Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସନ୍ତ୍ରାସବାଦୀ ଦାଉଦ ଇବ୍ରାହିମ ଓ ଇକବାଲ ମିର୍ଚ୍ଚି ସହ ଜଡିତ ସନ୍ଦିଗ୍ଧ କମ୍ପାନୀରୁ ମୋଟା ଅଙ୍କର ଚାନ୍ଦା ନେଇଛି କି ବିଜେପି?
ବିଶେଷ ଖବର

ସନ୍ତ୍ରାସବାଦୀ ଦାଉଦ ଇବ୍ରାହିମ ଓ ଇକବାଲ ମିର୍ଚ୍ଚି ସହ ଜଡିତ ସନ୍ଦିଗ୍ଧ କମ୍ପାନୀରୁ ମୋଟା ଅଙ୍କର ଚାନ୍ଦା ନେଇଛି କି ବିଜେପି?

November 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମୋଦୀ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ କମ୍ପାନୀ ବିରୋଧରେ ସନ୍ତ୍ରାସବାଦୀ କାର୍ୟକଳାପ ପାଇଁ  ଅର୍ଥ ଯୋଗାଉଥିବା ଅଭିଯୋଗର ତଦନ୍ତ କରୁଛି, ସେହି କମ୍ପାନୀଠାରୁ ଭାରତୀୟ ଜନତା ପାର୍ଟି ଦଶ କୋଟି ଟଙ୍କାର ଚାନ୍ଦା ନେଇଛି। ଏକଥା ଖୋଦ ବିଜେପି ସ୍ଵୀକାର କରିଛି। ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଯେଉଁ ହିସାବ ଦାଖଲ କରିଛି, ସେଥିରେ ଆରକେଡବ୍ଲୁ ଡେଭଲପର୍ସ ନାମକ ଏକ କମ୍ପାନୀଠାରୁ ୨୦୧୪-୧୫ ମସିହାରେ  ୧୦ କୋଟି ଓ ଏହାର ସହଯୋଗୀ କମ୍ପାନୀ ଦର୍ଶନ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ଠାରୁ ୭.୫ କୋଟି ଟଙ୍କା ଚାନ୍ଦା ନେଇଥିବା କଥା ସୂଚନା ଦେଇଛି। ଏହି କମ୍ପାନୀ ସହିତ ୧୯୯୩ ମୁମ୍ବାଇ ବୋମା ବିଷ୍ଫୋରଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଇକବାଲ ମେମନ ଓରଫ ଇକବାଲ ମିର୍ଚ୍ଚିର ସମ୍ପର୍କ ରହିଥିବା କଥା ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ଏ ସମ୍ପର୍କରେ ଆଜି ପ୍ରସିଦ୍ଧ ପୋର୍ଟାଲ “ଦି ୱାୟାର” ଏକ ବିଶେଷ ଖବର ପ୍ରକାଶ କରିଛି। ଆମେ ଜାଣୁ, “ଦି ୱାୟାର” କଥା କହିଲେ ବିଜେପି ଭକ୍ତମାନେ ସାଙ୍ଗେ ସାଙ୍ଗେ କହିବେ, ଏହା ମୋଦୀ ବିରୋଧୀ ସଂସ୍ଥା। ତେଣୁ ଆମେ ମୋଦୀଙ୍କ ପ୍ରବଳ ପ୍ରଶଂସକ ଅର୍ଣ୍ଣବ ଗୋସ୍ଵାମୀଙ୍କ ରିପବ୍ଲିକ ଟିଭିର ୱେବ ସାଇଟ ଦେଖିବାକୁ ଭକ୍ତଙ୍କୁ ଅନୁରୋଧ କରିବୁ।

୧୮, ଅକ୍ଟୋବର ୨୦୧୯ରେ ଅର୍ଣ୍ଣବଙ୍କ ରିପବ୍ଲିକ କହିବା ଅନୁସାରେ (https://www.republicworld.com/india-news/general-news/explaining-the-link-between-rkw-developers-and-iqbal-mirchi.html) ଆରକେଡବ୍ଲୁ ଡେଭଲପର୍ସ ସହିତ ଇକବାଲ ମିର୍ଚ୍ଚି ଓ ଦାଉଦ ଇବ୍ରାହିମର ସମ୍ପର୍କ ରହିଛି।ଏହି କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ରହିଥିବା ରଞ୍ଜିତ ବିନ୍ଦ୍ରାକୁ ଇଡି ସନ୍ତ୍ରାସବାଦୀ କାର୍ୟକଳାପ ଲାଗି ଅର୍ଥ ଯୋଗାଉଥିବାର ଅଭିଯୋଗରେ ଗିରଫ ମଧ୍ୟ କରିଥିଲା। ମୁମ୍ବାଇର ପ୍ରସିଦ୍ଧ ୱଧାବନ  ପରିବାର ସହିତ ଇକବାଲ ମିର୍ଚ୍ଚିର ସମ୍ପତ୍ତି ବିକାକିଣା ମାମଲାରେ ରଞ୍ଜିତ ବିନ୍ଦ୍ରା ଦଲାଲ ଭୂମିକା ନିର୍ବାହ କରିଥିବାର ଅଭିଯୋଗ ଇଡି କରିଛି। ସେହିପରି ମିର୍ଚ୍ଚିର ସମ୍ପତ୍ତି କିଣିଥିବା କମ୍ପାନୀ ସବ ଲିଙ୍କ ରିଏଲ ଇଷ୍ଟେଟ ମଧ୍ୟ ବିଜେପିକୁ ୨ କୋଟି ଟଙ୍କା ଚାନ୍ଦା ଦେଇଛି।

ଏହି କମ୍ପାନୀ ଗୁଡିକ ସହିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ପ୍ରଫୁଲ ପଟେଲଙ୍କ ସଂପର୍କକୁ ନେଇ ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବେଶ ଚର୍ଚ୍ଚା ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ, ମନମୋହନ ସିଂ ସରକାରଙ୍କ ମନ୍ତ୍ରୀମାନେ ଦାଉଦ ଓ ମିର୍ଚ୍ଚିର ସମର୍ଥକ ବୋଲି ଅଭିଯୋଗ କରିଥିଲେ। ଆଜି ପ୍ରଶ୍ନ ଉଠୁଛି, ସେହି ସନ୍ତ୍ରାସବାଦୀ ସମର୍ଥକ କମ୍ପାନୀରୁ ବିଜେପି ଚାନ୍ଦା ନେଇଛି କାହିଁକି ଓ କାହାପାଇଁ? ଦାଉଦ ଓ ଇକବାଲ ମିର୍ଚ୍ଚି ସହ ସମ୍ପୃକ୍ତ କମ୍ପାନୀଠୁ ଚାନ୍ଦା ନେଇ ରାଜନୀତି କରୁଥିବା ବିଜେପି ରାଷ୍ଟ୍ରବାଦ ଓ ରାଷ୍ଟ୍ର ସୁରକ୍ଷା କଥା କହିବା, ସବୁଠୁ ଦୁର୍ଭାଗ୍ୟଜନକ।

ନିର୍ବାଚନୀ ଚାନ୍ଦା ସଂଗ୍ରହ ପାଇଁ ବିଜେପି କୌଣସି ବି କମ୍ପାନୀଠାରୁ ଅର୍ଥ ସଂଗ୍ରହ କରିବାରେ ପଛଘୁଞ୍ଚା ଦେଉନାହିଁ। ଏ ଟଙ୍କା ଯଦି କଂଗ୍ରେସ କିମ୍ବା ଅନ୍ୟ ଦଳ ନେଇଥାନ୍ତେ ତାହଲେ ଆଜି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହି ପ୍ରବଳ ହୋ ହଲ୍ଲା ଆରମ୍ଭ ହୋଇ ସାରିଥାନ୍ତା। ଯେହେତୁ ଏ ଅର୍ଥ ଖୋଦ ବିଜେପି ନେଇଛି ଓ ସନ୍ତ୍ରାସବାଦୀଙ୍କ ସହ ଜଡିତ ଏକ କମ୍ପାନୀଠାରୁ ନେଇଛି, ସେଠି ସମସ୍ତେ ଭୟରେ ଚୁପ ବସିବାକୁ ବାଧ୍ୟ!!

Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.