Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ବ୍ୟାଙ୍କ ବୁଡାଇଛନ୍ତି ସାଧାରଣ ଲୋକଙ୍କର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଲାଭ
ଜାତୀୟ ଖବର

ଜାତୀୟ ବ୍ୟାଙ୍କ ବୁଡାଇଛନ୍ତି ସାଧାରଣ ଲୋକଙ୍କର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଲାଭ

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅର୍ଥନୈତିକ ସର୍ବେକ୍ଷଣରେ ଅନେକ କଥା ଥାଏ ଯାହାକି ସହଜରେ ସାଧାରଣ ଲୋକ ବୁଝି ପାରନ୍ତି ନାହିଁ। ଗତ କିଛି ବର୍ଷର ଅନୁଭବରୁ ଆମେ ଜାଣିଛୁ ଯେ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ଭବିଷ୍ୟବାଣୀ କେବେ ହେଲେ ଠିକ ହେଉନାହିଁ। ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣରେ ଦେଶର ଅଭିବୃଦ୍ଧି ହାର ୭% ରହିବ ବୋଲି ଆକଳନ କରାଯାଇଥିଲା। ତେବେ ବର୍ଷ ପୂରିଲା ବେଳକୁ ଏହା ୫% ଭିତରେ ହିଁ ରହିବ ବୋଲି ଜଣା ପଡୁଛି। ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣରୁ ଗୋଟିଏ ତଥ୍ୟର ଆଲୋଚନା ଆମେ କରୁଛୁ।

ଚଳିତ ବର୍ଷ ବିଭିନ୍ନ ଜାତୀୟ ବ୍ୟାଙ୍କରେ ସାଧାରଣ କରଦାତାଙ୍କର ଅର୍ଥକୁ ସରକାର ପୁଞ୍ଜି ଭାବରେ ଖଟାଇଥିଲେ। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ସାଧାରଣ କରଦାତାଙ୍କର ୪ ଲକ୍ଷ ୩୦ ହଜାର କୋଟି ଟଙ୍କା ବିଭିନ୍ନ ଜାତୀୟ ବ୍ୟାଙ୍କରେ ରହିଛି। ସରକାରୀ ସୂତ୍ର କହୁଛି ସରକାରୀ ବ୍ୟାଙ୍କରେ ରହିଥିବା ଟଙ୍କା ପିଛା ୨୩ ପଇସା କ୍ଷତି ହେଉଛି। ମୋଟ ଆକଳନ ଅନୁସାରେ ଗୋଟିଏ ବର୍ଷରେ ସାଧାରଣ ଲୋକେ ଏହି ବ୍ୟାଙ୍କ ଗୁଡିକରେ ୯୮ ହଜାର ୯ ଶହ କୋଟି ଟଙ୍କାର କ୍ଷତି ସହିଛନ୍ତି।

ଏହାର ବିପରୀତ ଅବସ୍ଥା ଘରୋଇ ବ୍ୟାଙ୍କ ଗୁଡିକରେ ଦେଖିବାକୁ ମିଳିଛି। ଘରୋଇ ବ୍ୟାଙ୍କ ଗୁଡିକ ଟଙ୍କା ପିଛା ୯.୬ ପଇସା ଲାଭ କରୁଥିବାର ସୂଚନା ମିଳୁଛି। ଏ ପ୍ରକାର ସ୍ଥିତିରେ ଜାତୀୟ ବ୍ୟାଙ୍କ ଗୁଡିକ ଉପରେ ସାଧାରଣ କରଦାତାଙ୍କର ଆସ୍ଥା ରହିବ କେମିତି? ବ୍ୟାଙ୍କ ଗୁଡିକର ଏ ପ୍ରକାର ସ୍ଥିତି ପାଇଁ ଅର୍ଥ ବିଭାଗ ଉତ୍ତରଦାୟୀ ରହିବେ କି?

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗୃହୀତ: ଜାଣନ୍ତୁ କାହାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ?

July 25, 2026

‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

July 25, 2026
Latest News

ବଡ଼ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର

July 25, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026

ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.