Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ବିଦେଶ ନୀତି ବୋଲି କିଛି ଅଛି କି, ନା କେବଳ ଆମେ ନିଜ ଢୋଲ ନିଜେ ବାଡେଇ ଚାଲିଛୁ!!
ବିଶେଷ ଖବର

ଭାରତର ବିଦେଶ ନୀତି ବୋଲି କିଛି ଅଛି କି, ନା କେବଳ ଆମେ ନିଜ ଢୋଲ ନିଜେ ବାଡେଇ ଚାଲିଛୁ!!

January 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ଛଅ ମାସ ଭିତରେ ଭାରତ ବାହାରେ ଭାରତର ଭାବମୂର୍ତ୍ତି କେମିତି ଅଛି? ଏ ପ୍ରଶ୍ନର ଉତ୍ତରରେ ଆମକୁ ଯେଉଁ ସବୁ ଜିନିଷ ଦିଶିବ ତାକୁ ଦେଖି ଲଜ୍ଜା ଓ ଅପମାନ ଛଡା ଅଧିକ କିଛି ମିଳିବ ନାହିଁ। ଆମର ତଥାକଥିତ “ଆଭ୍ୟନ୍ତରୀଣ ବ୍ୟାପାର”, ସେ ଜାମ୍ମୁ-କାଶ୍ମୀର ହେଉ ବା ନାଗରିକ ସଂଶୋଧନ ଆଇନ, ଏବେ ଆନ୍ତର୍ଜାତିକ ପ୍ରସଙ୍ଗ ହୋଇ ଚାଲିଛି। ଥରେ କିମ୍ବା ଦୁଇଥର ନୁହଁ, ଅତି କମରେ ୬ ଥର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପ୍ରସ୍ତାବ ଦେଉଛନ୍ତି। ଭାରତ ଏହାର ଯେତେ ପ୍ରତିବାଦ କାଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ଫ ପାକିସ୍ତାନ ସହ ନିଜର ସ୍ଵର ମିଳାଇ ମଧ୍ୟସ୍ଥତାର ପ୍ରସ୍ତାବ ରଖୁଛନ୍ତି। ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ଭାରତ ସରକାର ଆବଶ୍ୟକତାରୁ ଅଧିକ ତୋଷାମଦି ପ୍ରୟୋଗ କରିବା ସତ୍ତ୍ୱେ ମଧ୍ୟ ଲାଭ କିଛି ମିଳୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର “ହାଓଡି ମୋଦୀ” କାର୍ୟକ୍ରମରେ “ଅବ କି ବାର ଟ୍ରମ୍ଫ ସରକାର” ବୋଲି ଅବାଞ୍ଛିତ ସ୍ଲୋଗାନ ଦେବା ପରେ ମଧ୍ୟ ଟ୍ରମ୍ଫ ମଙ୍ଗୁ ନାହାନ୍ତି। ଏହା ଆମ ବିଦେଶ ନୀତିର ଏକ ଭୟଙ୍କର ବିଫଳ ଦିଗ।

ଇତି ମଧ୍ୟରେ ଭାରତର ଶତ୍ରୁ ତାଲିକାରେ ଆଉ କିଛି ରାଷ୍ଟ୍ରଙ୍କ ନାମ ଯୋଡି ହୋଇ ଯାଇଛି। ପାକିସ୍ତାନ ସପକ୍ଷରେ ଖୋଲାଖୋଲି ବାହାରିଥିବା ମାଲେସିୟା ଓ ତୁର୍କୀ ସହିତ ଆମର ବାଣିଜ୍ୟ ସମ୍ପର୍କରେ ଭଟ୍ଟା ପଡିଛି। ନୂଆ ନାଗରିକ ସଂଶୋଧନ ଆଇନ ଆସିଲା ପରେ ଭାରତର ଅତ୍ୟନ୍ତ ବିଶ୍ଵସ୍ତ ବନ୍ଧୁ ବାଂଲାଦେଶ ଓ ଆଫଗାନିସ୍ତାନ ଏବେ ଆମକୁ ବିଶ୍ଵାସ କରୁନାହାନ୍ତି। ଭାରତ ସହିତ ପଡୋଶୀ ଦେଶମାନଙ୍କର ସମ୍ପର୍କ କ୍ଷୁଣ୍ଣ ହେବାର ଫାଇଦା ଉଠାଇ ଚୀନ ଏବେ “ସାର୍କ” ଦେଶ ସମୂହ ଯଥା- ନେପାଳ, ଶ୍ରୀଲଙ୍କା, ପାକିସ୍ତାନ, ଭୁଟାନ, ମାଲଦ୍ଵୀପ ଓ ବାଂଲାଦେଶରେ ପ୍ରଚୁର ପୁଞ୍ଜି ବିନିଯୋଗ କରୁଛି। ଜାତୀୟ ରାଜନୀତିରେ ପାକିସ୍ତାନ ବିରୋଧୀ ଭାବ ପ୍ରବଣତାକୁ ଉଜ୍ଜୀବିତ ରଖିବାର ଚେଷ୍ଟାରେ ଆମେ ଆମର ପଡୋଶୀମାନଙ୍କୁ ସବୁଠୁ ବଡ ଶତ୍ରୁ ଚୀନର ହାତରେ ଛାଡି ଦେଉଛି। ଏ କଥା ବୋଧହୁଏ ଆମର ତଥାକଥିତ “ମର୍ଦ୍ଦବାଦି” ବିଦେଶନୀତିର ବିଶେଷଜ୍ଞ ବୁଝୁନାହାନ୍ତି।

ଆନ୍ତର୍ଜାତିକ ଗଣମାଧ୍ୟମରେ ଏବେ ଭାରତ ବିରୋଧୀ ଅବଧାରଣା ବଢି ଚାଲିଛି। ବିଜେପିର ଉଗ୍ର ଜାତୀୟତାବାଦ ସହିତ ଇସ୍ଲାମିକ ମୌଳବାଦର ତୁଳନା କରି ଏବେ ଅସଂଖ୍ୟ ଲେଖା ପ୍ରକାଶ ପାଉଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତର ଶାସକ ଦଳ ବିଜେପି ସାରା ପୃଥିବୀର ଗଣତନ୍ତ୍ରକୁ ବିପଦରେ ପକାଉଛି ବୋଲି ପ୍ରସିଦ୍ଧ “ଦି ଇକୋନମିଷ୍ଟ” ପତ୍ରିକା ଲେଖି ସାରିଛି। ଆମେରିକାର ଦୁଇ ଖ୍ୟାତନାମା ଖବର କାଗଜ “ଦି ନ୍ୟୁୟର୍କ ଟାଇମ୍ସ” ଓ “ଦି ୱାଶିଂଟନ ପୋଷ୍ଟ” ରେ ନିୟମିତ ସରକାର ବିରୋଧୀ ଆଲୋଚନା ବାହାରୁଛି। ଗତ ଦୁଇ ଦଶନ୍ଧି ଧରି ଭାରତ ନୂଆ ପୃଥିବୀର ଅର୍ଥନୈତିକ ଅଧିନାୟକ ହେବ ବୋଲି ଯେଉଁ ଆନ୍ତର୍ଜାତିକ ଗଣମାଧ୍ୟମ ଲେଖୁଥିଲେ, ସେମାନେ ଆଜି ଭାରତକୁ “ଅସହିଷ୍ଣୁ, ଅଗଣତାନ୍ତ୍ରିକ ଓ ସଂଖ୍ୟାଲଘୁ ବିରୋଧୀ” ଭାବରେ ଚିତ୍ରଣ କରୁଛନ୍ତି କାହିଁକି?

ସବୁଠୁ ଖରାପ ସଙ୍କେତ ଆମକୁ ମିଳିଛି ଡାଭୋସରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ଅର୍ଥନୀତି ସମ୍ମିଳନୀରୁ। ଅର୍ଥନୀତି ଓ ବଜାର ଦୃଷ୍ଟିରୁ “ଡାଭୋସ ସମ୍ମିଳନୀ” ହେଉଛି ପୃଥିବୀର ଶିଖର ଅନୁଷ୍ଠାନ। ବିଭିନ୍ନ ସୂତ୍ରରୁ ଭାରତର ରାଜନୀତି ଓ ଅର୍ଥନୀତି ଉପରେ ସେଠାରେ ଯେଉଁ ପ୍ରକାର ଚିତ୍ର ଦିଆଗଲା, ତାହା ଅତ୍ୟନ୍ତ ଚିନ୍ତା ଜନକ। ପୃଥିବୀର ଅର୍ଥନୈତିକ ଦୁର୍ଗତି ଲାଗି ଭାରତର ଆର୍ଥିକ ମାନ୍ଦାବସ୍ଥା ଦାୟୀ ବୋଲି ଆନ୍ତର୍ଜାତିକ ମୂଦ୍ରା ପାଣ୍ଠି ଖାଇଥିଲା। ସେହି ସମ୍ମିଳନୀର ମଞ୍ଚରୁ ବିଶିଷ୍ଟ ପୁଞ୍ଜିପତି ଜର୍ଜ ସୋରୋସ ଭାରତର ଗଣତାନ୍ତ୍ରିକ ସରକାର ଗଣତନ୍ତ୍ର ସାରା ଦେଶରେ “ହିନ୍ଦୁ ଜାତୀୟତାବାଦ” ର ପ୍ରତିଷ୍ଠା ସହିତ ମୁସଲମାନ ବିରୋଧୀ ଆଭମୁଖ୍ୟ ପୋଷଣ କରୁଛନ୍ତି ବୋଲି କହିଥିଲେ। ଏହା କେବଳ ଦେଶର ରାଜନୀତିକୁ ନୁହଁ, ବରଂ ଆମର ଅର୍ଥନୀତି ଓ ନୈତିକ ଭାବମୂର୍ତ୍ତିକୁ ମଧ୍ୟ ପ୍ରଭାବିତ କରିବ।

ଇତିମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଙ୍ଘ ତରଫରୁ ଭାରତର କାଶ୍ମୀର ନୀତି ଓ ନାଗରିକତା ସଂଶୋଧନ ଆଇନକୁ ନେଇ ଅତ୍ୟନ୍ତ ନୈରାଶ୍ୟଜନକ ଖବର ଆସୁଛି। ୟୁରୋପୀୟ ରାଷ୍ଟ୍ରସଙ୍ଘରେ ଥିବା ମୋଟ ୭୫୧ ଜଣ ସାଂସଦଙ୍କ ମଧ୍ୟରୁ ୬୨୬ ଜଣ ସାଂସଦ ବିଭିନ୍ନ ସଂସଦୀୟ ପ୍ରସ୍ତାବ ମାଧ୍ୟମରେ ଜାମ୍ମୁ-କାଶ୍ମୀର ତଥା ନାଗରିକତା ସଂଶୋଧନ ଆଇନ ବିରୋଧରେ ମତ ରଖିଛନ୍ତି। ୟୁରୋପୀୟ ରାଷ୍ଟ୍ରସଙ୍ଘର ଏହି ସଂସଦୀୟ ପ୍ରସ୍ତାବ ଆମ ବିଦେଶ ନୀତିର ଭୟଙ୍କର ଦୁର୍ବଳତାକୁ ସ୍ପଷ୍ଟ କରୁଛି।

ତେବେ ମୋଦୀ ସରକାର ଦେଶର ବିଦେଶ ନୀତିକୁ ନେଇ ଗମ୍ଭୀର କି? ନା, ଯେତେଦିନ ପର୍ୟନ୍ତ ଦେଶରେ ଉଗ୍ର ରାଷ୍ଟ୍ରବାଦ ଭୋଟ ହାତେଇବାରେ ସଫଳ ହେଉଥିବ,ସେତେଦିନ ପର୍ୟନ୍ତ ବିଜେପି ବିଦେଶନୀତିକୁ କେବଳ ରାଜନୀତି ପାଇଁ ପ୍ରୟୋଗ କରୁଥିବ। କେବଳ ପାକିସ୍ତାନ ବିରୋଧରେ କହି ଭୋଟ ମାଗିବାର ରାଜନୀତି ଆମର ବିଦେଶନୀତିକୁ ବିକଳାଙ୍ଗ କରି ଚାଲିଛି। ନିଜର ଉଗ୍ର ଧାର୍ମିକ ରାଜନୀତି କାରଣରୁ ପୃଥିବୀରେ ଦେଶର ଛବି ମଳିନ ପଡୁଥିଲେ ହେଁ, ଦେଶ ଭିତରେ ୩୦ ରୁ ୪୦% ଲୋକଙ୍କୁ ଏହି ରାଜନୀତି ମାଧ୍ୟମରେ ପ୍ରଭାବିତ କରାଯାଇ ପାରୁଛି। ଆନ୍ତର୍ଜାତିକ ପରିବେଶରେ ଭାରତର ସୁନାମ ବା ବଦନାମ ଅପେକ୍ଷା, ଭାରତ ଭିତରେ ନିଜର ହିନ୍ଦୁ ଭୋଟ ବ୍ୟାଙ୍କର ସୁରକ୍ଷା ନରେନ୍ଦ୍ର ମୋଦୀଙ୍କର ଏକମାତ୍ର ପ୍ରାଥମିକତା।

Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.