Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶରେ ପିଆଜ ଦର ବୃଦ୍ଧି ପାଇଁ ମୌସୁମୀ ଦାୟୀ, କହିଲେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସପାଶ୍ବାନ
ବିଶେଷ ଖବର

ଦେଶରେ ପିଆଜ ଦର ବୃଦ୍ଧି ପାଇଁ ମୌସୁମୀ ଦାୟୀ, କହିଲେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସପାଶ୍ବାନ

November 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Due Late coming of Manson Onion price hiked,Minister

ସମୀକ୍ଷା ବ୍ୟୁରୋ

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି  ଉପରେ  ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ଡେରିରେ ମୌସୁମୀ ଆସିବାରୁ ପିଆଜ ଦର ବୃଦ୍ଧି ଘଟିଛି। ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇ ନ ଥିଲା। ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା। ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା। ଫଳରେ ପିଆଜ ଉତ୍ପାଦନ ହ୍ରାସ ଘଟିବା ସହ ଦର ବୃଦ୍ଧି ଘଟିଛି।

ବୈଠକ ପରେ ମନ୍ତ୍ରୀ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫୬,୭୦୦ ଟନ ପିଆଜ ମହଜୁଦ କରି ରଖାଯାଇଛି । ଏଥିମଧ୍ୟରୁ ୧୫୨୫ ଟନ ନାଫେଡ ନିକଟରେ ରହିଛି। ବଜାରରେ ଯଥେଷ୍ଟ ପରିମାଣରେ ପିଆଜ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପିଆଜ ରପ୍ତାନି ଉପରେ ଅଂକୁଶ ଜାରି କରାଯାଇଛି। ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ କରି ରଖିବାର ସୀମା ୧୦ ମେଟ୍ରିକ ଟନ ରଖା ଯାଇଥିବା ବେଳେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା ୫୦ ମେଟ୍ରିକ ଟନ ରଖାଯାଇଛି। ପିଆଜ ଦର ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇ ପାଶ୍ୱାନ କହିଥିଲେ ଯେ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ମାତ୍ର ବର୍ଷା କାରଣରୁ ପିଆଜ ଉତ୍ପାଦନ ୩୦ରୁ ୪୦% ପ୍ରତିଶତହ୍ ରାସ ପାଇଛି । ପିଆଜ ଯୋଗାଣ ମଧ୍ୟ ବାଧା ପ୍ରାପ୍ତ ହୋଇଛି। ଦିଲ୍ଲୀ ମଣ୍ଡିରେ ମଧ୍ୟ ୨୫% ପିଆଜ କମ ପହଁଚିଛି ।

କେନ୍ଦ୍ର ସରକାର ପିଆଜ ଆମଦାନୀ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଇଛନ୍ତି। କୃଷି ମନ୍ତ୍ରଣାଳୟ ପକ୍ଷରୁ ରପ୍ତାନି ପାଇଁ ରହିଥିବା ନିୟମ ଓ ସର୍ତାବଳୀକୁ କେତେକ ସର୍ତ ସହିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି ।ଏହା ଦ୍ୱାରା ଗୁଣବତା ଓ ନିରାପତା ସହ ସାଲିସ କରା ନ ଯାଇ ପିଆଜର ଶୀଘ୍ର ଆମଦାନୀ ସୁନିଶ୍ଚିତ ହୋଇପାରିବ। ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଏବଂ ଇରାନରୁ ପିଆଜ ଆମଦାନୀ ପାଇଁ ସେଠାରେ ଥିବା ଭାରତୀୟ ମିଶନକୁ କୁହାଯାଇଛି। ମଦର ଡାଏରୀ, ସଫଲ ଷ୍ଟୋର ମାଧ୍ୟମରେ ଖୁଚୁରା ବଜାରରେ ସୁଲଭ ଦରରେ ଯଥେଷ୍ଟ ପରିମାଣରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ନାଫେଡର ଅତିରିକ୍ତ ଏମଡିଙ୍କ ନେତୃତ୍ୱରେ ଏକ ଟିମ ମହାରାଷ୍ଟ୍ର ଗସ୍ତ କରି ପିଆଜ ଯୋଗାଣର ସ୍ଥିତି ଅନୁଧ୍ୟାନ କରିବ। ଖୁବ ଶିଘ୍ର ପିଆଜ ଦର ନିୟନ୍ତ୍ରଣ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.