Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମେ ତୃତୀୟ ବିଶ୍ଵଯୁଦ୍ଧର ଦୁଆର ମୁହଁରେ ଠିଆ ହୋଇଛୁ କି?
ବିଶେଷ ଖବର

ଆମେ ତୃତୀୟ ବିଶ୍ଵଯୁଦ୍ଧର ଦୁଆର ମୁହଁରେ ଠିଆ ହୋଇଛୁ କି?

January 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧର କାରଣ ଭାବରେ ଯେଉଁ ପାଞ୍ଚୋଟି ବିନ୍ଦୁକୁ ଚିହ୍ନିତ କରାଯାଏ, ସେଗୁଡିକ ହେଲା- ୧. ସାମରିକ ଚୁକ୍ତିଭିତ୍ତିକ ସମ୍ପର୍କ, ୨-ଜାତୀୟତାବାଦ, ୩.ସାମରିକ ଅହଂକାର, ୪.ଉପନିବେଶବାଦୀ ବିଚାର ଓ ୫. ରାଜନୈତିକ ହତ୍ୟାକାଣ୍ଡ। ପ୍ରଥମ ଚାରୋଟି କାରଣ କ୍ରମାଗତ ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜନୈତିକ ହତ୍ୟାକାଣ୍ଡ ଯୁଦ୍ଧ ପରିସ୍ଥିତିକୁ ବାଧ୍ୟତାମୂଳକ କରିଥାଏ। ଜୁନ,୨୦୧୪ରେ ଅଷ୍ଟ୍ରିଆ-ହଙ୍ଗେରୀର ଆର୍କ ଡ୍ୟୁକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ସର୍ବିଆର ଜାତୀୟତାବାଦୀମାନେ ହତ୍ୟା କରିବା ପରେ, ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା। ଏହି ରାଜନୈତିକ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଦୁଇଟି ବିଶ୍ଵଯୁଦ୍ଧର କାରଣ ପାଲଟିଥିଲା। ବିଶ୍ଵଯୁଦ୍ଧର ଧ୍ଵଂସ ଓ ପାଗଳାମିରୁ ଆମେ ବୋଧେ କିଛି ଶିଖିନାହୁଁ।

୧୯୪୫ର ଦ୍ଵିତୀୟ ମହାଯୁଦ୍ଧ ପରେ ହୁଏତ ଆମେ ଆଉ ବିଶ୍ଵଯୁଦ୍ଧ ର ସାମ୍ନା କରିନାହୁଁ। ହେଲେ ଦ୍ଵିତୀୟ ବିଶ୍ଵଯୁଦ୍ଧର ୭୪ ବର୍ଷ ପରେ ଆମେ ଆଉ ଏକ ବିଶ୍ଵଯୁଦ୍ଧକୁ ସାମ୍ନା କରିବା ଭଳି ପରିସ୍ଥିତିରେ ଠିଆ ହୋଇଛୁ। ବିଶ୍ଵଯୁଦ୍ଧ ପୂର୍ବବର୍ତ୍ତୀ ପୃଥିବୀର ରାଜନୀତି ସହିତ ସମାନ ରାଜନୈତିକ ପୃଷ୍ଠଭୂମି ଆଜି ଦେଖା ଦେଇଛି। ବିଶ୍ଵର ବିଭିନ୍ନ ରାଷ୍ଟ୍ରରେ ଅହଙ୍କାରୀ, ଉଗ୍ର ଜାତୀୟତାବାଦୀ ଓ ଯୁଦ୍ଧଖୋର ଶାସକମାନେ ଲୋକ ସମର୍ଥନ ପାଉଛନ୍ତି। ଆମେରିକାରେ ଡୋନାଲ୍ଡ ଟ୍ରମ୍ଫ, ଋଷିଆରେ ଭ୍ଲାଦିମିର ପୁଟିନ, ତୁର୍କୀରେ ରିଶେପ ତାଈପ ଇର୍ଦ୍ଦୋଗନ, ଇଂଲଣ୍ଡରେ ବୋରୀସ ଜନସନ, ଭାରତରେ ନରେନ୍ଦ୍ର ମୋଦୀ ପ୍ରମୁଖ ରାଜନୀତିରେ ଦକ୍ଷିଣପନ୍ଥୀ ଓ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର କରୁଛନ୍ତି। ଆମେରିକା ନିଜର ଉଗ୍ର ଜାତୀୟତାବାଦୀ ଅହଙ୍କାରରକୁ ଇରାନ ଉପରେ ଚାପି ଦେବାର ଦେବାର ଉଦ୍ୟମ ଫଳରେ ପୃଥିବୀ ଏବେ ଆଉ ଏକ ବିଶ୍ଵଯୁଦ୍ଧର ଦୁଆରରେ ଠିଆ ହୋଇଛି।

ସଦ୍ଦାମ ହୁସେନଙ୍କୁ ଫାଶୀ ଦେଇ ଆମେରିକା ଗୋଟେ ସମୟରେ ମଧ୍ୟ ପ୍ରାଚ୍ୟ ଉପରେ କବଜା କରିନେଇଛି ବୋଲି ଭାବୁଥିଲା। ତେବେ ଇରାକ ଓ ଆଫଗାନିସ୍ତାନକୁ ସାମରିକ ଭାବରେ ଜୟା କରିବାର ଉଦ୍ୟମ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇଟି ରାଷ୍ଟ୍ର ଆମେରିକାର କବଜାରେ ରହିଥିଲେ ମଧ୍ୟ, ସେଠାରୁ ପୃଥିବୀର ସର୍ବାଧିକ ସନ୍ତ୍ରାସବାଦୀ ସୃଷ୍ଟି ହେଉଛନ୍ତି। ଇରାକ ଓ ଆଫଗାନିସ୍ତାନରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ମୁଖ୍ୟତଃ ଆମେରିକା ହିଁ ଦାୟୀ। ମଧ୍ୟ ପ୍ରାଚ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରି ସେଠାରେ ଥିବା ବିପୁଳ ପେଟ୍ରୋଲିୟମ ସଂପଦକୁ ଆମେରିକା ନିଜ ଅକ୍ତିୟାରରେ ରଖିବାକୁ ଚାହୁଁଛି।  ତେବେ ଇରାନ ଆମେରିକାର ଏହି ଲୋଭ ଆଗରେ ସବୁଠୁ ବଡ ପ୍ରତିବନ୍ଧକ ହୋଇ ଛିଡା ହୋଇଛି। ଡୋନାଲ୍ଡ ଟ୍ରମ୍ଫ ରାଷ୍ଟ୍ରପତି ହେବା ପରଠୁ ଇରାନ ବିରୋଧରେ ନିରନ୍ତର ଯୁଦ୍ଧ ଘୋଷଣା କରି ଚାଲିଛନ୍ତି। ଇରାନକୁ ଏକ ଘରିକିଆ କରିବାକୁ ଆମେରିକା ଯେତେ ଚେଷ୍ଟା କାଲେ ମଧ୍ୟ ତାହା ସଫଳ ହେଉନାହିଁ।

ଇରାନ ସହିତ ନିଜର ସ୍ଥିତି ସୁଧାରିବା ପରିବର୍ତ୍ତେ, ଆମେରିକା ମୁହାଁମୁହିଁ ହେବା ଆରମ୍ଭ କରିଛି। ତିନି ଦିନ ତଳେ ଇରାନର ଜଣେ ପ୍ରଭାବଶାଳୀ ସେନାବାହିନୀ ଅଧିକାରୀ ମେଜର ଜେନେରାଲ କାଶିମ ସୁଲେମାନୀକୁ ଆମେରିକା ହତ୍ୟା କରିଛି। ଇରାକର ବାଗଦାଦ ବିମାନ ବନ୍ଦର ନିକଟରେ ଜଣେ ଇରାକୀ ସେନା ଅଧିକାରୀ ଙ୍କ ସହିତ ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ,ଏହାକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢି ଚାଲିଛି। ଇରାନ ସମର୍ଥନରେ ଚୀନ ଓ ଋଷିଆ ଖୋଲାଖୋଲି ବାହାରିଥିବା ବେଳେ ଆମେରିକା ଏହି ପ୍ରସଙ୍ଗରେ ଅଧିକ ଆକ୍ରାମକ ହେବା ଆରମ୍ଭ କରିଛି।

ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଫ୍ରାଞ୍ଜ ଫର୍ଣ୍ଣିନାଣ୍ଡଙ୍କ ହତ୍ୟା ଯେଉଁ ପ୍ରକାର ଉତ୍ତେଜନା ସୃଷ୍ଟି କରିଥିଲା, ସୁଲେମାନୀଙ୍କ ହତ୍ୟା ଆଜି ସେ ପ୍ରକାର ପୃଷ୍ଠଭୂମି ନିର୍ମାଣ କରୁଛି।

ଆଜିର ଏହି ପରିସ୍ଥିତିରେ ଭାରତର ଭୂମିକା କଣ ହେବ? ସୁଲେମାନୀଙ୍କୁ  ହତ୍ୟା କରିବା ପରେ ସେ ଦିଲ୍ଲୀରେ ସନ୍ତ୍ରାସବାଦୀ କାର୍ୟକଳାପକୁ ଉତ୍ସାହିତ କରୁଥିଲେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି। ଏହା ଭାରତ ଲାଗି ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ। ଇରାନ ସହିତ ଭାରତର ବ୍ୟାବସାୟିକ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ରହିଛି ଓ ଭାରତର ପାକିସ୍ତାନ ବିରୋଧୀ କୂଟନୀତିରେ ଇରାନର ସମର୍ଥନ ଅତ୍ୟନ୍ତ ଜରୁରୀ। ସୁଲେମାନୀ ତାଙ୍କ ଜୀବନକାଳରେ ପାକିସ୍ତାନ ର ଆଇଏସଆଇ ବିରୋଧରେ ଭାରତକୁ ଅନେକ ସହାୟତା ଦେଇଥିବା କଥା ମଧ୍ୟ ଉଠୁଛି। ତେଣୁ ସୁଲେମାନୀଙ୍କ ହତ୍ୟା ସହିତ ଭାରତକୁ ଏକ କାରଣ ଭାବରେ ଦେଖାଇ ଟ୍ରମ୍ଫ ନୂଆ ଚାଲ ଖେଳିଛନ୍ତି।

ଆଜିର ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଇରାନ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଜରୁରୀ। ଇରାନର ଚାବାହାର ବନ୍ଦରରେ ଭାରତ ସରକାର ବହୁ କୋଟି ଟଙ୍କାର ପୁଞ୍ଜି ଲଗାଣ କରିଛନ୍ତି। ଚୀନକୁ ଅର୍ଥନୈତିକ ବଜାରରେ ସାମ୍ନା କରିବାକୁ ହେଲେ ଚାବାହାର ବନ୍ଦର ଭାରତ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିରେ ଯଦି ଇରାନ ସହ ସମ୍ପର୍କ ଖରାପ ହୁଏ ତାହେଲେ ସେଥିରେ ଭାରତର ଆର୍ଥିକ ଅବସ୍ଥା ଆହୁରି ଖରାପ ହେବ।

ସୁଲେମାନୀ ହତ୍ୟା ପରବର୍ତ୍ତୀ ରାଜନୀତିକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଉତ୍ତେଜିତ କରି ରଖିବାକୁ ବାଧ୍ୟ। କାରଣ ଆମେରିକା ନିର୍ବାଚନରେ ତାଙ୍କ ସ୍ଥିତି ଅତ୍ୟନ୍ତ ଖରାପ। ସେଥିରୁ ମୁକୁଳିବା ପାଇଁ ଯୁଦ୍ଧ ହିଁ ଏକମାତ୍ର ମାର୍ଗ ବୋଲି ଆମେରିକା ଭାବୁଥାଇପାରେ। ଯଦି ତାହା ହୁଏ, ତାହେଲେ ପୃଥିବୀ ଏକ ଭୟଙ୍କର ବିପଦକୁ ସାମ୍ନା କରିବାକୁ ବାଧ୍ୟ।     

Share. Facebook Twitter LinkedIn Email WhatsApp Copy Link

Related Posts

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026
Latest News

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.