Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ନାମକରା ସିନେମା ତାରକା ଓ ଖେଳାଳୀ ଯେତେବେଳେ ଶାସକ ଦଳର ପ୍ରଚାରକ ସାଜନ୍ତି……….
ବିଶେଷ ଖବର

ଦେଶର ନାମକରା ସିନେମା ତାରକା ଓ ଖେଳାଳୀ ଯେତେବେଳେ ଶାସକ ଦଳର ପ୍ରଚାରକ ସାଜନ୍ତି……….

October 29, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

କିଏ କହିଲା ଯେ ଭାରତରେ ସବୁକିଛି ଭଲ ନାହିଁ ? ଆଜ୍ଞା, ଆପଣ ଟୁଇଟରକୁ ଯାଆନ୍ତୁ ନା । ସେଠାରେ ଆପଣଙ୍କୁ ଭଲ ଦିନ ମିଳିଯିବ । ଭାରତର ଖେଳଜଗତ ଓ ଫିଲିମ୍ ଦୁନିଆର ତାରକାମାନେ ସେଠାରେ ଆପଣଙ୍କୁ ଭଲ ଦୁନିଆକୁ ନେଇ ଯିବା ପାଇଁ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଶହ ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ସିନେମାର ଚକୋଲେଟି ହିରୋଇନ୍ ଓ ହିରୋମାନେ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଭାରତୀୟ ଖେଳାଳିମାନେ ବି ସେହିଠାରେ ଆପଣଙ୍କୁ ମିଳିଯିବେ । ଏକଥା ଜଣାନାହିଁ ଯେ ସେମାନେ ଦେଶ ଓ ତାହାର ସମସ୍ୟାଗୁଡିକ ବିଷୟରେ କ’ଣ ଜାଣିଛନ୍ତି କିମ୍ବା ଜାଣିବାକୁ କେବେ ଅବସର ପାଇଛନ୍ତି । ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଦ୍ରୁତ ପତନ୍ନୋମୂଖୀ ଅର୍ଥନୀତି, ସମଗ୍ର ଜାମ୍ମୂ କାଶ୍ମୀରକୁ ଜେଲ୍ ରେ ପରିବର୍ତ୍ତନ କରିବା , ଧର୍ଷଣକାରୀଙ୍କୁ ସରକାରୀ ସଂରକ୍ଷଣର ସଂଖ୍ୟାଧିକ ଘଟଣା, ମୁସଲିମ୍ ନାଗରିକଙ୍କ ଉପରେ ଗୋଷ୍ଠୀ ଆକ୍ରମଣ ଆଦି ବିଷୟରେ ଚିନ୍ତା ବ୍ୟକ୍ତ କରି ସେମାନଙ୍କର ହ୍ୟାଣ୍ଡେଲରୁ ଥରୁଟିଏ ବି ଗୋଟିଏ ଟୁଇଟ୍ ବାହାରି ନାହିଁ । ମାତ୍ର ସେମାନଙ୍କର ଟୁଇଟରୁ ମିଳିଯିବ ପ୍ରଧାନମନ୍ତ୍ରୀଙ୍କର ଭଲ ଦିନପାଇଁ ସାର୍ଟିଫିକେଟ୍ । ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରୋପାଗଣ୍ଡା ଫଉଜର ଏମାନେ ଜଣେ ଜଣେ ନିଲ୍ଲଜ ସିପାହୀ ବୋଲି କହିବା ଏତେ ସହଜ ନୁହେଁ । କାରଣ ଏମାନେ ନିଜ ନିଜର ପେଶାଦାର କ୍ଷେତ୍ରରେ ଦେଶ ପାଇଁ ଅନେକ ସୁନାମ ଆଣିଛନ୍ତି ଓ ଲୋକପ୍ରୀୟ ବି ହୋଇଛନ୍ତି ।

ନିକଟରେ ସରିଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟଦାନର ଠିକ୍ ପୁର୍ବରୁ ଡାକରା ପାଇଁ ମୁମ୍ବାଇର ତାରକାମାନେ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଛୁଟିଥିଲେ । କୁହାଗଲା ଯେ ମହାତ୍ମା ଗାନ୍ଧିଙ୍କ ଜନ୍ମର ଦେଢଶହ ବର୍ଷ ପୁର୍ତ୍ତି ଅବସରରେ ଏହି ବୈଠକ ହୋଇଥିଲା । କିନ୍ତୁ ସେହି ବୈଠକ ଓ ଫଟୋଉଠା ପରେ ଏହି ତାରକାମାନେ ଗଣମାଧ୍ୟମର କ୍ୟାମେରା ଆଗରେ ଯାହା କହିଲେ ସେଥିରେ ଥିଲା କେବଳ ମୋଦୀଙ୍କର ଅବାରିତ ପ୍ରଶଂସା । ଏହା ଦ୍ବାରା ମୋଦୀ ହୁଏତ ଭୋଟପ୍ରଚାରରେ ନିଜର ଅନ୍ତିମ ସ୍ପର୍ଶ ଦେଉଥିଲେ । ନିର୍ବାଚନ ପ୍ରଚାର ବେଳେ ମୋଦୀ ଏମିତିଭାବେ ଲତା ମଙ୍ଗେସକର, ସଲମାନ୍ ଖାନ୍ କିମ୍ବା ବିଦେଶୀ ନେତାଙ୍କ ସହ ତାଙ୍କର ଅନ୍ତରଙ୍ଗତା ଓ ବସାଉଠା ବିଷୟରେ ଭୋଟରଙ୍କୁ ଜଣାଇବାକୁ ଭୁଲନ୍ତି ନାହିଁ । କିନ୍ତୁ ଯେତେବେଳେ ଗତ ୨ ମାସ ଧରି ମୁମ୍ବାଇ ପିଏମସି ବ୍ୟାଙ୍କର ଖାତାଧାରକମାନେ ରିଜର୍ଭ ବ୍ୟାଙ୍କ ଦ୍ବାରା ଜବତ ହୋଇଥିବା ସେମାନଙ୍କ ଟଙ୍କା ଫେରିବାକୁ ଦାବୀ କରି ନିତି ନିତି ପ୍ରଦର୍ଶନ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ହୄଦଘାତରେ ମଲେଣି – ଯଦି କେହି ଭାବୁଥିବ ଯେ ଏହି ତାରକାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେହି ବିଷୟଟି ଉଠାଇଥିବେ ତେବେ ସେ ବ୍ୟକ୍ତି ଜଣକ ନିଶ୍ଚୟ ଅତି ନିରୀହ ବ୍ୟକ୍ତି ହୋଇଥିବ ଏବଂ ସେ ଆଣ୍ଟି-ମୋଦୀ ପାପରେ ଭାଗି ହେବ ।

ପରିତାପର ବିଷୟ ଏହି ଯେ ଯଦି ପ୍ରଧାନମନ୍ତ୍ରୀଙ୍କ ସହ ଉଠାଇ ଫଟୋକୁ ପ୍ରସାର କରିବା ଓ ବାହାରେ ଆସି ତାଙ୍କରି ବନ୍ଦନା କରିବାର ଥିଲା ତେବେ ସେଥିରେ ଗାନ୍ଧୀଙ୍କ ବାହାନା ନେବାର କ’ଣ ଆବଶ୍ୟକତା ଥିଲା ? ଦେଶରେ ବାସ୍ତବିକ ବସ୍ତୁସ୍ଥିତି ଯେତେ ଉତ୍କଟ ଥିଲେ ବି ଦେଶବାସୀଙ୍କୁ ଏକ ଗୋଲାପି ଚିତ୍ରର ଅନୁଭବ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଥରୁଟିଏ ଲାଇଟ୍-କ୍ୟାମେରା-ଆକ୍ସନ୍ କରିବା କ’ଣ ତାରକାମାନଙ୍କ ପାଇଁ କିଛି ନୁଆ କଥା ?

ଅବଶ୍ୟ ଏହି ତାରକାମାନଙ୍କ ମଧ୍ୟରୁ କେତେଜଣ ଅତୀତରେ ମୋଦୀ ସରକାରକୁ ସମାଲୋଚନା କରି ତା’ର ଫଳ ଭୋଗି ସାରିଛନ୍ତି ।ନହେଲେ କିଏ ଜାଣେ କେତେବେଳେ ସେମାନଙ୍କ ମଧ୍ୟରୁ କାହାର କେଉଁ ଫିଲିମ୍ ପାଇଁ ପ୍ରେକ୍ଷାଳୟ ମିଳିବ ନାହିଁ, କାହା ହାତରୁ କେଉଁ ବ୍ରାଣ୍ଡ ଖସିଯିବ କିମ୍ବା କାହାର ହଜାର ହଜାର କୋଟି ଟଙ୍କାର ଆୟକର ଫାଇଲ୍ ପୁଣି ଖୋଲିଯିବ ?

ସେହିପରି ଗତ ୨୨ ତାରିଖରେ ସୋସିଆଲ୍ ମିଡିଆରେ ଏକ ଭିଡିଓର ଆବିର୍ଭାବ ହେଲା ଯେଉଁଥିରେ ଭାରତର ମହିଳା ବ୍ୟାଡମିଣ୍ଟନ ଖେଳାଳୀ ପି.ଭି. ସିନ୍ଧୁ ଓ ଚିତ୍ରତାରକା ଦିପୀକା ପାଦୁକୋନଙ୍କ ସଙ୍ଗେ ମିଶି ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଯେ ଦୀପାବଳୀରେ ଭାରତର ନାରୀଶକ୍ତିକୁ ପ୍ରଚାର କରିବା ପାଇଁ ଭିଡିଓକୁ ଅଧିକରୁ ଅଧିକ ପ୍ରସାର କରନ୍ତୁ । ଭାରତ ସରକାରଙ୍କର ଅଧିକାଂଶ ମନ୍ତ୍ରୀ ଓ ବିଜେପି ସମର୍ଥକଙ୍କ ସହ ଆହୁରି ଅନେକ ଲୋକ ତାହାକୁ ରିଟୁଇଟ୍ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ନିଜଆଡୁ ଦୁଇଧାଡି ଲେଖିଥିଲେ । ଭିଡିଓର ପରିପାଟି ଓ ବାର୍ତ୍ତାର ଶବ୍ଦ ସଂଯୋଜନା କୌଣସି କମ୍ପାନୀ ବ୍ରାଣ୍ଡର ବିଜ୍ଞାପନ ଭିଡିଓଠାରୁ ଭିନ୍ନ ନଥିଲା । କିନ୍ତୁ ଏ କଥା ଜାଣିବା ମୁସ୍କିଲ୍ ଯେ ହଠାତ୍ ନାରୀଶକ୍ତି କଥା କାହିଁକି ମନେ ପଡିଗଲା ଓ ଏହି ଭିଡିଓ ବାର୍ତ୍ତାର ପରିପ୍ରେକ୍ଷି ସୄଷ୍ଟି ପାଇଁ ସରକାର ନିକଟରେ ମହିଳାଙ୍କ ଭଲ ପାଇଁ କେଉଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ସେ ଯାହା ହେଉ, ଏଥିରେ ସବୁଠାରୁ ମଜା କଥା ହେଲା, ଟୁଇଟ୍ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତର ୬ ଜଣ ବିଖ୍ୟାତ ମହିଳା ଖେଳାଳି ଥିଲେ ଯେଉଁମାନେ କମା ପୁର୍ଣଛେଦ ସହକାରେ ସଂପୂର୍ଣ ଏକା କଥା ଲେଖି ନିଜ ଟୁଇଟର୍ ହ୍ୟାଣ୍ଡେଲରୁ ତାହା ଟୁଇଟ୍ କରିଥିଲେ । ସେମାନେ ଥିଲେ ପୂଜା ଧନ୍ଦା, ନିଖିତା ଜରିନ୍, ମ୍ୟାରି କୋମ୍,ମନିକା ବାତ୍ରା,ସାଇନା ନେହଓ୍ବାଲ୍ ଓ ପିଭି ସିନ୍ଧୁ । ଏମାନେ ସମସ୍ତେ ଭାରତୀୟ କ୍ରୀଡା ଜଗତର ନାମକରା ମହିଳା ଖେଳାଳି । ଏକଥା କେହି କହୁନାହିଁ ଯେ ସେମାନେ ତାରକା ଖେଳାଳି ହୋଇଥିବାରୁ କେଉଁ ଦଳକୁ ସମର୍ଥନ କରିବା, ସେହି ଦଳ ପାଇଁ ଭୋଟ ପ୍ରଚାର କରିବା, ସେହି ଦଳରୁ ଟିକେଟ ପାଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା କିମ୍ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବରେ ବିମୋହିତ ହୋଇ ଦୁଇ ଧାଡି ଲେଖିବା ପାଇଁ ସେମାନଙ୍କର ଅଧିକାର କିମ୍ବା ସ୍ବାଧୀନ ବିଚାର ରହିବ ନାହିଁ । କିନ୍ତୁ ଏହି ୬ ଜଣଙ୍କର ଟୁଇଟ୍ ପୁରାପରି ସମାନ ହେବା ଦର୍ଶାଉଛି ଯେ ସେସବୁ ସେମାନଙ୍କର ନିଜସ୍ବ ସ୍ବାଧୀନ ବିଚାର ନଥିଲା । ସେମାନେ ସେହି ଟୁଇଟ୍ ର ଲେଖାକୁ ଗୋଟିଏ ଜାଗାରୁ ଉଠାଇଛନ୍ତି । ତାହାକୁ ନିଜସ୍ବ ଢଙ୍ଗରେ ଲେଖିବା ପାଇଁ ତାହାର ଶବ୍ଦ ସଂଯୋଜନାରେ ସାମାନ୍ୟ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଚେଷ୍ଟା କରି ନାହାନ୍ତି । ଅତି କମରେ ପରୀକ୍ଷାରେ କପି କରୁଥିବା ପିଲାମାନେ ତ ଗୋଟିଏ ସୂତ୍ରରୁ ପାଇଥିବା କପିକୁ ସାମାନ୍ୟ ବଦଳାଇ ଲେଖନ୍ତି ଯାହା ଫଳରେ ପରୀକ୍ଷକ ଜାଣି ପାରିବ ନାହିଁ ଯେ ଉତ୍ତର କପି ହୋଇଛି ।

ଗତବର୍ଷ କୋବ୍ରାପୋଷ୍ଟ ନାମକ ଏକ ପୋର୍ଟାଲ୍ ଦ୍ବାରା ହୋଇଥିବା ଏକ ଷ୍ଟିଙ୍ଗ୍ ଭିଡିଓରେ ଦେଖିବାକୁ ମିଳିଥିଲା କେମିତି ବଡ ବଡ ସିନେମା କଳାକାରମାନେ ରାଜନୈତିକ ଦଳଗୁଡିକଙ୍କଠାରୁ ଟଙ୍କା ନେଇ ସେମାନଙ୍କ ସମର୍ଥନରେ, ସେମାନଙ୍କୁ ଯେଉଁ ଧାଡି ଦିଆଯିବ ସେଥିରେ ସାମାନ୍ୟ ପରିବର୍ତନ କରି ତାହା ଟୁଇଟ୍ କରିବା ପାଇଁ ରାଜି ହୋଇଥିଲେ । ଏହା ସେମାନଙ୍କ ପାଇଁ ପାର୍ଶ୍ବ ରୋଜଗାର ବା ସାଇଡ୍ ଇନକମ୍ ।

ସାଧାରଣତଃ ଚିତ୍ର ତାରକା ଓ ଖେଳାଳିମାନେ ଦେଶବାସୀଙ୍କ ପାଇଁ ଆଦର୍ଶ ହୋଇ ରହିଥାନ୍ତି । ସେମାନେ ସମାଜର ସାମୁହିକ ଚରିତ୍ରର କର୍ଣଧାର ଓ ସୄଜନଶୀଳତାର ପ୍ରତିନିଧି । ବିଦେଶରେ ସେମାନେ ଭାରତୀୟ ସମାଜର ରାଷ୍ଟ୍ରଦୂତ । ମାତ୍ର ସେହିମାନେ ଯେ ସେମାନଙ୍କର ସୄଜନଶୀଳତା ଓ ଦାୟିତ୍ବବୋଧତାକୁ ପୋଡିଦେଇ ସାମାନ୍ୟ ଟଙ୍କା ପାଇଁ ଜନସାଧାରଣଙ୍କର ସେମାନଙ୍କ ଉପରେ ଥିବା ଆସ୍ଥା ଓ ଭଲପାଇବାକୁ ରାଜନୈତିକ ଦଳଙ୍କ ପାଖରେ ଭଡାରେ ଲଗାଇବେ, ତାହା ଆମ ସାମାଜିକ ଅଧୋପତନର ଗଭୀରତାକୁ ନିର୍ଦ୍ଦେଶ କରୁଛି ।

ଏହା ହେଉଛି ଆମର ସେହି ଦେଶ ଯେଉଁଠାରେ ଅତୀତରେ ବଲରାଜ ସାହାଣୀ ଓ ମଜରୁହ ସୁଲତାନପୁରୀଙ୍କ ଭଳି ସଫଳ ସିନେମା କଳାକାରମାନେ ସରକାର ବିରୋଧୀ ନିଜସ୍ବ ନିର୍ଭୀକ ମତ ରଖି ଜେଲ୍ ଯାଇଥିଲେ । ସତୁରୀ ଦଶକରେ ଶକ୍ତିଶାଳୀ ସଞ୍ଜୟ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନାକରିବାରୁ ଗାୟକ କିଶୋର କୁମାର ଅଲ୍ ଇଣ୍ଡିଆ ରେଡିଓରୁ ବାସନ୍ଦ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.