟନ୍ତ ସଂଘ ପରିବାରର ସବୁଠୁ ନିକଟବର୍ତ୍ତୀ ଲୋକ। ସେ କଂଗ୍ରେସ ଭିତରେ ନିଜକୁ କେମିତି ଖାପ ଖୁଆଇବେ ତାହା ଦେଖିବା, ବେଶ ମଜାଳିଆ ହେବ!

ତେବେ ଏତେସବୁ କଥା ଭିତରେ ଆଉ କିଛି ଶୁଣା କଥା ବି ରହିଛି-

  • ଯେମିତି, ଏୟା ବି ହୋଇପାରେ ଯେ ବୈଜୟନ୍ତ, ଦାମୋଦର, ବିଜୟ ଓଗେର ଓଡିଶା ଜନତା ଦଳ ନାମରେ ଗୋଟେ ନୂଆ ଦଳ ଗଢିପାରନ୍ତି ଓ ଏ ଦଳ କଂଗ୍ରେସ ସହିତ ଆସନ ବୁଝାମଣା କରିପାରେ!
  • ଯେମିତି ଅଣ ବିଜେପି ଓ ଅଣ ବିଜେଡି ଦଳଙ୍କର ଏକ ମେଣ୍ଟ କଂଗ୍ରେସ ନେତୃତ୍ଵରେ ହେବ ଓ ଏମାନେ ବିଜେଡି-ବିଜେପି ବୁଝାମଣା ପ୍ରସଙ୍ଗ ଉଠାଇ ଲାଭ ପାଇବାର ଉଦ୍ୟମ କରିବେ!
  • ଯେମିତି, ୧୦୦ ଓ ୪୭ ର ଏକ ଭାଗମାପ କଥା ମଧ୍ୟ ଉଠିପାରେ। କଂଗ୍ରେସ ୧୦୦ ଟି ଆସନରେ ଲଢି ବାକି ୪୭ ଟି ଆସନ ସହଯୋଗୀ ମାନଙ୍କୁ ଛାଡି ଦେଇପାରେ।

ଏତେ ସବୁ ଶୁଣାକଥା ଭିତରେ ଓଡିଶା ରାଜନୀତିର ମରମକଥା କିନ୍ତୁ ଅଲଗା। ଏବେବି ବିରୋଧୀ ଦଳ ଗୁଡିକ ନିଜର ଘର ସଜାଡିବାରେ ବ୍ୟସ୍ତ ଥିବାବେଳେ ବିଜେଡି ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲାଣି। ଫେବୃଆରି ୧୫ ତାରିଖ ପୂର୍ବରୁ ସରକାରୀ ସ୍ତରରେ ବିଜେଡି ନିଜର ପ୍ରଚାର ଅବ୍ୟାହତ ରଖିବା। ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅଧିକରୁ ଅଧିକ ଲୋଭନୀୟ ଯୋଜନା ସରକାରୀ ସ୍ତରରେ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ପରେ କେବଳ ଔପଚାରିକ ଦଳୀୟ ପ୍ରଚାର ବାକିଥିବ।

ବିଜେଡ଼ିର ଏହି ପ୍ରସ୍ତୁତିକୁ ରୋକିବା ଲାଗି ବିରୋଧୀ ଦଳ ଗୁଡିକର ସାମର୍ଥ୍ୟ ଅପେକ୍ଷା ସେମାନଙ୍କ ଦୁର୍ବଳତା ଏବେ ଅଧିକ ଦୃଶ୍ୟମାନ ହେଉଛି। ଏଯାବତ ବିଜେପି ରାଜ୍ୟ ଶାଖା ଶକ୍ତିଶାଳୀ ଲାଗୁଥିବାବେଳେ ହଠାତ ବିଜେପି ଭିତରେ ଏବେ ଅସନ୍ତୋଷ ବାରି ହୋଇ ପଡୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖା ଦେଲାଣି। ଉଭୟ କଂଗ୍ରେସ ଓ ବିଜେପି ନିଜ ଭଙ୍ଗାଘର ଗଢିବାରେ ଲାଗିଥିବା ସମୟରେ ବିଜୁ ଜନତା ଦଳ ନିଜର ଦୂର୍ଗ ଗଢି ସାରିଛି ବୋଲି, ଆମେ କହିପାରିବା।

election kedarmishra odishanews thesamikhya
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.