Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ବିଚିତ୍ର ମେଣ୍ଟର ସରକାର- ଏକ ସ୍ଥାୟୀ ସରକାର ଗଢିବାରେ ଶିବସେନା ସମର୍ଥ ହେବ କି?
ବିଶେଷ ଖବର

ମହାରାଷ୍ଟ୍ରରେ ବିଚିତ୍ର ମେଣ୍ଟର ସରକାର- ଏକ ସ୍ଥାୟୀ ସରକାର ଗଢିବାରେ ଶିବସେନା ସମର୍ଥ ହେବ କି?

November 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ମହାନାଟକରେ ଏବେ ଘଟଣା ବେଶ୍‌ ରୋଚକ ପରିସ୍ଥିତିରେ ପହଞ୍ଚିଛି । ପରିଶେଷରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବାର ସମ୍ଭାବନା ସ୍ପଷ୍ଟ ଦିଶୁଛି । ଗତ ଦୁଇ ସପ୍ତାହ ଭିତରେ ମହାରାଷ୍ଟ୍ରର ରାଜନୀତିରେ ସାପ ସିଡି ଖେଳ ଚାଲିଛି । ମହାରାଷ୍ଟ୍ର ରାଜନୀତିରେ ଗେମ୍‌ଚେଞ୍ଚର ପାଲଟିଛି ଏନ୍‌ସିପି । ମହାରାଷ୍ଟ୍ରରେ ବିଜେପି – ଶିବସେନା ମେଣ୍ଟ ସରକାର ବିଫଳ ହେବା ପରେ ଏବେ ତିନିଦଳଙ୍କ ମେଣ୍ଟରେ ସରକାର ଗଠନ ପ୍ରକ୍ରିୟା ଚାଲିଛି । ଆଜି ସନ୍ଧ୍ୟା ସୁଦ୍ଧା ଶିବସେନା ରାଜ୍ୟପାଳଙ୍କ ପାଖରେ ଉପସ୍ଥିତ ରହି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବା ସହିତ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ବୋଲି ସୂଚନା ମିଳୁଛି। ବିଜେପି ସହିତ ୩୦ ବର୍ଷର ସମ୍ପର୍କକୁ ତୁଟାଇ ଶିବସେନା ନିଜର ଏକ ବିକଳ୍ପ ରାସ୍ତା ପାଇଁ ଏବେ ପ୍ରସ୍ତୁତ ହେଉଛି ।

ମହାରାଷ୍ଟ୍ରର ଜନାଦେଶ ବିଜେପି ଓ ଶିବସେନା ହାତକୁ ଆସିଥିବାବେଳେ ସରକାର କିନ୍ତୁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସହ ହୋଇପାରେ । ଏହା ନିର୍ବାଚନୀ ଗଣିତର ସବୁଠୁ ବଡ ପରିବର୍ତ୍ତନ ବୋଲି କୁହା ଯାଇପାରେ ତେବେ ମିଳିତ ସରକାର ଗଠନ ନେଇ ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ତିନି ଦଳକୁ ସମାନ ପରିମାଣର ଗୁରୁତ୍ବ ରହିବ। ଆଜି ସନ୍ଧ୍ୟା ୪ଟା ସମୟରେ ସୋନିଆଙ୍କ ଘରେ ୧୦ ଜନପଥରେ ଏକ ବୈଠକରେ ଶିବସେନା ସହ କଂଗ୍ରେସ ମେଣ୍ଟ କରିବା ନେଇ ସୂଚନା ଦେବ । କଂଗ୍ରେସର ସହମତି ଭିତ୍ତିରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ । ସରକାରରେ ଠାକ୍‌ରେ ମୁଖ୍ୟମନ୍ତ୍ରୀ, ଏନ୍‌ସିପି ଓ କଂଗ୍ରେସର ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ବାଚସ୍ପତି ପଦବୀ ପାଇବା ନେଇ ବୁଝାମଣା ହୋଇଛି । ତିନି ଦଳ ସମ ପରିମାଣରେ ସରକାରରେ ନିଜର ସହଭାଗିତା ରଖିବେ ।

ସରକାର ଗଢିବାକୁ ନେଇ ଶିବସେନାର ଏହି ପଦକ୍ଷେପ ମହାରାଷ୍ଟ୍ର ରାଜନୀତିରେ ଉପରେ କ’ଣ ପ୍ରଭାବ ପକାଇବ, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ । ଭିନ୍ନ ଭିନ୍ନ ବିଚାରପନ୍ଥୀଙ୍କ ମଧ୍ୟରେ ସରକାରରେ ସମନ୍ବୟ ରହିବା ଏକ ବଡ଼ ସମସ୍ୟା ହୋଇପାରେ । ହିନ୍ଦୁତ୍ବବାଦରେ ବିଶ୍ବାସ ରଖୁଥିବା ଶିବସେନା କ୍ଷମତା ନିଶାରେ ଯଦିଓ ତା’ର ବିପରୀତ ବିରୋଧୀ ଚିନ୍ତାଧାରାଙ୍କ ସହିତ ସରକାର ଗଠନ କରିବା ପାଇଁ ରାଜି ହୋଇଛି, ହେଲେ ପରବର୍ତ୍ତୀ ସମୟରେ ଏମାନେ କି ପ୍ରକାର ସ୍ଥିତିରେ ସରକାର ଚଳାଇବାକୁ ସମର୍ଥ ହେବେ, ତାହା ସମୟ କହିବ।

ମହାରାଷ୍ଟ୍ରରେ ସ୍ଥାୟୀ ସରକାର ରହିବା ନା ଏକ ଅସ୍ଥାୟୀ ସରକାର ହାତରେ ମହାରାଷ୍ଟ୍ରର ଭାଗ୍ୟ ପଡିବ, ତାହା ସମୟ କହିବ। ତେବେ ଗତ ପାଞ୍ଚ ବର୍ଷ ଭିତରେ  ସବୁଠୁ ବଡ ରାଜନୈତିକ ଝଟକା  ଖାଇଥିବା ବିଜେପି ଚୁପ ହୋଇ ବସିବ ନାହିଁ। ମେଣ୍ଟ ସରକାରକୁ ଅସ୍ଥିର କରିବା ଲାଗି ଓ ଭାଙ୍ଗିବା ଲାଗି ବିଜେପି ବାରମ୍ବାର ଉଦ୍ୟମ କରିବ। ସେ ପ୍ରକାର ସଙ୍କଟକୁ ସାମ୍ନା କରିବାରେ ଶିବସେନା-କଂଗ୍ରେସ ଓ ଏନ୍‌ସିପି ମେଣ୍ଟ, ସତରେ ସଫଳ ହେବେ କି?

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026
Latest News

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ

August 3, 2026

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କେବେ ବି ଖାଆନ୍ତୁ ନାହିଁ ଏହି ଜିନିଷ

August 3, 2026

Rashifal: ଶ୍ରାବଣ ମାସର ପ୍ରଥମ ସୋମବାରରେ ଏହି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.