Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାବୁ ସରକାର! ତଥ୍ୟ ଲୁଚାଇଲେ ଅର୍ଥନୀତିର ସତ୍ୟ ଲୁଚି ରହିବ ବୋଲି ଭାବନ୍ତୁ ନାହିଁ!
ବିଶେଷ ଖବର

ବାବୁ ସରକାର! ତଥ୍ୟ ଲୁଚାଇଲେ ଅର୍ଥନୀତିର ସତ୍ୟ ଲୁଚି ରହିବ ବୋଲି ଭାବନ୍ତୁ ନାହିଁ!

November 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାବୁ ସରକାର! ତଥ୍ୟ ଲୁଚାଇଲେ ଅର୍ଥନୀତିର ସତ୍ୟ ଲୁଚି ରହିବ ବୋଲି ଭାବନ୍ତୁ ନାହିଁ!

କେଦାର ମିଶ୍ର 

ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ତଥ୍ୟକୁ ଭାରତ ସରକାର ଚପେଇ ଦେଇଛନ୍ତି। ତିନିଦିନ ତଳେ ଅର୍ଥନୈତିକ ସମ୍ବାଦପତ୍ର “ବିଜନେସ ଷ୍ଟାଣ୍ଡାର୍ଡ” ରେ ଜାତୀୟ ପରିସଙ୍ଖ୍ୟାନ କାର୍ଯ୍ୟାଳୟ କରିଥିବା ଏକ ସର୍ବେକ୍ଷଣ ବିଷୟରେ ଏକ ଉଦବେଗଜନକ ତଥ୍ୟ ପ୍ରକାଶ କରିଥିଲା। ଚାଳିଶ ବର୍ଷ ପରେ ପ୍ରଥମଥର ଲାଗି ଜଣେ ବ୍ୟକ୍ତିର ଖର୍ଚ୍ଚ କରିବାର କ୍ଷମତା କମିଛି ବୋଲି ଏହି ରିପୋର୍ଟରୁ ଜଣାପଡିଛି। ଆଠ ବର୍ଷ ତଳେ (୨୦୧୧-୧୨)ଜଣେ ଭାରତୀୟ ମାସକୁ ୧୫୦୧ଟଙ୍କା ଖର୍ଚ୍ଚ କରିପାରୁଥିବା ବେଳେ ୨୦୧୭-୧୮ରେ ଏହା ୧୪୪୬ ଟଙ୍କାକୁ ଖସି ଆସିଛି। ଏହି ରିପୋର୍ଟର ସବୁଠୁ ଚିନ୍ତାଜନକ ତଥ୍ୟଟି ହେଉଛି ଗ୍ରାମୀଣ ଭାରତରେ ଲୋକଙ୍କ କିଣି ପାରିବାର କ୍ଷମତା ୮.୮% କମିଥିବା ବେଳେ ସହରୀ ଭାରତରେ ଏହା ୨% ବଢିଛି। ଅର୍ଥନୀତିରେ କିଣି ପାରିବାର କ୍ଷମତାରୁ ଗରିବୀର ଆକଳନ କରାଯାଇଥାଏ। ସେଇ ଆଧାରରେ କୁହା ଯାଇପାରିବ ଯେ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡୁଛି ଓ ତାରି ବିନିମୟରେ ସହରୀ ଅର୍ଥନୀତି ଉପରକୁ ଉଠୁଛି। ଅର୍ଥନୀତିର ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମର ଭବିଷ୍ୟତ ବିଷୟରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସହର ଓ ଗ୍ରାମ ମଧ୍ୟରେ ଖର୍ଚ୍ଚ କରିପାରିବାର କ୍ଷମତାକୁ ନେଇ ଯେଉଁ ବିଷମତା ସୃଷ୍ଟି ହୋଇଛି, ତାହା ଭୁଲ ଅର୍ଥନୈତିକ ପରିଚାଳନା ଓ ସରକାରୀ ଅପାରଗତାର ଫଳ ବୋଲି ମାନିବାକୁ ପଡିବ।

ହେଲେ ଆମ ସରକାର ବିଲେଇ ଆଖି ବୁଜି ଦୁଧ ପିଇବା ନୀତିରେ ବିଶ୍ଵାସ କରନ୍ତି। ଯେତେବେଳେ ଯେକୌଣସି ତଥ୍ୟ ସରକାରୀ ବିଫଳତାକୁ ଦେଖାଇବା ଭଳି ଲାଗେ, ସେଠି ପ୍ରଥମେ ତଥ୍ୟ ଲୁଚାଇବାକୁ ମୋଦୀ ସରକାର ଉଦ୍ୟମ କରନ୍ତି। ସରକାରୀ ଅନୁଷ୍ଠାନର ତଥ୍ୟକୁ ସରକାରର ମନ୍ତ୍ରୀମାନେ ବିଶ୍ଵସ୍ତ ନୁହେଁ ବୋଲି କହନ୍ତି। ଦେଶର ତଥ୍ୟ ସଂକଳନ କରୁଥିବା ଦୁଇ ଜାତୀୟ ଅନୁଷ୍ଠାନ- ନ୍ୟାସନାଲ ସାମ୍ପଲ ସର୍ଭେ ଅଫ ଇଣ୍ଡିଆ ଏବଂ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅର୍ଗାନାଇଜେସନର ବହୁ ତଥ୍ୟକୁ ଏହା ପୂର୍ବରୁ ଛାପି ଦିଆଯାଇଛି। ଗତ ୪୫ ବର୍ଷ ପରେ ଦେଶର ବେରୋଜଗାରି ସମସ୍ୟା ସର୍ବାଧିକ ବୋଲି ଯେଉଁ ରିପୋର୍ଟ ବାହାରିଥିଲା ତାକୁ ଅନୈତିକ ଭାବରେ ନିର୍ବାଚନ ପୂର୍ବରୁ ଛାପି ଦିଆଗଲା। ରିପୋର୍ଟ ପ୍ରକାଶ ପାଇଲା ପରେ ଏହା ଠିକ ତଥ୍ୟ ନୁହେଁ ବୋଲି ମୋଦୀ ସରକାରର କିଛି ମନ୍ତ୍ରୀ ବଡ ହାସ୍ୟାସ୍ପଦ ଯୁକ୍ତି ରଖିଥିଲେ। ଦେଶର ଅଭିବୃଦ୍ଧି ହାର ସମ୍ପର୍କରେ ଯେଉଁ ସୂଚନା ମିଳୁଛି, ତାହା ଅତ୍ୟନ୍ତ ଭୟଙ୍କର। ତାକୁ ବଦଳାଇବା ପାଇଁ ଏବେ ଏହାର “ବେସ ଇଅର” ବଦଳାଇବାକୁ ସରକାର ଚିନ୍ତା କରୁଛନ୍ତି।

ସବୁଠୁ ବଡ ଦୁର୍ଭାଗ୍ୟର କଥା ହେଉଛି ଦେଶର ଅପରାଧ ସମ୍ପର୍କିତ ତଥ୍ୟ ସଂକଳନ କରୁଥିବା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟକୁ ମଧ୍ୟ ସରକାର ଚାପିକି ରଖିଥିଲେ। ବଡ କଷ୍ଟରେ ଗତ ମାସ ଏହା ପ୍ରକାଶ ପାଇଛି। ଚାଷୀ ଆତ୍ମହତ୍ୟା ଭଳି ଅତ୍ୟନ୍ତ ସଂବେଦନଶୀଳ ତଥ୍ୟକୁ ଏହି ରେକର୍ଡରୁ ହଟାଇ ଦିଆ ଯାଇଛି। ଅର୍ଥନୈତିକ ଚାପ କାରଣରୁ ଘଟୁଥିବା ଅପରାଧ ସମ୍ପର୍କରେ ମଧ୍ୟ ବିଶେଷ ତଥ୍ୟ ଏହି ରେକର୍ଡରେ ନାହିଁ। ସେଥିଲାଗି ଅର୍ଥନୀତିରେ ନୋବେଲ ପୁରଷ୍କାର ପାଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଥିଲେ ଯେ, ଭାରତ ସରକାରଙ୍କ ତଥ୍ୟ ଏବେ ବିଶ୍ଵାସଜନକ ନୁହେଁ। ସରକାରୀ ବିଫଳତା ପ୍ରଦର୍ଶନ କରୁଥିବା ତଥ୍ୟଗୁଡିକୁ ଜାଣିଶୁଣି ସରକାର ଚପାଇ ଦେଉଛନ୍ତି।

ତେବେ ତଥ୍ୟ ଲୁଚାଇଲେ ଅର୍ଥନୀତିର ସତ୍ୟ ଲୁଚିଯିବ କି? ଆମେ ଦେଖିଛୁ ଯେ ଏହି ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ଅଭିବୃଦ୍ଧି ହାର ୭/୮% ରୁ ୫% କୁ କମି ଆସିଥିଲା। ଆଉ ସପ୍ତାହେ ପରେ ଦ୍ଵିତୀୟ ତିନି ମାସିଆ ଜିଡିପି ତଥ୍ୟ ଆସିବ।ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କରିଥିବା ଆକଳନ ଅନୁଯାୟୀ ଏହା ୪.୨% କୁ କମିପାରେ। ଯଦି ଏହି ଆକଳନ ସତ ହୁଏ ତାହେଲେ ଅର୍ଥନୀତିରେ ଅତ୍ୟନ୍ତ ନୈରାଶ୍ୟଜନକ ପରିବେଶ ସୃଷ୍ଟି ହେବ। ସେଥିରୁ ମୁକୁଳିବାର ବାଟ ବାହାର କରିବା ପରିବର୍ତ୍ତେ ଏହାକୁ ଅସ୍ଵୀକାର କରିବାକୁ ମୋଦୀ ସରକାର ଚେଷ୍ଟା କରୁଛନ୍ତି। ମନ୍ତ୍ରୀମାନେ କହୁଛନ୍ତି, ଲୋକ ତ ବାହା ହେଉଛନ୍ତି, ଉଡାଜାହାଜରେ ବୁଲୁଛନ୍ତି, ତାହେଲେ ଅର୍ଥନୀତି ମାନ୍ଦା ହେଲା କେମିତି! ମନ୍ତ୍ରୀ ବୋଧେ ଜାଣନ୍ତି ନାହିଁ, ତାଙ୍କ ସରକାରୀ ତଥ୍ୟ କହୁଛି ଇତି ମଧ୍ୟରେ ଉଡାଜାହାଜରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ବାହାଘର ବଜାରରେ ଖର୍ଚ୍ଚର ମାତ୍ରା ଯଥେଷ୍ଟ ହ୍ରାସ ପାଉଛି। ତେବେ ତଥ୍ୟ ବୁଝିବାକୁ ଓ ତାର ବିଶ୍ଳେଷଣ କରିବାକୁ ଏହି ସରକାରର ରାଜନୈତିକ ଇଚ୍ଛାଶକ୍ତି ନାହିଁ। କେବଳ ମିଛ ଭାବପ୍ରବଣତା ଓ ଉନ୍ମାଦନା ସୃଷ୍ଟି କରି ରାଜନୀତି କରିବାକୁ ଚାହୁଁଥିବା ବିଜେପି ସରକାର ଦେଶର ଅର୍ଥନୈତିକ ଅବସ୍ଥାକୁ ପାତାଳଗାମୀ କରି ସାରିଲେଣି।

ତେବେ ତଥ୍ୟ ଲୁଚାଇଦେଲେ ସତ ଯେ ଲୁଚିଯିବ,ଏକଥା ମୋଦୀ ସରକାର ଭାବିବା ଭୁଲ। ସତ୍ୟ ଦିନେ ପାତାଳରୁ ଫୁଟିକି ବାହାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.