Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏନସିପିକୁ ସନ୍ଧ୍ୟା ସାଢେ ଆଠଟା ଯାଏ ରାଜ୍ୟପାଳ ସରକାର ଗଠନ ଲାଗି ସମୟ ଦେଇଥିବା ବେଳେ, ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ କେତେଦୂର ଯୁକ୍ତିଯୁକ୍ତ?
ବିଶେଷ ଖବର

ଏନସିପିକୁ ସନ୍ଧ୍ୟା ସାଢେ ଆଠଟା ଯାଏ ରାଜ୍ୟପାଳ ସରକାର ଗଠନ ଲାଗି ସମୟ ଦେଇଥିବା ବେଳେ, ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ କେତେଦୂର ଯୁକ୍ତିଯୁକ୍ତ?

November 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିରେ ଅଦ୍ଭୁତ ସ୍ଥିତି ଉପୁଜିଛି। ଗତ କାଲି ସନ୍ଧ୍ୟାରେ ସରକାର ଗଠନ ଲାଗି ଶିବସେନାକୁ ଅଧିକ ସମୟ ଦେବାକୁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶିୟାରି ଏନସିପିକୁ ସରକାର ଗଠନ ଲାଗି ଦାବି ଜଣାଇବାକୁ ୨୪ ଘଣ୍ଟା ସମୟ ଦେଇଥିଲେ। ସେହି ସମୟ ନ ପୂରୁଣୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗି କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଆଦୌ ନୈତିକ ନୁହେଁ। ବିଭିନ୍ନ ସମୟରେ ସୁପ୍ରିମ କୋର୍ଟ ରାଷ୍ଟ୍ରପତି ଶାସନ ଜାରି ଲାଗି ସମ୍ବିଧାନର ଧାରା ୩୫୬ ଲାଗୁ କରିବା କ୍ଷେତ୍ରରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଭାଗ୍ୟକ୍ରମେ ମୋଦୀ ସରକାର ଅମଳରେ ଏହାର ବିରୋଧାଚରଣ ଖୋଲାଖୋଲି ଘଟି ଚାଲିଛି। ନୂଆ ବିଧାନସଭା ଗଠିତ ହେବା ପୂର୍ବରୁ ରାଷ୍ଟ୍ରପତି ଶାସନ ଜାରି କରିବା ଏକ ପ୍ରକାର ଜନମତ ପ୍ରତି ଅବମାନନା ବୋଲି କୁହାଯାଇପାରେ। ଶିବସେନା ସହିତ ବିଜେପିର ସମନ୍ଵୟ ନ ରହିବା ଓ ଏହାର ଏକ ବିକଳ୍ପ ମେଣ୍ଟ ତିଆରି ହେବାରେ ସମୟ ଲାଗିବା, ରାଜନୈତିକ ଦୃଷ୍ଟିରୁ ଅସ୍ଵାଭାବିକ।

ଯଦି ରାଜ୍ୟପାଳ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନଥିବା ସତ୍ତ୍ୱେ ବିଜେପି, ଶିବସେନା ଓ ଏନସିପିକୁ ସରକାର ଗଢିବା ଲାଗି ସମୟ ଦେଲେ, ସେହି ନ୍ୟାୟରେ କଂଗ୍ରେସକୁ ମଧ୍ୟ ୨୪ ଘଣ୍ଟା ସମୟ ମିଳିବା ଉଚିତ ହୋଇଥାନ୍ତା। ତେବେ ରାଜ୍ୟପାଳ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ତରବରିଆ ନିଷ୍ପତ୍ତି ନେବା ଉଚିତ ହୋଇନାହିଁ। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟରେ ନିର୍ବାଚିତ ସରକାର ଗଠନ ଲାଗି ସୁଯୋଗ ସୃଷ୍ଟି କରିବା ରାଜ୍ୟପାଳଙ୍କର ପ୍ରଥମ ଦାୟିତ୍ଵ। ଶେଷ ମୁହୂର୍ତ୍ତ ପର୍ୟନ୍ତ ଏଥିଲାଗି ସୁଯୋଗ ସୃଷ୍ଟି କରିବା ଉଚିତ ହୋଇଥାନ୍ତା।

ଇତିମଧ୍ୟରେ ଆଉ ଏକ ସାମ୍ବିଧାନିକ ପ୍ରଶ୍ନ ମଧ୍ୟ ଉଠିବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଇ ନାହାନ୍ତି। ଏବେ ନୂଆ ବିଧାନସଭା ଗଠିତ ହୋଇ ପାରିବ କି ନାହିଁ- ସେ ବି ଏକ ପ୍ରଶ୍ନ। ରାଷ୍ଟ୍ରପତି ଶାସନ ହେଲେ ବିଧାନସଭା ନିଲମ୍ବିତ ରହେ। ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟା ଯୋଗାଡ ହୋଇ ପାରିଲେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇ ବିଧାନସଭାକୁ ପୁଣି ସଚଳ କରାଯାଏ। ଏଠି ଯେହେତୁ ବିଧାନସଭା ଗଠିତ ହୋଇନାହିଁ, ଏ କ୍ଷେତ୍ରରେ ପରବର୍ତ୍ତି ସ୍ଥିତି ଅତ୍ୟନ୍ତ ଜଟିଳ। ରାଷ୍ଟ୍ରପତି ଶାସନ ଜାରିହେବା ପରେ ପୁଣି ଥରେ ନିର୍ବାଚନ ହେବା ଅବଶ୍ୟମ୍ଭାବୀ କି?

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.