Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯାନବାହନ ପାଇଁ ଆଉ ଏକ ନୂତନ ନିୟମ, ନ ମାନିଲେ ଭରିବାକୁ ପଡ଼ିବ ଜରିମାନା
ବିଶେଷ ଖବର

ଯାନବାହନ ପାଇଁ ଆଉ ଏକ ନୂତନ ନିୟମ, ନ ମାନିଲେ ଭରିବାକୁ ପଡ଼ିବ ଜରିମାନା

October 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସଡକ ସୁରକ୍ଷା ତଥା ଯାନ ବାହନ ଚଳାଚଳ ଉପରେ ସଂଶୋଧିତ ନୂତନ ମୋଟର ଯାନ ଆଇନ ଲାଗୁ କରିଥିବାବେଳେ ଏବେ ଆଉ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।  ରାସ୍ତାରେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ବହୁତ ଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶରେ ଏକ ନୂତନ ନିୟମ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହି ନୂତନ ନିୟମ ଅନୁସାରେ ଏବେ ଯାନବାହନଗୁଡ଼ିକର ନମ୍ବର ପ୍ଲେଟରେ ରେଟ୍ରୋ ଟେପ୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯିବ । ନିୟମ ଅନୁସାରେ ଯଦି କୌଣସି ଗାଡ଼ି ନମ୍ବର ପ୍ଲେଟର ଏହି ପ୍ରକାରର ଟେପ୍‌ ଲଗାଇବା ନାହିଁ ତେବେ ଉକ୍ତ ଗାଡ଼ିଠାରୁ ଜରିମାନା ଆଦାୟ କରିବା । ସଡକ ଦୁର୍ଘଟଣା ଉପରେ ଲଗାମ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ନମ୍ବର ପ୍ଲେଟ୍‌ରେ ରେଟ୍ରୋ ଟେପ୍‌ ଲାଗିବା ଦ୍ବାରା ଅନ୍ଧାରରେ ଗାଡିର ଲାଇଟ୍‌ ଏହି ଟେପ୍‌ ଉପରେ ପଡ଼ିବା ଦ୍ବାରା ଚମକିବା । ନମ୍ବର ପ୍ଲେଟ ଚମକିବା କାରଣରୁ ଗାଡ଼ି ଆଗରେ କିମ୍ବା ପଛରେ ଅଛି ବୋଲି ଡ୍ରାଇଭରକୁ ଅତି ସହଜରେ ଜଣାପଡିଯିବ । ସଡକ ପରିବହନ ଓ ରାଷ୍ଟ୍ର ମାର୍ଗ ମନ୍ତ୍ରଣାଳୟ ବାହନାରେ ରେଟ୍ରୋ ରିଫେଲକ୍ଟିଭ୍‌ ଟେପ୍‌ ପାଇଁ ଅଧିସୂଚନା ଜାରି କରିଛନ୍ତି । ସଡକ ସୁରକ୍ଷା ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ  ସୂଚନା ଦେଇଛନ୍ତି ।

କ’ଣ ଏହି ନିୟମ ?

ନିୟମ ଅନୁସାରେ ଅଟୋ ରିକ୍ସା ଓ ଇ-ରିକ୍ସାର ଆଗରେ ଧଳା ରଙ୍ଗର ଓ ପଛରେ ଲାଲ ରଙ୍ଗର ରେଟ୍ରୋ ରିଫଲକ୍ଟିଭ୍‌ ଟେପ୍‌ ଲଗାଇବା ଜରୁରୀ । ଏହି ଟେପ୍‌ ଚଉଡା ୨୦ ମିମିଠାରୁ କମ୍‌ ହେବ ନାହିଁ । ଏହାର ଚମକ ୫୦ ମିଟର ଦୂର ପର୍ଯ୍ୟନ୍ତ ଦେଖାଯାଉଥିବା ଆବଶ୍ୟକ । ପ୍ରଥମେ ଅଟୋ ରିକ୍ସାକୁ ଏହି ନିୟମରୁ ବାଦ୍‌ ଦିଆଯାଇଥିଲା । କିନ୍ତୁ  ବର୍ଦ୍ଧିତ ସଡକ ଦୁର୍ଘଟଣାକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.