Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ବନାମ ବିଜେପି – ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ବରେ ବିହାରୀ ଗୁଣ୍ଡାରାଜ ଚାଲିଛି ବୋଲି ବିଜେପି କର୍ମକର୍ତ୍ତାଙ୍କ ଅଭିଯୋଗ
ବିଶେଷ ଖବର

ବିଜେପି ବନାମ ବିଜେପି – ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ବରେ ବିହାରୀ ଗୁଣ୍ଡାରାଜ ଚାଲିଛି ବୋଲି ବିଜେପି କର୍ମକର୍ତ୍ତାଙ୍କ ଅଭିଯୋଗ

November 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ବନାମ ବିଜେପି - ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ବରେ ବିହାରୀ ଗୁଣ୍ଡାରାଜ ଚାଲିଛି ବୋଲି ବିଜେପି କର୍ମକର୍ତ୍ତାଙ୍କ ଅଭିଯୋଗ

କେଦାର ମିଶ୍ର 

ଯେତେ ସଫଳତା ପାଇଲେ ମଧ୍ୟ ଅପରାଜିତା ଷଡଙ୍ଗୀ ବିଜେପି କର୍ମୀଙ୍କ ଲାଗି ସବୁବେଳେ “ସାହେବାଣୀ” ଓ ତାଙ୍କୁ ଦଳର କର୍ମୀମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି- ଏମିତି ଏକ ବକ୍ତବ୍ୟ ଦେଇଛନ୍ତି ଭୁବନେଶ୍ଵର ବିଜେପିର ଜଣେ ପୁରୁଣା କର୍ମୀ। ଏହା କେବଳ ଜଣକର ନୁହେଁ, ଭୁବନେଶ୍ଵର ବିଜେପିର ବହୁ କର୍ମୀଙ୍କ ପାଇଁ ଏହା ହିଁ ଏକମାତ୍ର ସତ୍ୟ। ଭୁବନେଶ୍ଵର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀଙ୍କ ବିଜୟ ପାଇଁ ତାଙ୍କୁ ବିଜେପି ନୁହଁ, ବରଂ ପରୋକ୍ଷ ଭାବରେ ବିଜେଡି ଓ କଂଗ୍ରେସର ସହାୟତା ମିଳିଛି ବୋଲି ମଧ୍ୟ କେହି କେହି କହୁଛନ୍ତି। ବିଜେଡି ଯଦି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ ନ କରିଥାନ୍ତା ଓ କଂଗ୍ରେସର ପ୍ରାର୍ଥୀ ଭୁବନେଶ୍ୱର ଆସନରେ ଲଢିଥାନ୍ତେ, ତାହେଲେ ଅପରାଜିତା ଜିତିବାର କୌଣସି ସମ୍ଭାବନା ନଥିଲା ବୋଲି ମଧ୍ୟ କୁହାଯାଉଛି। ତେବେ ରାଜନୈତିକ ବାସ୍ତବତା ହେଉଛି, ଅପରାଜିତା ଷଡଙ୍ଗୀ ନିର୍ବାଚନ ଜିତିଛନ୍ତି ଓ ବିଜେପିରେ ଏକ ନୂଆ କ୍ଷମତା କେନ୍ଦ୍ର ଭାବରେ ତାଙ୍କର ଅଭ୍ୟୁଦୟ ଘଟୁଛି। ବିଜେପିର ପାରମ୍ପାରିକ ନେତୃତ୍ଵ ପାଇଁ ତାହା ଏକ ମୁଣ୍ଡବିନ୍ଧାର କାରଣ ମଧ୍ୟ। ଭୁବନେଶ୍ବରରେ ସୀମିତ ନ ରହି ଅପରାଜିତା ଏବେ ରାଜ୍ୟସାରା ଗସ୍ତ କରିବା ଆରମ୍ଭ କରିଛନ୍ତି। ନିର୍ବାଚନ ପରେ ଅନୁଷ୍ଠିତ ପାଟକୁରା ଓ ବିଜେପୁର ନିର୍ବାଚନରେ ସେ ପ୍ରଚାର କରିବାକୁ ଯାଇଥିବା ବେଳେ ଏବେ ବିଭିନ୍ନ ଜିଲ୍ଲାରେ ତାଙ୍କୁ ଦେଖିବାକୁ ମିଳୁଛି। ଗଣମାଧ୍ୟମରେ ତାଙ୍କୁ ଭଲ “ମାଇଲେଜ” ମଧ୍ୟ ମିଳୁଛି।

ଅପରାଜିତାଙ୍କ ବିରୋଧରେ ଏବେ ସବୁଠୁ ବେଶୀ ମୁଖର ଅଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର କର୍ମୀ ଓ କର୍ମକର୍ତ୍ତାମାନେ। ଗତକାଲି ଭୁବନେଶ୍ୱର ଜିଲା ବିଜେପି ସଭାପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ହିଂସ୍ର ଆକ୍ରମଣ ପଛରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଲୋକ ରହିଛନ୍ତି ବୋଲି ଗଣମାଧ୍ୟମ ଆଗରେ ଭୁବନେଶ୍ୱର ଜିଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି। ସାଂସଦ ଏବେ ବିଜେପି ଭିତରେ ବିହାରୀ ଗୁଣ୍ଡାରାଜ ଆରମ୍ଭ କରିଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ବିଜେପିର କେତେଜଣ କର୍ମକର୍ତ୍ତା।  ଏବେ ଭୁବନେଶ୍ବରରେ ସିଧା ସିଧା ବିଜେପି ବନାମ “ଟିମ ଅପରାଜିତା”ଙ୍କ ଯୁଦ୍ଧ ଚାଲିଛି।ଏହା ଅନେକାଂଶରେ ବିଜେପିର ରାଜ୍ୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଦଳ ଭିତରେ ନିଜର ଏକଛତ୍ର ପ୍ରଭାବ ବିସ୍ତାର କରିବାକୁ ଅପରାଜିତା ଷଡଙ୍ଗୀଙ୍କର ଅଭିଳାଷ ରହିଛି ଓ ସେଥିପାଇଁ ସେ ଦଳ ଭିତରେ ପୁରୁଣା କର୍ମୀଙ୍କୁ ଅଣଦେଖା କରି ନିଜଲୋକଙ୍କୁ ପୂରାଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ ମଧ୍ୟ ଆସୁଛି।

ଏହା ସହିତ ଅପରାଜିତାଙ୍କ ଦଳୀୟ “ଅଭିଳାଷ” ବିଜେପି ମୁଖ୍ୟ କ୍ଷମତାକେନ୍ଦ୍ର ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। କେଉଁ କାରଣରୁ ଓ କେଉଁ ପଦବୀ ବଳରେ ସେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ମଧ୍ୟ ଏବେ ପ୍ରଶ୍ନ ଉଠିଲାଣି। ରାଜ୍ୟରେ ବିଜେପିର ଅଘୋଷିତ ମୁଖିଆ ଏବେ ଅପରାଜିତାଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ଆରମ୍ଭ କଲେଣି।ହେଲେ ଅପରାଜିତାଙ୍କୁ ଅଟକାଇବାର ସାମର୍ଥ୍ୟ ଅଘୋଷିତ ମୁଖିଆଙ୍କ ପାଖରେ ଅଛି କି? ମୁଖିଆଙ୍କ ହାତରେ କ୍ଷମତା ସିନା ଅଛି, ଲୋକପ୍ରିୟତା ତାଙ୍କର ନାହିଁ। ଅପରପକ୍ଷରେ ଲୋକସମ୍ପର୍କ ତିଆରି କରିବାରେ ଅପରାଜିତା ନିରନ୍ତର ସଫଳ ହୋଇଛନ୍ତି। ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଇ ନଦେବା ଲାଗି ରାଜ୍ୟ ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଷଡଯନ୍ତ୍ର କରି ସଫଳ ହୋଇଛନ୍ତି ବୋଲି ଅପରାଜିତାଙ୍କ ସମର୍ଥକ ଗୋଷ୍ଠୀ ବିଶ୍ଵାସ କରୁଛନ୍ତି। ଅପରାଜିତାଙ୍କ ମନ୍ତ୍ରୀ ହେବାର ଅଭିଳାଷ ବିଷୟରେ ଏକ ପରୋକ୍ଷ କଟାକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଭୁବନେଶ୍ବରର ଏକ ସଭାରେ କରିଥିଲେ। ଅପରାଜିତା ବିଜେପିକୁ ଆସିବା ବେଳେ ତାଙ୍କୁ ମନ୍ତ୍ରୀ କରିବାର ନିର୍ଭର ପ୍ରତିଶ୍ରୁତି ଦିଆ ଯାଇଥିଲେ ମଧ୍ୟ, ମନ୍ତ୍ରୀମଣ୍ଡଳ ଗଠନ ବେଳେ ତାଙ୍କ ପ୍ରତି ଅବିଚାର ହୋଇଛି ବୋଲି ତାଙ୍କ ସମର୍ଥକମାନେ ଯୁକ୍ତି କରୁଛନ୍ତି। ତେବେ ବିଜେପି ଭିତରେ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ବାଦ ଦେଇ ଅପରାଜିତାଙ୍କୁ ମନ୍ତ୍ରୀ କରିବା ବିଜେପି ପକ୍ଷରେ ସମ୍ଭବ ନଥିଲା। ଏମିତି ବି ପଶ୍ଚିମ ଓଡିଶାରୁ ଦଳ ସର୍ବାଧିକ ଲାଭ ପାଇଥିବା ବେଳେ, ସେ ଅଞ୍ଚଳରୁ କାହାକୁ ମନ୍ତ୍ରୀ ନ କରିବା, ଅସନ୍ତୋଷର କାରଣ ହୋଇକି ରହିଛି।

ପରଷ୍ପର ପ୍ରତି ସନ୍ଦେହ ଓ ଅବିଶ୍ଵାସ କାରଣରୁ ଏବେ ବିଜେପି ଭିତରେ ତୀବ୍ର ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ଯେଉଁ “ଉଡା ଚଢେଇ” ମାନେ ବିଜେପିକୁ ଆସିଥିଲେ ସେମାନଙ୍କ ବିରୋଧରେ ଦଳର ପୁରୁଣା ନେତା ଓ କର୍ମୀଙ୍କର ଅସନ୍ତୋଷ ବଢି ଚାଲିଛି। ସେହି ଅସନ୍ତୋଷର ଏକ ଛୋଟ ପ୍ରତିଫଳନ ଭୁବନେଶ୍ୱର ଜିଲା ସଭାପତିଙ୍କ ଆକ୍ରମଣ କ୍ଷେତ୍ରରେ ଦେଖିବାକୁ ମିଳିଛି। ଆଗକୁ ଏହା ଆହୁରି ବଢିବ ଓ ବିଜେପି ବନାମ ବିଜେପି ଯୁଦ୍ଧରେ ଅନେକ ନୂଆ ଟୁଇଷ୍ଟ ଆସିବ ବୋଲି କୁହାଯାଇପାରେ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.