Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆରଏସଏସ ସଂସ୍ଥା ସହିତ କେଉଁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି ତାହାର ତାଲିକା ରାଜ୍ୟ ଗୃହ ବିଭାଗ ମାଗିବା କେତେ ଦୂର ଯୁକ୍ତିଯୁକ୍ତ
ବିଶେଷ ଖବର

ଆରଏସଏସ ସଂସ୍ଥା ସହିତ କେଉଁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି ତାହାର ତାଲିକା ରାଜ୍ୟ ଗୃହ ବିଭାଗ ମାଗିବା କେତେ ଦୂର ଯୁକ୍ତିଯୁକ୍ତ

December 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରଏସଏସ ସଂସ୍ଥା ସହିତ କେଉଁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି ତାହାର ତାଲିକା ରାଜ୍ୟ ଗୃହ ବିଭାଗ ମାଗିବା କେତେ ଦୂର ଯୁକ୍ତିଯୁକ୍ତ

ସଂପଦ ଦଳାଇ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସ ସହିତ ରାଜ୍ୟର କେଉଁ ସରକାରୀ କର୍ମଚାରୀମାନେ ସଂପୃକ୍ତ ଅଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କର। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗ। କେଉଁ ସରକାରୀ କର୍ମଚାରୀମାନେ କେଉଁ ଶାଖାରେ କାମ କରୁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଛି। ଏଥିସହିତ ଏକ ଘୋଷଣା ପତ୍ର ବା ସେଲଫ ଡିକ୍ଲାରସନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର। ରାଜ୍ୟର ଆଜମିର ଜିଲ୍ଲା ପ୍ରଶାସନ ସବୁ ସରକାରୀ କର୍ମଚାରୀଙ୍କୁ ଚିଠି ଲେଖିବା ପରେ ଏହି ଘଟଣା ପଦାକୁ ଆସିଛି। ଜିଲ୍ଲାର ଉପଜିଲ୍ଲାପାଳ କୌଳାସ ଚନ୍ଦ୍ର ଶର୍ମା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ, କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଠ ଫର୍ମରେ ବିସ୍ତୁତ ତଥ୍ୟ ପୂରଣ କରି ପ୍ରଦାନ କରିବେ। ଏହି ଫର୍ମରେ କର୍ମଚାରୀଙ୍କ ନାମ, ବୟସ, ଚାକିରୀ କାଳ, କେଉଁ ବିଭାଗ, କଣ ପଦବୀରେ ଅଛନ୍ତି ସେ ସଂପର୍କରେ ଲେଖିବେ। ସେହିପରି ସେମାନେ କେଉଁ ଆରଏସଏସ ଶାଖା ସହିତ ଜଡିତ ଅଛନ୍ତି ତାହାର ବିବରଣୀ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚିଠିକୁ ନେଇ ରାଜସ୍ଥାନରେ ଆଲୋଚନା ସମାଲୋଚନା ହେବା ପରେ ଗୃହ ବିଭାଗ ଏକ ସଫେଇ ଦେଇଛି। ତାହା ହେଲା ଯେ, ଗତ ଜୁଲାଇ ୨୩ ତାରିଖରେ ବିଧାନସଭାରେ ଗଂଗପୁର ସହର ବିଧାୟକ ରାମକେଶ ଗୃହମନ୍ତ୍ରୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନଗୁଡିକ ଥିଲା..

୧-ରାଜ୍ୟରେ କେତେ ସରକାରୀ କର୍ମଚାରୀ ଆରଏସଏସ ସଂସ୍ଥା ସହିତ ଜଡିତ ଅଛନ୍ତି ?

୨-ରାଜ୍ୟରେ କେତୋଟି ଆରଏସଏସ ଶାଖା କାର୍ଯ୍ୟ କରୁଛି ଏବଂ ସେହି ସ୍ଥାନଗୁଡିକ କଣ ?

୩-ସରକାରୀ ଅଧିକାରୀମାନେ ଶାଖା କାମ କରିବା ପାଇଁ ମାସକୁ କେତେଥର ଛୁଟି ନିଅନ୍ତି ?

ଏହି ସବୁ ତଥ୍ୟ ଜାଣିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି।

ହେଲେ ଏହାକୁ ନେଇ ବିଜେପି ତରଫରୁ ସମାଲୋଚନା କରାଯାଇଛି। ଆଜମିର୍ ବିଧାୟକ ବାସୁଦେବ ଦେବନାନି କହିଛନ୍ତି ଯେ, ଗୃହ ବିଭାଗ ଏପରି ଚିଠି କରିବା ଅଗଣତାନ୍ତ୍ରିକ। ଆରଏସଏସ ହେଉଛି ଏକ ସୋସିଓ କଲଚାରଲ ସଂସ୍ଥା। ସେଥିରେ ସାଧାରଣ ଲୋକେ ବା ସରକାରୀ କର୍ମଚାରୀ ସଦସ୍ୟ ହେବା ପାପ ନୁହେଁ। ସରକାର ଏପରି ତଥ୍ୟ ମାଗିବା ଏକ ହୀନ ରାଜନୀତି କରୁଛନ୍ତି ବୋଲି ବାସୁଦେବ କହିଛନ୍ତି। ସେହିପରି ଆରଏସଏସ ସଦସ୍ୟ ମଧ୍ୟ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ସଂଘକୁ ଭୟ କରି ଏପରି କରିଛନ୍ତି। ସରକାରୀ କର୍ମଚାରୀମାନେ ଯେପରି ସଂଘରେ ଯୋଗ ନ ଦେବେ ସେଥିପାଇଁ ସରକାର ପରୋକ୍ଷରେ ଧମକ ଦେଉଛନ୍ତି।

ତେବେ ରାଜସ୍ଥାନ ସରକାରଙ୍କ ଏପରି ପଦକ୍ଷେପ ନେଇ ରାଜସ୍ଥାନ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି କେତେକ ରାଜ୍ୟ ମଧ୍ୟ ଏହା ଉପରେ ଗୁରୁତର ସହ ଚିନ୍ତା କରୁଥିବାର ଜଣାପଡିଛି। କାରଣ ଆରଏସଏସ ଦେଶର ପ୍ରାୟ ସମସ୍ତ ରାଜ୍ୟରେ କାର୍ଯ୍ୟ କରୁଛି। ମୁଖ୍ୟତଃ ଏହି ସଂଘ ସିଧା ରାଜନୀତି କରୁ ନ ଥିଲେ ମଧ୍ୟ ବିଜେପିକୁ ସମର୍ଥନ ଦେଉଥିବାରୁ ଏହାକୁ ବିଭିନ୍ନ ସମୟରେ ସମାଲୋଚନା କରାଯାଉଛି। ବିଶେଷ କରି ଅଣ ବିଜେପି ରାଜ୍ୟର ସରକାର ଏହି ସଂଗଠନ ଉପରେ କଡା ନଜର ରଖିବା ପାଇଁ ଚିନ୍ତା କରୁଛନ୍ତି। ତେବେ ପ୍ରଶ୍ନ ଉଠିଛି ଏପରି କରିବା କେତେ ଦୂର ଯୁକ୍ତିଯୁକ୍ତ ? (ଏଜେନ୍ସୀ ତଥ୍ୟ)

RSS
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.