Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅପରାଜିତା ଷଡଙ୍ଗୀ ଯଦି “ଫାଇଭ ଟି” କଥା ପଢିଥିଲେ, ସରକାରୀ ଦାୟିତ୍ବରେ ଥିଲା ବେଳେ ତାକୁ କାମରେ ଲଗାଉ ନ ଥିଲେ କାହିଁକି? 
ବିଶେଷ ଖବର

ଅପରାଜିତା ଷଡଙ୍ଗୀ ଯଦି “ଫାଇଭ ଟି” କଥା ପଢିଥିଲେ, ସରକାରୀ ଦାୟିତ୍ବରେ ଥିଲା ବେଳେ ତାକୁ କାମରେ ଲଗାଉ ନ ଥିଲେ କାହିଁକି? 

November 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଓଡିଶା ସରକାରଙ୍କ “ଫାଇଭ ଟି” ଓ “ମୋ ସରକାର” ବ୍ୟବସ୍ଥାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ବିଶେଷ କରି ଏହାକୁ ନେଇ କେତେଜଣ ପୂର୍ବତନ ବରିଷ୍ଠ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ବେଶ ମନୋରଞ୍ଜନଧର୍ମୀ ମାନେ ହେଉଛି। ସେମାନଙ୍କୁ ଲାଗୁଛି, ଏ ବ୍ୟବସ୍ଥା ସବୁବେଳେ ପ୍ରଶାସନର ଅଂଶ ହୋଇ ରହିଥିଲା, ଏହାକୁ ନେଇ ଏତେ ନାଟକବାଜିର ଆବଶ୍ୟକତା କଣ। ଠିକ କଥା, ଏକ ସାଧାରଣ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଏତେ ପ୍ରଚାର ଅପପ୍ରଚାର କାହିଁକି? ଏହା ଯଦି ଏକ ସାଧାରଣ ପ୍ରଶାସନିକ ପ୍ରକ୍ରିୟା, ତାକୁ ତା ବାଟରେ ଚାଲିବାକୁ ଦିଆଯାଉ। ଯଦି ସେଥିରେ କିଛି ଭୁଲ ତ୍ରୁଟି ଅଛି ତାର ଆଲୋଚନା ହେଉ। ତାହା ନ କରି, ପୁରା ବ୍ୟବସ୍ଥାକୁ ନେଇ ନାକ ଟେକିବାର ମାନେ କଣ? ତେବେ ଏ ସମ୍ପର୍କରେ ସବୁଠୁ ରୋଚକ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ଲୋକସଭା ସଦସ୍ୟ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ। ତାଙ୍କ କହିବା କଥା ହେଲା, “ଫାଇଭ ଟି” ଏକ ପୁରୁଣା ବ୍ୟବସ୍ଥା ଓ ସେ ଆଇଏଏଏସ ତାଲିମ ନେଲାବେଳେ ଏହା ପଢିଥିଲେ। ଏହା ନିରାଟ ସତ କଥା। ସୁଶାସନ ବା ଗୁଡ ଗଭର୍ଣ୍ଣେଂସର ତାଲିମରେ ଏହି ପାଞ୍ଚଟି ଯାକ ଉପାଦାନ ବିଷୟରେ ସରକାରୀ ଅଧିକାରୀଙ୍କୁ ତାଲିମ ଦିଆ ହୋଇ ଆସୁଛି। ହେଲେ ତାଲିମ ପାଇ ଚଉକିରେ ବସୁଥିବା ଅଧିକାରୀମାନେ ତାକୁ କାର୍ଯ୍ୟକାରୀ କରୁଥିଲେ କି? ଯଦି କରୁ ନଥିଲେ ତାର କାରଣ କଣ? ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସନ ପାରଦର୍ଶୀ ହେଉ, ସମୟାନୁବର୍ତ୍ତି ହେଉ, ଆଧୁନିକ ବିଜ୍ଞାନ କୌଶଳର ପ୍ରୟୋଗ କରୁ, ଗୋଷ୍ଠୀ ଭାବରେ କାମ କରୁ ଓ ଏହି ପ୍ରକ୍ରିୟା ଜରିଆରେ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସୁ- ଏହା ସମସ୍ତେ ଚାହାନ୍ତି।

ତେବେ ଏ ପ୍ରକାର ପରିବର୍ତ୍ତନ ଆଣିବାର ସୁଯୋଗ ଯେଉଁମାନଙ୍କୁ ଯେତେବେଳେ ମିଳିଥିଲା, ସେମାନେ ତାର ଉପଯୋଗ କରିଥିଲେ କି? ପୂର୍ବତନ ବରିଷ୍ଠ ସରକାରୀ ଅଧିକାରୀ ହୁଅନ୍ତୁ ବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏମାନେ ରାଜ୍ୟ ପ୍ରଶାସନରେ ବଡ କ୍ଷମତା କେନ୍ଦ୍ରର ଦାୟିତ୍ବରେ ରହିଥିଲେ। ଦାୟିତ୍ବରେ ଥିଲା ବେଳେ ଯାହା ପଢିଥିଲେ, ତାର ଉପଯୋଗ କରି ନଥିଲେ କାହିଁକି? ଅପରାଜିତା ଷଡଙ୍ଗୀ ଗୋଟେ ସମୟରେ ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମର ଦାୟିତ୍ବରେ ଥିଲେ। ସେତେବେଳେ ତାଙ୍କ ଦାୟିତ୍ବରେ ଥିବା ଜିଲ୍ଲା ବା ଭୁବନେଶ୍ୱର ମହାନଗର ନିଗମରେ ଏ ବ୍ୟବସ୍ଥା ଲାଗୁ କରିବାକୁ କିଏ ତାଙ୍କୁ ମନା କରିଥିଲା କି? ଆଇଏଏସ ଚାକିରିରେ ଥିବା ବେଳେ ଅପରାଜିତା କ୍ଷମତାକେନ୍ଦ୍ରର ଶ୍ରଦ୍ଧେୟ ଅଧିକାରୀ ଭାବେ ପ୍ରଭୂତ ସ୍ଵାଧୀନତା ପାଇଥିଲେ। ସେତେବେଳେ ଏ ପ୍ରକାର ଯୋଜନାକୁ ସେ ନିଜ ବିଭାଗ ଜରିଆରେ କାର୍ଯ୍ୟକାରୀ କରିପାରିଥାନ୍ତେ। ତାହା ନ କରି, ଏହା ମୁଁ ପଢିଥିଲି ବୋଲି ଆଜି କହିବାର ବିଶେଷ କିଛି ଅର୍ଥ ନାହିଁ।

ଏଠି ମନେ ପକାଇଦେବା ଉଚିତ ହେବ ଯେ, ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବ ଥିବା ସମୟରେ ଅପରାଜିତା ଷଡଙ୍ଗୀ କ୍ଷେତ୍ର ପରିଦର୍ଶନ ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିଲେ। ସେତେବେଳେ ସେଥିଲାଗି ତାଙ୍କୁ ବହୁ ପ୍ରଶଂସା ମିଳିଥିଲା। ତେବେ ସେହି ସମାନ ବ୍ୟବସ୍ଥାକୁ ସେ ଆଜି ସମାଲୋଚନା କରୁଛନ୍ତି କାହିଁକି? ତାଙ୍କ ସମୟରେ ବିଦ୍ୟାଳୟ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୟୁନିଫର୍ମ ବ୍ୟବସ୍ଥା ଚର୍ଚ୍ଚାରେ ରହିଥିଲା। ୟୁନିଫର୍ମ ବ୍ୟବସ୍ଥା ଗ୍ରହଣ ବେଳେ ସେ ଯଦି ସାମାନ୍ୟ ଚିନ୍ତା କରିଥାନ୍ତେ, ସେହି ମାଧ୍ୟମରେ ଓଡିଶା ହସ୍ତତନ୍ତର ବିପୁଳ ବିକାଶ ସମ୍ଭବ ହୋଇ ପାରିଥାନ୍ତା।ୟୁନିଫର୍ମ ଜରିଆରେ ଓଡିଶୀ ହସ୍ତତନ୍ତ ବା ସମ୍ବଲପୁରୀ ଶାଢୀ ଓ ଖଦିକୁ ପ୍ରୋତ୍ସାହିତ କରିବାର ଏକ ବ୍ୟାପକ ସମ୍ଭାବନା ରହିଥିଲା। ଏହା ମାଧ୍ୟମରେ ଦେଶୀ ବୁଣାକାରଙ୍କ ପାଇଁ ଏକ ସ୍ଥାୟୀ ବଜାର ସୃଷ୍ଟି କରାଯାଇ ପାରିଥାନ୍ତା। ତାହା ନକରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଲାଗି ଏମିତି ୟୁନିଫର୍ମ ବ୍ୟବସ୍ଥା କରାଗଲା, ଯେଉଁଥିରେ ରାଜ୍ୟ ବାହାରର ଲୁଗାକଳ ଓ ବ୍ୟବସାୟୀମାନେ ଏହାର ଲାଭ ପାଇଲେ। ବ୍ୟବସ୍ଥା ପରିବର୍ତ୍ତନ ମାଧ୍ୟମରେ ହଜାର ହଜାର ବୁଣାକାର ପରିବାରଙ୍କ ଜୀବନ ଧାରଣର ମାନକୁ ବଦଳାଇଦେବାର ଏକ ଅପୂର୍ବ ସୁଯୋଗ (opportunity to transform)କୁ ସେତେବେଳେ ଆମେ ହାତ ଛଡା କରିନୁ କି?

ଆଜି ଓଡିଶା ସରକାର “ଫାଇଭ ଟି” କୁ ନେଇ ଅଧିକ ଗୁରୁତ୍ଵ ଦେଉଛନ୍ତି ଓ ଏହାର ବ୍ୟାପକ ଆଧାରଭୂମି ବର୍ତ୍ତମାନ ତିଆରି ହେଉଛି। ଅପରାଜିତା ଯାହା କହୁଛନ୍ତି, ସେହି ଅନୁସାରେ ଏହା ସୁଶାସନ ତାଲିମର ଏକ ଅଂଶ ବିଶେଷ ଥିଲା। ତାକୁ ନିଜ ସ୍ତରରେ କାର୍ୟକାରୀ କରାଇବାର ସାହସ ସେତେବେଳେ ସେ ପ୍ରଦର୍ଶନ କରିଥିଲେ କି? ରାଜନୀତିକୁ ଆସିବା ପୂର୍ବରୁ ପ୍ରଶାସନ ମାଧ୍ୟମରେ ନିଜର ଲୋକ ସମ୍ପର୍କ ତଥା ନିଜର ଭାବମୂର୍ତ୍ତି ନିର୍ମାଣ କିଛି ପ୍ରଶାସନିକ ଅଧିକାରୀଙ୍କର ଲକ୍ଷ୍ୟ ପାଲଟିଯାଏ। ସେମାନେ ଲୋକଙ୍କ ପାଇଁ କାମ କରିବା ପରିବର୍ତ୍ତେ ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ପଦବୀ ଓ କ୍ଷମତାର ଉପଯୋଗ କରିଥାନ୍ତି। ଏହାର ଉଦାହରଣ ଅନେକ ରହିଛି। ରାଜନୀତିକୁ ଆସିଲା ପରେ, ପ୍ରଶାସନର ଚରିତ୍ରକୁ ନେଇ ଆଲୋଚନା କରିବା ହୁଏତ ସବୁଠୁ ସହଜ କଥା। ହେଲେ ସେ ସେ ଆଲୋଚନା ବେଳେ ଆପଣ କଣ କରିଥିଲେ, ସେ ପ୍ରଶ୍ନ ନିହାତି ଉଠିବ!!

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.