Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ଆଜି ସରକାର ଗଠନ ହେବ ନା ରାଷ୍ଟ୍ରପତି ଶାସନ ଲାଗୁହେବ- କଣ ରହିଛି ସମ୍ଭାବନା!!
ବିଶେଷ ଖବର

ମହାରାଷ୍ଟ୍ରରେ ଆଜି ସରକାର ଗଠନ ହେବ ନା ରାଷ୍ଟ୍ରପତି ଶାସନ ଲାଗୁହେବ- କଣ ରହିଛି ସମ୍ଭାବନା!!

November 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ରାତି ବାରଟାରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରିବ।ତା ପୂର୍ବରୁ ନୂଆ ସରକାର ଗଠନ ହେବା ଜରୁରୀ। ବିଧାନସଭା ନିର୍ବାଚନର ଫଳ ବାହାରିବା ପରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ସରକାର ହେବା ଅତି ସହଜ ମାନେ ହେଉଥିଲା। ତେବେ ଦୁଇ ଦଳ ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଲାଗି ରହିବା ପରେ ସେଠାରେ ସରକାର ଗଠନକୁ ନେଇ ଏବେ ପ୍ରାୟ ଧୂଆଁଳିଆ ଅବସ୍ଥା । ମହାରାଷ୍ଟ୍ର ରାଜନୀତିରେ ଯେଉଁପ୍ରକାରର ଅଚଳାବସ୍ଥା ଲାଗି ରହିଛି, ସେହି ସମୟରେ ଏଠି ସରକାର କିଏ ଗଠନ କରିବ ତାହା ଏକ ବିରାଟ ପ୍ରଶ୍ନ । ବିଜେପି ଓ ଶିବସେନା ଦୁହେଁ ନିଜ ନିଜ କଥାରେ ଅଡି ବସିଛନ୍ତି । ତେବେ ମହାରାଷ୍ଟ୍ରରେ ସରକାର ଗଠନ ନ ହେଲେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ ସମସ୍ତ ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ସାରିଥିବା ବେଳେ କୌଣସି ଦଳ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିପାରିନାହାନ୍ତି । ଏହି ସମୟରେ ରାଜ୍ୟପାଳଙ୍କ ପାଖରେ ତିନୋଟି ବିକଳ୍ପ ରହିଛି ।

ପ୍ରଥମ ବିକଳ୍ପ

ରାଜ୍ୟପାଳ  ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରେ ଥିବା ଅର୍ଥାତ୍‌ ମୁଖ୍ୟମନ୍ତ୍ରୀତ୍ବ  କାର୍ଯ୍ୟକାଳ ସରିଆସୁଥିବା ଦେବେନ୍ଦ୍ର ଫଡ୍‌ନଭୀସଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ  ନିର୍ବାଚିତ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ବ ଦେଇପାରିବେ।  ଏହା ଘଟିଲେ ମୁଖ୍ୟମନ୍ତ୍ରୀ କୌଣସି  ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ। ସେ କେବଳ କାମଚଳା ଭାବରେ ପ୍ରଶାସନିକ ନିଷ୍ପତ୍ତି ନେଇପାରିବେ ।

ଦ୍ବିତୀୟ ବିକଳ୍ପ

ରାଜ୍ୟପାଳ ବିଧାନସଭାର ଅଧିବେଶନ ଡାକି ସଦନରେ ନେତା ନିର୍ବାଚିତ କରିବାକୁ ନିର୍ଦ୍ଦେଶ ଦେବେ । ୧୯୯୮ ମସିହାରେ ଉତ୍ତରପ୍ରଦେଶ ବିଧାନସଭାରେ ଏପରି ହୋଇଥିଲା । ଯେଉଁ ସମୟରେ କଲ୍ୟାଣ ସିଂହ  ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲଙ୍କ ଭିତରେ ଭୋଟିଂ କରାଯାଇ ସଦନର ନେତା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ହୋଇଥିଲା । ଏଥିରେ କଲ୍ୟାଣ ସିଂହ ବିଜୟୀ ହୋଇଥିଲେ ।

ତୃତୀୟ ବିକଳ୍ପ

ରାଜ୍ୟପାଳ ରାଜ୍ୟରେ କୌଣସି ଦଳ ସରକାର ଗଠନ କରିବାରେ ସମର୍ଥ ହୋଇନପାରିବାର ରିପୋର୍ଟ କେନ୍ଦ୍ରକୁ ପଠାଇବେ ଏବଂ ଏହାପରେ ବିଧାନସଭାକୁ ନିଲମ୍ବନ କରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ୍‌ କରିବେ । ତେବେ ରାଷ୍ଟ୍ରପତି ଶାସନ ଜାରିହେଲା ପରେ ବିଧାନସଭା ନିଲମ୍ବିତ ରହିଲେ ମଧ୍ୟ, ଭାଙ୍ଗିଯିବ ନାହିଁ। ଯେ କୌଣସି ଦଳ ବା ମେଣ୍ଟ ନିଜ ସଙ୍ଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ରାଜ୍ୟପାଳଙ୍କୁ ବୁଝାଇପାରିଲେ, ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହେବ ଓ ନିର୍ବାଚିତ ସରକାର ସ୍ଥାପିତ ହୋଇ ପାରିବ।

ମହାରାଷ୍ଟ୍ରରେ ଆଜି ରାତି ବାରଟା ପର୍ଯ୍ୟନ୍ତ ସରକାର ଗଢିବାକୁ ସମୟ ରହିଛି । ଯଦି ଏହି ସମୟ ଭିତରେ ସରକାର ଗଠନ କରିହେଉନାହିଁ , ତେବେ ରାଜ୍ୟପାଳ ଉପରୋକ୍ତ ତିନୋଟି ବିକଳ୍ପରୁ ଗୋଟିଏ ବିକଳ୍ପକୁ ବାଛିନେବେ।

ମହାରାଷ୍ଟ୍ର ରାଜନୀତିର ପାଣିପାଗରେ କିଛି ପରିବର୍ତ୍ତନ ହେବା ନ ହେବା ନେଇ ଏବେବି ସଂଶୟ ଲାଗି ରହିଛି । ଶିବସେନା ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ କରିବା ପାଇଁ ଚେଷ୍ଟା ଜାରି ରଖୁଛି ବୋଲି ଅଭିଯୋଗ କରିଛି । ମହାରାଷ୍ଟ୍ର ରାଜନୀତିରେ ଜନାଦେଶର ବିକଳ୍ପ ରାଷ୍ଟ୍ରପତି ଶାସନ ହେବ, ନା ଆଉ କିଛି ବିକଳ୍ପ ବାହାରିବ, ତାହା ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.