Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇପିଏସ ସ୍ବାମୀଙ୍କର ବସ୍ ହେଲେ ତାଙ୍କ ଆଇପିଏସ ସ୍ତ୍ରୀ, ପୋଲିସ ଅଫିସରଙ୍କ ମଧ୍ୟ କୌତୁହଳ ସୃଷ୍ଟି
ବିଶେଷ ଖବର

ଆଇପିଏସ ସ୍ବାମୀଙ୍କର ବସ୍ ହେଲେ ତାଙ୍କ ଆଇପିଏସ ସ୍ତ୍ରୀ, ପୋଲିସ ଅଫିସରଙ୍କ ମଧ୍ୟ କୌତୁହଳ ସୃଷ୍ଟି

January 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Special Story : Woman DCP boss of her IPS husband in Noida

ନୋଇଡା- ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ବା ନୋଇଡା କମିଶନରେଟ ପୋଲିସରେ ସଂଯୋଗ ବସତଃ ଏକ ଅଭୁତ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଉତ୍ତର ପ୍ରଦେଶ ପୋଲିସମାନଙ୍କ ମଧ୍ୟରେ ଏକ କୌତୁହଳ ଖେଳିଯାଇଛି। ତାହା ହେଉଛି ଯେ, ଜଣେ ଆଇପିଏସ ସ୍ବାମୀଙ୍କ ବସ୍ ଅର୍ଥାତ ତାଙ୍କ ଉପରସ୍ଥ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ତାଙ୍କ ଆଇପିଏସ ସ୍ତ୍ରୀ। ତାହା ପୁଣି ସେହି ଗୋଟିଏ ସ୍ଥାନରେ।

ଘଟଣାରୁ ଜଣାପଡିଛି ଯେ, ବ୍ରିନ୍ଦା ଶୁକ୍ଲା ଲୌକ୍ଷ୍ମ ପୋଲିସ ହେଡ କ୍ବାଟରରେ କାର୍ଯ୍ୟ କରୁଥିଲେ। ସେଠାରେ ତାଙ୍କର ଡେପୁଟି ପୋଲିସ କମିଶନର ଭାବେ ପଦନ୍ନୋତି ପାଇ ନୋଇଡା କମିଶନରେଟକୁ ବଦଳି ହେଲେ। ନୋଇଡାକୁ ନୂଆ କରି ପୋଲିସ କମିଶନରେଟ କରାଯିବାରୁ ବ୍ରିନ୍ଦାଙ୍କୁ ବଦଳ କରାଗଲା। ହେଲେ ସେଠାରେ ପୂର୍ବରୁ ତାଙ୍କର ସ୍ବାମୀ ଅଙ୍କୁର ଅଗ୍ରୱାଲା ସିଟି ଏସପି ଭାବେ କାର୍ଯ୍ୟ କରୁଥିଲେ। କମିଶନରେଟ ପୋଲିସ ଘୋଷଣା ହେବା ପରେ ଅଙ୍କୁ ଅତିରିକ୍ତ କମିସନର ଭାବେ ତାଙ୍କ ସ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ। ଅଙ୍କୁର ବର୍ତ୍ତମାନ ନିୟମ ଅନୁସାରେ ତାଙ୍କ ସ୍ତ୍ରୀଙ୍କୁ ସାଲୁଟ ମାରିବା ସହ ତାଙ୍କୁ ଦୈନିକ ରିପୋର୍ଟ କରିବେ। ଏହାକୁ ନେଇ ନୋଇଡା କମିସନରେଟରେ କୌତୁହଳ ସୃଷ୍ଟି ହୋଇଛି।

ବ୍ରିନ୍ଦା ଶୁକ୍ଲା ହେଉଛନ୍ତି 2014 ବ୍ୟାଚ ନାଗାଲାଣ୍ଡ କ୍ୟାଡରର ଆଇପିଏସ ଅଫିସର। ତାଙ୍କ ସ୍ବାମୀ ଅଙ୍କୁର ହେଉଛନ୍ତି ବିହାର କ୍ୟାଡରର 2016 ବ୍ୟାଚ ଆଇପିଏସ ଅଫିସର। ଅର୍ଥାତ ଆଇପିଏସ ବ୍ୟାଚ ଅନୁସାରେ ଅଙ୍କୁରଙ୍କ ସ୍ତ୍ରୀ ହେଉଛନ୍ତି ତାଙ୍କଠାରୁ ଦୁଇ ବର୍ଷ ବଡ। ଏହି ଦୁଇ ଆଇପିଏସ ଅଧିକାରୀ ହେଉଛନ୍ତି ହରିୟାନା ରାଜ୍ୟର। ଉଭୟ ଏକାଠି ପାଠ ପଢିବା ସହିତ ଆଇପିଏସ ପରୀକ୍ଷାରେ ଉତୀଣ୍ଣ ହୋଇ ଚାକିରୀରେ ଯୋଗଦେଇଥିଲେ। ଉଭୟ ଛାତ୍ର ଜୀବନରେ ସାଥୀ ହୋଇ ଥିବାରୁ 2019 ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Latest News

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.