Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ନିବେଶ ହେବ ୧୭ ହଜାର ୮ ଶହ କୋଟି ଟଙ୍କାର ପୁଞ୍ଜି, ୬ ହଜାର ୫ ଶହ ଲୋକଙ୍କୁ ମିଳିବ ନିଯୁକ୍ତି
ବିଶେଷ ଖବର

ରାଜ୍ୟରେ ନିବେଶ ହେବ ୧୭ ହଜାର ୮ ଶହ କୋଟି ଟଙ୍କାର ପୁଞ୍ଜି, ୬ ହଜାର ୫ ଶହ ଲୋକଙ୍କୁ ମିଳିବ ନିଯୁକ୍ତି

January 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ନିବେଶ ହେବ 17 ହଜାର 8 ଶହ କୋଟି ଟଙ୍କାର ପୁଂଜି, 6 ହଜାର 5 ଶହ ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ ମୋଟ ତିନୋଟି କଂପାନୀ ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ। ଏହା କାର୍ଯ୍ୟକାରୀ ହେଲେ ଏଥିରେ ୪ ହଜାର ୨ ଶହ ୫୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ଯେଉଁ ତିନୋଟି କଂପାନୀକୁ ଅନୁମୋଦନ ମିଳିଛି ସେଗୁଡିକ ହେଲା

୧-ହିଣ୍ଡାଲକୋ

ରାୟଗଡ଼ା ଜିଲ୍ଲାର କାନସାରିଗୁଡ଼ାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ପ୍ରକଳ୍ପ କରିବ। ଏଥିରେ ୮ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବ ଏବଂ ୪ହଜାର ୨୫୦ଜଣଙ୍କୁ ନିଯୁକ୍ତି ମିଳିବ।

୨- ଏନଟିପିସି

ତାଳଚେରରେ ଥିବା ଏନଟିପିସିର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସଂପ୍ରସାରଣ ହେବ। ଏଥିରେ ୭ହଜାର ୬୯୮କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। କଂପାନୀ ୧୬୦୦ ୟୁନିଟ ତାପଜ ବିଦ୍ୟୁତ ଉତ୍ପାଦନକୁ ସମ୍ପ୍ରସାରଣ କରିବ।

୩- ରୁଙ୍ଗଟା ମାଇନସ୍

ସୁନ୍ଦରଗଡ଼ ଜିଲ୍ଲାର କମଣ୍ଡାଠାରେ ଥିବା ରୁଙ୍ଗଟା ମାଇନ୍ସର ୨.୭ଲକ୍ଷ ଟନ୍ କ୍ଷମତା ଥିବା ପ୍ରକଳ୍ପର ସଂପ୍ରସାରଣ ହେବ। ୯ଲକ୍ଷ ଟନ୍ ଉତ୍ପାଦନ ପାଇଁ କମ୍ପାନୀ ପକ୍ଷରୁ ୨ହଜାର ୧୩୫କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିରେ ୨ହଜାର ୨୮୯ଜଣଙ୍କୁ ନିଯୁକ୍ତି ମିଳିବ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତିର୍ପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଏମଏସଏମି ସଚିବ ସଂଜୟ ସିଂ ପ୍ରମୁଖ ଯୋଗଦେଇଥିଲେ।

ଏନଟିପିସି ଖାରବେଳ ଭବନ ନବୀନ ପଟ୍ଟନାୟକ ପୁଞ୍ଜି ନିବେଶ ହିଣ୍ଡାଲକୋ
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

NTAରେ ବଡ଼ଧରଣର ପରିବର୍ତ୍ତନ: ୪୭ ଅଧିକାରୀ ବହିସ୍କୃତ

July 24, 2026

କେମିକାଲ ପାର୍କ ପ୍ରତିଷ୍ଠା ଲାଗି ‘‘ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ’’କୁ କ୍ୟାବିନେଟ୍‌ ମଞ୍ଜୁରି

July 24, 2026

ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ଭକ୍ତଗଣ ବିମୋହିତ, ଆନନ୍ଦରେ ଟାଣିଲେ ରଥ

July 24, 2026
Latest News

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧ ଆନ୍ଦୋଳନକୁ ସମନ୍ୱୟ ସମିତିର ସମର୍ଥନ

July 25, 2026

ପିଆଇବି ଏବଂ ସିବିସି ଭୁବନେଶ୍ୱର ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

July 25, 2026

ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର

July 25, 2026

ଓଡ଼ିଶା ଆୟକର ବିଭାଗ ପକ୍ଷରୁ ୧୬୭ତମ ଆୟକର ଦିବସ ପାଳିତ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.