Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏତେ ତେଲ ମାରିଲା ପରେ ବି ଆମର ଗଣମାଧ୍ୟମ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ହୋଇ ପାରୁନି କାହିଁକି? 
ବିଶେଷ ଖବର

ଏତେ ତେଲ ମାରିଲା ପରେ ବି ଆମର ଗଣମାଧ୍ୟମ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ହୋଇ ପାରୁନି କାହିଁକି? 

October 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏତେ ତେଲ ମାରିଲା ପରେ ବି ଆମର ଗଣମାଧ୍ୟମ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ହୋଇ ପାରୁନି କାହିଁକି? 

କେଦାର ମିଶ୍ର 

ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁଛି। ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା ବୋଲି କୁହାଯାଉଛି। ହେଲେ ଯାହା ଲାଗି ଆମର ଏତେ ପ୍ରେମ, ସେ କିନ୍ତୁ ଆମକୁ ଆଜି ବି ଅବିଶ୍ଵାସ କରୁଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମର ସବୁ ପ୍ରାଇମ ଟାଇମ ନିବେଦିତ, ସେ ଆମକୁ ଅବିଶ୍ଵସ୍ତ ବୋଲି କହୁଛନ୍ତି। ଗଣମାଧ୍ୟମର ମୋଦୀଙ୍କ ପ୍ରତି ରହିଥିବା ଏକ ପାଖିଆ ପ୍ରେମର କରୁଣ କାହାଣୀ ଆମକୁ ଶୁଣାଇଛନ୍ତି, ଚଳିତ ବର୍ଷର ନୋବେଲ ପୁରଷ୍କାର ବିଜେତା ଅଭିଜିତ ବାନାର୍ଜୀ।

ନୋବେଲ ପୁରସ୍କାର ଘୋଷଣା ହେବା ପରେ ପ୍ରଥମ ଥର ଲାଗି ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଭାରତ ଆସିଛନ୍ତି ଓ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଖା କରିବା ଏକ ସାଧାରଣ ଘଟଣା। ତେବେ ମୋଦୀ ସରକାରର ଅର୍ଥନୈତିକ ନୀତି ଓ ଆର୍ଥିକ ପରିଚାଳନାକୁ ନେଇ ଅନେକ ସମୟରେ ଆଲୋଚନା କରିଥିବା ପ୍ରଫେସର ବାନାର୍ଜୀଙ୍କୁ ନେଇ ବିଜେପି ଓ ସଂଘ ପରିବାରର ଅନେକ ସନ୍ଦେହ ରହି ଆସିଛି। ଅନେକ ସମୟରେ ବିଜେପି ମନ୍ତ୍ରୀମାନେ ପ୍ରଫେସର ବାନାର୍ଜୀଙ୍କୁ “ବାମପନ୍ଥୀ” ଓ ତାଙ୍କ ବିଚାର ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି ବୋଲି କହିଛନ୍ତି। ତା ସତ୍ତ୍ୱେ ମଧ୍ୟ ସୌଜନ୍ୟତା ଓ ଜାତୀୟତା ଦୃଷ୍ଟିରୁ ଜଣେ ଭାରତୀୟ ଯେତେବେଳେ ଏତେ ବଡ ସମ୍ମାନ ପାଉଛନ୍ତି, ତାଙ୍କୁ ବଧେଇ ଜଣାଇବା ପ୍ରଧାନମନ୍ତ୍ରୀଙ୍କ ନୈତିକ କର୍ତ୍ତବ୍ୟ।

ଏ କ୍ଷେତ୍ରରେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ। ସଂଯୋଗ କ୍ରମେ ବିଜେପି ସରକାର ଅମଳରେ ହିଁ  ଅର୍ଥନୀତିରେ ଦୁଇଜଣ ଭାରତୀୟ ନୋବେଲ ପୁରସ୍କାର ପାଇଛନ୍ତି। ବୈଚାରିକ ଦୃଷ୍ଟିରୁ ପ୍ରଫେସର ଅମର୍ତ୍ତ୍ୟ ସେନ ଓ ପ୍ରଫେସର ଅଭିଜିତ ବାନାର୍ଜୀ ବିଜେପି ଓ ସଂଘ ପରିବାରର ବିରୋଧୀ। ତେବେ ୧୯୯୮ରେ ଯେତେବେଳେ ପ୍ରଫେସର ସେନ ନୋବେଲ ପୁରସ୍କାର ପାଇଲେ, ତାକୁ ଏକ ଜାତୀୟ ଉତ୍ସବ ଭାବରେ ବାଜପାୟୀ ସରକାର ଗ୍ରହଣ କରିଥିଲା। ୧୯୯୯ ରେ ପ୍ରଫେସର ସେନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ପ୍ରଦାନ କରି ବାଜପାୟୀ ନିଜର ଉଦାର ହୃଦୟର ପ୍ରମାଣ ଦେଇଥିଲେ। ଅଭିଜିତ ବାନାର୍ଜୀଙ୍କ କ୍ଷେତ୍ରରେ ଏହାର ଠିକ ବିପରୀତ ଆଚରଣ ଦେଖିବାକୁ ମିଳୁଛି। ପ୍ରଫେସର ବାନାର୍ଜୀଙ୍କ ସହ ଦେଖା ହେବାର ପ୍ରଥମ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଥିଲେ- ମୁଁ ଦେଖୁଛି, ମିଡିଆ କେମିତି ଆପଣଙ୍କୁ ମୋ ବିରୋଧରେ କୁହାଇବାକୁ ଚେଷ୍ଟା କରୁଛି।

ଏଇଟା ହିଁ ଆଜିର ତାରିଖରେ ସବୁଠୁ ବଡ ଖବର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଭାରତର ଗଣମାଧ୍ୟମ କୌଣସି ସୁଯୋଗ ସୃଷ୍ଟି କରିବାକୁ ଭୟ କରୁଛି। ଅପରିହାର୍ଯ୍ୟ ପରିସ୍ଥିତି ନ ଆସିଲେ ମିଡିଆରେ ସରକାର ବିରୋଧୀ ସ୍ଵର ଶୁଣିବାକୁ ମିଳୁନାହିଁ। ପ୍ରଫେସର ବାନାର୍ଜୀ ଏହା ପୂର୍ବରୁ ବିମୂଦ୍ରାକରଣ ଓ କର୍ପୋରେଟ ତୁଷ୍ଟିକରଣ ଭଳି ବ୍ୟବସ୍ଥାକୁ ବିରୋଧ କରିଛନ୍ତି। ତେବେ ନୋବେଲ ପୁରଷ୍କାର ପାଇବା ଆଗରୁ ପ୍ରଫେସର ବାନାର୍ଜୀ ବା ପ୍ରଫେସର ଏଷ୍ଟର ଦଫ୍ଲୋ ଙ୍କୁ ଭାରତୀୟ ଟିଭି ଚାନେଲରେ କେହି କେବେ ଦେଖି ନଥିଲେ। ନୋବେଲ ପୁରଷ୍କାର ଏକ ଅପରିହାର୍ୟ ପରିସ୍ଥିତି ସୃଷ୍ଟି କଳା, ଯେଉଁଥିରେ ଏମାନଙ୍କ ଉପସ୍ଥିତି ମିଡିଆ ଲାଗି ନିତାନ୍ତ ଆବଶ୍ୟକ ଥିଲା। ତେବେ ମିଡିଆ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଚେଷ୍ଟା କରୁଛି ଓ ଏଥିଲାଗି ପ୍ରଫେସର ବାନାର୍ଜୀ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଆମେ କେମିତି ଦେଖିବା? ପ୍ରଧାନମନ୍ତ୍ରୀଙ୍କ ପାଇଁ ସବୁବେଳେ ନିଜକୁ ନିବେଦିତ କରି ରଖିଥିବା ଆମର ଗଣମାଧ୍ୟମ ଲାଗି ଏହା ହୃଦୟ ଭାଙ୍ଗିଦେଲାପରି ଏକ ବାର୍ତ୍ତା ନୁହେଁ କି?

ତେବେ ଏହା ପ୍ରଥମଥର ଲାଗି ଘଟୁନାହିଁ। ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ଵ ନେବା ପରେ ସେ ତାଙ୍କର ସାଂସଦ ମାନଙ୍କୁ କହିଥିଲେ- ମିଡିଆଠାରୁ ବଞ୍ଚିକି ରୁହ। ଉଭୟ ଛପାସ ଓ ଦିଖାସ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ସେ ତାଙ୍କର ନେତାମାନଙ୍କୁ କହି ଆସୁଛନ୍ତି। ଏତେ ଆତ୍ମ ସମର୍ପଣ ଓ ବ୍ୟବସ୍ଥାର ଦାସତ୍ଵ ସ୍ଵୀକାର କଲାପରେ ବି ଆମର ଗଣମାଧ୍ୟମ ପ୍ରତି ଆପଣଙ୍କର ଏତେ ରାଗ କାହିଁକି ପ୍ରଧାନମନ୍ତ୍ରୀ ମହୋଦୟ!!

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.