Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜର୍ଜ ଫର୍ଣ୍ଣାଣ୍ଡେଜ; ଜୀବନ, ରାଜନୀତି ଓ ବୈଚାରିକ ବିରୋଧାଭାସ
ବିଶେଷ ଖବର

ଜର୍ଜ ଫର୍ଣ୍ଣାଣ୍ଡେଜ; ଜୀବନ, ରାଜନୀତି ଓ ବୈଚାରିକ ବିରୋଧାଭାସ

January 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜର୍ଜ ଫର୍ଣ୍ଣାଣ୍ଡେଜ(୩,ଜୁନ,୧୯୩୦- ୨୯,ଜାନୁଆରୀ,୨୦୧୯) ବହୁ ବର୍ଷ ଧରି ନୀରବ ଥିଲେ। ତାଙ୍କର ସ୍ମରଣଶକ୍ତି ଚାଲି ଯାଇଥିଲା ଓ ସେ ଏକପ୍ରକାର ବିଚ୍ଛିନ୍ନ ଜୀବନରେ ଥିଲେ। ଏକଥା ଭାବିଲା ବେଳକୁ କେମିତି ଗୋଟେ ଅସହାୟ ଲାଗୁଛି। ଭାରତୀୟ ରାଜନୀତିରେ ଯାହାଙ୍କର ଭାଷଣ ଗୋଟେ ସମୟରେ ନିଆଁ ଲଗେଇଦେଉଥିଲା, ସେ ପ୍ରାୟ ଗୋଟେ ଦଶନ୍ଧିରୁ ଅଧିକ ସମୟ ନିର୍ବାକ ହୋଇ ରହିଲେ। ଭାରତୀୟ ରାଜନୀତିରେ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କର କଥା ଯେତେବେଳେ ବି ଉଠିବ , ସେତେବେଳେ ଗୋଟେ ଚିତ୍ର ଆମ ମନକୁ ଆସିବ। ହାତ ଓ ପାଦରେ ଶିକୁଳୀ ବନ୍ଧାଥାଇ ‘ଇନକୀଲାବ ଜିନ୍ଦାବାଦ’ ଚିତ୍କାର କରୁଥିବା ଗୋଟେ ଯୁବକର ଚିତ୍ର। ଇନ୍ଦିରାଙ୍କ ଇମର୍ଜେନ୍ସି ବିରୋଧରେ ଭାରତର ଗାଁ ଗହଳିରେ ଛଦ୍ମବେଶ ଧରି ବୁଲୁଥିବା ଜର୍ଜ ଯେତେବେଳେ ପୋଲିସ ହାତରେ ଧାରା ପଡନ୍ତି, ସେତେବେଳେ ତାଙ୍କ ହାତ ପାଦରେ ବେଡି ପକାଇ ଜେଲ କୁ ନିଆ ଯାଏ। ସେ ଚିତ୍ର ଇନ୍ଦିରାଙ୍କୁ ଲୋକଙ୍କ ଆଖିରେ ସବୁଦିନ ପାଇଁ ନିନ୍ଦିତ କରିଥିଲା ଓ ସେ ଚିତ୍ରରୁ ନାୟକ ହୋଇ ଜର୍ଜ ଭାରତୀୟ ଜନତାର ପ୍ରତିବାଦର ନାୟକ ପାଲଟିଥିଲେ।   ଇନ୍ଦିରା ଗାନ୍ଧୀଙ୍କ ଜରୁରୀ କାଳୀନ ପରିସ୍ଥିତି ବିରୋଧରେ ଯେଉଁ ପ୍ରଚଣ୍ଡ ପ୍ରତିରୋଧ ଆରମ୍ଭ ହୋଇଥିଲା ତାକୁ ଏକ ନିର୍ଣ୍ଣାୟକ ମୋଡ ଦେଇଥିଲେ ଜର୍ଜ। ବମ୍ବେ ସହରର ସବୁଠୁ ବଡ ଶ୍ରମିକ ଆଂଦୋଳନର ନେତୃତ୍ୱ ନେଇ ଇନ୍ଦିରାଙ୍କ ବିରୋଧରେ ସବୁଠୁ ବଡ ଆନ୍ଦୋଳନ ସେ ଗଢିଥିଲେ। ଭାରତରେ ଅଣ କଂଗ୍ରେସ ରାଜନୀତିର ମୂଳଦୁଆ ପକାଇଥିବା ଡକ୍ଟର ରାମ ମନୋହର ଲୋହିଆଙ୍କର ଶିଷ୍ୟ ଭାବରେ ଜର୍ଜ ରାଜନୀତିରେ ପ୍ରତିବାଦର ଅନେକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ।

ଭାରତୀୟ ରାଜନୀତିରେ ଆମେ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କର ଦୁଇଟି ଚେହେରା ଦେଖିଛୁ। ପ୍ରଥମଟି ୧୯୭୦ ରୁ ୧୯୯୦ ଓ ତା ପରବର୍ତ୍ତୀ ଚେହେରା ଟି ନବେ ପରବର୍ତ୍ତୀ ରାଜନୀତି। ସତୁରୀ ରୁ ନବେ ଭିତରେ ବହୁ ପ୍ରତିବାଦ ଓ ଗଣ ଆଂଦୋଳନର ନେତୃତ୍ୱ ସେ ନେଇଥିଲେ।ଭାରତୀୟ ସମାଜବାଦୀ ବିଚାରଧାରାକୁ ଲୋକ ସ୍ତରରେ କାର୍ୟକାରୀ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଦ୍ଵିତୀୟ ପ୍ରଜନ୍ମର ସମାଜବାଦୀ ଯଥା – ମଧୁ ଲିମାୟେ, କିଶାନ ପଟ୍ଟନାୟକ, ମଧୁ ଦଣ୍ଡବତେ,ଚନ୍ଦ୍ରଶେଖର, ମୋହନ ଧରିଆ ପ୍ରମୁଖଙ୍କ ସହ ଜର୍ଜଙ୍କର ସହଯୋଗ ଏକ କଂଗ୍ରେସ ବିରୋଧୀ ବିକଳ୍ପକୁ ଜନ୍ମ ଦେଇଥିଲା। ସେମାନଙ୍କର ସଂଘର୍ଷ ଓ ପ୍ରତିବାଦର ଫଳ ସ୍ଵରୂପ ୧୯୭୭ ରେ ପ୍ରଥମ ଅଣ କଂଗ୍ରେସ ସରକାର ଗଠିତ ହେଲା। ମୋରାରଜି ଭାଇ ଦେସାଇଙ୍କ ନେତୃତ୍ଵରେ ଗଠିତ ଜନତା ପାର୍ଟି ସରକାରରେ ଜର୍ଜ ଶିଳ୍ପ ମନ୍ତ୍ରୀ ଭାବରେ ଦାୟିତ୍ଵ ନେଇଥିଲେ। ଭାରତରୁ କୋକା କୋଲା କମ୍ପାନୀକୁ ବିଦା କରିବାରେ ତାଙ୍କର ନିଷ୍ପତ୍ତି ସେତେବେଳେ ଐତିହାସିକା ଥିଲା। ପ୍ରତିବାଦି ଯେତେବେଳେ କ୍ଷମତାସୀନ ହୁଏ, ତାଙ୍କ ପାଖରୁ ଲୋକଙ୍କର ଆଶା ବଢିଯାଏ। ଜର୍ଜ ଫର୍ଣ୍ଣାଣ୍ଡେଜ ରାସ୍ତା ଘାଟର ବିପ୍ଳବୀ ଭାବରେ ଯେତିକି ସଫଳ ମନ୍ତ୍ରୀ ଭାବରେ ସେତିକି ବିଫଳ।

ଶିଳ୍ପ, ରେଳବାଇ ଓ ପ୍ରତିରକ୍ଷା ଭଳି ବିଭାଗର ମନ୍ତ୍ରୀ ରହିଥିବା ଜର୍ଜ ଫର୍ଣ୍ଣାଣ୍ଡେଜ ଲୋକଙ୍କ ଆଶା ପୂରଣ କରିବାରେ କେତେଦୂର ସଫଳ ହୋଇଛନ୍ତି, ତାହାର ଆକଳନ କରିବା ଆଜି ସମ୍ଭବ ନୁହେଁ। କିନ୍ତୁ ଜୀବନର ଅନ୍ତିମ ଦାୟିତ୍ଵ ଭାବରେ ସେ ଯେତେବେଳେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ବିରୋଧୀ ଦଳ ଗୁଡିକ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଥିଲେ। ସାରା ଜୀବନ ବିରୋଧୀ ରାଜନୀତିରେ ଥିବା ଜର୍ଜଙ୍କ ପାଇଁ ତାହା ଥିଲା ସବୁଠୁ କଠିନ ସମୟ। ପୋଖରାନ ପରମାଣୁ ପରୀକ୍ଷାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ସେ ଗର୍ବିତ ହୋଇଥିଲେ ମଧ୍ୟ, ତାହା ଥିଲା ତାଙ୍କର ବୈଚାରିକ ଗୁରୁ ରାମ ମନୋହର ଲୋହିଆଙ୍କ ଆଦର୍ଶର ପରିପନ୍ଥୀ । ସେହିପରି ଗୁଜରାଟ ଦଙ୍ଗା ଓ ବାବ୍ରୀ ମସଜିଦ ଭଙ୍ଗାଯିବା ଘଟଣାରେ ଜର୍ଜଙ୍କ ନୀରବତା ଅତ୍ୟନ୍ତ ଅସହ୍ୟ ଥିଲା।

ଭାରତର ଧର୍ମ ନିରପେକ୍ଷ ରାଜନୀତି ଜର୍ଜଙ୍କଠାରୁ ଯାହା ଆଶା କରୁଥିଲା, ସେ ତାହା ଦେବାରେ ବିଫଳ ହୋଇଛନ୍ତି। ଏ ଦେଶରେ ସାମ୍ପ୍ରଦାୟିକ ଶକ୍ତିଙ୍କର ଶକ୍ତି ବୃଦ୍ଧିରେ ତାଙ୍କର ନୀରବ ସହଯୋଗ ରହିଛି ବୋଲି ତାଙ୍କର ଆଲୋଚକ ମାନେ କହନ୍ତି। ତେବେ ସମୟ ଓ ଇତିହାସ ତାର ଚୂଡାନ୍ତ ନିଷ୍ପତ୍ତି ନେବ। ଆମ ପାଇଁ ଜର୍ଜ ଫର୍ଣ୍ଣାଣ୍ଡେଜ ଏକ ଅମ୍ଳାନ ପ୍ରତିବାଦୀ ସ୍ଵର, ଯାହାଙ୍କର କୌଣସି ବିକଳ୍ପ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026
Latest News

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.