Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୁଖ୍ୟାତ ବିମୁଦ୍ରାକରଣମର ତିନି ବର୍ଷ ପରେ, ଆମେ ପାଇଲୁ କଣ, ହରାଇଲୁ କଣ !!
ବିଶେଷ ଖବର

କୁଖ୍ୟାତ ବିମୁଦ୍ରାକରଣମର ତିନି ବର୍ଷ ପରେ, ଆମେ ପାଇଲୁ କଣ, ହରାଇଲୁ କଣ !!

November 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ତିନି ବର୍ଷ ତଳେ, ଏମିତି ଗୋଟେ ଦିନ, ଯେଉଁ ଦିନ, ବିଦେଶରେ ଥାଇ-ତାଳି ମାରି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଆମକୁ କହିଥିଲେ- ଘରେ ଝିଅର ବାହାଘର ଅଛି, ହେଲେ ପଇସା ନାହିଁ। ସେ ଚେହେରାର ଖୁସି ଭୁଲିହେବ ନାହିଁ। ସାରା ଦେଶରେ ୮୫% ଅଚଳ ଟଙ୍କାକୁ ନେଇ ଯେଉଁ ହାହାକାର, ତାକୁ ଦେଶପ୍ରେମର ଉନ୍ମାଦନାରେ ଅବଶ୍ୟ ସେତେବେଳେ ରୂପାନ୍ତରିତ କରି ଦିଆଗଲା। କୁହାଗଲା, ଏହା ହେଉଛି କଳାଧନ ଉପରେ ସବୁଠୁ ବଡ ସର୍ଜିକାଲ ଷ୍ଟ୍ରାଇକ। ନା କଳାଧନ ଫେରିଲା, ନା ଦେଶରେ ଡିଜିଟାଲ ବ୍ୟବସାୟ ବଢିଲା। ଆଜି ତିନି ବର୍ଷ ପରେ ଆଜି ଆମେ ଗୋଟେ ତାଲିକା କରିବା, ବିମୁଦ୍ରାକରଣରୁ ଆମେ ପାଇଲୁ କଣ ଓ ହରାଇଲୁ କଣ-

ଆମେ ପାଇଲୁ-

-ଅର୍ଥନୀତିର ସବୁଠୁ ବଡ ଦୁର୍ଦ୍ଦିନ। ଏବେ ଆମର ଜିଡିପି ଅଭିବୃଦ୍ଧି ହାର ୮-୯% ରୁ ୫% କୁ ଖସି ଆସିଲା।

-ସବୁ ପୁରୁଣା ଟଙ୍କା ଫେରି ଆସିଲା। ଏପରିକି ଜାଲି ନୋଟ ମଧ୍ୟ ଧଳା ଟଙ୍କା ହୋଇଗଲା।

-ହଜାରେ ଟଙ୍କିଆ ନୋଟ ବଦଳରେ ନୂଆ ଦୁଇ ହଜାର ଟଙ୍କିଆ ନୋଟ ଆମେ ପାଇଲୁ, ଯାହାକି କଳାଟଙ୍କାକୁ ବ୍ୟାପକ କରିବାରେ ଅଧିକ ସହାୟକ ହେଲା। ନୂଆ ଟଙ୍କା ଛାପିବାକୁ ପ୍ରାୟ ୩୦ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ହେଲା।

-ଆମେ ପାଇଲୁ ନିଜ ଟଙ୍କାକୁ ନିଜେ ଉଠାଇ ନପାରିବାର କଷ୍ଟ।

-ଆମେ ପାଇଲୁ ସବୁଠୁ ଅଧିକ ବେକାରି ଓ ସବୁଠୁ ଭୟଙ୍କର ଆର୍ଥିକ ଦୁରବସ୍ଥା।

-ଆମେ ଏକ ଆଶା ରଖିଥିଲୁ ଯେ ଅତି କମରେ ୨/୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କକୁ ଫେରିବ ନାହିଁ ଓ ତାହା ଦେଶର ବିକାଶରେ କାମରେ ଲାଗିବ। ହେଲେ ଅସଲରେ ୯୯.୯୯% ଟଙ୍କା ଫେରି ଆସିଲା। ପୂରା ବିମୁଦ୍ରାକରଣ ଆମକୁ ପର୍ବତର ମୂଷିକ ପ୍ରସବ ଗପ କୁ ମନେ ପକାଇଦେଲା।

ଆମେ ହରାଇଲୁ-

-ଅର୍ଥନୀତିର ସ୍ଵାଭାବିକ ଗତିକୁ ଆମେ ହରାଇଲୁ।

-ଆର୍ଥିକ ଅଭିବୃଦ୍ଧି ହାର କମିବା ଫଳରେ ଗତ ତିନି ବର୍ଷରେ ଅତିକମରେ ୩ ଲକ୍ଷ କୋଟି ଟଙ୍କାର କ୍ଷତି ଆମେ ସହି  ଆସୁଛୁ।

-ମୁଡି ଭଳି ଅର୍ଥନୀତିର ଆକଳନ କରୁଥିବା ସଂସ୍ଥା ଏବେ ଭାରତର ସ୍ଥିତିକୁ “ଷ୍ଟେବଲ” ରୁ “ନେଗେଟିଭ” କୁ ଖସାଇ ଦେଇଛନ୍ତି।

-ବଜାରରେ ୨୦୧୬ ଅପେକ୍ଷା ଏବେ ଅଧିକ ମୁଦ୍ରା ପ୍ରଚଳିତ ଅଛି। ଯାହାକି କଳାଧନକୁ ବଢାଇ ଚାଲିଛି।

-ସନ୍ତ୍ରାସବାଦ ଓ ବିଚ୍ଛିନ୍ନତାବାଦର ଚେର ଛିଡିବା ପରିବର୍ତ୍ତେ ଅଧିକ ବ୍ୟାପକ ହୋଇଛି।

-ଦେଶର ଅଣସଙ୍ଗଠିତ ଅର୍ଥନୀତି କ୍ଷେତ୍ର ବିମୁଦ୍ରାକରଣ ପରେ ଧୂଳିସାତ ହୋଇଯାଇଛି। ସଂଗଠିତ କ୍ଷେତ୍ରରେ ଯେତିକି ରୋଜଗାର ନଷ୍ଟ ହୋଇଛି, ଅଣସଙ୍ଗଠିତ କ୍ଷେତ୍ରରେ ତାହାର ପରିମାଣ ବହୁ ଅଧିକ।

-ବହୁ ସଂଖ୍ୟାରେ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି।

-ଭୁଲ ଜିଏସଟି ବ୍ୟବସ୍ଥା ଓ ବିମୁଦ୍ରାକରଣ ମିଶି ଦେଶର ଅର୍ଥନୀତିକୁ ତଳିତଳାନ୍ତ କରିଦେଇଛନ୍ତି।

ଏହି ସମଗ୍ର ଘଟଣାକୁ ଗୋଟିଏ ବାକ୍ୟରେ ଲେଖି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଲେଖିଛନ୍ତି- “ଯଦିଓ ବିମୁଦ୍ରାକରଣ କଥା ସରକାରଙ୍କର ମନେ ନାହିଁ, ତଥାପି ଆସନ୍ତୁ ତିନିବର୍ଷ ତଳେ ଦେଶର ଅର୍ଥନୀତିକୁ ଧ୍ଵଂସ କରିବା ଲାଗି ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ସ୍ମୃତିକୁ ପାଳନ କରିବା। ସେ ବ୍ୟବସ୍ଥା ଆମର ଅର୍ଥନୀତିକୁ ଆଜି ଉଜାଡି ଦେଇଛି।ଦେଶର ଅର୍ଥନୀତିକୁ ଉଜାଡିଦେବାର ବ୍ୟବସ୍ଥା କରିଥିବାରୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ମହୋଦୟ!”

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.