Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବକେୟା ବିଦ୍ୟୁତ ଦେୟ ନଦେଲେ ଗରିବଙ୍କ ଲାଇନ କଟିବ, ହେଲେ ବଡବଡିଆଙ୍କ ପାଖରେ ପଡି ରହିଛି କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ
ବିଶେଷ ଖବର

ବକେୟା ବିଦ୍ୟୁତ ଦେୟ ନଦେଲେ ଗରିବଙ୍କ ଲାଇନ କଟିବ, ହେଲେ ବଡବଡିଆଙ୍କ ପାଖରେ ପଡି ରହିଛି କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ

January 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ  

ଓଡିଶା ସରକାର ତରବରିଆ ଭାବରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ “ସେସୁ” କୁ ଟାଟା ପାୱାରକୁ ୨୫ ବର୍ଷ ପାଇଁ ଦେଇ ଦେବା ପରେ ସେସୁ ୧୫ ଦିନ ମଧ୍ୟରେ ଖାଉଟି ମାନଙ୍କଠାରୁ ବକେୟା ବିଲ ପଇଠ କରିବାକୁ ନୋଟିସ ଜାରି କରିଥିଲା । ୧୫ ଦିନିଆ କଣ୍ଟ ପୁରିଯିବା ପରେ ସେସୁ ଅଧୀନରେ ଆସୁଥିବା ଅଞ୍ଚଳରୁ ବିଦ୍ୟୁତ କାଟ ଆରମ୍ଭ କରିଛି । ସେସୁର ଏହି ପଦକ୍ଷେପକୁ ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ  ବିରୋଧ କରିବାରୁ ସେସୁ ବିଲ ଆଦାୟ କରିବାର ତରିକା ବଦଳାଇବାକୁ ବାଧ୍ୟ ହୋଇଥିଲା । ଏବେ ସେସୁ ନେଇଥିବା ନିଷ୍ପତ୍ତି ଅନୁସାରେ ପ୍ରଥମେ କମ୍ପାନୀ ଏବଂ ବ୍ୟବସାୟିକ ସଂସ୍ଥା ଗୁଡିକରୁ ବିଲ ଆଦାୟ କରିବାକୁ ପ୍ରାଥମିକତା ଦେଇଛି ।

ସୂଚନା ଅଧିକାର ଆଇନ ବଳରେ  ସେସୁଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତିନିବର୍ଷ ତଳେ ଏକ ପ୍ରମୁଖ ଘରୋଇ ବିଶ୍ଵ ବିଦ୍ୟାଳୟ “କିଟ” କୋଟି କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରଖିଥିଲା ସୂଚନା ଅଧିକାର ସଂଗଠନର ତଥ୍ୟ ଅନୁଯାୟୀ “କିଟ ବିଶ୍ଵ ବିଦ୍ୟାଳୟ” ପ୍ରାୟ ୨ କୋଟି ୬୦ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପଇଠ କରି ନଥିଲେ। ତେବେ ଏହି ତଥ୍ୟ ତିନି ବର୍ଷ ତଳର ଓ ବର୍ତ୍ତମାନ କିଟର ବକେୟା ବିଲ କେତେ ରହିଛି ସେକଥା ସୂଚନା ଅଧିକାର ଅଭିଯାନ ସ୍ପଷ୍ଟ କରିନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ଏକ ଘରୋଇ ବିଶ୍ଵ ବିଦ୍ୟାଳୟ ୨ କୋଟି ୬୦ ଲକ୍ଷ ଟଙ୍କା ବକେୟା ରଖିଥିବା ବେଳେ ସେମାନଙ୍କ ଲାଇନ କାଟିବାକୁ ସେସୁର ସାହସ ହେଉନଥିଲା କେମିତି?

କିଟ ବିରୋଧରେ  ରେ ସେସୁ ମୁହଁ ସେତେବେଳେ ଖୋଲି ନ ଥିଲା । ଶାସକ ଦଳ ବିଜେଡି ଏବଂ କିଟ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ଲୋକେ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଆଗରୁ ବିଦ୍ୟୁତ ସେବା ଯୋଗାଉଥିବା ଘରୋଇ କମ୍ପାନୀ ରିଲାଏନ୍ସ ପାୱାର ରାଜ୍ୟରୁ ପ୍ରାୟ ୨୪୦୦ କୋଟି ଟଙ୍କାର ଠକି ପଳାଇଯିବା ଏବଂ ସେମାନଙ୍କ ବିରୋଧରେ  ସରକାର କୌଣସି ଠୋସ  ପଦକ୍ଷେପ ଗ୍ରହଣ ନ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି ।  କିଟକୁ ଛାଡିଦେଲେ ଅନେକ ଘରୋଇ କମ୍ପାନୀ ଓ ଅନୁଷ୍ଠାନ ମାନେ ମଧ୍ୟ କୋଟି କୋଟି ତାଙ୍କର ବିଲ୍‌ ବାକି ରଖିଛନ୍ତି । ବିଦ୍ୟୁତ ଦେୟ ବକେୟା ରଖିଥିବା ବଡ କମ୍ପାନୀ ଗୁଡିକ ହେଲେ ଶ୍ରୀ ମାରୁତି ଷ୍ଟିଲ ଏଣ୍ଡ କାଷ୍ଟିଙ୍ଗ(୬ କୋଟି ୪୦ ଲକ୍ଷ), ଏମ ସି ଏଲ ତାଳଚେର,(୮ କୋଟି ୩୬ ଲକ୍ଷ) , ନବଭାରତ ଭେଞ୍ଚାର୍ସ ( ୮ କୋଟି ୨୯ ଲକ୍ଷ)  ଜି ଏମ ଆର ଏନର୍ଜି, (୧୦ କୋଟି ୪୪ ଲାକ୍ଷା) ଟି କେ ମେରାଇନ,(୬୨ ଲକ୍ଷ)  ଭାରତୀ ଏୟାର୍ଟେଲ,(୪୫ ଲକ୍ଷ) ଇନ୍ଫୋସିସ,(୩୧ ଲକ୍ଷ)  ଭୋଡାଫୋନ ଏସାର ସ୍ପେସ ଲିମିଟେଡ,(୨୧ ଲକ୍ଷ) ଫାଲକନ ମେରାଇନ ଏକସ୍ପୋର୍ଟ୍ସ,(୩୩ ଲକ୍ଷ)  ରିଲାଏନ୍ସ ଇନ୍ଫ୍ରାତେଲ,(୪୩ ଲକ୍ଷ) ମିଲ୍କ ମନ୍ତ୍ରା,(୩୪ ଲକ୍ଷ) ନ୍ୟୁ ଲକ୍ଷ୍ମୀ ଷ୍ଟିଲ ଏଣ୍ଡ ପାୱାର(୫ କୋଟି ୩୮ ଲକ୍ଷ) , ଟାଟା ଷ୍ଟିଲ(୯୨ ଲକ୍ଷ), ଜିନ୍ଦଲ ଷ୍ଟିଲ (୧୨ କୋଟି ୧୦ ଲକ୍ଷ) , ଭୂଷଣ ଷ୍ଟିଲ(୬ କୋଟି) ଓ ଆହୁରି ଅନେକ। ଏମିତି ଓଡିଶାରେ ଅନେକ ବଡ ବଡ ପ୍ରାୟ ୩୦ ଟି କମ୍ପାନୀ ରହିଛନ୍ତି । ଏମାନଙ୍କ ବିରୋଧରେ ସେସୁ କି ପଦକ୍ଷେପ ନେଉଛି?

ସାଧାରଣ ବ୍ୟବସାୟୀ ବା ଗରିବ ଖାଉଟି ବିଦ୍ୟୁତ ଦେୟ ନ ଦେଲେ ତାର ବିଜୁଳି ଲାଇନ କଟାଯିବ। ହେଲେ ବଡ ବଡ କମ୍ପାନୀ ପାଇଁ ସେଶୁ ପାଖରେ କଇଁଚି ଅଛି ତ? ସାଧାରଣ ଲୋକେ ହୁଅନ୍ତୁ ବା ବଡ କମ୍ପାନୀ, ସମସ୍ତେ ବିଦ୍ୟୁତ ଦେୟ ପଇଠ କରିବା ଉଚିତ। ହେଲେ ବଡବଡିଆଙ୍କୁ ଛାଡି ସାଧାରଣ ଲୋକଙ୍କୁ ଧରିଲେ ଅସନ୍ତୋଷ ବଢିବା ସ୍ଵାଭାବିକ। ବଡ କମ୍ପାନୀ ଓ କର୍ପୋରେଟଙ୍କ ଠାରୁ ବକେୟା ବିଲ ଆଦାଯ କରିବାକୁ  ସରକାର ବର୍ଷ ବର୍ଷ ଧରି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏବେ ଗରିବ ଓ ଛୋଟ ବ୍ୟବସାୟୀଙ୍କ ମୁଣ୍ଡ ଉପରେ ସେସୁର ଖଣ୍ଡା ଝୁଳୁଛି। ଏ ପ୍ରକାର ପାଟର ଅନ୍ତର ନୀତି ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ ରହୁଛି। ଜନସାଧାରଣ  ଦାବି କରିଛନ୍ତି ଯେ ପ୍ରଥମେ କୋଟି କୋଟି ଟଙ୍କା ବାକି ରଖିଥିବା ଅନୁଷ୍ଠାନ ଗୁଡିକୁ ଅନୁକମ୍ପା ନ ଦେଖାଇ ସଂପୂର୍ଣ୍ଣ ସେସୁ ସେମ,ଆନଙ୍କଠାରୁ  ବକେୟା ଅର୍ଥ ଆଦାୟ କରନ୍ତୁ ଏବଂ ଜନତାଙ୍କ ଉପରେ ଦାଉ ସାଧିବା ବନ୍ଦ କରନ୍ତୁ ।

ବଡ ମାଛଙ୍କୁ ଛାଡ କରି ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା ବେଳେ ସେସୁ ଏ କଥାର ସ୍ପଷ୍ଟୀକରଣ ରଖିବା ଉଚିତ ହେବ।

cesu electricity kiit
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026

ବିଶ୍ଵ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ: PSL ଛାଡି IPL ରେ ଯୋଗଦେଲେ ଏହି ପ୍ରସିଦ୍ଧ କ୍ରିକେଟର

March 14, 2026

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.