Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମ ମନ୍ଦିର ନାଁରେ ମରିଥିବା ହଜାର ହଜାର ଲୋକଙ୍କୁ ନ୍ୟାୟ ମିଳିବ କେବେ? 
ବିଶେଷ ଖବର

ରାମ ମନ୍ଦିର ନାଁରେ ମରିଥିବା ହଜାର ହଜାର ଲୋକଙ୍କୁ ନ୍ୟାୟ ମିଳିବ କେବେ? 

November 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାମ ମନ୍ଦିର ନାଁରେ ମରିଥିବା ହଜାର ହଜାର ଲୋକଙ୍କୁ ନ୍ୟାୟ ମିଳିବ କେବେ? 

କେଦାର ମିଶ୍ର 

 ରାମ ମନ୍ଦିର ସମସ୍ୟାର ସମାଧାନ ଯଦି ଅଦାଲତ ମାଧ୍ୟମରେ ହେବାର ଥିଲା, ଭଲ ଓକିଲ ନଦେଇ ଆମେ ଆନ୍ଦୋଳନ କରୁଥିଲୁ କାହିଁକି- ଏମିତି ଏକ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଛନ୍ତି ବିଶ୍ଵ ହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ପ୍ରବୀଣ ତୋଗାଡିଆ। ଏଇ ହେଉଛନ୍ତି ସେ ପ୍ରବୀଣ ତୋଗାଡିଆ ଯିଏ ରାମ ମନ୍ଦିର ଆନ୍ଦୋଳନ ସମୟରେ ଦେଶସାରା ବୁଲି ବୁଲି ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣୁଥିଲେ। ଏଇ ହେଉଛନ୍ତି ସେହି ତୋଗାଡିଆ ଯାହାଙ୍କର ଭାଷଣ ଶୁଣି ଅନେକ ନିରୀହ ଲୋକ ହିଂସ୍ର ହେବା ଆରମ୍ଭ କରିଥିଲେ। ରାମଙ୍କ ନାମରେ ରକ୍ତର ବନ୍ୟା ସୃଷ୍ଟି କରିଥିବା ଅଶି ଦଶକର ରାମମନ୍ଦିର ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଆଜି ସ୍ଵୀକାର କରୁଛନ୍ତି- ଆମକୁ କ୍ଷମତା ଦାଖଲ ଲାଗି ମୋହରା ଭାବରେ ବ୍ୟବହାର କରାଯାଇଥିଲା। ସୁପ୍ରିମ କୋର୍ଟଙ୍କ ରାମମନ୍ଦିର ରାୟ ଆସିବା ପରେ ବିବିସିକୁ ଏକ ସାକ୍ଷାତ୍କାର ଦେଇ ତୋଗାଡିଆ କହିଛନ୍ତି ଯେ ରାମମନ୍ଦିର ଆନ୍ଦୋଳନ ବିଜେପିର କ୍ଷମତା ଲୋଭ ପାଇଁ ଲୋକଙ୍କ ଭାବ ପ୍ରବଣତା ସହିତ ଏକ ଜଘନ୍ୟ ଖେଳ ଥିଲା।

ରାମ ମନ୍ଦିର ଆନ୍ଦୋଳନର ପରିଣତିରେ ଆଜି ରାମମନ୍ଦିର ଲାଗି ବିବଦମାନ ଜମି ମିଳିଛି ବୋଲି ବିଜେପି ତରଫରୁ ଏକ ହାୱା ସୃଷ୍ଟି କରାଯାଉଛି। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ କହିଛନ୍ତି ଯେ- ତାଙ୍କ କଥା ଆଜି ସତ୍ୟ ପ୍ରମାଣିତ ହୋଇଛି ଓ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ପ୍ରଶ୍ନ ଉଠୁଛି, ସୁପ୍ରିମ କୋର୍ଟ ଆଡଭାନୀ ରାମ ମନ୍ଦିର ପ୍ରସଙ୍ଗରେ ଯାହା କହୁଥିଲେ, ସେକଥାକୁ ସ୍ଵୀକାର କରିଛନ୍ତି କି? ପୁରା ରାମ ମନ୍ଦିର ଜମି ବିବାଦରେ ବାବ୍ରୀ ମସଜିଦର ଅସ୍ତିତ୍ଵକୁ ସ୍ଵୀକାର କରାଯାଇଛି ଓ ବାବ୍ରୀ ମସଜିଦ ଭାଙ୍ଗିବା ଘଟନା ବେଆଇନ ବୋଲି କୁହାଯାଇଛି। ତା ସତ୍ତ୍ୱେ ଆଡଭାନୀ ନିଜକୁ ଭାଗ୍ୟବାନ ବୋଲି ଭାବୁଛନ୍ତି କାହିଁକି?

ନବେ ଦଶକରେ ଆଡଭାନୀଙ୍କର ରଥଯାତ୍ରା କାରଣରୁ ୧୯୯୦ ମସିହା ସେପ୍ଟେମ୍ବର-ଅକ୍ଟୋବର ମାସରେ ପାଖାପାଖି ୧୬୬ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ଓ ଏଥିରେ ହଜାର ହଜାର ନିରୀହ ଲୋକ ମରା ହୋଇଥିଲେ। ଏହି ରଥଯାତ୍ରାକୁ ସେତେବେଳେ ଭାରତର ପ୍ରସିଦ୍ଧ ପତ୍ରିକା ଇଣ୍ଡିଆ ଟୁଡେ “ଅଗ୍ନିର ରଥଯାତ୍ରା” ବୋଲି ଲେଖିଥିଲା। କେବଳ ଉତ୍ତରପ୍ରଦେଶରେ ଏଥିଲାଗି ୨୨୪ ନିରୀହ ଲୋକଙ୍କୁ ମରାଯାଇଥିଲା। ୨, ନଭେମ୍ବର,୧୯୯୦ ରେ ଅଯୋଧ୍ୟାକୁ କରସେବା ପାଇଁ ଆସିଥିବା ବିଶ୍ଵ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ଉପରେ ପୁଲିସ ଗୁଳି ଚାଳନା କରିଥିଲା ଓ ଏଥିରେ ୧୯ କରସେବକ ପ୍ରାଣ ହରାଇଥିଲେ। ଆହୁରି ଅନେକ ଲୋକଙ୍କ ଶବକୁ ଲୁଚେଇ ସରଜୁ ନଦୀ ରେ ଫୋପାଡି ଦିଆ ଯାଇଥିଲା ବୋଲି କୁହାଯାଏ। ୬, ଡିସେମ୍ବର ୧୯୯୨ ରେ ବାବ୍ରୀ ମସଜିଦ ଆଡଭାନୀଙ୍କ ଉପସ୍ଥିତିରେ ଭଙ୍ଗାଗଲା ଓ ଏହାର ପରିଣତି ସ୍ଵରୂପ ସାରା ଦେଶରେ ଦଙ୍ଗା ବ୍ୟାପକ ହୋଇଥିଲା।

ବାବ୍ରୀ ଭଙ୍ଗା ପରବର୍ତ୍ତୀ ଦଙ୍ଗାରେ ଅତିକମରେ ୨୦୦୦ ଲୋକ ପ୍ରାଣ ହରାଇଥିଲେ।୨୭, ଫେବୃଆରୀ,୨୦୦୨ରେ ଗୁଜରାଟର ଗୋଧ୍ରାରେ ଅଯୋଧ୍ୟାରୂ ଫେରୁଥିବା କରସେବକମାନଙ୍କ ଏକ ବଗିରେ ନିଆଁ ଲଗେଇ ୫୯ ଜଣଙ୍କୁ ହତ୍ୟା କରାଯାଇଥିଲା ଓ ଏହାର ପରିଣତିରେ ସାରା ଗୁଜରାଟରେ ୧୯୨୬ ଲୋକ ପ୍ରାଣ ହରାଇଥିଲେ। କେବଳ ଗୁଜରାଟ ଦଙ୍ଗାରେ ୨୭୩ ଟି ଦରଘା,୨୪୧ ଟି ମସଜିଦ, ୧୯ଟି ମନ୍ଦିର ଓ ୩ଟି ଗୀର୍ଜାଘର ଭଙ୍ଗା ଯାଇଥିଲା। ଲକ୍ଷେ ମୁସଲମାନ ପରିବାରଙ୍କ ଘର ପୋଡି ଦିଆ ଯାଇଥିଲା। ୧୫ ହଜାର ବ୍ୟବସାୟ ପ୍ରତିଷ୍ଠାନ ଧ୍ଵଂସ ହୋଇଯାଇଥିଲା। ୧୯୯୦ ରୁ ୨୦୦୫ ପର୍ୟନ୍ତ, ରାମ ମନ୍ଦିର ଆନ୍ଦୋଳନର ପ୍ରଭାବରେ ସାରା ଦେଶ ରକ୍ତାକ୍ତ ହୋଇଛି। ସେହି ଅପରାଧକୁ ନେଇ ଲାଲକୃଷ୍ଣ ଆଡଭାନୀ ନିଜକୁ ଭାଗ୍ୟବାନ ମାନେ କରୁଛନ୍ତି କି?

ରାମ ଜନ୍ମଭୂମିର ବିବାଦୀୟ ୨.୭୭ ଏକର ଜମି ରାମ ଲାଲାଙ୍କ ନାମରେ ଡିକ୍ରି ଦେଲାବେଳେ, ସୁପ୍ରିମ କୋର୍ଟ ଏକଥା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୧୯୪୯ରେ ମସଜିଦ ଭିତରେ ମୂର୍ତ୍ତି ସ୍ଥାପନା ଓ ୧୯୯୨ ରେ ମସଜିଦ ଭାଙ୍ଗିବା, ବେଆଇନ ଅଟେ। ଏ ପ୍ରକାର ବେଆଇନ କାମର ସବୁଠୁ ବଡ ସୂତ୍ରଧର ଭାବରେ ଆଡଭାନୀଙ୍କୁ କାଠଗଡାରେ ଠିଆ ହେବାକୁ ପଡିଛି। ତା ସତ୍ତ୍ୱେ ସେ ରାମମନ୍ଦିର ରାୟକୁ ନେଇ ଗଦ ଗଦ ହେବାର କାରଣ କଣ? ବାବ୍ରୀ ମସଜିଦ ଭଙ୍ଗା ଓ ରାମ ରଥଯାତ୍ରାରେ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗାର ମୂଳ ଭାବରେ ଆଡଭାନୀ ମାନବିକତାର ସବୁଠୁ ବଡ ଖଳନାୟକ ଭାବରେ ନିନ୍ଦିତ ହୋଇ ରହିବେ। ଯେଉଁ ଦଳକୁ କ୍ଷମତାରେ ରଖିବା ଲାଗି ସେ ରାମ ମନ୍ଦିର ଆନ୍ଦୋଳନକୁ ଏକ ରକ୍ତାକ୍ତ ସଙ୍ଘର୍ଷର ରୂପ ଦେଇଥିଲେ, ସେହି ଦଳରେ ଆଜି ସେ ଅଲୋଡା। ତାଙ୍କ ବିଷ ବୃକ୍ଷର ଫଳ ସାରା ଦେଶକୁ ଜାଳିପୋଡି ଅଶାନ୍ତ କରିଥିଲା। ଅବଶ୍ୟ ସେଥିଲାଗି ବିଜେପିକୁ ନିରଙ୍କୁଶ କ୍ଷମତା ମିଳିଛି। ତେବେ ମଣିଷର ରକ୍ତ ବଦଳରେ ଯେଉଁ କ୍ଷମତା ମିଳେ, ତାହାର ପରିଣତି କେବେବି ଶୁଭଂକର ନୁହେଁ!

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.