Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରକୀୟା ସମ୍ପର୍କରେ ଭାରତୀୟ ମହିଳାଙ୍କ ରାୟ କ’ଣ, ଜାଣନ୍ତୁ; ବିବାହ ପରେ ସମ୍ପର୍କକୁ ନେଇ ଭାରତୀୟ ମହିଳାଙ୍କ ମନକଥା
ବିଶେଷ ଖବର

ପରକୀୟା ସମ୍ପର୍କରେ ଭାରତୀୟ ମହିଳାଙ୍କ ରାୟ କ’ଣ, ଜାଣନ୍ତୁ; ବିବାହ ପରେ ସମ୍ପର୍କକୁ ନେଇ ଭାରତୀୟ ମହିଳାଙ୍କ ମନକଥା

November 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ବି ଭାରତୀୟଙ୍କ କ୍ଷେତ୍ରରେ ସେକ୍ସ ତଥା ଯୌନ ସମ୍ପର୍କକୁ ନେଇ ଖୋଲାଖୋଲି ବିଚାର କରିବାରେ ଦ୍ବିଧା ଦେଖାଯାଉଛି। ବିବାହ ପରେ ସ୍ତ୍ରୀ ବା ପୁରୁଷ ଅନ୍ୟ ପୁରୁଷ ବା ସ୍ତ୍ରୀ ସହିତ ସମ୍ପର୍କ ରଖିବାରେ ଭାରତୀୟ ମହିଳାଙ୍କଠାରୁ ପୁରୁଷମାନେ ଆଗରେ ରହିଛନ୍ତି। ଇଣ୍ଡିଆ ଟୁଡେର ସେକ୍ସ ସର୍ଭ ୨୦୧୯ରେ  ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହ ପରେ ଅନ୍ୟ ପୁରୁଷ ବା ସ୍ତ୍ରୀ ସହ ସମ୍ପର୍କ କ୍ଷେତ୍ରରେ ରାୟ ଜାଣିଛନ୍ତି । ଆଜି ବି ମହିଳାମାନେ ବିବାହ ପରେ ଅନ୍ୟ ସମ୍ପର୍କକୁ ଠିକ୍‌ରେ ଗ୍ରହଣ କରିପାରନ୍ତି ନାହିଁ। ମହିଳାମାନେ ଲୋକେ କ’ଣ କହିବେର ବିଚାର ଆଜି ବି ରଖୁଛନ୍ତି । ବିବାହ ପରେ ସମ୍ପର୍କକୁ ମହିଳାମାନେ ଧୋକ୍କା ବା ବ୍ୟଭିଚାର ବୋଲି ଅଭିହିତ କରିଛନ୍ତି ।

ସୁପ୍ରିମକୋର୍ଟ ପୂର୍ବରୁ ବ୍ୟଭିଚାର ସମ୍ପର୍କିତ ଆଇନକୁ ଖାରଜ କରିବା ସହିତ ଏହା କୌଣସି ଅପରାଧ ଭୁକ୍ତ ନୁହେଁ ବୋଲି କହିସାରିଛନ୍ତି । ଦୁନିଆର ପ୍ରଥମ ଏକ୍ସଟ୍ରାମ୍ୟାରିଟାଲ୍‌ ଡେଟିଂ ଓ୍ବେବସାଇଟ୍‌ ଗ୍ଲୀଡେନ୍‌ ର ମ୍ୟାନେଜର୍‌ ସାଲେନ୍‌ ପେଲେଟ୍‌ ଏହି ସମ୍ପର୍କରେ ନିଜ ରାୟ ଦେଇ କହିଛନ୍ତି ଯେ, ବ୍ୟଭିଚାରକୁ ଅପରାଧ ଶ୍ରେଣୀରୁ ହଟାଯିବା ପରେ ମଧ୍ୟ ଭାରତରେ ମହିଳାମାନେ ଏହାକୁ ଧୋକ୍କା ବା ଅପରାଧ ପରି ଦେଖୁଛନ୍ତି । ଭାରତୀୟ ମହିଳାଙ୍କ ମତରେ ଏହା ବହୁତ ବଡ଼ ସାମାଜିକ କଳଙ୍କ। ଏହି ଡେଟିଂ ଆପ୍‌ରେ ମହିଳାଙ୍କଠାରୁ ଅଧିକ ମାତ୍ରାରେ ପୁରୁଷ ରହିଛନ୍ତି । ଅଧିକାଂଶ ମହିଳାଙ୍କ ମତରେ ନିଜ ସ୍ବାମୀ ଛଡ଼ା ଅନ୍ୟ କାହା ସହ ସମ୍ପର୍କ ରଖିବା ଅର୍ଥ ଧୋକ୍କା ଦେବା, ଯାହା ଏକ ଦଣ୍ଡନୀୟ ଅପରାଧ। ତେବେ ଗ୍ଲୀଡେନ୍‌ର ସବ୍‌ସ୍କ୍ରାଇବର୍ସରେ ଅଧିକତର ପୁରୁଷ ରହିଥିବାବେଳେ, ମହିଳାମାନେ ମଧ୍ୟ ପଛରେ ନାହାନ୍ତି। ଏହି ଓ୍ବେବସାଇଟ୍‌ରେ ଭାରତରୁ ପାଖାପାଖି ଦୁଇ ଲକ୍ଷ ମହିଳା ସଦସ୍ୟ ରହିଛନ୍ତି। ଏହି ପ୍ଲାଟଫର୍ମରେ ରହିଥିବା ମହିଳାମାନେ ଅଧିକ ସଂଖ୍ୟକ ମେଟ୍ରୋ ସିଟିର । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁରୁର । ବିଶେଷକରି ଡାକ୍ତର, ଉଚ୍ଚ ପଦବୀରେ କାର୍ଯ୍ୟରତ କର୍ମଜୀବୀ ମହିଳାମାନେ ଏହି ଓ୍ବେବସାଇଟ୍‌ରେ ସଦସ୍ୟ ରହିଛନ୍ତି ।

ଏହି ଓ୍ବେବସାଇଟ୍‌ରେ ମ୍ୟାନେଜର୍‌ଙ୍କ କହିବାନୁସାରେ ଭାରତରେ ବିନା କୌଣସି ମାର୍କେଟିଂ ଓ ବିଜ୍ଞାପନ ଦ୍ବାରା ଏହାର ସବକ୍ରାଇବସନ୍‌ ବଢିବାରେ ଲାଗିଛି ।  ଲୋକେ ଏହି ଓ୍ବେବସାଇଟ୍‌କୁ ଅଧିକ ମାତ୍ରାରେ ଗ୍ରହଣ କରୁଛନ୍ତି । ଭାରତରେ ବିବାହ ପରେ ସମ୍ପର୍କକୁ ଗ୍ରହଣ କରାଯାଉନଥିବାବେଳେ, ଅଧିକାଂଶ ଭାରତୀୟ ଫ୍ଲଟିଂ ପାଇଁ ଏହି ଓ୍ବେବସାଇଟ୍‌ର ବ୍ୟବହାର କରୁଛନ୍ତି ।  ଭାରତରେ ବଢୁଥିବା ବାମାବାଦୀ (ଫେମିନିଜିମ୍‌) କାରଣରୁ ମହିଳାମାନେ ଏବେ ବିନା ସଂକୋଚରେ ସେକ୍ସ ତଥା ଯୌନ ସମ୍ପର୍କ ଉପରେ ନିଜର ବିଚାର ରଖିପାରୁଛନ୍ତି । ଯଦିଓ ମହିଳାମାନେ ସେକ୍ସ ତଥା ଉତ୍ତମ ଯୌନସୁଖ ପାଇବା ପାଇଁ ଆଜିକାଲି ଆଉ ଭୟଭୀତ ରହୁନାହାନ୍ତି, କିନ୍ତୁ ତାଙ୍କ ମନରେ ଏବେବି ଲୋକେ କ’ଣ କହିବେର ବିଚାରଧାରା ରହୁଛି।

ଇଣ୍ଡିଆଟୁଡେ ର ସେକ୍ସ ସର୍ଭେ ଅନୁସାରେ ମହିଳାଙ୍କଠାରୁ ପୁରୁଷମାନେ ଅଧିକ ଏକ୍ସଟ୍ରା ମ୍ୟାରିଟିୟାଲ୍‌ ଅଫେୟାର୍ସରେ ଆଗ୍ରହ ଦେଖାଉଛନ୍ତି ।  ଅଧିକାଂଶ ମହିଳାମାନେ ବିବାହ ପରେ ଏହି ସମ୍ପର୍କକୁ ଅବୈଧ ସମ୍ପର୍କ ବୋଲି ଭାବୁଥିବାବେଳେ ନିଜ ସ୍ବାମୀଙ୍କ ସହିତ ସମ୍ପର୍କ ରଖିବାରେ ଜୋର୍‌ ଦେଇଥା’ନ୍ତି । କିନ୍ତୁ ୨୦୦୭ ଓ ୨୦୧୯ ମଧ୍ୟରେ ବିବାହ ପରେ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରାରେ ବହୁତ କିଛି ପରିବର୍ତ୍ତନ ହୋଇଛି ।  ୨୦୦୭ରେ ଏହାକୁ ସେମାନେ ନିଜ ସାଥୀଙ୍କ ପ୍ରତି ବିଶ୍ବାସଘାତକତା ୩୩ ପ୍ରତିଶତ ଲୋକ ମାନୁଥିବାବେଳେ ଏବେ ୩୬ ପ୍ରତିଶତ ଲୋକ ଏହାକୁ ବିଶ୍ବାସଘାତକତା ବୋଲି ମାନୁଛନ୍ତି । ସେହିପରି ଏହା ମାନସିକ ଧୋକ୍କା ନୁହେଁ ବୋଲି ୨୦୦୭ରେ ୫୧ ପ୍ରତିଶତ ଲୋକ ଭାବୁଥିବାବେଳେ ଏବେ ଏହା ୬୪ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୦୭ରେ ୧୮ ପ୍ରତିଶତ ଲୋକ ଏକ୍ସଟ୍ରା ମ୍ୟାରିଟେୟାଲ୍‌ ଅଫେୟାର୍ସରେ ରହି ସାଥୀକୁ ଧୋକ୍କା ଦେବାକୁ ସ୍ବୀକାର କରୁଥିବାବେଳେ ୨୦୧୯ରେ ୧୯ ପ୍ରତିଶତକୁ ବୃଦ୍ଧି ପାଇଛି, ଅପରପକ୍ଷରେ ଏହାକୁ ୮୧ ପ୍ରତିଶତ ଏହାକୁ ଧୋକ୍କା ଦେବା ବୋଲି ସ୍ବୀକାର କରୁନାହାନ୍ତି । ମିଳିଥିବା ସର୍ଭେ ରିପୋର୍ଟ ଅନୁସାରେ ଅଧିକାଂଶ ବିବାହିତା ମହିଳାଙ୍କ ବିବାହ ପରେ ସେକ୍ସ ଲାଇଫ୍‌ ବୋରିଂ ହୋଇଯାଇଥିବାର ସୂଚନା ମିଳିଛି । ଅଧିକାଂଶ ମହିଳାଙ୍କ ମତରେ ବିବାହ ପରେ ତାଙ୍କ ସ୍ବାମୀମାନେ ସେକ୍ସକୁ ହିଁ  ପ୍ରେମ ବୋଲି ଭାବିଥା’ନ୍ତି, କିନ୍ତୁ ପତ୍ନୀଙ୍କ ଆବଶ୍ୟକୀୟତା ପ୍ରତି ଧ୍ୟାନ ଦେଇନଥା’ନ୍ତି । ସ୍ବାମୀମାନେ କେବଳ ନିଜର ଆବଶ୍ୟକତା ପଡ଼ିବା ସମୟରେ ସ୍ତ୍ରୀମାନଙ୍କୁ ଧ୍ୟାନ ଦେଇଥା’ନ୍ତି ବୋଲି ସୂଚନା ରହିଛି ।୧୪ରୁ ୨୯ ଓ ୩୦ରୁ ୪୯ ଓ ୫୦ରୁ ୬୯ ବର୍ଷର ଲୋକମାନଙ୍କ ସହ ସମ୍ପର୍କରୁ ଏହି ରିପୋର୍ଟଟି ପ୍ରସ୍ତୁତ ।

 

 

 

Share. Facebook Twitter LinkedIn Email WhatsApp Copy Link

Related Posts

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026
Latest News

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.