Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀଜୀଉଙ୍କ ସେବାରେ ଅବହେଳା କଲେ ସେବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
ବିଶେଷ ଖବର

ଶ୍ରୀଜୀଉଙ୍କ ସେବାରେ ଅବହେଳା କଲେ ସେବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

November 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରୀଜୀୟୁଙ୍କ ସେବାରେ ଅବହେଳା କଲେ ସେବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ, ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ

ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ମାମଲାର ଆଜି ଶୁଣାଣି କରିଛନ୍ତି। ଏଥିରେ କୋର୍ଟ ମଧ୍ୟବର୍ତ୍ତିକାଳୀନ ଏହି ରାୟରେ ଶ୍ରୀମନ୍ଦିର ସଂସ୍କାର ପାଇଁ ୨୨ଟି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଯେଉଁ ସେବକମାନେ ଶ୍ରୀଜୀୟୁଙ୍କ ସେବାରେ ଅବହେଳା କିମ୍ବା ବିଳମ୍ବ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାରେ ନିଯୁକ୍ତ ଆମିକସ୍‌ କ୍ୟୁରୀ ରଣଜିତ କୁମାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। କୋର୍ଟ ଦେଇଥିବା ନିର୍ଦ୍ଦେଶଗୁଡିକ ମଧ୍ୟରୁ ଯାହା ମୁଖ୍ୟ ବିଷୟ ରହିଛି ସେଗୁଡିକ ହେଲା

୧-ଭାରତରେ ଯେଉଁଠି ଶ୍ରୀଜଗନ୍ନାଥଙ୍କ ସଂମ୍ପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବାକୁ ମନ୍ଦିର ପ୍ରଶାସନକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

୨-ଏହି ସଂମ୍ପତ୍ତିରୁ ବର୍ତ୍ତମାନ କଣ ଆୟ କଣ ହେଉଛି ତାହାର ଏକ ତାଲିକା ମଧ୍ୟ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି।

୩-ରାଜ୍ୟ ସରକାର ଜଗନ୍ନାଥ ଧର୍ମ ଉପରେ ଏକ ସ୍କୁଲ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ କୋର୍ଟକୁ ଯେଉଁ ୬ କୋଟି ଟଙ୍କା ଦେବାର ଅଛି ତାହାକୁ କୋର୍ଟ ସରକାରଙ୍କୁ ପ୍ରଦାନ କରିବ ବୋଲି ଉଲ୍ଲେଖ କରାଯାଇଛି।

୪-ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଙ୍କୁ କୋର୍ଟ ମଧ୍ୟ ନିର୍ଦେଶ ଦେଇଛନ୍ତି ।

୫-ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କ ପାଇଁ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୋର୍ଟ କହିଛନ୍ତି। ୬୦ହଜାର ଭକ୍ତ ରହଣୀ ନିମନ୍ତେ ଏକ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

୬-ଶ୍ରୀଜୀଉଙ୍କ ନୀତିରେ ବିଳମ୍ବ କିମ୍ବା ଅବହେଳା କଲେ ସେବାୟତ ବିରୋଧରେ ମନ୍ଦିର ପ୍ରଶାସନ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୭-ମନ୍ଦିରରେ ଏବଂ ସହରର ଡ୍ରେନଜ ପାଣି ନିୟନ୍ତ୍ରଣ ପାଇଁ ପୁରୀରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସେଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୮-ଶ୍ରୀମନ୍ଦିରରେ ସେବକମାନେ ଭକ୍ତଙ୍କୁ ହଇରାଣ କରି ଯେଉଁ ଦକ୍ଷିଣା ମାଗୁଛନ୍ତି, ତାହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି କୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026
Latest News

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.