Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପ୍ରଦାନ ନିଷ୍ପତ୍ତି, ଏକ ଭଲ ଯୋଜନାର ଖରାପ ସମୟ ଆରମ୍ଭ ହେବାର ଉପକ୍ରମ
ବିଶେଷ ଖବର

ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପ୍ରଦାନ ନିଷ୍ପତ୍ତି, ଏକ ଭଲ ଯୋଜନାର ଖରାପ ସମୟ ଆରମ୍ଭ ହେବାର ଉପକ୍ରମ

October 25, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଜିତେନ୍ଦ୍ର ରଥ

ଗତ ତେଇଶି ତାରିଖରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏକ ଚିଠି ମାଧ୍ୟମରେ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ରାଜ୍ୟର ନିଜସ୍ଵ ମଧୁବାବୁ ପେନସନ ଯୋଜନାରେ ବୃଦ୍ଧ, ବୃଦ୍ଧା ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ହାତାହାତି ଦିଆଯାଉଥିବା ମାସିକ ଭତ୍ତା ଟଙ୍କାକୁ ଆଗାମୀ ଦିନରେ ବ୍ୟାଙ୍କ ମାଧ୍ୟମରେ ଦିଆଯିବାର ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ସହରାଞ୍ଚଳ ଗୁଡିକରେ ଏହା ନଭେମ୍ବର ୨୦୧୯ରୁ  ଓ  ବ୍ଲକ ମୁଖ୍ୟାଳୟ ପଞ୍ଚାୟତ ଗୁଡିକରେ ଏହା ଡିସେମ୍ବର ମାସରୁ ଆରମ୍ଭ କରିବାପାଇଁ କୁହାଯାଇଛି । ପରେ ପରେ ଏହା ସବୁ ପଞ୍ଚାୟତରେ ଲାଗୁ କରାଯିବ।  ଏଥି ନିମିତ୍ତ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଯଥା, ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଠିକ କରିବା, ଆଧାର ସଂଯୋଗୀ କରଣ କରିବା ଆଦି କାର୍ଯ୍ୟକୁ ତ୍ଵରିତ ବେଗରେ କରାଯିବା ପାଇଁ ନିର୍ଦେଶ ଦିଆଯାଇଛି।

ଅନେକଙ୍କୁ ଏହା ଏକ ଭଲ ନିଷ୍ପତ୍ତି ବୋଲି ଲାଗିପାରେ । ଯୁକ୍ତି ଦର୍ଶାଇ ଏହା କୁହାଯାଇପାରେ ଯେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ମାଧ୍ୟମରେ ଏହି ଟଙ୍କା ଦିଆଗଲେ, ପ୍ରକ୍ରିୟା ସରଳ ହେବ। ସରକାରୀ ଅଧିକାରୀ ବ୍ୟାଙ୍କରୁ ଅର୍ଥ ନେଇ ପଞ୍ଚାୟତ ଗୁଡିକୁ ଯାଉଥିବା ସମୟରେ କାଁ ଭାଁ ହେଉଥିବା ଚୋରୀ ଆଦି ଘଟଣାକୁ ରୋକାଯାଇ ପାରିବ। ଏହି ପ୍ରକ୍ରିୟା ଫଳରେ ଦୁର୍ନୀତି କରାଯିବାର ବାଟ ଗୁଡିକୁ ମଧ୍ୟ ବନ୍ଦ କରାଯାଇପାରିବ । ମୋଟାମୋଟି ସରକାରଙ୍କ ପାଇଁ ଏହା ଏକ ସହଜିଆ ବାଟ ହେବ । ଆହୁରିମଧ୍ୟ, ସହରାଞ୍ଚଳ ଓ ମୁଖ୍ୟତଃ ଭତ୍ତା ପାଇ ତା ଉପରେ ନିର୍ଭରଶୀଳ ନଥିବା କିଛି ହିତାଧିକାରୀଙ୍କ ପାଇଁ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ହୋଇପାରେ ।

କିନ୍ତୁ ସରକାରଙ୍କୁ ସହଜ ହେଉଥିବା କାମ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଯେ ସାହାଯ୍ୟକାରୀ ହେବ, ତାର କୌଣସି ନିର୍ଦ୍ଦିଷ୍ଟତା ନାହିଁ । ୨୦୧୭ -୧୮ ଆର୍ଥିକ ବର୍ଷର ତଥ୍ୟ ହିସାବରେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାକୁ ମିଶାଇ ଓଡିଶାରେ ପ୍ରାୟ ତେୟାଳିଶ ଲକ୍ଷ ଛଅଷଠି ହଜାର ଲୋକ ଭତ୍ତା ପାଉଛନ୍ତି। ଏଥିମଧ୍ୟରେ ପ୍ରାୟ ସତୁରୀ ଭାଗ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ, ସବୁଠାରୁ ଅଧିକ ହିତାଧିକାରୀ ଗ୍ରାମାଞ୍ଚଳରେ ହିଁ ରହିଥାନ୍ତି । ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳ ମାନଙ୍କରେ ରହୁଥିବା ବୟସ୍କ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ, ଅନେକ ଭାବେ ଏହି ଅର୍ଥ ସେମାନଙ୍କ ଆୟର ଏକ ସିଂହଭାଗ, ଯାହା ସେମାନେ ପ୍ରତ୍ୟେକ ମାସର ପନ୍ଦର ତାରିଖ ଦିନ ପଞ୍ଚାୟତ ବା କିଛି କିଛି ସ୍ଥାନରେ ନିଜ ଗ୍ରାମରେ ହିଁ ନଗଦ ପାଇ ପାରିଥାନ୍ତି। । ଏବେ ଏହି ପ୍ରକ୍ରିୟାକୁ ବଦଳାଇ ବ୍ୟାଙ୍କ ମାଧ୍ୟମରେ ଭତ୍ତା ଦେବା ନିଷ୍ପତ୍ତି କେତେଦୂର ଗ୍ରହଣୀୟ ଓ ପ୍ରକୃତ ହିତାଧିକାରୀ ପାଇଁ କେତେ ସହଜ ହେବ, ତାହା ହିଁ ବଡ ପ୍ରଶ୍ନ ।

ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ବେଶୀ ପରିଶ୍ରମ କରିବାକୁ ପଡିବ ନାହିଁ । ପୂର୍ବରୁ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଓ ଲିଖିତ ଭାବେ, ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନ କାହିଁକି ଗ୍ରହଣୀୟ ନୁହେଁ, ତାହା ଜଣାଇ ସାରିଛନ୍ତି। ନଭେମ୍ବର ୨୦୧୭ ମସିହାରେ କେନ୍ଦ୍ର ସରକାର ବ୍ୟାଙ୍କ ମାଧ୍ୟମରେ ଭତ୍ତା ଦେବାପାଇଁ ରାଜ୍ୟ ସରକାରଙ୍କୁ ଲେଖିଥିବା ଏକ ଚିଠି ଉତ୍ତରରେ, ୨୦୧୭ ଡିସେମ୍ବର ପ୍ରଥମ ସପ୍ତାହରେ ମାନନୀୟ ମୁଖ୍ୟମନ୍ତ୍ରୀ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠି, ଏହିଦୃଷ୍ଟିରୁ ଖୁବ ଗୁରୁତ୍ଵପୂର୍ଣ୍ଣ ।  ସେସମୟରେ କେନ୍ଦ୍ର ସରକାରଙ୍କ ଚିଠିର ମୂଳ ବିଷୟଟି ଥିଲା ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ଅର୍ଥ ହସ୍ତାନ୍ତରଣକୁ ବନ୍ଦ କରି ତିନି ମାସ ଅର୍ଥାତ ମାର୍ଚ୍ଚ ୨୦୧୮ ମଧ୍ୟରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ବା ଡିରେକ୍ଟ ବେନିଫିଟ ଟ୍ରାନ୍ସଫରକୁ ଲାଗୁ କରିବା । ମାନ୍ୟନୀୟ ମୁଖ୍ୟମନ୍ତ୍ରୀ ଏହାର ଦୃଢ ବିରୋଧ କରି ନିଜ ଚିଠିରେ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ଲାଗୁହେଲେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଆଦି ହିତାଧିକାରୀ ମାନେ କିଭଳି ଅସୁବିଧାରେ ପଡିବେ ତାହା ଦର୍ଶାଇଥିଲେ । ନଗଦ ଅର୍ଥ ପ୍ରଦାନ କିଭଳି ଭାବେ ଲୋକଙ୍କ ଆବଶ୍ୟକତା ମେଣ୍ଟାଉଛି ଓ ରାଜ୍ୟରେ ବ୍ୟାଙ୍କ ଗୁଡିକର ସ୍ଥିତି କିଭଳି ଭାବେ ସବୁଜାଗାରେ ପହଞ୍ଚି ନାହିଁ, ତାହା ଏହି ଚିଠିରେ ଦର୍ଶାଯାଇଥିଲା । ଆହୁରି ମଧ୍ୟ ରାଜ୍ୟ ସରକାର କିଭଳି ବିଭିନ୍ନ ଭତ୍ତା ହିତାଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି ଓ ସେମାନେ କିଭଳି ବ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣକୁ ବିରୋଧ କରି ନଗଦ ଗ୍ରହଣ ପାଇଁ ମତ ଦେଇଛନ୍ତି ତାହା ଉଲ୍ଲେଖ କରିଥିଲେ। ତେବେ, ଗତ ବର୍ଷେ, ଦେଢ ବର୍ଷ ଭିତରେ ଏମିତି କଣ ପରିବର୍ତ୍ତନ ହୋଇଗଲା ଯେ, ରାଜ୍ୟ ସରକାର ଏକ ୟୁଟର୍ଣ୍ଣ ନେବାକୁ ବାଧ୍ୟ ହେଲେ, ତାହା ସ୍ପଷ୍ଟ କରିବା ଅବଶ୍ୟକ ।

ଏହାଛଡା ପୂର୍ବରୁ ମଧ୍ୟ ରାଜ୍ୟରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନ ପ୍ରକ୍ରିୟାର ଏକ ବିଫଳ ପ୍ରୟାସ କରାଯାଇସାରିଛି। ୨୦୧୨ ଡିସେମ୍ବରରୁ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଏହି ପ୍ରକ୍ରିୟା ଲାଗୁ କରଯାଇଥିଲା । ଏଥିରେ ଅଧିକାଂଶ ହିତାଧିକାରୀମାନେ ସମସ୍ୟାର ସାମ୍ନା କରିବାରୁ ଓ ଯୋଜନାର ଦୃଢ ବିରୋଧ ହେବାରୁ, ଏହାକୁ ଆଗକୁ ନିଆଗଲା ନାହିଁ ।

ଯଦିବି କିଛି ସମୟ ପାଇଁ, ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣକୁ ମାନି ନିଆଯାଏ, ତେବେ ରାଜ୍ୟରେ ବ୍ୟାଙ୍କ ଗୁଡିକ  ଏମିତି ସ୍ଥିତିରେ ନାହାଁନ୍ତି , ଯାହା ଗରିବ ଶ୍ରେଣୀର ଲୋକ ମାନଙ୍କୁ ସ୍ବଚ୍ଛ ଭାବେ ହାତ ପାଆନ୍ତାରେ ସେବା ଯୋଗାଇ ଦେଇପାରିବେ । ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୪୦୦୦ ପଞ୍ଚାୟତରେ ବ୍ୟାଙ୍କ ନାହିଁ। ଗ୍ରାମାଞ୍ଚଳରେ ଯେଉଁଠି ବ୍ୟାଙ୍କ ଅଛି, ତାହାକୁ ଯାଇ ନଥିବା ଲୋକ ସେଠାରେ ହେଉଥିବା ଭିଡ ବିଷୟରେ କହିବା କଷ୍ଟ । ଦୂରତା, ଯାତାୟତରେ ଅସୁବିଧା, ଅଧିକ ଅର୍ଥ ବ୍ୟୟ, ବ୍ୟାଙ୍କର ପ୍ରକ୍ରିୟା ବିଷୟରେ ଥିବା ଅନଭିଜ୍ଞତା ଓ ସର୍ବଶେଷରେ ଭତ୍ତା ଅର୍ଥର ପରିମାଣ ଦେଖିଲେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ଆଗାମୀ ଦିନରେ ଅନେକ ସମସ୍ୟା ସୃଷ୍ଟି କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

ଅତ୍ୟନ୍ତ ଏହା ସ୍ପଷ୍ଟ ଯେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣକୁ ନେଇ କେନ୍ଦ୍ର ସରକାରଙ୍କ ଚାପ ଆଗରେ ରାଜ୍ୟ ସରକାର ଶେଷରେ ହାର ମାନିଛନ୍ତି। ଅବଶ୍ୟ ନିଜ ଚିଠିରେ, ରାଜ୍ୟ ସରକାର ଯେଉଁ ହିତାଧିକାରୀ ମାନେ ନଗଦ ଅର୍ଥ ନେବା ପାଇଁ ଚାହିଁବେ, ସେମାନେ ତାହା ପାଇପାରିବେ ବୋଲି ଲେଖିଛନ୍ତି। କିନ୍ତୁ ପିଡିଏସ ଓ ଅନ୍ୟାନ୍ୟ ଯୋଜନାର ଅଭିଜ୍ଞତାକୁ ଦେଖିଲେ ଏହି ଧାଡିର ଯେ କୌଣସି ଅର୍ଥ ନାହିଁ, ତାହା ସ୍ପଷ୍ଟ ହେବ ।

ପରିଶେଷରେ ଏତିକି କୁହାଯାଇପାରେ ଯେ ଓଡିଶା ସରକାର ଭତ୍ତା ଯୋଜନାରେ ସୁଧାର ପାଇଁ ଅନେକ ପ୍ରୟାସ କରିଛନ୍ତି। ଭତ୍ତା ଅର୍ଥର ପରିମାଣ କମ ଥିଲେ ମଧ୍ୟ, ପ୍ରତ୍ୟେକ ମାସର ପନ୍ଦର ତାରିଖରେ ସଫଳତାର ସହ ଏହା ପ୍ରଦାନ କରାଯାଇ ପାରୁଛି । ଆହୁରି ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଥିଲେ ମଧ୍ୟ, ରାଜ୍ୟ ସରକାର ନିଜସ୍ଵ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଅଧିକ ହିତାଧିକାରୀ ଚୟନ କରିପାରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ଭତ୍ତା ଯୋଜନାରେ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି କରିବ, ଏଥିରେ କୌଣସି ସନ୍ଦେହ ନାହିଁ । ରାଜ୍ୟ ସରକାର ପୂର୍ବରୁ ଦର୍ଶାଇଥିବା ଯୁକ୍ତି ଗୁଡିକର ବିପରୀତ ଏକ ନିଷ୍ପତ୍ତି ନେଇ ଥିବାରୁ, ଏହାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ କରିବାର ଅବଶ୍ୟକତା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.