Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ବ ବିଦ୍ୟାଳୟରେ ରକ୍ତପାତ, ଛାତ୍ରଛାତ୍ରୀଙ୍କ ଦେହରୁ ରକ୍ତ ଝରାଇ କଣ ହାସଲ କରିବାକୁ ଚାହୁଁଛି ମୋଦୀ ସରକାର?
ବିଶେଷ ଖବର

ବିଶ୍ବ ବିଦ୍ୟାଳୟରେ ରକ୍ତପାତ, ଛାତ୍ରଛାତ୍ରୀଙ୍କ ଦେହରୁ ରକ୍ତ ଝରାଇ କଣ ହାସଲ କରିବାକୁ ଚାହୁଁଛି ମୋଦୀ ସରକାର?

January 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ନୁହେଁ, ଗତ ପାଞ୍ଚବର୍ଷ ହେଲା ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଉପରେ ଭାରତର ଶାସକ ଦଳ ଓ ତାର ଛାମୁଆ ସଙ୍ଗଠନ ଗୁଡିକ ନିରନ୍ତର ଆକ୍ରମଣ କରି ଆସୁଛନ୍ତି। ହେଲେ ଗତକାଲି ସନ୍ଧ୍ୟାରେ ଏହି ବିଶ୍ଵ ବିଦ୍ୟାଳୟରେ ଯାହା ଘଟିଲା ତାହା ଭାରତର ଇତିହାସରେ ସବୁଠୁ କଳଙ୍କିତ ଘଟନା ବୋଲି ଲେଖାଯିବ। ରାଜଧାନୀ ଦିଲ୍ଲୀର ପ୍ରାଣକେନ୍ଦ୍ରରେ ଅବସ୍ଥିତ ଏହି ବିଶ୍ଵ ବିଦ୍ୟାଳୟରେ ଶତାଧିକ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଘଣ୍ଟା ଘଣ୍ଟା ଧରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପରେ ନିର୍ଘାତ ଆକ୍ରମଣ କଲେ। ବିଶ୍ଵ ବିଦ୍ୟାଳୟ ପ୍ରଶାସନ ଓ ଦିଲ୍ଲୀ ପୋଲିସ ଏହି ଗୁଣ୍ଡାମୀର ତାମସା ଦେଖିବା ବ୍ୟତୀତ ଆଉ କିଛି କଲେ ନାହିଁ। ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାନେତ୍ରୀ ଆଇଶା ଘୋଷଙ୍କ ରକ୍ତାକ୍ତ ମୁହଁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଆଗରେ ଗୋଟେ ଭୟଙ୍କର ଦାଗ ହୋଇ ରହିଗଲା। ବିନା ଭୟ ଓ ଦ୍ଵିଧାରେ ଏହି ହିଂସାକାଣ୍ଡ ଜାରି ରହିଥିବା ବେଳେ ଏହା ବିରୋଧରେ ଦିଲ୍ଲୀ ପୋଲିସ କାର୍ୟାନୁଷ୍ଠାନ ନେବାକୁ ଚାହିଁ ନଥିଲା।

ଏହି ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ଗତକାଲି ବର୍ବର ଆକ୍ରମଣ ହେଲା ସିନା, ହେଲେ ଗତ ପାଞ୍ଚ ବର୍ଷ ଧରି ଅହରହ ଏହି ଅନୁଷ୍ଠାନ ବିରୋଧରେ ଦେଶର ସବୁଠୁ କ୍ଷମତାଶାଳୀ ଲୋକେ ଷଡଯନ୍ତ୍ର କରି ଆସୁଛନ୍ତି। ଦେଶର ଶାସନ ଦାୟିତ୍ବରେ ଥିବା ବିଜେପି ସମେତ ଏହାର ପିତୃ ସଂଗଠନ ଆରଏସଏସ, ତାର ଛାତ୍ର ସଂଗଠନ ଏବିଭିପି, ଅର୍ଣ୍ଣବ ଗୋସ୍ଵାମୀ ଭଳି କିଛି ଅତ୍ୟନ୍ତ ପ୍ରଭାବଶାଳୀ ସାମ୍ବାଦିକ ଓ ବିଜେପିର ବିଶାଳ ଟ୍ରୋଲ ବାହିନୀ ଏହି ବିଶ୍ଵ ବିଦ୍ୟାଳୟ ବିରୋଧରେ ଯାବତୀୟ ଅପପ୍ରଚାର ଚଳାଇ ଆସିଛନ୍ତି। ଯାହାର ପରିଣତି ହେଉଛି ଗତକାଲିର ହିଂସା ଓ ରକ୍ତପାତ। ନିଜର ରାଜନୈତିକ ବିରୋଧୀଙ୍କୁ ଦେଶ ବିରୋଧୀ ବୋଲି ପ୍ରଚାର କରାଇବାର ଭୟଙ୍କର ଷଡଯନ୍ତ୍ର ରଚନା କରି ବିଜେପି ଆଜି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପନ୍ନ କରିଛି।

ଜେଏନୟୂ ଏକ ସଙ୍କେତ ମାତ୍ର। ଗଣତାନ୍ତ୍ରିକ ବିରୋଧକୁ ଖତମ କରିଦେବା ଲାଗି ପୋଲିସ ଓ ଗୁଣ୍ଡାଙ୍କର ପ୍ରୟୋଗ ଆଗାମୀ ଦିନରେ ବଢି ବଢି ଚାଲିବ। ଗତକାଲି ଯେଉଁ ଗୁଣ୍ଡାମାନେ ବିଶ୍ଵ ବିଦ୍ୟାଳୟ ପରିସରରେ ବେଫିକର ହିଂସାକାଣ୍ଡ ଘଟାଉଥିଲେ, ସେମାନଙ୍କ ପଛରେ ସରକାର ଓ ପୋଲିସର ନୀରବ ସମର୍ଥନ ସ୍ପଷ୍ଟ ବାରି ହୋଇ ପଡୁଥିଲା। କିଛିଦିନ ଆଗରୁ ଜାମିଆ ମିଲିଆ, ଆଲିଗଡ ବିଶ୍ବ ବିଦ୍ୟାଳୟ, ଲକ୍ଷ୍ନୌ ବିଶ୍ଵ ବିଦ୍ୟାଳୟ ଇତ୍ୟାଦିରେ ପୋଲିସ ଜୁଲମର ଚିତ୍ର ଆମେ ଦେଖି ସାରିଛୁ। ସାରା ଦେଶରେ ଚାଲିଥିବା ନାଗରିକ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ଶାସିତ ରାଜ୍ୟ ଗୁଡିକର ପୋଲିସ ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଆକ୍ରମଣ ଜାରି ରଖିଛନ୍ତି। ଠିକ ସେହି ସମୟରେ ଜେଏନୟୂ ଉପରେ ଏହି ଆକ୍ରମଣ ପଛରେ ଏକ ସୁଚିନ୍ତିତ ଯୋଜନା ରହିଛି। ରାଜନୈତିକ ବିରୋଧୀଙ୍କୁ ଚୁପ କରାଇଦେବା ପାଇଁ ଉଭୟ ପୋଲିସ ଓ ଗୁଣ୍ଡା ବାହିନୀର ପ୍ରୟୋଗ ଜଳ ଜଳ ହୋଇ ଦିଶୁଛି।

ଏହି ଘଟନା ଘଟାଇଥିବା ଲୋକେ କେବଳ ଗୁଣ୍ଡା ନୁହନ୍ତି, ସେମାନଙ୍କୁ ସନ୍ତ୍ରାସବାଦୀ ବୋଲି କହିବା ଉଚିତ ହେବ। ଶାସକ ବିଜେପିର ବିଭିନ୍ନ ରାଲିରେ “ଗୋଲି ମାରୋ ଶାଲୋ କୋ” ବୋଲି ଯେଉଁ ପ୍ରକାର ହିଂସ୍ର ସ୍ଲୋଗାନ ବ୍ୟବହାର କରାଯାଉଛି, ଏହି ସନ୍ତ୍ରାସବାଦ ତାହାର ହିଁ ଫଳାଫଳ। କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂସଦୀୟ ଗଣତନ୍ତ୍ରରେ ଆସ୍ଥା ରଖୁଥିବା ଏକ ରାଜନୈତିକ ଦଳ ଏ ପ୍ରକାର ସ୍ଲୋଗାନ ବ୍ୟବହାର କରିବା ବେଆଇନ। ହେଲେ ଏ କଥା କହିବ କିଏ? ସମ୍ବିଧାନର ଶପଥ ନେଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯେତେବେଳେ “ଲୋକଙ୍କ ଉପରେ ପ୍ରତିଶୋଧ ନିଆଯିବ” ବୋଲି କହୁଛନ୍ତି, ସେତେବେଳେ ଏ ଦେଶର ଆଇନ ନୀରବ ରହୁଛି। ଆଜି ଜେଏନୟୂ ପିଲାଙ୍କ ଉପରେ ଆକ୍ରମଣ ସେହି ପ୍ରତିଶୋଧପରାୟଣତାର ହିଁ ପରିଣତି।

ଆଜି ହିଂସାକାଣ୍ଡ ଚାଲିଥିବା ବେଳେ ଏହାକୁ ବିଜେପି ସରକାରର କିଛି ମନ୍ତ୍ରୀ ନିନ୍ଦା କରିଛନ୍ତି। ହେଲେ ସେମାନଙ୍କ ଜିଭରେ ସେତିକି ହାଡ ନାଇଁ ଯେ ସେମାନେ ପଚାରି ପାରିବେ- ଅମିତ ଶାହାଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ କରୁଥିଲା କଣ? ଛାତ୍ରଛାତ୍ରୀଙ୍କ ରକ୍ତରେ ଆଜି ରାଜଧାନୀର ମାଟି ଭିଜିଛି। ଆମେ ଜାଣୁ, ଏହି ରକ୍ତପାତକୁ ସମର୍ଥନ କରି ଆସନ୍ତା କାଲି ବିଜେପିର ଡିଜିଟାଲ ଗୁଣ୍ଡା ବାହିନୀ ଅଭିଯାନ ଆରମ୍ଭ କରିବେ। ଟ୍ରୋଲ ଓ ଡିଜିଟାଲ ସନ୍ତ୍ରାସବାଦୀମାନେ ଆସନ୍ତାକାଲି କଣ ସବୁ ପୋଷ୍ଟିଂ କରିବେ, ତାର ଚିଠା ଏବେ ଆସି ଯାଇଥିବ। ହେଲେ ଏ ଦେଶର ଛାତ୍ରଛାତ୍ରୀଙ୍କ ରକ୍ତର ମୂଲ୍ୟ ଏତେ ଶସ୍ତା ବୋଲି ଭାବିବା ବିଜେପି ପାଇଁ ଆତ୍ମଘାତି ସାବ୍ୟସ୍ତ ହେବ ନିଶ୍ଚୟ। ମାତ୍ର ୬ ମାସ ତଳେ ପ୍ରବଳ ଜନ ସମର୍ଥନ ପାଇ ନିର୍ବାଚିତ ହୋଇଥିବା ମୋଦୀ ସରକାର ବିରୋଧରେ ଯେଉଁ ଆକ୍ରୋଶ ଏବେ ବଢୁଛି, ସେଥିରେ ଛାତ୍ରଛାତ୍ରୀଙ୍କ ରକ୍ତ ଘିଅ ଭଳି କମ କରିବ।  

ଛାତ୍ରଛାତ୍ରୀଙ୍କୁ ପିଟୁଥିବା ଓ ଛାତ୍ରଙ୍କ ରକ୍ତ ବୁହାଉଥିବା ସରକାର ଇତିହାସରେ “ଅସୁର” ହେବାର ଅପଯଶ ଭୋଗିବାକୁ ବାଧ୍ୟ।

jnuviolence
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.