Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବୈଧାନିକ ପ୍ରଶ୍ନ ଉଠାଇଥିବା ନରସିଂହ ମିଶ୍ର କ୍ଷମା ମାଗନ୍ତୁ ବୋଲି ବିଜେପି କହୁଛି କାହିଁକି?
ବିଶେଷ ଖବର

ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବୈଧାନିକ ପ୍ରଶ୍ନ ଉଠାଇଥିବା ନରସିଂହ ମିଶ୍ର କ୍ଷମା ମାଗନ୍ତୁ ବୋଲି ବିଜେପି କହୁଛି କାହିଁକି?

November 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ହଠାତ ଓଡିଶା ବିଜେପିକୁ ଧର୍ମକୁ ନେଇ ରାଜନୀତି କରିବାର ଏକ ସୁଯୋଗ ଆସି ଜୁଟିଗଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେତେବେଳ ପୁରୀ ଶଙ୍କରାଚାର୍ୟଙ୍କ ଗୋବର୍ଦ୍ଧନ ପୀଠ ସମ୍ପର୍କରେ କିଛି ବୈଧାନିକ ପ୍ରଶ୍ନ ପଚାରିଲେ, ତାକୁ ନେଇ ବିଜେପି କୌଣସି ଉତ୍ତର ଖୋଜିବା ପରିବର୍ତ୍ତେ, ଶଙ୍କରାଚାର୍ୟଙ୍କୁ ସାଢେ ଚାରି କୋଟି ଓଡିଆଙ୍କର ଆସ୍ଥାର ପ୍ରତୀକ ଓ ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କହି ତାଙ୍କୁ ସବୁ ଆଇନର ଉପରେ ରଖିବାର ଜଘନ୍ୟ ରାଜନୀତି ଆରମ୍ଭ କରିଛି। ପ୍ରଥମତଃ ଶଙ୍କରାଚାର୍ୟଙ୍କୁ ଓଡିଶାର ଜନଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର ବୋଲି ବିଜେପି କହିବାର ମାନେ କଣ? ଓଡିଶାର ସାଢେ ଚାରିକୋଟି ଓଡିଆଙ୍କ ଭିତରୁ ୧୦% ଲୋକ ଶଙ୍କରାଚାର୍ୟଙ୍କୁ  ଜାଣିଥିବେ କି ନା ସନ୍ଦେହ। ତାଙ୍କୁ ସବୁ ଓଡିଆଙ୍କର ଗୁରୁ ବୋଲି କହିବା, ଏ ଶତାବ୍ଦୀର ସବୁଠୁ ବଡ ମିଛ କଥା।

ଦେବୋତ୍ତର ଆଇନ ଅନୁସାରେ ଗୋବର୍ଦ୍ଧନ ପୀଠ ନିଜର ଆୟ-ବ୍ୟୟର ହିସାବ ଦେବାକୁ ବାଧ୍ୟ। ଯଦି ଅନ୍ୟ ମଠଗୁଡିକ ପାଇଁ ଏ ନିୟମ ଲାଗୁହେବ, ଗୋବର୍ଦ୍ଧନ ମଠ ଲାଗି କାହିଁକି ନୁହେଁ? ଚଳିତ ବର୍ଷଠାରୁ ଓଡିଶା ସରକାର ହୁଏତ ଗୋବର୍ଦ୍ଧନ ମତକୁ ଦେବୋତ୍ତର ଆଇନ ପରିସରରୁ ମୁକ୍ତ କରିଛନ୍ତି, ହେଲେ ଏହା ପୂର୍ବ ବର୍ଷ ଗୁଡିକର ଆୟ-ବ୍ୟୟର ହିସାବ ନଦେବା ବେଆଇନ। ନରସିଂହ ବାବୁ ପୂର୍ବବର୍ତ୍ତୀ ଶଙ୍କରାଚାର୍ୟ ନିରଞ୍ଜନ ଦେବତୀର୍ଥଙ୍କ ଉଇଲ ବା ଇଚ୍ଛାପତ୍ର ଅନୁସାରେ ଶଙ୍କାରାଚାର୍ୟଙ୍କ ସାଙ୍ଗିଆର ପ୍ରଶ୍ନ ଉଠାଇଛନ୍ତି। ଏ ପ୍ରଶ୍ନ ଉଠାଇବାର ବିଶେଷ ଅଧିକାର ନରସିଂହ ମିଶ୍ରଙ୍କର ରହିଛି, କାରଣ ବର୍ତ୍ତମାନର ଶଙ୍କରାଚାର୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ୯, ଫେବୃଆରି,୧୯୯୨ରେ ଅଭିଷିକ୍ତ ହେବା ସମୟରେ ଶ୍ରୀ ମିଶ୍ର ରାଜ୍ୟର ଆଇନ ମନ୍ତ୍ରୀ ଥିଲେ। ସେହି ସମୟରେ ଅନ୍ୟଜଣେ ସନ୍ୟାସୀ ସ୍ଵାମୀ ଅଧୋକ୍ଷଜାନନ୍ଦ ଦେବତୀର୍ଥ ନିଜକୁ ସ୍ଵାମୀ ନିରଞ୍ଜନ ଦେବତୀର୍ଥଙ୍କ ଉତ୍ତରାଧିକାରୀ ଭାବେ ଦାବୀ ଉପସ୍ଥାପନ କରିଥିଲେ। ତେଣୁ ତତ୍କାଳୀନ ଆଇନ ମନ୍ତ୍ରୀ ଭାବେ ନରସିଂହ ମିଶ୍ର ଏହି ଘଟଣାର ବୈଧାନିକ ସତ୍ୟତା ବିଷୟରେ ବେଶ ଅବଗତ। ସେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ଅତ୍ୟନ୍ତ ବୈଧାନିକ ଓ ଯୁକ୍ତିଯୁକ୍ତ। ଏହା ସହିତ ଧାର୍ମିକ ନାଟକ ରଚନା କରିବାକୁ ବିଜେପି ଅପଚେଷ୍ଟା କରୁଛି। ଏ ପ୍ରସଙ୍ଗରେ ନରସିଂହ ବାବୁ କ୍ଷମା ମାଗିବାର କୌଣସି ଯଥାର୍ଥତା ହିଁ ନାହିଁ।

ଏହାବାଦ ପୁରୀ ମନ୍ଦିର ପରିଚାଳନା ସହିତ ଗୋବର୍ଦ୍ଧନ ପୀଠର ସମ୍ପର୍କ ଅତ୍ୟନ୍ତ ଜଟିଳ।  ପୁରୀ ମନ୍ଦିର ପରିଚାଳନା ସହିତ ଗୋବର୍ଦ୍ଧନ ପୀଠର କି ପ୍ରକାର ସମ୍ପର୍କ ରହିଛି, ତାକୁ ନେଇ ବାଦ ବିବାଦ ମଧ୍ୟ ଦେଖାଦେଇଛି । ତେବେ ଏହି ବିବାଦ ଆଜିର ନୁହେଁ । ଅନ୍ତତଃ ଗତ ୩୦୦ ବର୍ଷ ଧରି ପୁରୀ ମନ୍ଦିରରେ ଶଙ୍କରାଚାର୍ଯ୍ୟଙ୍କର ଭୂମିକା କ’ଣ ହେବ, ତା’କୁ ନେଇ ମନ୍ଦିରର ସେବାୟତ ତଥା ଗୋବର୍ଦ୍ଧନ ପୀଠ ପୀଠ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦର ଚେରକୁ ଆମକୁ ଖୋଜିବାକୁ ପଡ଼ିବ । ଶ୍ରୀମନ୍ଦିରର ସ୍ବତ୍ତ୍ବ ଲିପି ଯେତେବେଳେ ପ୍ରସ୍ତୁତ କରାଗଲା, ସେତେବେଳର ଶଙ୍କରାଚାର୍ଯ୍ୟ ଭାରତୀ କୃଷ୍ଣତୀର୍ଥ ଶ୍ରୀମନ୍ଦିରର ଆଭ୍ୟନ୍ତୀରଣ ସେବାରେ ଆମ୍ଭର କୌଣସି ଭୂମିକା ନାହିଁ ବୋଲି କହି ନିଜର ବୟାନ ଲିପିବଦ୍ଧ କରିନଥିଲେ । ତଥାପି ଶ୍ରୀମନ୍ଦିର ସ୍ବତ୍ତ୍ବ ଲିପିରେ ଶଙ୍କରାଚାର୍ଯ୍ୟଙ୍କୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ନାୟକ ଓ ଏହି ମଣ୍ଡପରେ ଆସନ ପାରି ବସିବାର ଅଧିକାର ଦିଆଯାଇଛି ।

ଅନେକାଂଶେର ଶଙ୍କରାଚାର୍ଯ୍ୟଙ୍କ ମତକୁ ସେବାୟତମାନେ ଶହ ଶହ ବର୍ଷ ଧରି ଅଣଦେଖା କରି ଆସିଛନ୍ତି । ଏହା କେବଳ ଆଜି ନୁହେଁ । ଇଷ୍ଟଇଣ୍ଡିଆ କମ୍ପାନୀର ବିଭିନ୍ନ କାଗଜପତ୍ରରୁ ଜଣାପଡ଼େ ଯେ, ୧୮୦୦ ମସିହା ବେଳକୁ ପୁରୀ ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବ ସେବାୟତଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇ ରହିଥିଲା । ଶ୍ରୀଜଗନ୍ନାଥଙ୍କ ସିଂହାସନରେ ଶିବ ଓ ଆଦି ଶଙ୍କରାଚାର୍ଯ୍ୟଙ୍କର ଦୁଇଟି ମୂର୍ତ୍ତି ରହିଥିଲେ । ପରବର୍ତ୍ତୀ ସମୟରେ ରତ୍ନ ସିଂହାସନ ମରାମତି କରିବା ଆଳରେ ବୈଷ୍ଣବ ପଣ୍ଡାମାନେ ଏହି ମୂର୍ତ୍ତି ଦୁଇଟିକୁ ଉଚ୍ଛେଦ କରିଥିଲେ । ଯାହାକୁ ନେଇ ଦୀର୍ଘ ବର୍ଷ ଧରି ଶୈବଧର୍ମୀ ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବ ପଣ୍ଡାଙ୍କ ମଧ୍ୟରେ ମତଭେଦ ଜାରି ରହିଥିଲା । ଦଣ୍ଡୀ ସନ୍ନ୍ୟାସୀମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସେତେବେଳର ଶଙ୍କରାଚାର୍ଯ୍ୟ ମରାଠା ଶାସକଙ୍କୁ ବହୁ ପତ୍ର ଲେଖିଥିଲେ । ପରିଶେଷରେ ମରାଠା ଶାସକ ରଘୁଜୀ ଭୋଁସଲା ଶଙ୍କରାଚାର୍ଯ୍ୟଙ୍କ ବିପକ୍ଷରେ ମତ ରଖିଥିଲେ । ପରବର୍ତ୍ତୀ ସମୟରେ ବ୍ରିଟିଶ୍ ଶାସନାଧୀନ ହେଲା ପରେ ମଧ୍ୟ ଶଙ୍କରାଚାର୍ଯ୍ୟ ନିଜ ପତିଆରା ପାଇଁ ସରକାରକୁ ପିଟିସନ୍ ଦେଇଥିଲେ । ଘଟଣାକ୍ରମରେ ସେବାୟତମାନଙ୍କର ବିଜୟ ହୋଇଥିଲା । ଅନ୍ୟ ଏକ ଘଟଣାକ୍ରମରେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ନାୟକ ଭାବରେ ଶଙ୍କରାଚାର୍ଯ୍ୟଙ୍କୁ ସେବାୟତମାନଙ୍କୁ ତାଲିମ୍ ଦେବାର ଅଧିକାର ପ୍ରଦାନ କରାଯାଇଥିଲା । ତେବେ ଏହି ଅଧିକାର କେବଳ ବ୍ରାହ୍ମଣ ସେବାୟତଙ୍କ ମଧ୍ୟରେ ସୀମିତ ଥିଲା ।

ସମୟକ୍ରମେ ଶଙ୍କରାଚାର୍ଯ୍ୟ ଅନୁଷ୍ଠାନର ରାଜନୈତିକ ପରିସର ମଧ୍ୟ ବଦଳିଛି । ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ମଠ ଅଧିକରୁ ଅଧିକ ବ୍ରିଟିଶ ଅନୁରାଗୀ ହୋଇଥିବାବେଳେ ସ୍ବାଧୀନତା ପରେ ଏହାର ଶଙ୍କରାଚାର୍ଯ୍ୟମାନେ ଘୋର କଂଗ୍ରେସ ବିରୋଧୀ ଥିଲେ ।୧୯୧୨ ମସିହାରେ ଦିଲ୍ଲୀରେ ଆୟୋଜିତ ସମ୍ରାଟ ପଞ୍ଚମ ଜର୍ଜଙ୍କ ଦରବାରରେ ବ୍ରିଟିଶ ସମ୍ରାଟଙ୍କ ଲାଗି ତତ୍କାଳୀନ ଶଙ୍କରାଚାର୍ୟ ମଧୁସୂଦନ ଦେବତୀର୍ଥ ସ୍ବସ୍ତିବାଚନ ପାଠ କରିଥିଲେ।  ସ୍ବାଧୀନତା ଆନ୍ଦୋଳନରେ ଗୋବର୍ଦ୍ଧନ ପୀଠର ଭୂମିକା ଏଥିରୁ ଅନୁମାନ କରାଯାଇପାରେ।

ବିଜେପି ଏ ସମ୍ପର୍କରେ ରାଜନୈତିକ ନାଟକ କରିବା ପୂର୍ବରୁ ଓଡିଶାର ଇତିହାସ ଓ ସଂସ୍କୃତି ବିଷୟରେ ଟିକେ ଗବେଷଣା କରିବା ଉଚିତ ହେବ!!

 

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026
Latest News

ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର ମିଟକୁ ଶୁଭାରମ୍ଭ କଲେ କ୍ରୀଡ଼ା ମନ୍ତ୍ରୀ

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.