Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ଭେ ରିପୋର୍ଟ ଅନୁସାରେ ସ୍ତ୍ରୀଙ୍କ ଅଧିକ ରୋଜଗାର ସ୍ବାମୀଙ୍କ ସ୍ବାସ୍ଥ୍ୟ ଲାଗି ବିପଦଜ୍ଜନକ
ବିଶେଷ ଖବର

ସର୍ଭେ ରିପୋର୍ଟ ଅନୁସାରେ ସ୍ତ୍ରୀଙ୍କ ଅଧିକ ରୋଜଗାର ସ୍ବାମୀଙ୍କ ସ୍ବାସ୍ଥ୍ୟ ଲାଗି ବିପଦଜ୍ଜନକ

November 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆପଣଙ୍କ ସ୍ତ୍ରୀ ଆପଣଙ୍କଠାରୁ ଅଧିକା ରୋଜଗାର କରନ୍ତି କି !! ଏବଂ ଆପଣ ଏଇ କଥାକୁ ନେଇ ଚିନ୍ତାରେ ରହୁଛନ୍ତି କି !! ତେବେ ବିଶେଷ କରି ବିବାହ ପରେ ସ୍ତ୍ରୀ ସ୍ବାମୀଠାରୁ ଅଧିକା ରୋଜଗାର କରିବା ଏବଂ ସେନେଇ ଚାପରେ ରହି ଥିବାର ଜଣାପଡିଛି।

ନିକଟରେ ଏକ ଅନୁଶୀଳନରୁ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି । ସେଥିରେ ଜଣା ଯାଇଛି ଯେ ଯଦି ସ୍ତ୍ରୀ ଘରର ୪୦ ପ୍ରତିଶତ ଖର୍ଚ୍ଚ ନିଜ ଟଙ୍କାରୁ କରୁଥାନ୍ତି ତେବେ ସ୍ବାମୀମାନେ ଚାପରେ ରହିଥାନ୍ତି। କିନ୍ତୁ ସ୍ବାମୀମାନେ ଆହୁରି ଅଧିକ ଚାପରେ ରୁହନ୍ତି ଯେତେବେଳେ ଘରର ସମସ୍ତ ଖର୍ଚ୍ଚ ଲାଗି ପତ୍ନୀ ଉପରେ ନିର୍ଭର କରିଥାନ୍ତି।

ବାଥ ୟୁନିଭର୍ସିଟିର ଏକ ସନ୍ଦର୍ଭରେ ଦେଖା ଯାଇଛି ଯେ ଯଦି ବିବାହ ପୂର୍ବରୁ ସ୍ତ୍ରୀଟିଏ ସ୍ବାମୀଠାରୁ ଅଧିକା ରୋଜଗାର କରୁଥାଏ ତେବେ ସେ କ୍ଷେତ୍ରରେ ବିବାହ ପରେ ସ୍ବାମୀମାନେ ମାନସିକ ଚାପରେ ରହି ନ ଥାନ୍ତି ଏବଂ ତାଙ୍କ ଭିତରେ ଥିବା ତାରତମ୍ୟକୁ ନେଇ ସେମାନେ ନିଶ୍ଚିତ ଥାନ୍ତି।

ଆମେରିକାରେ ପ୍ରାୟ ୬୦୦୦ ପତି ପତ୍ନୀଙ୍କ ଉପରେ ପ୍ରାୟ ୧୫ ବର୍ଷ ଧରି କରାଯାଇଥିବା ଏକ ଅନୁଶୀଳନରୁ ଜଣାପଡିଛି ଯେ ଯଦି ପରିବାର ରେ ସ୍ଵାମୀଟି କେବଳ ରୋଜଗାର କରୁଥାଏ ତେବେ ସେ ପ୍ରାୟ ସମୟରେ ଆଶଙ୍କିତ ଅବସ୍ଥାରେ ରହିଥାଏ।

ଯଦି ସ୍ବାମୀଟି ଘରର ୪୦ ପ୍ରତିଶତ ଖର୍ଚ୍ଚ ଉଠାଇବାକୁ ରୋଜଗାର କରୁଥାଏ ତେବେ ସେ କ୍ଷେତ୍ରରେ ମାନସିକ ଚାପର ମାତ୍ରା କମ ରହିଥାଏ। କିନ୍ତୁ ଯଦି ରୋଜଗାର ୪୦ ପ୍ରତିଶତରୁ ଅଧିକା ହୁଏ ତେବେ ସ୍ବାମୀଟିର ମାନସିକ ଚାପ ଆସ୍ତେ ଆସ୍ତେ ବଢିଥାଏ।

ୟୁନିଭର୍ସିଟି ଅଫ ବାଥ ସ୍କୁଲ ଅଫ ମେନେଜମେଣ୍ଟ ର ଅର୍ଥନୀତିଜ୍ଞ ଯୋଅନା ଶିରଦା କହିଛନ୍ତି ଯେ ପତ୍ନୀ ବା ସ୍ତ୍ରୀଟି ସ୍ବାମୀଙ୍କଠାରୁ ବେଶୀ ରୋଜଗାର କରିବା ପତିଙ୍କର ସ୍ୱାସ୍ଥ୍ୟ ଲାଗି ବିପଦଜନକ ହୋଇଥାଏ। ସେମାନେ ନିଜକୁ ଅନ୍ୟ ସମସ୍ତଙ୍କଠାରୁ ନିଜକୁ ଅଧିକ ପାରିବାର ବୋଲି ପରିଚୟ ଦେଇଥାନ୍ତି। ଏଇ ସନ୍ଦର୍ଭରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ମୂଲଚାଲ କରରିବାର ଦକ୍ଷତାକୁ ମଧ୍ୟ ଦର୍ଶାଯାଇଛି।

ସ୍ତ୍ରୀ ଟିଏ ସ୍ବାମୀଙ୍କଠାରୁ ଅଧିକା ରୋଜଗାର କରିବା ଏବଂ ସ୍ଵାମୀ ଟି ସ୍ତ୍ରୀ ଉପରେ ନିର୍ଭର କରିବା ଦ୍ଵାରା ସ୍ଵାମୀଟି ସାମାଜିକସ୍ତରରେ ସ୍ତ୍ରୀ ଠାରୁ ନ୍ୟୁନ ମନେ କରିଥାଏ ଯାହା ପରବର୍ତ୍ତୀ ସମୟରେ ଛାଡପତ୍ର ର ରୂପ ନେଇଥାଏ। କାରଣ ରୋଜଗାର ହିଁ ଦୁହିଁଙ୍କ ତାରତମ୍ୟ ପ୍ରଭେଦର କାରଣ ହୋଇଥାଏ। ଏହିଭଳି ସମସ୍ୟା ଏକାଠି ସହାବସ୍ଥାନ କରୁଥିବା ସ୍ବାମୀସ୍ତ୍ରୀଙ୍କଠାରେ ଦେଖିବାକୁ ମିଳିଥାଏ ବୋଲି ସେ କହିଛନ୍ତି।

ଉକ୍ତ ଅନୁଶୀଳନରେ ଏହା ମଧ୍ୟ କୁହା ଯାଇଛି ଯେ ମାନସିକ ଚାପକୁ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଅଲଗା ଅଲଗା ଢଙ୍ଗରେ ମାପି ଥାନ୍ତି। ସର୍ଭେ କରାଯାଉଥିବା ସ୍ବାମୀ ସ୍ତ୍ରୀଙ୍କୁ ସେମାନଙ୍କର ମାନସିକ ଚାପକୁ ଦୁଃଖୀ,ଆଶଙ୍କିତ,ଅଶ୍ଵସ୍ତି ଲାଗିବା ବା ଯେମିତି ଅନୁଭବ କରନ୍ତି ସେହି ଅନୁଯାୟୀ ମାପିବାକୁ କୁହା ଯାଇଥିଲା । ସେଥିରେ ସ୍ଵାମୀମାନଙ୍କର ମାନସିକ ସ୍ଥିତି ସ୍ତ୍ରୀ ମାନଙ୍କ ଠାରୁ ଭଲ ଥିବାର ଦେଖା ଯାଇ ଥିଲା। ଏହା ହୁଏତ ଲିଙ୍ଗଗତ ପ୍ରଭେଦକୁ ଦର୍ଶାଇ ପାରେ ଯଦି ପୁରୁଷ କୈନ୍ଦ୍ରିକ ସମାଜରେ ପୁରୁଷ ଦୁର୍ବଳ ଏବଂ ନିଜର ମାନସିକ ଚାପକୁ ଲୁଚାଇଥାନ୍ତି।

ପ୍ରକୃତରେ ସ୍ତ୍ରୀମାନେ କୁହନ୍ତି ଯେ ଯଦି ସ୍ତ୍ରୀଟିଏ ଘରର ୪୦ ପ୍ରତିଶତ ଖର୍ଚ ଉଠାଇବାକୁ ରୋଜଗାର କରୁଥାନ୍ତି ତେବେ ସ୍ଵାମୀ ମାନେ କମ ମାନସିକ ଚାପରେ ରହିଥାନ୍ତି ଏବଂ ସ୍ଵାମୀଟିଏ ରୋଜଗାରରୁ ଘରର ୫୦ ପ୍ରତିଶତ ଖର୍ଚ୍ଚ ତୁଲାଉଥାଏ ତେବେ  ମଧ୍ୟ ସ୍ଵାମୀ କମ ମାନସିକ ଚାପରେ ରହିଥାନ୍ତି।

ଆମ ସାମାଜିକ ପ୍ରଥା ଅନୁଯାୟୀ ଯଦି ସ୍ଵାମୀଟିଏ ଘରର ରୋଜଗାରରେ ସ୍ତ୍ରୀ ଠାରୁ କମ ଅବଦାନ ରହିଥାଏ ବା ସ୍ଵାମୀଟିଏ ଆର୍ଥିକରୂପରେ ସ୍ତ୍ରୀ ଉପରେ ନିର୍ଭରଶୀଳ ହୋଇଥାଏ ତେବେ ସ୍ଵାମୀ ମାନେ ମାନସିକ ଚାପରେ ରହିଥାନ୍ତି ଏବଂ ତାହା ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ସମାଜରେ ପୁରୁଷକୁ ନେଇ ରହି ଆସିଥିବା ଭାବନା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।

ଦେଖିବାକୁ ଗଲେ ଯେତେବେଳେ ସ୍ଵାମୀ ସ୍ତ୍ରୀ ଉପରେ ଆର୍ଥିକ ଭାବେ ନିର୍ଭରଶୀଳ ହୋଇଥାନ୍ତି ସେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ତାଳ ମେଳ ରହେ ନାହି କାରଣ ଜଣେ ଜଣଙ୍କୁ ଠିକରେ ବୁଝି ପାରି ନ ଥାନ୍ତି। ହୁଏତ ଏହା ପୁରୁଷ କୈନ୍ଦ୍ରିକ ସମାଜ ଯୋଗୁଁ ଲୋକଙ୍କ ମନରେ ରହି ଆସିଥିବା ଭାବନା ଯୋଗୁଁ ହୋଇଥାଏ ବୋଲି ଜଣାଯାଏ। ଜର୍ଣ୍ଣାଲ୍‌ ପର୍ସନାଲଟି ଏଣ୍ଡ ସୋସିଆଲ୍‌ ସାଇକୋଲୋଜି ବୁଲେଟିନ୍‌ରେ ପ୍ରକାଶିତ ତଥ୍ୟ ଆଧାରରେ ଏହା ପ୍ରକାଶ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.