Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାନଗର ବ୍ରହ୍ମପୁର ସାନିଟେସନ ଫୋରମ୍ : ଯାଦୁକୁ ଜରିକାଗଜ..!
ବିଶେଷ ଖବର

ମହାନଗର ବ୍ରହ୍ମପୁର ସାନିଟେସନ ଫୋରମ୍ : ଯାଦୁକୁ ଜରିକାଗଜ..!

December 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ/ ହେମାଙ୍ଗ ରାଉଳ

ମହାନଗର ବ୍ରହ୍ମପୁର ସାନିଟେସନ ଫୋରମ୍ ଗଠନ ପରେ ବ୍ରହ୍ମପୁର ସହରବାସୀଙ୍କୁ  ବୁଦ୍ଧି ଶିଖେଇବାକୁ ମହାନଗର ପ୍ରସ୍ତୁତି କେତେ ତା’ର ସଜଳ ଚିତ୍ର ପ୍ରତିଦିନ ଫୁଟି ଉଠିଛି। ବ୍ରହ୍ମପୁର ମ୍ୟୁନିସିପାଲିଟି କମିଶନର ଚକ୍ରବତ୍ତୀ ସିଂ ରାଠୋର ଏକ ସଭା ଓ ଆଲୋଚନା ଚକ୍ର ଆୟୋଜନ କରି ବ୍ରହ୍ମପୁର କିଛି ସଂଗଠନ, ବୁଦ୍ଧିଜୀବୀ ଓ ସାମ୍ବାଦିକ ସହ ଭାବ ବିନିମୟ କରି ବ୍ରହ୍ମପୁର ସହର ସ୍ୱଚ୍ଛତା, ପରିମଳ ଓ ପରିବେଶକୁ ନେଇ ଚିନ୍ତିତ ଥିବା ପରି ଯେଉଁ ପାଠପଢ଼ାଇ ଚାଲିଲେ, କାଲା ଆଗରେ ମୂଳା ଚୋବାଇଲା ପରି ତାଙ୍କ କିଛି ମନ୍ତବ୍ୟ ସେହି ସଭାରେ କିଛି ଶୋତା ଅନୁଭବ କରୁଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନର ପାଠଶାଳା ପରି ସହରର ପରିମଳକୁ ସୁଧାରିବାର ବାକ୍ୟଗୁଡ଼ିକ ତ ଶୁଣିବାକୁ ସୁନ୍ଦର ଲାଗୁଥିଲା କିନ୍ତୁ ଏହି କଥାରେ କେତେ ଦମ୍ ଅଛି ତାହା ସମୟ ନିର୍ଣ୍ଣୟ କରିବ। ବ୍ରହ୍ମପୁରରେ ପରିମଳ ଯୋଜନାକୁ ନେଇ ଏବେ ଅନେକ ଦିନ ଧରି ସଂସ୍କାର ପାଇ ତତ୍ପରତା ପ୍ରକାଶ ପାଉଥିଲେ ସୁଦ୍ଧା ସହରବାସୀଙ୍କ ମାନସିକତା ମଧ୍ୟ ବଦଳାଇବା ଉପାଦାନଗୁଡ଼ିକ ସମର୍ଥ ନୁହଁ। ସହର ଆଜି ବି ଆବର୍ଜନା କୁଣ୍ଡରେ ଭର୍ତ୍ତିହୋଇ ପୂତ୍ତି ଗନ୍ଧମୟ ପରିବେଶ। ସହର ଗଳିକନ୍ଦିରେ ମଳକୁଣ୍ଡ କୁଣ୍ଡର ଧାରା ଡ଼୍ରେନ। ବାହ୍ୟ ମଳମୁକ୍ତ ସ୍ୱଚ୍ଛ ମିଶନର ଅସ୍ୱଚ୍ଛ କାହାଣୀ ସହରର ସାହି ସାହିରେ ଫୁଟି ଉଠୁଛି। ଯିଏ ଯାର ତା’ର ଦାଣ୍ଡରେ ଡ଼୍ରେନକୁ ମଳନଳା ଖଂଜି ଦେଇ ତୁନି ରହୁଛନ୍ତି । ଓଡ଼ିଶାରେ ବାହ୍ୟ ମଳମୁକ୍ତ ପାଇଁ କେନ୍ଦ୍ର ସରକାରଙ୍କଠାରୁ ସ୍ୱଚ୍ଛତା ଆଗରେ ଏଇ ସହର ଜାତୀୟ ସ୍ତରରେ ପୁରସ୍କାର ପାଇ ଖୁସୀ ହେବା ସମୟରେ ପ୍ରକୃତ ଚିତ୍ର ଦେଖିଲେ ଜଣାପଡ଼ୁଛି ଯେ ଏଠାରେ ବଡ଼ବଡ଼ ବାବୁମାନେ କିଛି ସମ୍ମାନ ପାଇବାକୁ ଯେତିକି ଗୁରୁତ୍ୱ ଅସଲ କାହାଣୀର ଚିତ୍ର ବଦଳାଇଦେବାରେ ସେତିକି ସମର୍ଥ ନୁହନ୍ତି।

ବର୍ତ୍ତମାନ ମହାନଗର ସାନିଟେସନ ଫୋରମ୍ ଇଂରାଜୀ ଭାଷାରେ ଧାଡ଼ିଏ ଶୁଣିବାକୁ କାନକୁ ବହୁତ ସୁନ୍ଦର। ସାଂସଦ, ବିଧାୟକ ଓ କିଛି ଚିନ୍ତାଶୀଳ ବ୍ୟକ୍ତିଙ୍କୁ ନେଇ ସ୍ୱଚ୍ଛତା ସଂଗଠନର ମହତ୍ତ୍ୱ କେତେ ସେତେବେଳେ ଜଣାପଡ଼ିବ ଯେତେବେଳେ ସହର ଦୁର୍ଗନ୍ଧମୟ ପରିବେଶ ସକାଳୁ ସକାଳୁ ରାସ୍ତାବାର ନ ଫୁଟିବନି। ୫ ଲକ୍ଷ ଲୋକଙ୍କ ପାଇଁ ଏ ସହରର ପ୍ରତି ବ୍ୟବସ୍ଥା ବିଶୃଙ୍ଖଳିତ। ଦୈନିକ ୨ ରୁ ୩ ଲକ୍ଷ ଲୋକ ଏଠାକୁ ବଜାର ସଉଦା ଓ ସ୍ୱାସ୍ଥ୍ୟ ଶିକ୍ଷା ପାଇଁ ନିର୍ଭରଶୀଳ। ସୁଲଭ ଶୌଚାଳୟ କେଉଁଠି ଅଛି ତାହା ଜାଣିବା ମଧ୍ୟ ଏକ ପ୍ରକାର ମୁସକିଲ୍। ମହାନଗରର କମିଶନର ରାଠୋର ବାବୁ ଆପ୍ସ ମାଧ୍ୟମରେ ଶୌଚାଳୟର ଭୌଗୋଳିକ ସ୍ଥିତି ଜଣାପଡ଼ିବ ବୋଲି କହିଲା ବେଳେ କୌତୁହଳ ସୃଷ୍ଟି ହୋଇଛି। ମଣିଷମାନେ ସହରରେ ପରିଶ୍ରା କରିବାକୁ ଜାଗା ଖଣ୍ଡିଏ ନାହିଁ। ଯେଉଁଠି ଅଛି ସେଠାରେ ରୋଗଜୀବାଣୁ ସଂକ୍ରମିତ। ନୂଆ ବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡରେ ଘଡ଼ିଏ ଠିଆ ହେଲେ ଯେ କେହି ବରିବା ଯେ ସହର ସ୍ୱଚ୍ଛତା କେତେ। ବୁଦ୍ଧିଜୀବୀମାନେ ପାଟିତୁଣ୍ଡ କରିଲେ ତାଙ୍କୁ ଡ଼କାଇ ଦୁଃଖ ଶୁଣିବାର ଅଭିନୟ କରି କୌଣସି ଫୋରମ୍ (ସଂଗଠନ) ତିଆରି କରି ଦେଲେ କ’ଣ ସମସ୍ୟା ସମାଧାନ ହେବ।

ବ୍ରହ୍ମପୁରକୁ ପାଇପ ଜଳଯୋଗାଣକାରୀ ମୁନ୍ଦାଏ ପାଣି ଦେବାର ଆଶା ମଧ୍ୟ ପାଣି ପରି ମିଳେଇ ଗଲା। ହଜାର ହଜାର କୋଟି ଟଙ୍କାର ଜଳପ୍ରକଳ୍ପର ସଫଳ ରୂପାୟନ ଆଜି ବି ପ୍ରଶ୍ନବାଚୀ। ବସ୍‌ଷ୍ଟାଣ୍ଡ ଘୁଞ୍ଚାଇବାକୁ ନେଇ ଯେଉଁ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ପ୍ରଶାସନର ଆଣ୍ଟପଣ ମଧ୍ୟ ଲୋକମାନେ ଜାଣିଗଲେ। ମହାନଗର ବ୍ରହ୍ମପୁରର ପ୍ରତିଟି ବ୍ୟବସ୍ଥା ଅସଂପୂର୍ଣ୍ଣ ଓ ଅରୁଚିକର। ଆସନ୍ତା ଦିନରେ ମହାନଗର ନିର୍ବାଚନ ମଧ୍ୟ କେବେ ହେବ ଏକ ଅସମାହିତ ପ୍ରଶ୍ନ। କ୍ଲିନ୍ ସିଟିର କାର୍ଯ୍ୟଶୈଳୀକୁ ନେଇ ସ୍ୱଚ୍ଛତାର କିଛି ଝୁଂକ ଲାଗୁଥିଲା ପରି ଏକ ସଂଗଠନର କାମକୁ ମଧ୍ୟ ପ୍ରଶଂସା ମିଳୁଛି ସତ କିନ୍ତୁ ମହାନଗର ସ୍ୱଚ୍ଛତା ପାଇଁ ମଧ୍ୟ ଆନ୍ତରିକତାକୁ ଏଇ ସଂଗଠନ ଚିନ୍ତା ପ୍ରକଟ କରୁଛି। ରାସ୍ତାର ଦୁଇ ପାଶ୍ୱର୍ରେ କାନ୍ଥ ଦେହରୁ କାଗଜର ଚୋପା ଛଡ଼ାଇ କାମ କରୁଥିବା ଏଇ ସଦସ୍ୟଙ୍କ ପାଇଁ ଅନେକ ଆହ୍ୱାନ। ଆବଶ୍ୟକୀୟ ଭିତ୍ତିଭୂମି ଅଭାବ ଥାଇ ଏହିଭଳି ଆପ୍ ମାଧ୍ୟମରେ ସ୍ୱଚ୍ଛତା ଏକ ପ୍ରହସନ ସଦୃଶ୍ୟ। ସେହିପରି ବାହାରେ ପରିସ୍ରା କରିଲେ ୧୦ ଟଙ୍କା ଜୋରିମାନା ବାବଦ ଅର୍ଥ ଆଦାୟ କରାଯାଉଥିଲା। ଏହି ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଏହି ଜୋରିମାନା ଆଦାୟ ବନ୍ଦ କରାଯାଇଥିଲା। ଏଠାରେ ଗୋଟିଏ କଥା ସହରରେ ଶୌଚାଳୟ ଖୋଜିବା ପାଇଁ ଆପ୍ ବ୍ୟବହାର କରିବା ଜଣେ ଗ୍ରାମୀଣବାସୀଙ୍କ ପାଇଁ ସମ୍ଭବ ନୁହେଁ। ମହାନଗର ଗୋଟିଏ ଗୋଟିଏ ସ୍ୱଚ୍ଛତାର ପରିମଳର କାହାଣୀ ଭିତରେ ଅପାରଗ ଶାସନ ଓ ପ୍ରଶାସନର ସଜଳ ଚିତ୍ର ଫୁଟି ଉଠୁଥିବା ସମୟରେ ମହାନଗର ସାନିଟେସନ ଫୋରମ୍ ଯାଦୁକୁ ଜରି କାଗଜ ଘୋଡ଼ାଇ ଲୁଚାଇଲା ପରି ମନେ ହେଉଛି ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.