Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡିଜିପିଙ୍କ ବଦଳି ଠିକ, ହେଲେ ବିଜୟ କୁମାର ଶର୍ମା ଡିଜିପି ହୋଇଥିଲେ କେମିତି?
ବିଶେଷ ଖବର

ଡିଜିପିଙ୍କ ବଦଳି ଠିକ, ହେଲେ ବିଜୟ କୁମାର ଶର୍ମା ଡିଜିପି ହୋଇଥିଲେ କେମିତି?

November 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପୋଲିସ ବିଭାଗର ମୁଖିଆ କିଏ ହେବେ, କେମିତି ହେବେ, ତାର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେମିତି ତାଙ୍କୁ କେମିତି ବଦଳି କରାଯିବ ବା ବିଦା କରାଯିବ, ସେ ସମ୍ପର୍କିତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ଅଧିକାରଭୁକ୍ତ। ତେଣୁ  ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବଦଳି କରିବାରେ ମୁଖ୍ୟମନ୍ତ୍ରୀଙ୍କର ଅଧିକାରକୁ ନେଇ ପ୍ରଶ୍ନ ଉଠାଇବାର କୌଣସି କାରଣ ନାହିଁ। ସେହିପରି କେତେବେଳେ ଓ କେମିତି ତାଙ୍କର ବଦଳି ଆଦେଶ ବାହାରିବ, ତାହା ମଧ୍ୟ ପ୍ରଶାସନର ନିଜସ୍ଵ ବ୍ୟାପାର। ପୋଲିସ ମହା ନିର୍ଦ୍ଦେଶକ ଭାବରେ ନୂଆ ନିଯୁକ୍ତି ପାଇଥିବା ଶ୍ରୀ ଅଭୟ ଅତ୍ୟନ୍ତ ଯୋଗ୍ୟ ଅଧିକାରୀ ଓ ତାଙ୍କର ସଚ୍ଚୋଟତା ସପକ୍ଷରେ ମଧ୍ୟ ଅନେକ ପ୍ରମାଣ ରହିଛି। ଅପରପକ୍ଷରେ ବିଦାୟୀ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଯେଉଁ ଅଭିଯୋଗରେ ବିଦା କରାଯାଇଛି, ତାହା ଅତ୍ୟନ୍ତ ସଙ୍ଗୀନ। ତେବେ ଆମର ପ୍ରଶ୍ନ ହେଉଛି, ବିଜୟ କୁମାର ଶର୍ମାଙ୍କ ଟ୍ରାକ ରେକର୍ଡ ବିଷୟରେ ରାଜ୍ୟ ସରକାର ପୂର୍ବରୁ ଅବଗତ ନଥିଲେ କି? ଓଡିଶାର ପୋଲିସ ପ୍ରଶାସନ ସମ୍ପର୍କରେ ସାଧାରଣ ଭାବେ ଅବଗତ ଯେ କୌଣସି ଲୋକକୁ ପଚାରିଲେ ସେ କହିବ, ବିଜୟ କୁମାର ଶର୍ମାଙ୍କ ଇତିହାସ କଣ? ଯେଉଁ ମାମଲାର ତଦନ୍ତ ନିର୍ଦ୍ଦେଶ ସହିତ ଶ୍ରୀ ଶର୍ମାଙ୍କୁ ତୁରନ୍ତ ବଦଳି କରାଯାଇଛି, ସେ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ବହୁ ଆଗରୁ ହୋଇ ଆସୁଥିଲା।

ସମ ହସପିଟାଲ ଅଗ୍ନିକାଣ୍ଡ ପରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ପ୍ରମାଣପତ୍ର ଦେବାକୁ ଯାଇ ବ୍ୟାପକ ମୂଲଚାଲ ହୋଇଥିବା କଥା, ଶୁଣା ଯାଉଥିଲା। ଏ ସମ୍ପର୍କରେ ଖୋଲାଖୋଲି କେହି ମୁହଁ ଫିଟାଉନଥିଲେ ମଧ୍ୟ କଥାଟିର ସତ୍ୟତା କଣ ସମସ୍ତେ ଜାଣିଥିଲେ। ଏହାର ଖବର ଗୁଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ଦେଇ ନଥିଲେ କି? ତା ପୂର୍ବରୁ ଭୁବନେଶ୍ଵର -କଟକ ମହାନଗରର ପୋଲିସ କମିଶନର ଥିବା ସମୟରେ ଚିଟ ଫଣ୍ଡ ମାଫିଆଙ୍କ ସମ୍ପର୍କରେ ଶ୍ରୀ ଶର୍ମାଙ୍କ ଅନୁସନ୍ଧାନକୁ ନେଇ ଅନେକ ସନ୍ଦେହ ରହି ଆସିଥିଲା। ଏକଦା ବିଜେଡ଼ିର ଦ୍ଵିତୀୟ କ୍ଷମତାକେନ୍ଦ୍ର ଭାବରେ ପରିଚିତ ପ୍ୟାରୀମୋହନ ମହାପାତ୍ରଙ୍କ ଆଖି କାନ ଭାବେ ପରିଚିତ ବିଜୟ ଶର୍ମା, ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କର ଆଶୀର୍ବାଦ ପାଇଲେ କେମିତି?

ଆଜି ନ ହେଲେ କାଲି, ବିଜୟ କୁମାର ଶର୍ମାଙ୍କ ବିରୋଧରେ ତଦନ୍ତ ହୋଇଥାନ୍ତା ନିଶ୍ଚୟ। ଓଡିଶା ପୋଲିସର ସବୁଠୁ ବିବଦମାନ ଚେହେରା ଭାବରେ ତାଙ୍କର ପରିଚିତି ସତ୍ତ୍ୱେ ତାଙ୍କୁ ଯେତେବେଳେ ଗତ ନିର୍ବାଚନ ପୂର୍ବରୁ ଡିଜିପି କରାଗଲା, ତାହା ଥିଲା ସବୁଠୁ ବଡ ବିସ୍ମୟ।୧୯୮୬ ବ୍ୟାଚର ଯେଉଁ ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀ ଡିଜିପି ହେବାକୁ ଯୋଗ୍ୟ ସେମାନଙ୍କ ମଧ୍ୟରେ ଶ୍ରୀ ଅଭୟ, ଶ୍ରୀ ପ୍ରଦୀପ କପୁର ଓ ଶ୍ରୀ ଏମ.ନାଗେଶ୍ଵର ରାଓଙ୍କ ସମେତ ଶ୍ରୀ ଶର୍ମାଙ୍କ ନାମ ରହିଥିଲା। ତେବେ ଶ୍ରୀ ଅଭୟଙ୍କୁ ବାଦ ଦେଇ ସେତେବେଳେ ବିଜୟ ଶର୍ମାଙ୍କୁ ଡିଜିପି କରାଇବା ପଛରେ କଣ କାରଣ ରହିଥିଲା, ତାହା ଆଜି ମଧ୍ୟ ରହସ୍ୟ ହୋଇ ରହିଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.