Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତିରେ ପ୍ରସଙ୍ଗବିହୀନ ପ୍ରସଙ୍ଗ; ନବୀନଙ୍କ ଉତ୍ତରାଧିକାର ଓ ବିଜେଡ଼ିର ଭବିଷ୍ୟତ
ବିଶେଷ ଖବର

ଓଡିଶା ରାଜନୀତିରେ ପ୍ରସଙ୍ଗବିହୀନ ପ୍ରସଙ୍ଗ; ନବୀନଙ୍କ ଉତ୍ତରାଧିକାର ଓ ବିଜେଡ଼ିର ଭବିଷ୍ୟତ

December 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ଓଡିଶା ରାଜନୀତିରେ ବିଶେଷ କିଛି ପ୍ରସଙ୍ଗ ନଥାଏ, ସେତେବେଳେ ଗଣମାଧ୍ୟମରେ ଦୁଇଟି କଥା ଟାଣି ଓଟାରି ଚର୍ଚ୍ଚାକୁ ଅଣା ହୁଏ। ପ୍ରଥମ- ନବୀନଙ୍କ ସ୍ୱାସ୍ଥ୍ୟ ଓ ଦ୍ଵିତୀୟ- ନବୀନଙ୍କ ଉତ୍ତରାଧିକାର। ଏହି ଦୁଇଟି ଯାକ ପ୍ରସଙ୍ଗ ଗଲା ଦଶ ବର୍ଷ ଧରି ମଝିରେ ମଝିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସିଛି। କାହିଁକି ଓ କେଉଁ ସୂତ୍ରରୁ ଏ ଖବର ଆସେ, ସେ କଥା କେହି ଜାଣନ୍ତି ନାହିଁ। ହେଲେ ସପ୍ତାହେ ଅଧେ ଚର୍ଚ୍ଚାରେ ରହିବା ପରେ ଏ ପ୍ରସଙ୍ଗ ଆପେ ଆପେ ମଉଳି ଯାଏ। ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟକୁ ନେଇ ଶହେ ଥର ଏମିତି ଗୁଜବ ଉଠିଛି ଓ ମିଳେଇ ଯାଇଛି। ସେମିତି ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଗତ ୨୦୧୨ରୁ ଆମେ ଶୁଣି ଆସୁଛୁ। ଯଦି ପୁରୁଣା ଖବର କାଗଜ ଓ ଟେଲିଭିଜନ ଲାଇବ୍ରେରୀ ଅଣ୍ଡାଳିବା, ତାହେଲେ ଏ ପ୍ରକାର ଶହ ଶହ ଖବର ଆମ ଆଖିରେ ପଡିବ। ଏ ପ୍ରକାର ଖବର ବିଜୁ ଜନତା ଦଳ ଉପରେ କିମ୍ବା ଓଡିଶାବାସୀଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇପାରେ ନାହିଁ।

ଏ ସମ୍ପର୍କିତ ନୂଆ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ଗତ ବିଜେଡି ପ୍ରତିଷ୍ଠା ଉତ୍ସବରେ ନବୀନ ଦେଇଥିବା ଭାଷଣକୁ ନେଇ। ନବୀନ କୁଆଡେ ନିଜ ଉତ୍ତରାଧିକାରୀ ପ୍ରସଙ୍ଗ ତାଙ୍କ ଭାଷଣରେ ଈଶାରା ଦେଇଥିବା କଥା କୁହାଯାଉଛି। ନବୀନ ପଟ୍ଟନାୟକଙ୍କର ଏକଦା ଘନିଷ୍ଠ ମିତ୍ର ଓ ଆଜିକାର ପରମ ଶତ୍ରୁ ପାଲଟିଥିବା ଜଣେ ପୂର୍ବତନ ସାଂସଦଙ୍କ ମାଲିକାନାରେ ଥିବା ଏକ ଗଣମାଧ୍ୟମ ସଂସ୍ଥା ଏହି ପ୍ରସଙ୍ଗରେ ବେଶ ଉତ୍ସାହଜନକ ଆଲୋଚନା କରୁଛନ୍ତି। ଏହି ପ୍ରସଙ୍ଗରେ ଗୋଟେ ଅଧେ ଜାତୀୟ ଖବର କାଗଜ ମଧ୍ୟ ଆଲୋଚନା କରିଥିବାର ଦେଖିବାକୁ ମିଳିଛି। ତେବେ ସତରେ ନବୀନ ତାଙ୍କ ଭାଷଣରେ ଉତ୍ତରାଧିକାରୀ ପ୍ରସଙ୍ଗ ଉଠାଇଛନ୍ତି କି? ବରଂ ନବୀନ ତାଙ୍କ ଭାଷଣରେ ତାଙ୍କ ଉତ୍ତରାଧିକାର ପ୍ରସଙ୍ଗକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହିତ, ଓଡିଶାର ଜନ ସାଧାରଣ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି।

ଏ ପ୍ରସଙ୍ଗ ଆଲୋଚନା କଲାବେଳେ ଗତ ଚାରି ବର୍ଷ ଧରି ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା ଭାଷଣକୁ ତୁଳନା କରି ଦେଖିବାକୁ ପଡିବ। ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ସବୁବେଳେ ବିଜେଡ଼ିକୁ ଲୋକଙ୍କ ଆନ୍ଦୋଳନ ଓ ଏହା କୌଣସି ନେତାଙ୍କ ଉପରେ ନିର୍ଭର କରେନାହିଁ ବୋଲି କହି ଆସିଛନ୍ତି। ଏପରିକି ମୁଁ ମଧ୍ୟ ଦଳ ଲାଗି ଅପରିହାର୍ୟ ନୁହେଁ ବୋଲି କହିବା ପଛରେ, ବିଜେଡ଼ିକୁ ଭବିଷ୍ୟତ ଲାଗି ନିଜ ଲକ୍ଷ୍ୟ ଥୟ କରିବାର ଏକ ପରାମର୍ଶ ରହିଛି। ଯେତେବେଳେ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ସାଙ୍ଗଠନିକ ଦାୟିତ୍ଵ ବୁଝୁଥିଲେ, ସେ ଏହାକୁ ଏକ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ସବୁବେଳେ କହି ଆସୁଥିଲେ। ପ୍ୟାରୀ ବାବୁଙ୍କ ସମୟରୁ ବିଜେଡ଼ିର ଏକ ସୁଦୃଢ ସାଙ୍ଗଠନିକ ଆଧାର ସୃଷ୍ଟି ହୋଇଛି ଓ ସମୟକ୍ରମେ ଏହା ଅଧିକ ଶକ୍ତିଶାଳୀ ହୋଇଛି।

୨୦୧୪ ଓ ୨୦୧୯ ନିର୍ବାଚନରେ ଓଡିଶାରେ ବିଜେଡ଼ିର ବିପୁଳ ବିଜୟ ପଛରେ ଏହି ସାଙ୍ଗଠନିକ ଶକ୍ତି କାମ ଦେଇଛି। ବିପୁଳ ମୋଦୀ ହାୱା ଓ ବିଜେପିର ପରାକ୍ରମୀ ପ୍ରଚାରକୁ କେବଳ ନବୀନଙ୍କ ଭାବମୂର୍ତ୍ତି ଜରିଆରେ ଜିତିବା ସମ୍ଭବ ନଥିଲା। ଅବଶ୍ୟ ନବୀନଙ୍କ ଭାବମୂର୍ତ୍ତି ବିଜେଡ଼ିର ଏକ ବିଶେଷ ସମ୍ବଳ, ହେଲେ ବିଜେଡି ବିଜୟର ଏହା ଏକମାତ୍ର କାରଣ ନୁହେଁ। ବିଜେଡି ନିଜର ଏକ ଶକ୍ତିଶାଳୀ ଓ ପ୍ରଭାବଶାଳି ସଂଗଠନ ଯେ ଗଢିପାରିଛି, ଏହାକୁ ଆମର ସାମ୍ବାଦିକ ଓ ସମୀକ୍ଷକମାନେ ବିଶ୍ଵାସ କରନ୍ତି ନାହିଁ। ନବୀନଙ୍କ ଭାବମୂର୍ତ୍ତି ସହିତ ଗାଁ ସ୍ତରରେ ବିଜେଡ଼ିର ସଂଗଠନ ପହଞ୍ଚିଛି। ସେହିପରି ବିଜେଡି କର୍ମୀ ଓ ନେତାଙ୍କର ଏକ ସ୍ଵୟଂ ସଂପୂର୍ଣ୍ଣ ଡାଟା ବ୍ୟାଙ୍କ ନିର୍ମାଣ କରିବାରେ ବିଜେଡି ସମର୍ଥ ହୋଇଛି।

ବିଜେଡ଼ିର ନିର୍ବାଚନ ପରିଚାଳନା ଅନ୍ୟ ଯେ କୌଣସି ରାଜନୈତିକ ଦଳଙ୍କଠାରୁ ଅଲଗା ରହି ଆସିଛି। ନବୀନ ବାବୁ ଗତ ପାଞ୍ଚ ବର୍ଷ ଭିତରେ ନିଜର ରାଜନୈତିକ ବିରୋଧୀଙ୍କୁ ଆକ୍ଷେପ କରି ବା ସମାଲୋଚନା କରି କିଛି କହିଥିବାର ଉଦାହରଣ ମିଳିବ ନାହିଁ। ବିଜେଡ଼ିକୁ ସାଢେ ଚାରି କୋଟି ଓଡିଆଙ୍କ ଦଳ ବୋଲି କହିବା ବେଳେ ନବୀନ ବାବୁ ତାରି ଭିତରେ ରାଜନୈତିକ ବିରୋଧୀଙ୍କୁ ମଧ୍ୟ ନିଜର ବୋଲି କହି ପକାନ୍ତି। ଏହାହିଁ ନବୀନ ରାଜନୀତିର ସଫଳତା। ସକାରାତ୍ମକ ରାଜନୀତି ର କଥା କହି ବିରୋଧୀଙ୍କୁ ନିରସ୍ତ୍ର କରିଦେବାର କଳା ଯୋଗୁଁ ନବୀନଙ୍କ ବ୍ୟକ୍ତିତ୍ବ ଲୋକଙ୍କ ପାଇଁ ଏକ ବଡ ଆକର୍ଷଣ ପାଲଟିଛି।

ନବୀନଙ୍କ ଉତ୍ତରାଧିକାରୀ କିଏ, ଏହାର ଉତ୍ତର ରେ ନବୀନ କହିଛନ୍ତି, ବିଜେଡି ଅଛି ଓ ରହିବ, ନେତା କିଏ ହେବ ତାହା ଲୋକେ ବାଛିବେ। ଏଥିରୁ ଉତ୍ତରାଧିକାରୀ ବଛା ହେବା ପ୍ରସଙ୍ଗ ଉଠିବା ହାସ୍ୟାସ୍ପଦ। ବିଜେଡି ଭିତରେ ସଙ୍ଗଠନକୁ ନେଇ ଏକ ଗଭୀର ଆତ୍ମବିଶ୍ଵାସ ରହିଛି। ନବୀନଙ୍କ ପରେ ବିଜେଡ଼ିର ଅସ୍ତିତ୍ଵକୁ ନେଇ ସନ୍ଦେହ କରୁଥିବା ଲୋକଙ୍କ ଲାଗି, ନବୀନଙ୍କର ଏହି ଭାଷଣରେ ଏକ ବାର୍ତ୍ତା ରହିଛି- ଯାହାକୁ କହିହେବ ଯେ- ବିଜେଡି ଆହୁରି ଅନେକ ବର୍ଷ ଯାଏଁ ଓଡିଶା ରାଜନୀତିର କ୍ଷମତା ଦଖଲ କରିବାର ନକ୍ସା ପ୍ରସ୍ତୁତ କରି ରଖିଛି।

BJD naveen pattanaik
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.