Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ କାହିଁକି?
ବିଶେଷ ଖବର

ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ କାହିଁକି?

December 21, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆୟୁର୍ବେଦ ଜଡ଼ିବୁଟି ଚିକିତ୍ସା ପରମ୍ପରାକୁ ଗଂଜାମର ଅବଦାନ ଅତୁଳନୀୟ। ଏଇ ମାଟିରେ କବିରାଜ ଚିକିତ୍ସା ବେଶ୍ ସମୃଦ୍ଧ। ଦିନଥିଲା ଲୋକମାନେ କେବଳ ଆୟୁର୍ବେଦ ଚିକିତ୍ସା ପାଇଁ ଆସିକା, ବ୍ରହ୍ମପୁର, କବିସୂର୍ଯ୍ୟନଗର ଓ ଅବିଭକ୍ତ ଗଜପତିର କାଶୀନଗରକୁ ଚିହ୍ନୁଥିଲେ। ସେ ସମୟରେ ଘରେ ଘରେ ଆୟୁର୍ବେଦ ଚିକିତ୍ସା ହଁ ଥିଲା ସମସ୍ତଙ୍କ ପ୍ରିୟ। ଆୟୁର୍ବେଦର ଏନ୍ତୁଡି ଶାଳ ହେଉଛି ଗଞ୍ଜାମ ଜିଲ୍ଲା। ଆଜକୁ 10ରୁ 11 ବର୍ଷ ତଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ସ୍ଥାନୀୟ ସିଟି ହାଇସ୍କୁଲ ଖେଳପଡ଼ିଆଠାରେ ପ୍ରଥମ ବ୍ରହ୍ମପୁର କଳିଙ୍ଗ ହର୍ବାଲ୍‌ ମେଳାର ଆୟୋଜନ କରାଯାଇଥିଲା। ପ୍ରଥମ ତିନିବର୍ଷ ତିନିଦିନ ଧରି ଚାଲି ଆସୁଥିବା ଏହା ଲୋକଙ୍କ ପ୍ରିୟଭାଜନ ହେବା ପରେ ଏହାକୁ ପାଞ୍ଚଦିନକୁ ବଢ଼ାଇ ଦେବା ଔଷଧୀୟ ସଂସ୍ଥା ଭୁବନେଶ୍ୱର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଡ଼ିଏଫ୍ଓ ବ୍ରହ୍ମପୁର ଅଧ୍ୟକ୍ଷତାରେ ହେଉଥିବା ଏଇ ହର୍ବାଲ ମେଳାରେ ରାଜ୍ୟର କୋଣନୁକୋଣରେ ଜଡ଼ିବୁଟି ବୈଦ୍ୟମାନେ ଆସି ପସରା ମେଲାଇ ବସିବା ସହ ପ୍ରାଚୀନ ବୈଦ୍ୟ ପରମ୍ପରା, ବୃକ୍ଷ, ଲତା, ଚେରମୂଳ, ପତ୍ର ଓ ବିଭିନ୍ନ କିସମର ଔଷଧୀୟ ବୃକ୍ଷଲତା ବିକ୍ରି କରିବା ସହ ପ୍ରତ୍ୟେକ ଷ୍ଟଲରେ ରୋଗୀ ମଧ୍ୟ ଚିକିତ୍ସା ସେବା ପାଉଥିଲେ। ୫୦ ଗୋଟି ଷ୍ଟଲରେ ବିକ୍ରି ହେଉଥିବା ଜଡ଼ିବୁଟି ଔଷଧ ନିଶ୍ଚୟ ସହରବାରସୀଙ୍କୁ ଖୁସୀ କେବଳ ଦେଉନଥିଲା ବରଂ ବ୍ରହ୍ମପୁରବାସୀଙ୍କୁ ବେଶ୍ ସ୍ୱାସ୍ଥ୍ୟସେବାର ଉପକାର କରି ଆସୁଥିଲା। କିନ୍ତୁ ବିଗତ ତିନିବର୍ଷ ଧରି ଆଉ ହର୍ବାଲ ମେଳା ଆୟୋଜନ ବ୍ରହ୍ମପୁର ନହେବା ଫଳରେ ଅନେକଙ୍କ ମନରୁ ଏଇ ଆଶା ଲିଭିଗଲା ଯେ ଆଉ ବିଶୁଦ୍ଧ ଜଡ଼ିବୁଟି ଚେରଲତା ଦେଖିବାକୁ କୌଣସି ମେଳାରେ ମିଳିବ ନାହିଁ। ଏଇ ମେଳା ଆୟୋଜନର ଶ୍ରେୟ ରାଜ୍ୟ ଜଂଗଲ ଓ ପରିବେଶ ବିଭାଗର ଅଧିକାରୀଙ୍କୁ ନିଶ୍ଚୟ ଯିବ । ସେମାନଙ୍କ ଆନ୍ତରିକ ଉଦ୍ୟମ ନିଷ୍ଠା ଓ ପ୍ରଚେଷ୍ଟାରୁ ସୁଫଳ ହୋଇ ଆସୁଥିବା ହର୍ବାଲ ମେଳା ଲୋକମାନଙ୍କ ହୃଦୟ ଜିଣିଥିଲା।

କିନ୍ତୁ ଏଇ ବର୍ଷ ଦୁଇବର୍ଷର ବ୍ୟବଧାନ ପରେ ଗୋପାଳପୁର ବେଳାଭୂମି ମହୋତ୍ସବ ସହ ଯୋଡ଼ି ଦେଇ ହର୍ବାଲ ମେଳା ସମୁଦ୍ର ବେଳାଭୂମିରେ ହେଉଛି। ଏହା ପଛର ରହସ୍ୟ କ’ଣ। କାହାର ଚାପରେ ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ। ବ୍ରହ୍ମପୁରବାସୀଙ୍କ ପାଇଁ ବ୍ରହ୍ମପୁର ହର୍ବାଲ ମେଳା ବହୁ ଗୁରୁତ୍ୱବହନ କରେ। ସ୍ୱାସ୍ଥ୍ୟସେବା ଜଡ଼ିବୁଟି ବିକ୍ରି ଓ ବିଜ୍ଞାନ ସମ୍ମତି ବୌଦ୍ଧିକ ଆଲୋଚନା ଚକ୍ର ଓ ସାଂସ୍କୃତିକ ବିଚିତ୍ରା। କାର୍ଯ୍ୟକ୍ରମର ଅନନ୍ୟ ସଂଦେଶ ଦେଉଥିବା ବ୍ରହ୍ମପୁର ହର୍ବାଲ ମେଳା ବ୍ରହ୍ମପୁରଠାରେ ପୁଣି ଆୟୋଜନ କରିବା ପାଇଁ ସାଧାରଣରେ ଦାବି ହେଉଛି। ବ୍ରହ୍ମପୁର ହର୍ବାଲ ମେଳା ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଥିବା ସତ୍ତେ୍ୱ ଏକ ଜାତୀୟ ଉତ୍ସବ ସହ ଯୋଡ଼ିବାରେ ଯେଉଁମାନେ ଏଇ ପ୍ରୟାସ କରିଛନ୍ତି ନିଶ୍ଚୟ ପୁଣି ଥରେ ଅନୁଶୀଳନୀୟ ବିଷୟ।

ବ୍ରହ୍ମପୁର ହର୍ବାଲ ମେଳା ପାଇଁ ଦାବି ଉଠିଲାଣି। ରାଜ୍ୟ ଜଂଗଲ ପରିବେଶ ବିଭାଗ ଓ ରାଜ୍ୟ ଔଷଧୀୟ କର୍ତ୍ତୃପକ୍ଷ ନିଶ୍ଚୟ ଲୋକଙ୍କ ଦାବିକୁ ମାନିନେଇ ଏଠାରେ ହର୍ବାଲ ମେଳାର ସଂସ୍କରଣଟିଏ କରିବା ଆବଶ୍ୟକ। ଯେଉଁମାନେ ହର୍ବାଲ ମେଳାରୁ ଲାଭ ପାଉଥିଲେ ତାଙ୍କୁ ହତାଶ କରି ଗୋପାଳପୁର ବେଳାଭୂମି ମହୋତ୍ସବରେ କରିବା ଦ୍ୱାରା ପ୍ରକୃତ ଲାଭ ପାଉଥିବା ରୋଗୀ ଓ ଆୟୁର୍ବେଦ ପ୍ରେମୀ ହତାଶ ହେବେ।

ହର୍ବାଲ ମେଳାକୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା:

ଡା. ସାଗର ରଂଜନ ତ୍ରିପାଠୀ: ଡାକ୍ତର ସାଗର ରଂଜନ ତ୍ରିପାଠୀ ହର୍ବାଲ ମେଳାର ଅନ୍ୟତମ ସଂଯୋଜକ ତଥା କଳିଙ୍ଗ ହର୍ବାଲ ମେଳା ସମ୍ମାନିତ ପ୍ରତିଭା କହିଛନ୍ତି ଯେ ବ୍ରହ୍ମପୁର ସହରରେ ଏପରି ମେଳା ଆୟୋଜନ ଆୟୁର୍ବେଦ ପ୍ରେମୀଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ଜଂଗଲ ଓ ପରିବେଶ ବିଭାଗ ଓ ରାଜ୍ୟ ଔଷଧୀୟ ବୋର୍ଡ଼ପୁନର୍ବାର ବିଚାର କରି ଏହି ମେଳା ଆୟୋଜନ କରିଲେ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବ। ଅନେକ ଲୋକ ବ୍ରହ୍ମପୁର ସହରରେ ଏହି ମେଳାକୁ ଅପେକ୍ଷା କରି ବସିଥାନ୍ତି। ଏପରି ବିଚାରକୁ ସରକାର ସମ୍ମାନ ଜଣାଇଲେ ମୋ ପରି ଅନେକ ଆୟୁର୍ବେଦ ଚିକିତ୍ସାପ୍ରେମୀ ଖୁସି ହେବେ। ଏହି ମେଳା ଆୟୋଜନ ରାଜ୍ୟ ସରକାରଙ୍କ ଜଂଗଲ ବିଭାଗର ଏକ ବଳିଷ୍ଠ ପରିକଳ୍ପନା।

ଡା.ପିଏସ୍ଏନ୍ ପାତ୍ର: ଦୀର୍ଘବର୍ଷ ଧରି ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଆୟୋଜିତ ହର୍ବାଲ ମେଳା ଅନେକ ଳୋକଙ୍କ ପାଇଁ ସୁଖଦ ଅନୁଭବ। ଆଦିବାସୀ ଅଧ୍ୟୁଷିତ ଅଂଚଳର ଦୂରଦୂାନ୍ତରୁ ଆସିଥିବା ଜଡ଼ିବୁଟି ବୈଦ୍ୟଙ୍କ ଅନୁଭବ ଚିକିତ୍ସା ସହ ସଂପର୍କ ଯୋଡ଼ି ଦିଏ ଏହି ହର୍ବାଲ ମେଳା। ଜନସାଧାରଣଙ୍କ ସମାଗମ ପ୍ରଭାବଶାଳୀ ସଂଦେଶ ଦେବା ସହ ଦକ୍ଷିଣ ଓଡ଼ିଶାର ଜଡ଼ିବୁଟି ଔଷଧୀୟ ଗୁଣ ଓ ଉପକାରିତା ସଂପର୍କରେ ଜାଣିବାର ଅବସର ଥିଲା। ଏପରି ସୁନ୍ଦର ମେଳା ଆୟୋଜନ ସହରବାସୀଙ୍କୁ ଆୟୁର୍ବେଦ ଚିକିତ୍ସା ପ୍ରତି ଏକ ଆଗ୍ରହ ପ୍ରକାଶର ଅବସର ଦିଏ। ଏଣୁ ବ୍ରହ୍ମପୁର ସହରରେ ଏହା ଆୟୋଜନ ହେଲେ ଅନେକ ଉପକୃତ ହେବେ।

ସ୍ୱରୂପା ତ୍ରିପାଠୀ: ଗଂଜାମ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ କହିଥିଲେ ଯେ ଏହା ବିଜେଡ଼ି ସରକାରଙ୍କ ମନମୁଖୀ ପଦକ୍ଷେପ। କାରଣ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ତଥା ଭାରତର ଅତି ପୁରାତନ ଆୟୁର୍ବେଦ ଚିକିତ୍ସା ସହ ଆୟୁର୍ବେଦ ଡ଼ାକ୍ତରଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରକୁ ଠେଲିଦେଉଛନ୍ତି। ହର୍ବାଲ ମେଳା ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଏହା ଗୋପାଳପୁର ବେଳାଭୂମି ମହୋତ୍ସବର ଯୋଡ଼ିଦେବା ଅତି ଦୁର୍ଭାଗ୍ୟ। କାରଣ ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ସାଂସ୍କୃତିକ କର୍ଯ୍ୟକ୍ରମ ହୋଇଥିବାବେଳେ ଏହା ଦେଖିବାକୁ ଭିଡ଼ ଜମାଇଥାନ୍ତି। ଏହି ପରିପ୍ରେକ୍ଷୀରେ ହର୍ବାଲ ମେଳା ଫିକା ପଡ଼ିଯିବ। ତେଣୁ ହର୍ବାଲ ମେଳା ବ୍ରହ୍ମପୁରରେ ହେଲେ ପ୍ରଚାର ଏବଂ ପ୍ରସାର ହୋଇପାରିଥାନ୍ତା। କେଉଁ ପରିସ୍ଥିତିରେ କିଛି ସ୍ୱାର୍ଥ ହାସଲକାରୀ ବ୍ୟକ୍ତିତ୍ୱମାନେ ବ୍ରହ୍ମପୁରରେ କରାଇନଦେଇ କେବଳ ଅର୍ଥ ଯୋଗାଡ଼ ପାଇଁ ଗୋପାଳପୁରଠାରେ ଏହି ମେଳା ଆୟୋଜନ କରୁଛନ୍ତି। ଯାହାକୁ ମୁଁ ତୀବ୍ର ନିନ୍ଦା କରୁଛି।

ଅଶୋକ ବେହେରା: ବ୍ରହ୍ମପୁର ଏସିଏଫ୍ ବ୍ରହ୍ମପୁର ଡ଼ିଭିଜନ ଅଶୋକ ବେହେରା କହିଥିଲେ ପୂର୍ବବର୍ଷଗୁଡ଼ିକରେ ଏହି ମେଳା ବ୍ରହ୍ମପୁରରେ ଅନୁଷ୍ଠିତ ହେଉଥିôବାବେଳେ ଚଳିତ ଥର ଏହା ଗୋପାଳପୁରରେ ହେବାକୁ ଯାଉଛି। ଏହାଦ୍ୱାରା ଅଧିକ ଲୋକ ଏହି ମେଳାର ସୁଫଳ ପାଇପାରିବେ ଏବଂ ଜଡ଼ିବୁଟି ଚିକିତ୍ସାର ପ୍ରଚାର ପ୍ରସାର ହେବ। ବ୍ରହ୍ମପୁରରେ ହୋଇଥିଲେ ମଧ୍ୟ ଅଧିକ ଗୁରୁତ୍ୱ ଦେଇପାରିଥାନ୍ତା ବୋଲି କହିଥିଲେ।

ସୁଧାଂଶୁ ପଣ୍ଡା: ବରିଷ୍ଠ ଆଇନଜୀବୀ ତଥା ଗଂଜାମ ବାର୍ ଏସୋସିଏସନ୍ର ପୂର୍ବତନ ସଭାପତି ସୁଧାଂଶୁ ପଣ୍ଡା ଏହି ହର୍ବାଲ ମେଳା ବ୍ରହ୍ମପୁରରେ ନହେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ ଭଳି ଏକ ବଡ଼ ଆୟୋଜନ ମଧ୍ୟରେ ଏହି ମେଳା ହେଲେ ଏହାର ସଠିକ୍ ସୁଫଳ ଲୋକ ପାଇପାରିବେ ନାହିଁ। ବ୍ରହ୍ମପୁରରେ ହୋଇଥିଲେ ଅଧିକରୁ ଅଧିକ ଲୋକ କେବଳ ଗୋଟିଏ ଉଦ୍ଦେଶ୍ୟ ନେଇ ଯାଇ ଏହାର ସୁଫଳ ପାଇପାରିଥାନ୍ତେ। ବିଜେଡ଼ିର କିଛି ସ୍ୱାର୍ଥନ୍ୱେଷୀ ନେତା ଏହାକୁ ଚକ୍ରାନ୍ତ କରି ବ୍ରହ୍ମପୁରରୁ ଗୋପାଳପୁରକୁ ସ୍ଥାନାନ୍ତର କରିଛନ୍ତି। କାରଣ ଏହି ମେଳାର ଲାଭାଂଶରେ ସେମାନେ ନିଜ ପକେଟ୍ ଗରମ କରିବା ସହ ମହୋତ୍ସବରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ଭରଣ କରିପାରିବେ।

ଡ.ସୁବ୍ରତ ସାହୁ: ମିଳିତ ହାତ୍ୟ ଯୋଗ କେନ୍ଦ୍ର ସଭାପତି ତଥା ଆଇନଜୀବୀ ଡ. ସୁବ୍ରତ କୁମାର ସାହୁ ପୂର୍ବବର୍ଷଗୁଡ଼ିକର ବ୍ରହ୍ମପୁରରେ ଆୟୋଜିତ ହର୍ବାଲ ମେଳାର ସୁଖଦ ଅନୁଭୂତି କହିଥିଲେ। ଏହି ମେଳା ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଆଦବିାସୀ ଅଧ୍ୟୁଷିତ ଅଂଚଳର କିଛି ଲୁଚି ଯାଇଥିବା ଜଡ଼ିବୁଟି ବୈଦ୍ୟ ଏଠାକୁ ଆସି ନିଜର ପ୍ରତିଭା ଦେଖାଇପାରିଥାନ୍ତେ। ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ସମାନ୍ତରାଳ ସମୟରେ ଏହା ଆୟୋଜନ ହେଲେ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ରହି ଏହି ମେଳା ଫିକା ପଡ଼ିଯିବାର ସମ୍ଭାବନା ରହିଛି।

Ganjam gopalpur herbal mela
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026
Latest News

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.