Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସନ୍ଦିଗ୍ଧ କମ୍ପାନୀ ଫିନଲେ, ମେସିନା ଓ ପିକାକା ସହିତ ବୈଜୟନ୍ତ ଓ ଓର୍ଟେଲର ସମ୍ପର୍କ କଣ, ଏହାର ଜବାବ ମିଳିବ କେବେ??
ବିଶେଷ ଖବର

ସନ୍ଦିଗ୍ଧ କମ୍ପାନୀ ଫିନଲେ, ମେସିନା ଓ ପିକାକା ସହିତ ବୈଜୟନ୍ତ ଓ ଓର୍ଟେଲର ସମ୍ପର୍କ କଣ, ଏହାର ଜବାବ ମିଳିବ କେବେ??

February 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତ କାଲି ଅର୍ଥାତ ୮, ଫେବ୍ରୁଆରି,୨୦୧୯ ଦିନ  ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗରେ କଳା ଟଙ୍କା କାରବାର, ଅବୈଧ ପୁଞ୍ଜି ଲଗାଣ ଓ ଟିକସ ଫାଙ୍କି ଭଳି ଗୁରୁତର ଅଭିଯୋଗ ଦାଖଲ ହୋଇଛି ବୋଲି ଇଂରାଜୀ ଖବର କାଗଜ ଦି ଇଣ୍ଡିଆନ ଏକ୍ସପ୍ରେସ ରେ ଏକ ବିସ୍ତୃତ ଖବର ପ୍ରକାଶ ପାଇଛି । ଏହି ଖବରରେ ବୈଜୟନ୍ତଙ୍କ ସ୍ପଷ୍ଟିକରଣ ଅବିକଳ ପ୍ରକାଶିତ ହୋଇଛି। ତେବେ ଖବର କାଗଜ ତାଙ୍କୁ ଯେଉଁ ପ୍ରଶ୍ନ ପଚାରିଛି, ତାହାର ଉତ୍ତର ଦେବା ପରିବର୍ତ୍ତେ ଶ୍ରୀ ପଣ୍ଡା କଥାଟିକୁ ଗୋଲ ଗୋଲ ଘୋରାଇବାକୁ ଉଦ୍ୟମ କରିଛନ୍ତି। ସବୁଠାର ପରି ଏଥର ମଧ୍ୟ ନିଜକୁ ରାଜନୀତିର ଶହୀଦ ବୋଲି ଦେଖାଇବାକୁ ଯାଇ ସେ ସବୁ ଦୋଷ ନିଜର ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ମୁଣ୍ଡରେ ବୋଲିଛନ୍ତି। ତାଙ୍କ ସ୍ପଷ୍ଟୀକରଣରେ ସେ କହିଛନ୍ତି ଯେ, ପ୍ରାୟ ପ୍ରତି ନିର୍ବାଚନ ପୂର୍ବରୁ କିମ୍ବା କିଛି ଗୋଟାଏ ରାଜନୈତିକ ମତ ରଖିବାରଉଦ୍ୟମ କାଲେ, ମୋ ବିରୋଧରେ ଏମିତି ମିଥ୍ୟା ଅଭିଯୋଗ ସବୁ ଆସିଥାଏ। ଏଠି ପ୍ରଶ୍ନ ଉଠୁଛି, ଆଜି ପର୍ଯନ୍ତ ସେ ଯେତିକି ନିର୍ବାଚନ ଲଢିଛନ୍ତି, ସବୁ ବିଜେଡି ଟିକେଟରେ। ତେବେ ତାଙ୍କ ବିରୋଧରେ ଅଭିଯୋଗ ଆଣୁଥିଲା କିଏ? କଣ ବିଜେଡି ରେ ଥିଲାବେଳେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଥିଲା କି? ଆଜି ହଠାତ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାନସଭାରେ କଂଗ୍ରେସ ଦଳର ମୁଖ୍ୟ ଛାଟିଆ ତାରପ୍ରସାଦ ବାହିନୀପତି ବୈଜୟନ୍ତଙ୍କୁ ସମର୍ଥନ କରି ବିବୃତି ଦେବାର କାରଣ କଣ?

କଥାଟି ଆଉ ଟିକେ ସ୍ପଷ୍ଟ ଭାବରେ ବୁଝିବା ଆସନ୍ତୁ। ଦି ଇଣ୍ଡିଆନ ଏକ୍ସପ୍ରେସ ୨୦୧୬ ମସିହାରେ ଟିକସ ଫାଙ୍କିବା ଲାଗି ଭାରତୀୟ ପୁଞ୍ଜିପତିମାନେ ପାନାମା, ବାହାମା ଓ ଭର୍ଜିନ ଆଇଲାଣ୍ଡ ଭଳି ସ୍ଵତନ୍ତ୍ର ଦେଶ ଗୁଡିକରେ ଛଦ୍ମ କମ୍ପାନୀ ନାମରେ କଳାଟଙ୍କା ରଖିଥିବାର ନଥିପତ୍ର  ପ୍ରକାଶ କରିଥିଲେ। ସେଇ ବିରାଟ ଖୁଲାସା ଭିତରୁ ତିନୋଟି କମ୍ପାନୀ ଫିନଲେ କର୍ପୋରେସନ ଲିଃ, ମେସିନା କର୍ପୋରେସନ ଲିଃ ଓ ପିକିକା ଲିଃ ର କାଗଜପତ୍ର ମିଳିଥିଲା। ଏଇ ତିନୋଟି ଯାକ କମ୍ପାନୀ ସହିତ ତତ୍କାଳୀନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଓ ମଞ୍ଜୁଳାଦେବୀ ଶ୍ରଫଙ୍କ ସମ୍ପର୍କ ରହିଥିବା ସ୍ପଷ୍ଟ ହୋଇଯାଇଥିଲା। ଯଦିଓ ଏ କମ୍ପାନୀ ସହିତ ସବୁ କାରବାର ଆଇନ ସଙ୍ଗତ ବୋଲି ବୈଜୟନ୍ତା ପଣ୍ଡା ଦାବୀ କରୁଛନ୍ତି, ତେବେ କାହିଁକି ଓ କେଉଁ କାରଣରୁ ଟିକସ ସ୍ଵର୍ଗ ବୋଲାଯାଉଥିବା ବାହାମାରୁ ଏ ପୁଞ୍ଜି ଆସିଲା ତାକୁ ନେଇ ତଦନ୍ତ ହେବା ଜରୁରୀ। ୧୯୯୫ ରୁ ୨୦୦୭ ମଧ୍ୟରେ ଫିନଲେ, ମେସିନା ଓ ପିକାକା ତାଙ୍କର ଭାରତୀୟ ସହଯୋଗୀ କମ୍ପାନୀ ଏମଏସ ଟେଲିକମ ଓ କାଲୋରେକ୍ଶ ଜରିଆରେ  ଶ୍ରୀ ପଣ୍ଡାଙ୍କ କମ୍ପାନୀ ଓର୍ଟେଲରୁ ସେୟାର ଖରିଦ କରିବା ଓ  ଋଣ ବାବଦକୁ ୧୭.୭୨ କୋଟି ଟଙ୍କା ଖଟାଇଥିଲେ।

ଏଇ ତିନୋଟି ଯାକ କମ୍ପାନୀ ଏବେ ଆଉ ଅସ୍ତିତ୍ବରେ ନାହାନ୍ତି ଓ ଏମାନେ ଯେଉଁ ପୁଞ୍ଜି ଲଗାଣ କରିଥିଲେ ତାହା ବେନାମୀ ସମ୍ପତ୍ତି ହୋଇଥାଇପାରେ ବା କଳା ଟଙ୍କାକୁ ଧଳା କରିବାକୁ ଏଇ କମ୍ପାନୀ ଗୁଡିକର ଉପଯୋଗ ହୋଇଥାଇପାରେ ବୋଲି ସନ୍ଦେହ ଆସିବା ସ୍ଵାଭାବିକ। ତେବେ ଏହାର ତଦନ୍ତ ହେବା ଆଗରୁ ଆମେ କୌଣସି ପ୍ରକାର ମତ ରଖିବା ଉଚିତ ହେବନାହିଁ। ତେବେ ରାଜନୀତିରେ ଥିବାରୁ ତାଙ୍କ ବିରୋଧରେ ଆସୁଥିବା ସବୁ ଅଭିଯୋଗକୁ  ରାଜନୈତିକ ଷଡଯନ୍ତ୍ର ବୋଲି କହି ଆଡେଇ ଦେଇହେବ କି? ଏହା ପୂର୍ବରୁ ଓଡିଶା ସରକାରଙ୍କ ବକେୟା ବିଜୁଳି ବିଲ ହେଉ ବା ପାଣି ବିଲ, ଆଇଡିବିଆଇ ବ୍ୟାଙ୍କର ଋଣ ଛାଡ ପ୍ରସଙ୍ଗ ହେଉ ବା ବେଆଇନ ହେଲିକପ୍ଟର ଉଡାଣ, ସବୁ କ୍ଷେତ୍ରରେ ଶ୍ରୀ ପଣ୍ଡା ନିଜକୁ ରାଜନୈତିକ ଷଡଯନ୍ତ୍ରର ଶିକାର ବୋଲି କହି କହି ଆସୁଛନ୍ତି।

ସାଧାରଣ ଲୋକ ଭାବରେ ଆମର ଶ୍ରୀ ପଣ୍ଡାଙ୍କୁ କିଛି ପ୍ରଶ୍ନ ଅଛି। ବାହାମା ଠାରେ ଥିବା ଛଦ୍ମ ବେଶୀ କମ୍ପାନୀଠାରୁ ପୁଞ୍ଜି ଆଣି ଲଗାଇବା ବେଳେ ଏହାର ଅସଲ ସ୍ଵରୂପ ଶ୍ରୀ ପଣ୍ଡା ଜାଣିନଥିଲେ କି? ଯେଉଁ କମ୍ପାନୀ ଋଣ ଦେଉଛି ଓ ସେଯାର କିଣୁଛି ସେ କମ୍ପାନୀର ଲୋକ ଓର୍ଟେଲରେ ମଧ୍ୟ ଅଂଶୀଦାର ଅଛନ୍ତି। ଏଥିରୁ ଅନେକ ଜଟିଳ ପ୍ରଶ୍ନ ବାହାରୁଛି। ଯେଉଁ ୧୭.୭୨ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ତାର ସୂତ୍ର ଜାଣିବା ତଦନ୍ତକାରୀ ଅନୁଷ୍ଠାନମାନଙ୍କ ପକ୍ଷରେ ଜରୁରୀ। ତେବେ କେନ୍ଦ୍ର ସରକାର ଅଧୀନରେ ଥିବା ଆୟକର ବିଭାଗରେ ଏହି ମାମଲାରେ ଅଭିଯୋଗ ଥିବାବେଳେ ବିଜେପି ରାଜ୍ୟ ସଭାପତି ବୈଜୟନ୍ତଙ୍କ ସପକ୍ଷରେ ଓକିଲାତି କରୁଛନ୍ତି କାହିଁକି? ଯେତେବେଳେ ୨୦୧୬ ରେ ପାନାମା ଓ ବାହାମ ପେପର୍ସ ଆସିଲା ସେତେବେଳେ ବୈଜୟନ୍ତ ବିଜେଡିରେ ଥିଲେ। ସେତେବେଳେ ଏ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଉଠି ନଥିଲା କାହିଁକି?

ଏ ପ୍ରସଙ୍ଗରେ ଆମର ସ୍ପଷ୍ଟ ମତ ହେଲା, ଯେଉଁ ଅଭିଯୋଗ ଆସିଛି ତାର ସଠିକ ତଦନ୍ତ ହେଉ ଓ ୧୭.୭୨ କୋଟି ଟଙ୍କା କେଉଁ ସୂତ୍ରରୁ ଓ କେମିତି ଆସିଲା ତାର ସ୍ପଷ୍ଟ ଚିତ୍ର ଜଣ ସାଧାରଣଙ୍କୁ ଜଣାଯାଉ। ତାହା ନକରି ଖାଲି ରାଜନୈତିକ ଷଡଯନ୍ତ୍ରର କାହାଣୀ କହିଲେ ଲୋକେ ଆଦୌ ବୈଜୟନ୍ତଙ୍କୁ ବିଶ୍ଵାସ କରିବେ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026

ରୁଷୀୟ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଭାରତକୁ ସମର୍ଥନ କଲା ଏହି ଦେଶ

June 13, 2026
Latest News

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026

ବସ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ୧୫ରୁ ଅଧିକ ଆହତ

June 14, 2026

‘ପ୍ରତିରୋଧ ହିଁ ସବୁଠାରୁ ବଡ଼ ଅସ୍ତ୍ର’: ଇଣ୍ଡିଆ ମେଣ୍ଟକୁ ରାହୁଲଙ୍କ ବାର୍ତ୍ତା

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.