Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀପିକା ପାଦୁକୋନ, ନୀରବରେ ଠିଆ ହେବା ସବୁଠୁ ବଡ ପ୍ରତିବାଦ; ସିନେମାର କାହାଣୀରେ ନୀରବତାର ନୂଆ ଟୁଇଷ୍ଟ
ବିଶେଷ ଖବର

ଦୀପିକା ପାଦୁକୋନ, ନୀରବରେ ଠିଆ ହେବା ସବୁଠୁ ବଡ ପ୍ରତିବାଦ; ସିନେମାର କାହାଣୀରେ ନୀରବତାର ନୂଆ ଟୁଇଷ୍ଟ

January 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୭ ଜାନୁଆରୀ ସନ୍ଧ୍ୟାରେ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଜଣେ ଅତିଥି ଆସି ପହଞ୍ଚିଥିଲେ, ଯିଏ ଆସିବେ ବୋଲି ସେଠି ସଭା କରୁଥିବା ପିଲାମାନେ ଜାଣି ନଥିଲେ। ସେଇ ସନ୍ଧ୍ୟାରେ ବିଶ୍ଵ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଭାଷଣ ଦେଉଥିବା ସମୟରେ ହଠାତ ବଲିଉଡ ର ଚର୍ଚ୍ଚିତ ସୁପରଷ୍ଟାର ଦୀପିକା ପାଦୁକୋନ ପହଞ୍ଚିଥିଲେ। ମାତ୍ର ଦଶ ମିନିଟ ପ୍ରତିବାଦ ସଭାରେ ଚୁପଚାପ ଛିଡା ହେବା ସହିତ ଗତ ରବିବାର ହିଂସାକାଣ୍ଡରେ ଆହତ ହୋଇଥିବା ଛାତ୍ରସଂସଦର ସଭାପତି ଆଇଶି ଘୋଷଙ୍କୁ କୋଳେଇ ନେଇ ଦୀପିକା ଚାଲି ଯାଇଥିଲେ। ତେବେ ସେହି ଚୁପଚାପ ଦଶ ମିନିଟ ଭାରତର ରାଜନୀତିରେ ଏକ ଭୟଙ୍କର ଝଡ ସୃଷ୍ଟି କରିଛି। ଦୀପିକା ଜେଏନୟୁ ସମ୍ପର୍କରେ ପଡେ କଥା କହିନଥିଲେ କିମ୍ବା ଆଜି ରିଲିଜ ହେବାକୁ ଥିବା ତାଙ୍କର ନୂଆ ସିନେମା “ଛପକ” ବିଷୟରେ କିଛି କହିନଥିଲେ। ହେଲେ ଜେଏନୟୁ କ୍ୟାମ୍ପସରେ ଦୀପିକାଙ୍କର ନୀରବ ଉପସ୍ଥିତି ଭାରତୀୟ ଜନତା ପାର୍ଟିର ଭକ୍ତ (ଏ ଦଳରେ ଆଉ କର୍ମୀ ନାହାନ୍ତି, ଏଠି ସମସ୍ତେ ସମର୍ପିତ ଭକ୍ତ ଓ ଭାତ। ସତୁରୀ ଦଶକରେ କଂଗ୍ରେସ ର ଅବସ୍ଥା ଠିକ ଏୟା ଥିଲା।) ମାନଙ୍କୁ ପାଗଳ କରିଦେଇଛି।

୭ ଜାନୁଆରୀ ସନ୍ଧ୍ୟାରୁ ବିଜେପି ସମର୍ଥକମାନେ ଦୀପିକାଙ୍କ ନୂଆ ସିନେମା “ଛପକ” କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଭକ୍ତମାନେ ଟୁଇଟରରେ ବିରୋଧ କଲେ ସିନେମାର ଲାଭ ବା କ୍ଷତି କିଛି ହେବାର ନାହିଁ। ଏପରିକି ଦୀପିକା ଜେଏନୟୁ ଆସିବା ସହିତ ମଧ୍ୟ ତାଙ୍କ ସିନେମାର ସମ୍ପର୍କ ନାହିଁ। ଦୀପିକାଙ୍କ ସିନେମାକୁ ଜେଏନୟୁ ସହିତ ଯୋଡିବାର ସବୁ ଶ୍ରେୟ ବିଜେପି ଓ ଏହାର ଭକ୍ତଙ୍କ ପାଖକୁ ଯିବ। ଦୀପିକା ଜେଏନୟୁ ଆସିବେ ବୋଲି ନା ଗଣମାଧ୍ୟମ ପାଖରେ ଖବର ଥିଲା ନା ସେ ବିଷୟରେ କିଛି ପ୍ରଚାର ହୋଇଥିଲା। ଜେଏନୟୁ ପିଲାମାନେ ଏ ସମ୍ପର୍କରେ ନିଜର ଫେସବୁକ ଓ ଟୁଇଟରରେ ଫଟୋ ଛାଡିବା ପରେ ଯାଇ, ଗଣମାଧ୍ୟମ ଏ ଖବର ଜାଣିଲା। ଖବର ଆସିଲା ପରେ ତୁରନ୍ତ ବିଜେପିର ଦୁଇ ଲୋକସମ୍ପର୍କ ଚାନେଲ “ରିପବ୍ଲିକ ଟିଭି” ଓ “ଟାଇମ୍ସ ନାଓ” ଏହି ଘଟନା ସହିତ ଦୀପିକାଙ୍କ ସିନେମାକୁ ଯୋଡିଥିଲେ।

ଯଦି ଦୀପିକାଙ୍କର ପ୍ରଚାର ଦରକାର ଥିଲା, ତାହେଲେ ସେ ନିଜର ଲୋକସମ୍ପର୍କ ବିଭାଗକୁ ସେହି କାମରେ ଲଗାଇ ପାରିଥାନ୍ତେ। ତେବେ ଦୀପିକାଙ୍କ ଲୋକସମ୍ପର୍କ କାମଟି ଏବେ ବିଜେପି ମାଗଣାରେ କରୁଛି। #ବୟକଟ ଛପକ ଭଳି ସ୍ଲୋଗାନ ମାଧ୍ୟମରେ ଦୀପିକାଙ୍କ ନୂଆ ସିନେମାର ଜୋରଦାର ପ୍ରଚାର ଏବେ ବିଜେପି ହିଁ କରୁଛି। ଏହି ସିନେମାକୁ ବିରୋଧ କରିବା ଜେ ଏକ ମାନବୀୟ ଅପରାଧ ସେକଥା ବିଜେପିର ଆଇଟି ସେଲ ବୋଧେ ବୁଝି ପାରୁନାହିଁ। ଏସିଡ ପୀଡ଼ିତା ଜଣେ ମହିଳାଙ୍କ ଜୀବନ ସଂଘର୍ଷ ଉପରେ ନିର୍ମିତ ଏହି ସିନେମାକୁ ବର୍ଜନ କରିବାକୁ ଦେଶର ଶାସକ ଦଳ କହିବା ଆଗରୁ ଏ ପ୍ରସଙ୍ଗରେ ହଜାର ଥର ଭାବିବା ଉଚିତ। ତେବେ ବିଜେପିର ଭାବନା ଶକ୍ତି ଯେ ଅଛି, ତାହା ମଧ୍ୟ ଏକ ପ୍ରଶ୍ନବାଚୀ!

ନାଗରିକତା ସଂଶୋଧନ ଆଇନ ଓ ଜେଏନୟୁ ମାମଲାରେ ବିଜେପି ନିଜର ପାରମ୍ପରିକ ଆକ୍ରାମକ ପ୍ରଚାର ଜରିଆରେ ଜନମତକୁ ଭୂତେଇ ଦେବା ବୋଲି ଭାବୁଥିଲା। ତେବେ ଏହି ଦୁଇଟି ପ୍ରସଙ୍ଗରେ ଦେଶର ସବୁଠୁ ଶିକ୍ଷିତ ଓ ପ୍ରଭାବଶାଳୀ ନାଗରିକ ସମାଜ ସରକାରକୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଛି। ଘୃଣା ଓ ବିଭାଜନ ରାଜନୀତି ବିରୋଧରେ ପ୍ରଥମଥର ଲାଗି ବଲିଉଡର ବହୁ ବିଖ୍ୟାତ ତାରକା ରାସ୍ତାକୁ ଓହ୍ଲାଇଛନ୍ତି। ଏହା ବିଜେପି କେବେ ଆଶା କରୁନଥିଲା। ବିଜେପିର ଧାରଣା ଥିଲା, ପୁରା ଦେଶ ସରକାର ଆଗରେ ନତ ମସ୍ତକ ହେବାକୁ ବାଧ୍ୟ। ବଲିଉଡ ସିନେମାରେ ଯେହେତୁ ଏକ ବଡ ଜନାଧାର ରହିଛି, ତେଣୁ ସେମାନଙ୍କ ଉପରେ ରାଜନୈତିକ ଚାପ ପକାଇ ନୀରବ କରିଦେବା ବିଜେପି ପାଇଁ ସହଜ ବାଟ ଥିଲା। ହେଲେ ଦିନକୁ ଦିନ ବାଇଉଡରେ ସରକାରକୁ ପ୍ରଶ୍ନ ପଚାରିବାର ସାହସ ବଢି ଚାଲିଛି। ଆଗରୁ କେବଳ ସ୍ଵରା ଭାସ୍କର, ଜାଭେଦ ଅଖତାର, ଶବାନା ଆଜମିଙ୍କ ଭଳି କିଛି ହାତଗଣତି ତାରକା ରାଜନୈତିକ ମତ ରଖିବାକୁ ସାହସ କରୁଥିଲେ। ହେଲେ ଇତିମଧ୍ୟରେ ନୂଆ ପୀଢିର ନାୟକ ନାୟିକାମାନେ ନିଜ ରାଜନୀତିକୁ ଆଉ ଲୁଚେଇବାକୁ ଚାହୁଁ ନାହାନ୍ତି।

ପୂର୍ବରୁ ସାମାଜିକ ବାସ୍ତବତା ବିଷୟରେ କିଛି ଟିପ୍ପଣୀ ଦେବାକୁ ଯାଇ ଶାହରୁଖ ଖାନ ଓ ଅମିର ଖାନଙ୍କୁ ଢେର ମୂଲ୍ୟ ଦେବାକୁ ପଡିଛି। ବିଜେପି ସମର୍ଥକମାନେ ଅମିର ଖାନଙ୍କୁ ଚାରି ବର୍ଷ ଭୟଙ୍କର ହଟହଟା କରିଥିଲେ। ଭୟ ଓ ଗୁଣ୍ଡାମିକୁ ବେଖାତିର କରି ଦୀପିକା ପାଦୁକୋନ ଆଜି ଯେତେବେଳେ ଜେଏନୟୁ କୁ ନୀରବ ସମର୍ଥନ ଦେଇଛନ୍ତି, ତାହା ନିଶ୍ଚିତ ଭାବରେ ଜଣେ ସାହସୀ ନାୟିକାର ଲକ୍ଷଣ। ବିଜେପି ଟ୍ରୋଲଙ୍କ ଗାଳି ଘୃଣାକୁ ଅଣଦେଖା କରି ଦୀପିକା ଯାହା କରିଛନ୍ତି, ତାହା ପ୍ରତ୍ୟେକ ଗଣତନ୍ତ୍ର ର ସମର୍ଥକଙ୍କୁ ପ୍ରଭାବିତ କରିବ ।

deepikapadukone jnuattack
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026
Latest News

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.