Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦର ଶୀତକାଳୀନ ଅଧିବେଶନ, ଶୀତ କମ, ଉତ୍ତାପ ଓ ଉତ୍ତେଜନାର ସମ୍ଭାବନା ଅଧିକ
ବିଶେଷ ଖବର

ସଂସଦର ଶୀତକାଳୀନ ଅଧିବେଶନ, ଶୀତ କମ, ଉତ୍ତାପ ଓ ଉତ୍ତେଜନାର ସମ୍ଭାବନା ଅଧିକ

November 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜିଠାରୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଯାଇଛି। ମୋଦିଙ୍କ ଦ୍ବିତୀୟପାଳିର ପ୍ରଥମ ଶୀତଅଧିବେଶନ ଭାବେ ଏହା  ଡିସେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଯାଉଛି। ସୋମବାର ଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ପ୍ରବଳ ହଟ୍ଟଗୋଳ ସହ ଶେଷ ହୋଇପାରେ। କାରଣ ଏହି ଅଧିବେଶନରେ ସରକାର ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ବିଲ୍‌ ଗୃହୀତ ହେବାର ସମ୍ଭାବନା ରହିଛି। ଏହି ବିଲଟି ପୂର୍ବରୁ ଉତ୍ତର ପୂର୍ବାଞ୍ଚଳରୁ ପ୍ରବଳ ବିରୋଧ ହେବାରୁ ପାରିତ ହୋଇ ପାରି ନ ଥିଲା। ଏମିତି ଅନେକ ବିଧେୟକ ରହିଛି ଯାହା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଯଦିଓ ସେହିଭଳି ବିଧେୟକ ଗୁଡିକ ବିନା ଆଲୋଚନାରେ ଗୃହୀତ ହେବାର ସମ୍ଭାବନା ଅଛି।

ଯଦିଓ ସେପରି କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ ଆଲୋଚନା କରିବାକୁ କିନ୍ତୁ ବିରୋଧୀ ଦଳ ଭୂମିକାରେ ଥିବା କଂଗ୍ରେସ ଜମ୍ମୁ କାଶ୍ମୀରର ଗୃହବନ୍ଦୀ ଥିବା ସାଂସଦ ଫାରୁକ ଅବଦୁଲ୍ଲାଙ୍କୁ ସଂସଦ ରେ ଆଲୋଚନା କରିବାକୁ ଅନୁମତି ଦେବାକୁ ଦାବି କରି ପାରନ୍ତି। ଏବଂ  ଅର୍ଥନୀତିର ବର୍ତ୍ତମାନ ସ୍ଥିତିକୁ ନେଇ ଆଲୋଚନା କରି ପାରନ୍ତି। ବର୍ତ୍ତମାନ ଏକଦା ଦଳରେ ଥିବା ସହଯୋଗୀ ପ୍ରାର୍ଥୀ ଶିବସେନା ମଧ୍ୟ ବିରୋଧୀ ଦଳ ଆସନରେ ବସିଛି। ଚାଷୀଙ୍କ ପାଇଁ ମଧ୍ୟ ସେ ଦାବି କରିପାରେ।

ତେବେ ଏହି ଅଧିବେଶନରେ ମୁଖ୍ୟତଃ ତିନୋଟି ବିଧେୟକ ପାରିତ ହୋଇପାରେ। ସେହି ବିଧେୟକ ଗୁଡ଼ିକ ମଧ୍ୟରେ ରହିଛି।

ସିଟିଜେନ୍ସିପ ଆମେଣ୍ଡ ମେଣ୍ଟ  ବିଲ (ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ବିଲ୍‌)

ଏହି ବିଧେୟକରେ ଅନ୍ୟ ଦେଶରୁ ଆସୁଥିବା ମୁସଲମାନ ବ୍ୟତୀତ  ଅନ୍ୟ ଲୋକଙ୍କୁ ନାରିକତ୍ଵ ପ୍ରଦାନ ତ୍ୱରାନ୍ୱିତ କରିବାକୁ ଏକ ଆଇନ ଆସିପାରେ। ଏହାକୁ ଏକ ମାନବିକତା ହିସାବରେ ଦେଖା ଯାଇପାରେ କିନ୍ତୁ ରୋହିଣଙ୍ଗାମାନଙ୍କୁ ଏହି ସୁବିଧା ମିଳିବ ନହିଁ। ଉଦାହରଣ ସ୍ୱରୂପ ମିଆଁମାରର ନିର୍ବାସିତ ମୁସଲିମ୍‌ ହୁଅନ୍ତୁ କି ପାକିସ୍ତାନ ର ଅହମଦିଆ। ଅନ୍ୟ ଅର୍ଥରେ କହିବାକୁ ଗଲେ ଭାରତର ନାଗରିକତ୍ଵ ଚାହୁଁଥିବା ଲୋକଙ୍କୁ ଜାତି ଆଧାରରେ ବଣ୍ଟା ଯାଉଛି। ଏହି ବିଧେୟକରେ ବାହାରେ ରହୁଥିବା ଭାରତୀୟ ନାଗରିକଙ୍କ ନାଗରିକତ୍ଵ ଆତିଶ ତଶିରଙ୍କ ଭଳି ରଦ୍ଦ କରାଯାଇପାରେ। ଏହିପରି ଅନେକ ବାଦବିବାଦ ଥିଲେ ମଧ୍ୟ ବିରୋଧୀ ଆଗ ଭଳି ବିରୋଧ କରିବା ଦେଖାଯାଉ ନହିଁ।

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ୨୦୧୯

ଚଳିତ ସରକାର ସୁପ୍ରିମକୋର୍ଟକୁ କଥା ଦେଇ ଥିଲେ ଯେ ତାଙ୍କ ସରକାର ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନେଇ ଆଇନ ଆଣିବେ। ଏପରିକି ଏହି ବିଷୟକୁ ନେଇ ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଏକ କମିଟି ତଥ୍ୟ ସୁଆଖ୍ୟା ନେଇ ଏକ ଡ୍ରାଫ୍ଟ ବିଲ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି ସ୍ଥଳେ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ କରିବା ଲାଗି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯେପରିକି ଆଧାର ପାଇଁ ଫେସିଆଲ ରିକାଗ୍ନିସନ ସିଷ୍ଟମ ଥିଲେ ମଧ୍ୟ ଫୋନରୁ ହ୍ୟାକର ମାନେ ତଥ୍ୟ ଚୋରି କରି ନେଉଛନ୍ତି କାରଣ ଏ ଯାଏଁ ତଥ୍ୟ ସୁରକ୍ଷା କୁ ନେଇ ସରକାର କୌଣସି  ଆଇନ ପ୍ରଣଯନ କରି ନାହାନ୍ତି। ଏଥିପାଇଁ ଚଳିତ ଅଧିବେଶନ ରେ କୌଣସି ବିଧେୟକ ପାରିତ ହେବାର ସମ୍ଭାବନା ଅଛି।

ଫାଇନାନ୍ସିଆଲ ରିଜୋଲ୍ୟୁସନ ଏଣ୍ଡ ଡିପୋଜିଟ ଇନ୍‌ସୁରାଂସ ବିଲ୍‌

ଏହି ବିଲ୍‌ଟି ଚଳିତ ଅଧିବେଶନରେ ଗୃହୀତ ହେବ କି ନାହିଁ, ସେ ବିଷୟରେ କହି ହେବ ନାହିଁ।  କାରଣ ଏହା ସୂଚୀରେ ନ ଥିଲେ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏକ ଲକ୍ଷ ଟଙ୍କାର ଜମା ଉପରେ ଇନ୍ସୁରାନ୍ସ ପ୍ରଦାନ କରିବାକୁ ନେଇ ବିଚାର କରୁଛନ୍ତି। ଏହି ବିଧେୟକଟି ପ୍ରଥମେ ୨୦୧୮ରେ ପାରିତ ହୋଇଥିଲା କିନ୍ତୁ ପ୍ରବଳ ବିରୋଧ ଯୋଗୁଁ ବିଜେପି ଏହି ବିଲକୁ ରଦ୍ଦ କରି ଦେଇଥିଲା। ହ୍ବାଟସ୍‌ଆପ୍‌ରୁ ଆନୀତ ତଥ୍ୟ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ସଞ୍ଚିତ ରାଶିକୁ ଦେବାଳିଆ ସମୟରେ ବ୍ୟବହାର କରିପାରନ୍ତି। ପିଏମସି ବ୍ୟାଙକ ଦେବାଳିଆ ହେଲାପରେ ଗ୍ରାହକଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। ସରକାର କେତେବେଳେ କେଉଁ ଆଇନ କରିବେ କହି ହେବ ନାହିଁ।

ତେବେ ଚଳିତ ଶୀତ ଅଧିବେଶନରେ ସରକାରକୁ ଘେରିବା ଲାଗି ବିରୋଧୀଙ୍କ ନିକଟରେ ଅର୍ଥନୈତିକ ମାନ୍ଦାବସ୍ଥା ସମେତ ବେକାରୀ ସମସ୍ୟା, ଦରବୃଦ୍ଧି ଓ ବେକାରୀ ସମସ୍ୟା ପରି ସମସ୍ୟା ରହିଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ  ଶୀତ କମ, ଉତ୍ତାପ ଓ ଉତ୍ତେଜନାର ସମ୍ଭାବନା ଅଧିକ ରହିଥିବାର ଜଣାପଡୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.