Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ରିଲାଏନସ ଜିଓ 48 ପ୍ରତିଶତ ବଜାରକୁ କରିଛି ଦଖଲ, ଟ୍ରାଇ ରିପୋର୍ଟ
ବିଶେଷ ଖବର

ଓଡିଶାରେ ରିଲାଏନସ ଜିଓ 48 ପ୍ରତିଶତ ବଜାରକୁ କରିଛି ଦଖଲ, ଟ୍ରାଇ ରିପୋର୍ଟ

November 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Jio further expands revenue market leadership in Odisha: TRAI

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: 25/11: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା ବର୍ଗରେ ନିଜର ରାଜସ୍ୱ ନେତୃତ୍ୱ ସ୍ଥିତିକୁ ସଂପ୍ରସାରିତ କରି ରିଲାଏନ୍ସ ଜିଓ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ମୋଟ ରାଜସ୍ୱର ୪୮.୧%ରୁ ଅଧିକ ବଜାର ଅଂଶ ହାସଲ କରିଛି ବୋଲି ନିକଟରେ ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱରେ ଜିଓର ୪୮.୧% ବଜାର ଅଂଶ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଠାରୁ ୧୨% ଅଧିକ ରହିଛି ।

ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରି ବୃହତ ୫୬.୮% ବଜାର ଅଂଶ ହାସଲ କରି, ଅନ୍ୟମାନଙ୍କ ଠାରୁ ବହୁତ ଆଗକୁ ବଢ଼ିଯାଇଛି ବୋଲି ଟ୍ରାଇ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ, ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ରିଲାଏନ୍ସ ଜିଓ ୪୬୯.୭ କୋଟି ଟଙ୍କାର ମୋଟ ରାଜସ୍ୱ (ଗ୍ରସ ରେଭିନ୍ୟୁ) ହାସଲ କରିଥିବା ବେଳେ ୩୪୯.୪ କୋଟି ଟଙ୍କା ସହିତ ଏୟାରଟେଲ, ୯୪.୭ କୋଟି ଟଙ୍କା ସହ ଭୋଡାଫୋନ ଆଇଡିଆ ଓ ୫୯.୪ କୋଟି ଟଙ୍କା ସହ ବିଏସଏନଏଲ ଏହା ଠାରୁ ବହୁ ପଛରେ ରହିଛନ୍ତି ।

ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ଏହି କ୍ଷେତ୍ରର ଶ୍ରେଷ୍ଠ ରାଜସ୍ୱ ହାସଲକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରି ୨୦୧୯ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱର ସର୍ବାଧିକ ୩୪.୭% ବଜାର ଅଂଶ ହାସଲ କରିଛି ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଗ୍ରାମାଚଂଳ ଓ ଅର୍ଧ-ସହରାଚଂଳରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓଫୋନ-ଭାରତର ସ୍ମାର୍ଟଫୋନକୁ ନେଇ ଓଡ଼ିଶାରେ ପ୍ରତି ମାସରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଟ୍ରାଇ ତରଫରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ୨ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାକୁ ୧.୧୦ କୋଟିରୁ ଅଧିକ ସ୍ତରକୁ ନେଇଛି । ୨୦୧୯ ସେପ୍ଟେମ୍ବରର ଟ୍ରାଇ ପ୍ରଦତ ଗ୍ରାହକ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ସାରା ଦେଶରେ ରିଲାଏନ୍ସ ଜିଓ ୬୯.୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ଅପରେଟର ଯଥା ଏୟାରଟେଲ ଓ ଭୋଡାଫୋନ ଆଇଡିଆ ୪୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି ।

reliancejio
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Latest News

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.