ସମୀକ୍ଷା ବ୍ୟୁରୋ
ଦେଶରେ ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ସାଧାରଣ ଜନତାଠାରୁ ଆରମ୍ଭ କରି ବିରୋଧୀ ଦଳମାନେ ସମେସ୍ତ ସଡକ ଉପରକୁ ଓହ୍ଲାଇଛନ୍ତି। ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ଏହି ହିଂସ୍ରକ ପ୍ରଦର୍ଶନ ଜାରି ରହିଛି। ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ୍ ସମ୍ବିଧାନ ବିରୋଧୀ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ବିରୋଧ ମଧ୍ୟରେ ମୋଦି ସରକାର ଏବେ ଏହି କାନୁନ୍ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ପୂରା ସରକାର ଉପରେ ବିରୋଧୀଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି ଯେ, ଆଇନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜାଇବା ସହିତ ସଂଖ୍ୟାଲଘୁଙ୍କ ମନରେ ଏହି ଆଇନ ନେଇ ବିଦ୍ରୋହ ସୃଷ୍ଟି କରୁଛନ୍ତି।
ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ଉଠୁଥିବା ଅନେକଗୁଡ଼ିଏ ପ୍ରଶ୍ନର କିଛି ଉତ୍ତର ରଖିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ତରଫରୁ ଏଇ ନୂତନ ଆଇନ ନେଇ ସର୍ବମୋଟ ୧୩ ଟି ଉତ୍ତର ଆସିଛି। ଏହା ସହିତ ମୋଦି ସରକାର ସମସ୍ତ ଗଣମାଧ୍ୟମକୁ ସିଏଏ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ପାଇଁ ବିଜ୍ଞାପନ ମଧ୍ୟ ଦେଇଛନ୍ତି।
ଏହି ସମସ୍ତ ଉତ୍ତର ନାଗରିକତା ସଂଶୋଧନ ଆଇନ ଓ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ ଅନ୍ତଗର୍ତ। ଏହି ଆଇନ ଲାଗୁ ହେବା ପରେ ଦେଶରେ କ’ଣ ପ୍ରଭାବ ପଡ଼ିବ, କ’ଣ ଏହି ନିୟମ ଅନୁସାରେ ମୁସଲମାନଙ୍କୁ ଡରିବାର ଆବଶ୍ୟକତା ରହିଛି କି? ଏନ୍ଆରସିରେ ନାଗରିକତା ପ୍ରମାଣ ଦେବା ପାଇଁ କ’ଣ କ’ଣ ଦସ୍ତାବିଜ୍ ବା ପ୍ରମାଣପତ୍ରର ଆବଶ୍ୟକତା ରହିଛି? ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର।
ପ୍ରଶ୍ନ ୧ – କ’ଣ ସିଏଏ ଭିତରେ ଏନ୍ଆରସି ଅନ୍ତର୍ଗତ?
ଉତ୍ତର – ଏପରି କଦାପି ନୁହେଁ। ସିଏଏ ଓ ଏନ୍ଆରସି ଦୁହେଁ ଭିନ୍ନ ଓ ଅଲଗା ପ୍ରକ୍ରିୟା। ସିଏଏ ସଂସଦରେ ପାରିଦ ହେବା ପରେ ସାରା ଦେଶରେ ଲାଗୁ ହୋଇସାରିଛି, କିନ୍ତୁ ଏନଆରସିର ନିୟମ ଓ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ହେବାକୁ ବାକି ରହିଛି। ଆସାମରେ ଯେଉଁ ଏନ୍ଆରସି ପ୍ରକ୍ରିୟା ଚାଲୁ ରହିଛି, ତାହା ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ଆସାମ ଚୁକ୍ତି ଅନୁଯାୟୀ କରାଯାଉଛି।
ପ୍ରଶ୍ନ ୨ – କ’ଣ ଭାରତୀୟ ମୁସଲମାନଙ୍କୁ ସିଏଏ ଓ ଏନ୍ଆରସିକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ରହିଛି?
ଉତ୍ତର – କୌଣସି ଧର୍ମର ଭାରତୀୟ ନାଗରିକଙ୍କୁ ଏହି ନୂତନ ନିୟମ ‘ସିଏଏ’ ବା ‘ଏନ୍ଆରସି’କୁ ନେଇ ବ୍ୟସ୍ତ ବିବ୍ରତ ହେବାର କିଛି କାରଣ ନାହିଁ।
ପ୍ରଶ୍ନ ୩ – କ’ଣ ଏନ୍ଆରସି କେବଳ ମୁସଲମାନ୍ଙ୍କ ପାଇଁ ଲାଗୁ?
ଉତ୍ତର – ବିଲ୍କୁଲ୍ ନୁହେଁ। ଏହାର କୌଣସି ଧର୍ମ ସହିତ କିଛି ବି ସମ୍ପର୍କ ନାହିଁ। ଏହା ସମସ୍ତ ଭାରତୀୟଙ୍କ ପାଇଁ। ଏହା କେବଳ ଭାରତୀୟଙ୍କ ପାଇଁ ଏକ ରେଜଷ୍ଟିର, ଯେଉଁଥିରେ ଦେଶର ସମସ୍ତ ନାଗରିକଙ୍କ ନାମ ରହିବ ।
ପ୍ରଶ୍ନ ୪ – କ’ଣ ଏନ୍ଆରସି କେବଳ ଧାର୍ମିକ ଆଧାର ଅନୁଯାୟୀ ଲୋକଙ୍କୁ ବାହାର କରାଯିବ?
ଉତ୍ତର – ନା। ଏନ୍ଆରସିରେ କୌଣସି ଧର୍ମକୁ ଆଧାର ରୂପେ ନିଆଯାଇନାହିଁ। ଯେବେ ଏନଆରସି ଲାଗୁ କରାଯିବ, ତେବେ ଏହା ନାହିଁ କୌଣସି ଧର୍ମର ଆଧାର ଉପରେ ଲାଗୁ କରାଯିବ ନାହିଁ କେୌଣସି ଧର୍ମକୁ ଆଧାର କରାଯିବ। ଏପରିକି ଯଦି କିଏ କୌଣସି ବିଶେଷ ଧର୍ମକୁ ମାନୁଛନ୍ତି, ତେବେ ବି ସେମାନଙ୍କୁ ଏହି ନିୟମ ଆଧାରରେ ବାହାର କରାଯିବ ନାହିଁ।
ପ୍ରଶ୍ନ ୫ – କ’ଣ ଏନ୍ଆରସି ଜରିଆରେ ମୁସଲମାନଙ୍କୁ ଭାରତୀୟ ହେବାର ପ୍ରମାଣପତ୍ର ମଗାଯିବ?
ଉତ୍ତର – ସର୍ବପ୍ରଥେମ ଆପଣଙ୍କୁ ଏହା ଜାଣିବା ଦରକାର ଯେ, ରାଷ୍ଟ୍ରୀୟ ସ୍ତରରେ ଏନ୍ଆରସି ପରି କେୌଣସି ଔପଚାରିକ ଆରମ୍ଭ ହୋଇନାହିଁ। ସରକାର ଏହା ଉପରେ କୌଣସି ଔପଚାରିକ ଘୋଷଣା କରିନାହାନ୍ତି ଓ ଏହା ସମ୍ବନ୍ଧୀୟ କୌଣସି ନିୟମ ମଧ୍ୟ ପ୍ରସ୍ତୁତ କରିନାହାନ୍ତି। ଭବିଷ୍ୟତରେ ଯଦି ଏହାକୁ ଲାଗୁ କରାଯିବ, ତେବେ ଏଥିରେ କୌଣସି ଭାରତୀୟଙ୍କୁ ପ୍ରମାଣପତ୍ର ମଗାଯିବ ନାହିଁ।
ଏନ୍ଆରସି ଏକ ପ୍ରକାର ଆଧାରକାର୍ଡ ରୂପେ ଦ୍ବିତୀୟ ପ୍ରମାଣପତ୍ର ପରି କାର୍ଯ୍ୟ କରିବ। ନାଗରିକତା ରେଜଷ୍ଟାରରେ ନିଜର ନାମ ପଞ୍ଜିକରଣ କରିବା ପାଇଁ କୌଣସି ପ୍ରମାଣପତ୍ର ଦେଇପାରିବେ, ଯେପରିକି ଆପଣ ମତଦାନ କାର୍ଡ କିମ୍ବା ଆଧାର କାର୍ଡ ଦେଇପାରିବେ।
ପ୍ରଶ୍ନ ୬ – ନାଗରିକତା କିପରି ଦିଆଯିବ ? କ’ଣ ଏହି ପ୍ରକ୍ରିୟା ସରକାରଙ୍କ ହାତରେ ରହିବ?
ଉତ୍ତର – ନାଗରିକତା ନିୟମ ୨୦୦୯ ଆଧାରରେ ଯେକୌଣସି ବ୍ୟକ୍ତି ନାଗରିକତାକୁ ଦିଆଯାଇପାରିବ। ଏହି ନିୟମ ନାଗରିକତା ଆଇନ, ୧୯୫୫ ଆଧାରରେ ନିର୍ମିତ। ଏହି ନିୟମ ସାର୍ବଜନିକ ରୂପରେ ସମସ୍ତଙ୍କ ସାମ୍ନାରେ ରହିଛି। ଯେକୌଣସି ବ୍ୟକ୍ତି ଭାରତୀୟ ନାଗରିକ ହେବା ପାଇଁ ପାଞ୍ଚଟି ପ୍ରକାର ରହିଛି –
କ) ଜନ୍ମ ଆଧାରରେ ନାଗରିକତା
ଖ) ବଂଶ ଆଧାରରେ ନାଗରିକତା
ଗ) ପଞ୍ଜିକରଣ ଆଧାରରେ ନାଗରିକତା
ଘ) ଦେଶୀୟକରଣ ଆଧାରରେ ନାଗରିକତା
ଙ) ଭୂମି ବିସ୍ତାର ଆଧାରରେ ନାଗରିକତା
ପ୍ରଶ୍ନ ୭. ଯଦି କେବେ ଏନ୍ଆରସି ଲାଗୁ ହେବ, ତେବେ କ’ଣ ଭାରତୀୟ ନାଗରିକତ୍ବ ପ୍ରମାଣ କରିବା ପାଇଁ ନିଜ ପିତାମାତାଙ୍କ ଜନ୍ମ ବିବରଣୀ ଦେବାକୁ ବାଧ୍ୟ ହେବେ?
ଉତ୍ତର – ଆପଣଙ୍କୁ ଆପଣଙ୍କ ଜନ୍ମ ବିବରଣୀ ଯେମିତିକି ଜନ୍ମ ତାରିଖ, ମାସ, ବର୍ଷ ଓ ସ୍ଥାନ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ଆପଣଙ୍କ ଜନ୍ମ ବିବରଣୀ ଉପଲବ୍ଧ ନାହିଁ ତେବେ ଆପଣଙ୍କ ମାତା ପିତାଙ୍କ ଜନ୍ମ ବିବରଣୀ ଦେବାକୁ ପଡ଼ିବ। କିନ୍ତୁ ମାତାପିତାଙ୍କ ଦ୍ବାରା ପ୍ରସ୍ତୁତ କରିଥିବା ପ୍ରମାଣପତ୍ର ଯୋଗ୍ୟ ହେବ ନାହିଁ। ଜନ୍ମ ତାରିଖ ଓ ଜନ୍ମସ୍ଥାନ ସମ୍ବନ୍ଧୀୟ କେୌଣସି ପ୍ରମାଣପତ୍ର ଆପଣଙ୍କୁ ନାଗରିକତ୍ବର ପ୍ରମାଣପତ୍ର ଦେବାକୁ ପଡ଼ିବ। କିନ୍ତୁ ଏଥିନିମେନ୍ତ କେୌଣସି ପ୍ରମାଣପତ୍ରର ନିର୍ଣ୍ଣୟ ହୋଇନାହିଁ। ଏଥିପାଇଁ ଭୋଟର କାର୍ଡ, ପାସପୋର୍ଟ, ଆଧାର, ଲାଇସେନ୍ସ, ବୀମାର ପେପର୍, ଜନ୍ମ ପ୍ରମାଣପତ୍ର, ସ୍କୁଲ ସାର୍ଟିଫିକେଟ୍, ଘରର କାଗଜପତ୍ର ଅବା କୌଣସି ସରକାରୀ ଅଧିକାରୀଙ୍କ ଦ୍ବାରା କିଛି ପ୍ରମାଣପତ୍ରକୁ ସାମିଲ୍ କରିବାର ସମ୍ଭାବନା ରହିଛି। ଏହି ପ୍ରମାଣପତ୍ରର ସୂଚୀ ଆହୁରି ଦୀର୍ଘ ହେବାର ସମ୍ଭାବନା ରହିଛି, କାରଣ ଭାରତୀୟ ନାଗରିକଙ୍କୁ ଯେପରି କୌଣସି ପ୍ରକାରର ଅସୁବିଧା ନହେବେ, ସେପରି କିଛି ପ୍ରମାଣପତ୍ର ଏଥିରେ ରଖିବାର ସମ୍ଭାବନା ରଖାଯାଇଛି।
ପ୍ରଶ୍ନ ୮ – ଯଦି ଏନ୍ଆରସି ଲାଗୁ ହେବ, ତେବେ କ’ଣ ୧୯୭୧ ପୂର୍ବରୁ ବଂଶାବଳୀର ପ୍ରମାଣ ଦେବାକୁ କ’ଣ ବାଧ୍ୟ?
ଉତ୍ତର – ଏପରି ନୁହେଁ। ୧୯୭୧ପୂର୍ବରୁ ବଂଶାବଳୀ ପାଇଁ ଆପଣଙ୍କ ପାଖରେ କୌଣସି ପ୍ରକାରର ପ୍ରମାଣପତ୍ର ତଥା ମାତାପିତା ତଥା ପୂର୍ବଜଙ୍କ ଜନ୍ମପ୍ରମାଣପତ୍ର ପରି କିଛି ପ୍ରମାଣପତ୍ର ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ। ଏହା କେବଳ ଆସାମ ଏନ୍ଆରସି ପାଇଁ ମାନ୍ୟ ଅଟେ, ପୁନଶ୍ଚ ଏହା ‘ଆସାମଚୁକ୍ତି’ ଓ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଆଧାର ଉପରେ ଆଧାରିତ। ଦେଶର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ। ଏହା ଜାତୀୟ ନାଗରିକ ଅଧିକାର ନିୟମ ୨୦୦୩ ଆଧାରରେ ଏନ୍ଆରସିର ପ୍ରକ୍ରିୟା ପୂରାପୂରି ଭିନ୍ନ ଅଟେ।
ପ୍ରଶ୍ନ ୯ – ଯଦି ଆସାମରେ ଏହା ଏତେ ସହଜରେ ନାଗରିକ ଚିହ୍ନଟ କରିପାରିବ, ତେବେ ଆସାମରେ ୧୯ ଲକ୍ଷ ଲୋକ ଏନ୍ଆରସିରେ ବାହାର କେମିତି ହେଲେ?
ଉତ୍ତର – ଆସାମର ସମସ୍ୟାକୁ ପୂରା ଦେଶରେ ଯୋଡ଼ିବା ଠିକ୍ ନୁହେଁ। କାରଣ ସେଠାରେ ଅନୁପ୍ରବେଶକାରୀଙ୍କ ସମସ୍ୟା ଦୀର୍ଘଦିନରୁ ଚାଲିଆସିଛି। ଏହାର ବିରୋଧ ସେଠାରେ ୬ ବର୍ଷ ହେବ ଚାଲୁଛି। ଏହି ଅନୁପ୍ରବେଶକାରୀଙ୍କ ପାଇଁ ରାଜୀବ ଗାନ୍ଧି ସରକାରଙ୍କୁ ମଧ୍ୟ ଏକ ସମଝୋତା (ଚୁକ୍ତି) କରିବାକୁ ପଡ଼ିଥିଲା। ଏପରିକି ସେଠାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ୨୫ ମାର୍ଚ, ୧୯୭୧କୁ କଟ୍ ଅଫ୍ ଡେଟ୍ ରଖାଯାଇଛି, ଯାହା ଆଧାରରେ ଏନ୍ଆରସି ହୋଇଛି।
ପ୍ରଶ୍ନ ୧୦ – କ’ଣ ଏନ୍ଆରସି ପାଇଁ ପୁରୁଣା ପ୍ରମାଣପତ୍ର ମଗାଯିବ, ଯାହାକୁ ପ୍ରସ୍ତୁତ କରିବା କାଠିକର ପାଠ?
ଉତ୍ତର – ଚିହ୍ନଟ ପାଇଁ ବହୁତ ସାମାନ୍ୟ ପ୍ରମାଣପତ୍ର ଆବଶ୍ୟକ। ରାଷ୍ଟ୍ରୀୟ ସ୍ତରରେ ଏନ୍ଆରସିର ଘୋଷଣା ହେବା ସହିତ ଏଥିପାଇଁ ସରକାର ନିୟମ ଓ ନିର୍ଦ୍ଦେଶ ମଧ୍ୟ ପ୍ରସ୍ତୁତ କରିବେ । ଯାହା ଆଧାରରେ ଆପଣମାନେ ସହଜରେ ପ୍ରମାଣପତ୍ର ଦେଇପାରିବେ।
ପ୍ରଶ୍ନ ୧୧- ଯଦି କୌଣସି ବ୍ୟକ୍ତି ଅଶିକ୍ଷିତ ଅର୍ଥାତ୍ ଲେଖା ପଢା ଜାଣିନାହାନ୍ତି, ସେମାନେ କିପରି ଭାବରେ ନିଜକୁ ପ୍ରମାଣିତ କରିବେ ?
ଉତ୍ତର –ଏହି ମାମଲାରେ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣ ରୂପେ ଅନୁମତି ଦେବେ। ଏତଦ୍ବ୍ୟତୀତ ଅନ୍ୟ ପ୍ରମାଣପତ୍ର ଓ କମ୍ୟୁନିଟି ଭେରିଫିକେସନ୍ ଆଦିର ଅନୁମତି ଦିଆଯିବ। ଏକ ଉଚିତ ପ୍ରକ୍ରିୟାର ପାଳନ କରାଯିବ। କେୌଣସି ଭାରତୀୟ ନାଗରିକକୁ କୌଣସି ପ୍ରକାରର ଅସୁବିଧାରେ ପକାଇ ଦିଆଯିବ ନାହିଁ।
ପ୍ରଶ୍ନ ୧୨– ଭାରତରେ ଏକ ବଡ଼ ଅଂଶର ଏପରି ଲୋକ ରହିଛି, ଯେଉଁମାନଙ୍କ ପାଖରେ ଘର ନାହିଁ, ଗରିବ ଶ୍ରେଣୀର ଓ ପାଠ-ଶାଠ ମଧ୍ୟ ପଢିନାହାନ୍ତି, ଏପରିକି ସେମାନଙ୍କ ପାଖରେ ନିଜର ପ୍ରମାଣପତ୍ର କିଛି ନାହିଁ, ସେମାନଙ୍କ ପାଇଁ କ’ଣ କରାଯିବ?
ଉତ୍ତର–ଏହା ଭାବିବା ଠିକ୍ ନୁହେଁ। ଏପରି ଲୋକ କୌଣସି ନା କୌଣସି ଆଧାରରେ ଭୋଟ ଦେଉଛନ୍ତି ଓ ସରକାର ଏମାନଙ୍କୁ କିଛି କଲ୍ୟାଣକାରୀ ଯୋଜନାର ଲାଭ ମଧ୍ୟ ଦେଉଛନ୍ତି। ଏହି ଆଧାରରେ ଏମାନଙ୍କୁ ପ୍ରମାଣିତ କରାଯିବ।
ପ୍ରଶ୍ନ ୧୩ – କ’ଣ ଏନ୍ଆରସି କୌଣସି ତୃତୀୟ ଲିଙ୍ଗ, ନାସ୍ତିକ, ଆଦିବାସୀ, ଦଳିତ, ମହିଳା ଓ ଭୂମିହୀନଙ୍କୁ ଲୋକଙ୍କୁ ବାହାର କରିବ, ଯାହା ପାଖରେ କିଛି ପ୍ରମାଣପତ୍ର ନାହିଁ।
ଉତ୍ତର – ନା। ଏନ୍ଆରସି ଯେବେ ଲାଗୁ ହେବ, ତେବେ ଉପରୋକ୍ତ କୌଣସି ବି ବର୍ଗଙ୍କୁ ପ୍ରଭାବିତ କରିବ ନାହିଁ।
ନିଜକୁ ଭ୍ରମରେ ପକାନ୍ତୁନି, ଭୁଲ୍ ସୂଚନାର ଶିକାର ହୁଅନ୍ତୁନି, ନାଗରିକତା ସଂଶୋଧନ ଆଇନର ତଥ୍ୟକୁ ଠିକ୍ ରୂପେ ବୁଝନ୍ତୁ।
ନିଜ ସ୍ବାର୍ଥ ପାଇଁ ନିଜେ ଏହି ନିୟମକୁ ପଢନ୍ତୁ। କୌଣସି ଭ୍ରମାତ୍ମକ ଖବରକୁ ବିଶ୍ବାସକୁ ନିଅନ୍ତୁ ନାହିଁ। ଏହି ମାମଲାରେ ନିଜ ରାୟ ରଖନ୍ତୁ ବୋଲି ସରକାରଙ୍କ ଦ୍ବାରା ଏକ ବିଜ୍ଞାପନ ଦିଆଯାଇଛି।
ସୂଚନାଯୋଗ୍ୟ. କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ ଆଧାରରେ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ୍, ଜୈନ୍, ବୌଦ୍ଧ, ଈଶାଇ, ଫାର୍ସୀ ଆଦି ସମୁଦାୟଙ୍କ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦିଆଯିବ। ଏତଦ୍ବ୍ୟତୀତ ନାଗରିକତା ମିଳିବାର ରଖାଯାଇଥିବା ସମୟସୀମା ୧୧ ବର୍ଷରୁ ହ୍ରାସ କରାଯାଇ ୬ ବର୍ଷକୁ କରିଦିଆଯାଇଛି। ଏହାକୁ ନେଇ ବିରୋଧୀମାନେ ସମ୍ବିଧାନର ଆର୍ଟିକିଲ୍ ୧୪ର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି।