Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଦିବାସୀ ଜୀବନର ସଂଘର୍ଷ; ନିଜ ଜମିରୁ ଯେବେ ସେମାନଙ୍କୁ ଜବରଦଖଲକାରୀ ବୋଲି କହି ଉଚ୍ଛେଦ କରାଯାଏ !
ବିଶେଷ ଖବର

ଆଦିବାସୀ ଜୀବନର ସଂଘର୍ଷ; ନିଜ ଜମିରୁ ଯେବେ ସେମାନଙ୍କୁ ଜବରଦଖଲକାରୀ ବୋଲି କହି ଉଚ୍ଛେଦ କରାଯାଏ !

October 21, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଅରବିନ୍ଦ ରାଉତ 

ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକବନବାସୀମାନଙ୍କୁ ନିଜଜମିଉପରେ ଜବରଦଖଲକାରୀର ରୂପ ଦିଆହୋଇ ଆସୁଛି ଉପନିବେଶ ଅମଳରୁ । ୧୯୨୭ ମସିହାରେ ଭାରତୀୟ ଜଙ୍ଗଲ ଆଇନ୍ (Indian Forest Act-1927) ଆସିଲା ।ଏହି ଆଇନରେ ଜଙ୍ଗଲ  ଭିତରେ ପ୍ରବେଶ କରିବା ଓ ଜଙ୍ଗଲକୁ ବ୍ୟବହାର କରିବା ଦିଗରେ ଅନେକ କଟକଣାମାନ ତିଆରି କରାଗଲା ।କିନ୍ତୁଏହି ଆଇନ ଲାଗୁ ହେବାର ଶହଶହବର୍ଷ ପୂର୍ବରୁ ଆଦିବାସୀମାନେ ଜଙ୍ଗଲ ଜମିକୁ ସେମାନଙ୍କ ଜୀବିକା କରି ବଞ୍ଚି ଆସୁଛନ୍ତି ।ବହୁ ଗବେଷକ କହିଛନ୍ତି କି ଆଦିବାସୀମାନେ ହିଁ ଭାରତର ମୂଳ ଅଧିବାସୀ ।ଜଙ୍ଗଲ ସେମାନଙ୍କର ମା’, ସେମାନଙ୍କ ପୂଜ୍ୟ ଦେବତା । ନିଜର ଜଙ୍ଗଲକୁ ସେମାନେ ପାରମ୍ପରିକ ଢ଼ଙ୍ଗରେ ଜଗାରଖା ଓ ପରିଚାଳନା ମଧ୍ୟ କରିଆସୁଛନ୍ତି ।ହେଲେ  ଆଶ୍ଚର୍ଯ୍ୟର କଥା ଯେ ଏହି ଆଇନ ଗୁଡ଼ିକ ପ୍ରଣିତ ହେବା ପରେ ସେମାନଙ୍କୁ ତାଙ୍କର ନିଜ ଜମିଉପରେ ଜବରଦଖଲକାରୀ ଭାବେ ବିବେଚିତ କରାଗଲା ।ଜଙ୍ଗଲ ଉପରେ  ନିର୍ଭର କରି ଚଳି ଆସୁଥିବା ଓ ଜଙ୍ଗଲ ମଧ୍ୟରେ ବାସ କରୁଥିବା ଏହି ବନବାସୀଗୋଷ୍ଠୀଙ୍କର ବାସକରିବା ଓ ଚାଷ କରିବାର ପାରମ୍ପରିକ ଅଭ୍ୟାସକୁ ଇଂରେଜ ସରକାର ସମ୍ପୂର୍ଣ୍ଣଭାବେ ଅଣଦେଖା କରୁଥିଲା ।

ବନବାସୀମାନଙ୍କ ପ୍ରତି ଇଂରେଜମାନଙ୍କର ସେପରି ମନୋଭାବ ଓ ବ୍ୟବହାର ଭାରତ ସ୍ୱାଧିନତାର ପରବର୍ତ୍ତୀ ବହୁ ଦଶନ୍ଧି ଧରି ମଧ୍ୟ ବଜାୟ ରହିଥିଲା ।୧୯୭୨ ରେ ବନ୍ୟଜୀବ ସଂରକ୍ଷଣ ଆଇନ୍ (Wildlife Protection Act-1972)) ଆସିଲା, ଯାହା ଅଧିନରେ କିଛି ଜଙ୍ଗଲକୁ ବିଧିବଦ୍ଧ ଭାବେ ସଂରକ୍ଷିତ ଅଞ୍ଚଳ (Protected Area)ରେ (ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ପ୍ରକଳ୍ପ, ଇତ୍ୟାଦି)ପରିବର୍ତ୍ତନ କରାଗଲା ।ଭାରତୀୟ ଜଙ୍ଗଲ ଆଇନ୍ ୧୯୨୭ ଅଧିନରେ ସୃଷ୍ଟି କରା ଯାଇଥିବା ସଂରକ୍ଷିତ ଜଙ୍ଗଲ (Reserve Forest) ତଥା ଜଙ୍ଗଲଭିଭାଗ ଅଧିନରେ ଥିବା ଅନ୍ୟାନ୍ୟ ଜଙ୍ଗଲ ମଧ୍ୟରୁ ହିଁ ସଂରକ୍ଷିତ ଅଞ୍ଚଳ ଭାବେ ଚିହ୍ନଟ କରା ଯାଇଥାଏ ।ଭାରତୀୟ ଜଙ୍ଗଲ ଆଇନ୍ ୧୯୨୭ ଓ ବନ୍ୟଜୀବ ସଂରକ୍ଷଣ ଆଇନ୍ ୧୯୭୨ ଅଧିନରେ ଥିବା ବହୁ ଗୁଡିଏ କଠିନ କଟକଣାଯୁକ୍ତ ପ୍ରାବଧାନ ବନବାସୀମାନଙ୍କ ମୂଳ ଅଧିକାରକୁ ବଞ୍ଚିତକରି ରଖିଥିଲା ।

ବନବାସୀମାନଙ୍କ ଉପରେ ହୋଇ ଆସିଥିବା ସେହି ଐତିହାସିକ ଅନ୍ୟାୟକୁ ପ୍ରତିହତ କରି  ନ୍ୟାୟୋଚିତ ବିଚାର ଦେବା ପାଇଁ ‘ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାରସ୍ୱୀକୃତି) ଆଇନ୍ ୨୦୦୬’ ଭାରତସରକାରଙ୍କ ଦ୍ୱାରା ଡିସେମ୍ବର ୩୧, ୨୦୦୭ ରେ ପ୍ରଣିତହେଲା ।ଅନ୍ୟାନ୍ୟ ରାଜ୍ୟ ତୁଳନାରେ  ଓଡିଶା ସରକାର ଏହି ଆଇନ୍କୁ କାର୍ଯ୍ୟକାରୀ କରିବା ପାଇଁ ବହୁ ତତ୍ପରତା ଦେଖାଇଲେ ।କିନ୍ତୁଏହି ଆଇନ୍କୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପରିମାଣରେ ରାଜନୈତିକ ଇଚ୍ଛାଶକ୍ତି ଓ ଅମଲାତନ୍ତ୍ରର କ୍ରୀୟାଶୀଳତା ଆବଶ୍ୟକତା ଥିଲା ତାହାର ଘୋର ଅଭାବ ରହିଲା ।ତେଣୁ ଆଇନ୍କୁ କାର୍ଯ୍ୟକାରୀ କରିବାରେ କିଛି ତୃଟି  ପରିଲକ୍ଷିତ ହେଉଛି ।

ଏହି ଆଇନକୁ କାର୍ଯ୍ୟକାରୀ କରିବାରେ ଗ୍ରାମସଭାର ପ୍ରମୁଖ ଭୂମିକା ରହିଛି ଓ ଗ୍ରାମସଭାକୁ ଅଖଣ୍ଡ କ୍ଷମତା ମଧ୍ୟ ପ୍ରଦାନ କରାଯାଇଛି ।କିନ୍ତୁ ନିୟମାବଳୀ ଅନୁସାରେ ଉପଖଣ୍ଡ ସ୍ତରୀୟ କମିଟି ଗ୍ରାମସଭାର ସଦସ୍ୟା/ସଦସ୍ୟମାନଙ୍କୁ ସେମାନଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ଅବଗତ କରାଉ ନାହାନ୍ତି । ଆଇନ୍କୁ କାର୍ଯ୍ୟକାରୀ କରିବା ପାଇଁ ଆଇନ୍ ଓ ନିୟମାବଳୀରେ ବିଭିନ୍ନ ପର୍ଯ୍ୟାୟ ଓ ପ୍ରଣାଳୀର ବିସ୍ତୃତ ବର୍ଣ୍ଣନା କରା ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ପ୍ରାଧିକୃତ ଅଧିକାରୀମାନେ ତାହାକୁ ସଠିକ ଭାବେ ଅନୁସରଣ କରୁ ନାହାନ୍ତି ।ତାହା ହୁଏତ ଦୁଇଟି କାରଣରୁ ହୋଇଥାଇ ପାରେ- ହୁଏତ ଆଇନର ପ୍ରାବଧାନ ଗୁଡିକ ଉପରେ ଅଧିକାରୀମାନେ ଏବେବି ସଚେତନ ନାହାନ୍ତି କିମ୍ବା ଅଧିକାରୀମାନେ ଜାଣିଶୁଣି ନିଜର କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ।ଏପରି ଅଜ୍ଞତା ମଧ୍ୟରେ ଓଡିଶାରେ ବିଭିନ୍ନ ଜିଲ୍ଲାରେ ଗ୍ରାମସଭାସ୍ତରରୁ ଦାବି ଉପସ୍ଥାପନ କରାଗଲା ଓ ଉପଖଣ୍ଡ ସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କମିଟିରେ କିଛି ଦାବି ସ୍ଵୀକୃତି ପାଇସାରିଲାଣି ଏବଂ ସବୁଠାରୁ କୌତୁହଳର ବିଷୟ ହେଉଛି କି ଆଇନଗତ କୌଣସି ପ୍ରକ୍ରିୟା ଅନୁସରଣ କରା ନ ଯାଇ ବହୁ ଗୁଡିଏ ଦାବି ନାକଚ୍ ମଧ୍ୟ ହୋଇସାରିଛି ।

ଯେହେତୁ ଏହି ଆଇନରେ ଗ୍ରାମସଭାକୁ ଜଙ୍ଗଲ ଉପରେ ଅଧିକାର ସମେତ ସୁରକ୍ଷା ଓ ପରିଚାଳନା କରିବା ପାଇଁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି, ଜଙ୍ଗଲବିଭାଗର ଅଧିକାରୀମାନେ ଭୟ କରୁଛନ୍ତି ଯେ ଭବିଷ୍ୟତରେ ଜଙ୍ଗଲ ବିଭାଗର ଆବଶ୍ୟକତା ରହିବକି ନାହିଁ । ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାଟି ଭିତରେ ଜଙ୍ଗଲବିଭାଗ ନିଜର ଭୁମିକା ଓ କର୍ତ୍ତବ୍ୟକୁ ଜାଣିଶୁଣି ଅବହେଳାଓ ଅସହଯୋଗ କରି ଚାଲିଛନ୍ତି ।ଏପରିକି ଆଇନକୁ କାର୍ଯ୍ୟକାରୀ କରାଇ ନ ଦେବା ଲାଗି ଅନେକସମୟରେ ରାସ୍ତାଟିଏ ତିଆରି କରି ଦେଉଛନ୍ତି ।ଏପରିକି ଏହି ଭୟରେ ଜଙ୍ଗଲ ବିଭାଗର ଅବସରପ୍ରାପ୍ତ ଅଧିକାରୀମାନଙ୍କ ଜରିଆରେ ସେମାନେ ଉଚ୍ଚତମ ନ୍ୟାୟାଳୟରେ ଅଭିଯୋଗ ଦାଖଲକଲେ ।ଏହି ଦଉଡରେ ସେମାନେ କିଛି ଚରମବାଦି ବନ୍ୟଜନ୍ତୁ ସଂରକ୍ଷଣକାରୀ ଅନୁଷ୍ଠାନଙ୍କୁ ମଧ୍ୟ ସାମିଲ କରାଇଲେ ।ଯେତେବେଳେ ଦେଶର ପ୍ରକୃତ ବିକାଶ ପାଇଁ ସାରା ଭାରତ ଗାଁର ବିକାଶ ଓ ତ୍ରୀ-ସ୍ତରୀୟ ପଞ୍ଚାୟତରାଜର ସୁଦୃଢିକରଣକୁ ଗୁରୁତ୍ୱ ଦେଉଛି, ସେହି ସମୟରେ ଆଇନଙ୍କୁ  ବିରୋଧ କରୁଥିବା ଏହି ଚରମପନ୍ଥୀ ଗୋଷ୍ଠୀଟି ଗ୍ରାମସଭାକୁ ଏହି ଆଇନ୍ ପରିସରରେ କ୍ଷମତା ପ୍ରଦାନ କରିବା ଉଚିତ୍ ନୁହେଁ ବୋଲି ଉଚ୍ଚତମ ନ୍ୟାୟାଳୟରେ ଅଭିଯୋଗକଲେ ।

ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର ପ୍ରସ୍ତାବନା ଭାଗରେ ଆଇନର ଉଦ୍ଦେଶ୍ୟକୁ ଯେପରି ଆଦିବାସି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ଉପରେ ହୋଇଥିବା ଐତିହାସିକ ଅନ୍ୟାୟକୁସୁଧାରିବା ପାଇଁ ପ୍ରୟାସ ଭାବେ ବର୍ଣ୍ଣନା କରାଯାଇଛି, ତାହାକୁ କାର୍ଯ୍ୟକାରୀ କରିବାରେ ପ୍ରକୃତରେ କେତେ ପରିମାଣରେ ସଫଳତା ମିଳୁଛି ତାହା ଦେଖିବାକୁ ପଡିବ ।ନିୟମାବଳୀର ପ୍ରାବଧାନଗୁଡିକୁଠିକ୍ଭାବେ ଅନୁସରଣକରା ନଯାଇ ଯେପରି ଜଙ୍ଗଲ ଅଧିକାର ଦାବିଗୁଡିକୁ ବିଭିନ୍ନସ୍ତରରେ ନାକଚ୍କରାଯାଇଛି, ସେଥିରୁ ସହଜରେ ଅନୁମାନ କରିହଉଛି ଯେ ଆଇନ୍ ର ପ୍ରକୃତ ଉଦ୍ଦେଶ୍ୟକୁସାଧନ କରିବା ପାଇଁ ଅଧିକାରୀମାନେ ପ୍ରଯତ୍ନହୋଇ ନାହାନ୍ତି ।

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଉତ୍ତର ରଖିବା ପାଇଁ ତରବରିଆ ଭାବେ ଯେଉଁ ଶୁଣାଣି କରାଯାଇଥିଲା ସେହି ପ୍ରକ୍ରିୟାରେ ଓଡିଶାରୁ ମୋଟ ୧୩,୮୫୧ ଗୋଟି ଦାବି  ଚୂଡାନ୍ତ ଭାବେ ନାକଚ କରା ଯାଇଥିଲା ।ଦାବିଦାରମାନଙ୍କର ବହୁ ଅଭିଯୋଗ ପରେ ସେହି ପ୍ରକ୍ରିୟା ଭୂଲ ବୋଲି  ଅନୁଭବ କରି ପୁଣି ଓଡିଶା ରାଜ୍ୟ ସରକାର ଆଉ ଥରେ ନୋଟିସ୍ ଆଉ ଶୁଣାଣି ମଧ୍ୟରେ ସଠିକ ସମୟ ବ୍ୟବଧାନ ଦେଇ ଶୁଣାଣି କରିବା ପାଇଁ ୮ ଅଗଷ୍ଟ ୨୦୧୯ରେ ଅନ୍ୟ ଏକ ନିର୍ଦ୍ଦେଶ ଦେଲେ । କିନ୍ତୁ ତାହାକୁ ଜିଲ୍ଲାପାଳମାନେ କେତେ କାମରେ ଲଗାଉଛନ୍ତି ଏପର୍ଯ୍ୟନ୍ତ କିଛି ଜଣା ପଡିନି। ନ୍ୟାୟାଳୟରେ ମୁଖ୍ୟ ପ୍ରତିପକ୍ଷ ହୋଇ ମଧ୍ୟ ଫେବୃୟାରୀ ୧୩ ଓ ୨୮ ତାରିଖର ଉଚ୍ଚତମ ନ୍ୟାୟାଳୟଙ୍କ ଶୁଶାଣିରେ ଭାରତ ସରକାରଙ୍କ ପ୍ରତିନିଧି (ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟର ସଚିବ) ଅନୁପସ୍ଥିତ ରହିଲେ ।ସେପ୍ଟେମ୍ବର ୧୨ ତାରିଖର ଶୁଣାଣିରେ ମଧ୍ୟ ସେ ଅନୁପସ୍ଥିତରହିଲେ ।ଶୁଣାଣିଗୁଡିକରେ ଏହିପରି ଅନୁପସ୍ଥିତ ରହି ଭାରତ ସରକାର ପ୍ରମାଣିତ କରି ଦେଇଛନ୍ତି ଯେ ଆଦିବାସୀ ଓ ବନବାସୀମାନଙ୍କର ଅଧିକାରର ସପକ୍ଷରେ ସେ ନାହାନ୍ତି । ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଅନୁସାରେ ଆସନ୍ତା ନଭେମ୍ବର ୨୬ ରେ ଏହିମାମଲାର ଅନ୍ତିମ ଶୁଣାଣି ଅଛି ।ସେହିଶୁଣାଣିରେ ସରକାରଙ୍କ ମନୋଭାବ ହୁଏତ ପରିଷ୍କାର ଜଣା ପଡିଯିବ । ସଂସଦର ମୋଟ ୪୮ଗୋଟି ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ଆସନରୁ ବିଜେପିସରକାର ୩୮ଗୋଟି ଆସନରେଜିତିବା ପରେଏବେ ଦେଖିବାର ଅଛି, ବନବାସୀମାନଙ୍କଉପରେହୋଇଥିବାଐତିହାସିକ ଅନ୍ୟାୟକୁ ନ୍ୟାୟ ଦେବା ପାଇଁ ସରକାର ସଂକଳ୍ପ ବଦ୍ଧ ହୋଇ କାମକରୁଛନ୍ତି କିସେହି ଅନ୍ୟାୟକୁ ପୁନରାବୃତ୍ତି କରିବା ପାଇଁ ଭିନ୍ନ ଏକ ରାସ୍ତା ତିଆରି କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.